ଏ ବର୍ଷ ହେବନି ହାଡ଼ଭଙ୍ଗା ଶୀତ

ଭୁବନେଶ୍ୱର,୨।୧୨(ଅନିଲ ଦାସ): କାର୍ତ୍ତିକ ଯାଇ ମାର୍ଗଶିର ମାସ ହେଲା। ଘୋଡ଼େଇ ହେବାକୁ କମ୍ବଳ ଦରକାର ପଡ଼ିଲା ନାହିଁ। ଶୀତବସ୍ତ୍ର ମଧ୍ୟ ବାକ୍ସରୁ ବାହାରିଲା ନାହିଁ। ନଭେମ୍ବରରେ ଚୈତ୍ର ମାସ ଭଳି ଗରମ ଅନୁଭୂତ ହେଲା। ରାତିରେ ହାଲୁକା ଶୀତ ପଡୁଥିଲେ ମଧ୍ୟ ବିନା ପଙ୍ଖାରେ ଶୋଇହେଉ ନାହିଁ। ଦିନରେ ମଧ୍ୟ ପାରଦ ୩୨ ଡିଗ୍ରୀ ସେଲ୍‌ସିୟସକୁ ଟପିଯାଉଛି। ଶୀତ ହେଉ ନ ଥିବାରୁ ରାଜ୍ୟରେ ଏକପ୍ରକାର ଅସ୍ବାଭାବିକ ପରିବେଶ ସୃଷ୍ଟି ହୋଇଛି। ଚଳିତ ବର୍ଷ ଆଉ ହାଡ଼ଭଙ୍ଗା ଶୀତ ହେବ ନାହିଁ। ଜାନୁୟାରୀ ଶେଷ ସପ୍ତାହରୁ ଗରମ ଆରମ୍ଭ ହୋଇଯିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କଲାଣି। ଶୁକ୍ରବାର ବିଭାଗ ପକ୍ଷରୁ ଜାରି ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି ଯେ ଡିସେମ୍ବରରୁ ଫେବୃୟାରୀ ଶେଷ ପର୍ଯ୍ୟନ୍ତ ସମଗ୍ର ଦେଶରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ଉପରେ ରହିବ। କେବଳ କେନ୍ଦ୍ରୀୟ ଏବଂ ଉତ୍ତର-ପଶ୍ଚିମ ଭାରତର କିଛି ଅଞ୍ଚଳକୁ ଛାଡ଼ିଦେଲେ ଅନ୍ୟ ସବୁ ସ୍ଥାନରେ ସର୍ବନିମ୍ନ ତାପମାତ୍ର ସ୍ବାଭାବିକଠାରୁ ଉପରେ ରହିବ। ପ୍ରଶାନ୍ତ ମହାସାଗରରେ ଏଲ୍‌-ନିନ୍ୟୋ ରହିଥିବାରୁ ଚଳିତ ବର୍ଷ ଏହା ଭାରତୀୟ ଜଳବାୟୁକୁ ପ୍ରଭାବିତ କରୁଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଭାରତ ମହାସାଗରର ଉପରିଭାଗ ଜଳର ତାପମାତ୍ରା ବୃଦ୍ଧି ହେଉଥିବାରୁ ଜଳବାୟୁ ପ୍ରଭାବିତ ହୋଇଛି। ଏଥିଯୋଗୁ ମଧ୍ୟ ଶୀତର ପ୍ରକୋପ ବଢୁନାହିଁ। ରାଜ୍ୟରେ ନଭେମ୍ବରରୁ ଫେବୃୟାରୀ ଯାଏ ୪ ମାସ ଶୀତ ଅନୁଭୂତ ହୋଇଥାଏ। ମାତ୍ର ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। କେବଳ ଡିସେମ୍ବରରେ କିଛିଦିନ ଶୀତ ହେବ ବୋଲି ପୂର୍ବାନୁମାନ କରାଯାଇଛି। ଚଳିତ ବର୍ଷ ଶୀତ ଲହର ଆସିବା ସମ୍ଭାବନା କମ ରହିଛି। ନଭେମ୍ବର ଶେଷ ହୋଇଥିବା ବେଳେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ତଳକୁ ଖସୁନାହିଁ। ବଙ୍ଗୋପସାଗରରେ ବାରମ୍ବାର ବାତ୍ୟା ସୃଷ୍ଟି ହେବା ଯୋଗୁ ରାଜ୍ୟରେ ଅଧିକାଂଶ ଦିନ ଆକାଶ ମେଘାଚ୍ଛନ୍ନ ରହୁଛି। ନଭେମ୍ବରରୁ ଡିସେମ୍ବର ୧ ତାରିଖ ଯାଏ ବଙ୍ଗୋପସାଗରରେ ୩ଟି ବାତ୍ୟା ସୃଷ୍ଟି ହେଲାଣି। ଆଉ ଏକ ବାତ୍ୟା ଦକ୍ଷିଣ ଆଣ୍ଡାମାନ ଉପକୂଳରେ ଦାନା ବାନ୍ଧୁଛି। ଏଥିଯୋଗୁ ଡିସେମ୍ବର ଦ୍ୱିତୀୟ ସପ୍ତାହ ଯାଏ ଶୀତର ପ୍ରକୋପ ବଢିବ ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି। ନଭେମ୍ବରରୁ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ବାୟୁ ପ୍ରବାହ ହୋଇଥାଏ। ତେବେ ଚଳିତ ବର୍ଷ ପୂର୍ବ ଦିଗରୁ ବାୟୁ ପ୍ରବାହ ଜାରି ରହିଥିବାରୁ ରାଜ୍ୟରେ ପାରଦ ତଳମୁହଁା ହେଉନାହିଁ। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ, ଶୁକ୍ରବାର କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୨ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ଅନ୍ୟାନ୍ୟ ସ୍ଥାନରେ ପାରଦ ଏହା ଉପରେ ରହିଛି। ସର୍ବୋଚ୍ଚ ତାପମାତ୍ରା ମଧ୍ୟ ୩୨ ଡିଗ୍ରୀ ଉପରେ ରହୁଛି। ଚଳିତ ବର୍ଷ ଶୀତଦିନ କମିବା ଏକପ୍ରକାର ସ୍ପଷ୍ଟ ହେଲାଣି। ଶୀତ ହ୍ରାସର ପ୍ରଭାବ ରାଜ୍ୟରେ ଚାଷ ଉପରେ ପଡ଼ିବ। ପନିପରିବା ଓ ରବି ଜାତୀୟ ଫସଲ ଉତ୍ପାଦନ ହ୍ରାସ ପାଇବା ନେଇ କୃଷି ବିଶେଷଜ୍ଞ ଆଶଙ୍କା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଜ୍‌ ଉପରେ ସାଇକେଲ ରଖି ନଦୀକୁ ଡେଇଁ ପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ଅଠରବାଙ୍କି ଓଭରବ୍ରିଜ୍‌ ଉପରୁ ବୁଧବାର ଖରାବେଳେ ଜଣେ ଦଶମ ଶ୍ରେଣୀ ଛାତ୍ର ନାହିଁ କାଉଡ଼ିଆ ନଦୀରେ ପଡ଼ି ଯାଇ...

ପ୍ରାର୍ଥିପତ୍ର ଦାଖଲ କଲେ ଅଭିଷେକ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କଂଗ୍ରେସ ପ୍ରାର୍ଥୀ ଅଭିଷେକ ସେଠ୍‌ ବୁଧବାର ନାମାଙ୍କନ ଦାଖଲ କରିଛନ୍ତି।...

ଛାନୁଆରେ ଜଘନ୍ୟ ହତ୍ୟାକାଣ୍ଡ: ଟାଓ୍ବାରରେ କାମ କରୁଥିବା ଯୁବକଙ୍କୁ ମାରି ଫିଙ୍ଗି ଦେଲେ

ରୂପସା,୧।୫(ବାଞ୍ଛାନିଧି ଦେ): ବାଲେଶ୍ବର ଜିଲl ସଦର ବ୍ଲକ ଅନ୍ତର୍ଗତ ଛାନୁଆ ଗ୍ରାମରେ ବୁଧବାର ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଛାନୁଆ ପ୍ରାଥମିକ ବିଦ୍ୟାଳୟ ନିକଟ ରାସ୍ତା ପାର୍ଶ୍ୱରୁୁ...

ନାମାଙ୍କନପତ୍ର ଦାଖଲ କଲେ ରୀତା ସାହୁ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବିଜେଡି ପ୍ରାର୍ଥିନୀ ରୀତା ସାହୁ ବୁଧବାର ତାଙ୍କର ନାମାଙ୍କନପତ୍ର ଦାଖଲ...

ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରଦୀପ ପୁରୋହିତ

ବରଗଡ଼,୧।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକ ସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ ବୁଧବାର ନାମାଙ୍କନ ଦାଖଲ କରିଛନ୍ତି ।...

ନୟାଗଡ଼ ବଉଳସାହିରେ ଗୋଷ୍ଠୀ ସଂଘର୍ଷ: ବୋମାମାଡ଼-ଗୁଳିମାଡ଼ରେ ୨ ଗୁରୁତର

ନୟାଗଡ଼,୧।୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଇଟାମାଟି ଥାନାର ବଉଳସାହି ଗାଁରେ ବୁଧବାର ଗୋଷ୍ଠୀ ସଂଘର୍ଷ ଘଟିଛି। ବିଜେଡି ଓ ଭାଜପା ସମର୍ଥକଙ୍କ ମଧ୍ୟରେ ବୋମାମାଡ଼ ଏବଂ...

ନାମାଙ୍କନପତ୍ର ଦାଖଲ କଲେ ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ

ଜି.ଉଦୟଗିରି,୧।୫(ଶିଶିର ପଟ୍ଟନାୟକ): କନ୍ଧମାଳ ଜିଲା ଜି. ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀର ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ବର୍ତ୍ତମାନର ବିଧାୟକ ସାଲୁଗା ପ୍ରଧାନ ନାମାଙ୍କନପତ୍ର ଦାଖଲ...

ଭୁବନେଶ୍ୱର ବିମାନବନ୍ଦରରେ ଭିସ୍ତାରା ବିମାନର ଜରୁରୀ ଅବତରଣ, ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ…

ଭୁବନେଶ୍ୱର,୧।୫: ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କରିଛି ଭିସ୍ତାରାର ଏକ ବିମାନ। କୁଆପଥର ମାଡ଼ ଯୋଗୁ ବିମାନର ଓ୍ବିଣ୍ଡ ସିଲ୍‌ ଭାଙ୍ଗିଯାଇଥିଲା। ଏଣୁ ଟେକ୍‌ଅପ୍‌ କରିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri