Posted inଫୁରସତ

ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି ଏହି ଫଟୋ, ଆପଣ ବି ଭାବି ପାରିବେନି ଏହା ପ୍ରକୃତରେ କ’ଣ?

ଟୁଇଟରରେ ଏକ ଫଟୋ ଭାଇରାଲ ହେଉଛି ଯାହାକୁ ନେଇ ଲୋକେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। କାରଣ ଶେୟାର ହୋଇଥିବା ଫଟୋ ଅସଲି କି ନକଲି କେହି ଜାଣି ପାରୁନାହାନ୍ତି। ଯିଏ ଦେଖୁଛି ସେ ସେଇଠି ଅଟକି ଯାଉଛି। ଆଖିକ କେହି ବିଶ୍ୱାସ କରିପାରୁନାହାନ୍ତି।

ଫଟୋରେ ଏକ ବେଡ୍‌ ଉପରେ ଜଣେ ବ୍ୟକ୍ତି ଶୋଇଥିବା ନଜର ଆସିଛନ୍ତି। ତାଙ୍କ ନିକଟରେ ଗୋଟିଏ ଟେବୁଲ ରହିଛି। ଏହା ଉପରେ ଏକ ଲ୍ୟାମ୍ପ, ଫ୍ୟାମିଲି ଫଟୋ ଏବଂ କିଛି ମେଡିସିନ ରଖାଯାଇଥିବା ନଜର ଆସିଛି। ଜଣେ ଲୋକ କେକ୍‌ ରଖୁଥିବା ହାତ ବି ଦେଖିବାକୁ ମିଳିଛି। ପ୍ରଥମେ ଦେଖିଲେ ଆପଣଙ୍କୁ ଏହି ଫଟୋ ସାଧାରଣ ଲାଗିବ। ମାତ୍ର ଏହି ଫଟୋକୁ ଯଦି ଧ୍ୟାନ ସହକାରେ ଦେଖିବେ ତେବେ ବିଶ୍ୱାସ ହେବ କି ଏହା ଜଣେ ବ୍ୟକ୍ତିଙ୍କ ଫଟୋ ନୁହେଁ। ଏହା ଏକ କେକ୍‌। ସୋସିଆଲ ମିଡିଆରେ ଜଣେ ୟୁଜର ଏହି ଫଟୋକୁ ଶେୟାର କରିଛନ୍ତି। ଏଥିରେ କ୍ୟାପଶନ ଲେଖିଛନ୍ତି, ‘ଏହା ଏକ କେକ୍‌’।

ଲୋକେ ଏପରି ଅସାଧାରଣ ଫଟୋ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଫଟୋକୁ ୩ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ସେହିପରି ୮୦୦ରୁ ଊର୍ଦ୍ଧ୍ୱ ଲୋକ କମେଣ୍ଟ ବି କରିଛନ୍ତି। ମାତ୍ର ଫଟୋ ଦେଖି କେହି ବିଶ୍ୱାସ କରିପାରୁନାହାନ୍ତି ଏହା ଏକ କେକ୍‌ ବୋଲି।
ଏପରି ଅବିଶ୍ୱନୀୟ କେକ୍‌କୁ ବ୍ରିଟିଶ ବେକର ବେନ୍‌ କୁଲେନ ଦ୍ୱାରା ତିଆରି କରାଯାଇଛି। ଏହାର ନାମ ‘ଦ ବେକ୍‌ କିଙ୍ଗ୍‌’ ରଖାଯାଇଛି। ଏହି କେକ୍‌କୁ ଏପରି ଜୀବନ୍ତ ରୂପ ଦିଆଯାଇଛି ଯେକେହି ଦ୍ୱନ୍ଦ୍ୱରେ ପଡ଼ିବା ସ୍ବାଭାବିକ କଥା। ଗତବର୍ଷ ଏହି କମ୍ପାନୀ ଚକୋଲେଟ୍‌ ଫ୍ଲେଭରର ମଣିଷ ଆକାରର ଭାନିଲା କେକ୍‌ ପ୍ରସ୍ତୁତ କରିଥିଲା। ଯାହା ଖୁବ୍‌ ଭାଇରାଲ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗ ଦିବସରେ ସାମିଲ ହେଲେ ମହିଳା ସରପଞ୍ଚ, କହିଲେ ନିଜକୁ ସୁସ୍ଥ ରଖିବାକୁ ହେଲେ…

ଗଞ୍ଜାମ,୨୧ା୬(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଯୋଗରେ ମହିଳା ସରପଞ୍ଚ ମମତା ବେହେରାଙ୍କ ସମେତ…

IRCTC ଆକାଉଣ୍ଟର ପାସୱାର୍ଡ ଭୁଲି ଯାଇଛନ୍ତି କି? ଏହି ସହଜ ଷ୍ଟେପ୍ସ ଆପଣାଇ କେଇ ମିନିଟ୍‌ରେ କରନ୍ତୁ ରିସେଟ୍‌

ନୂଆଦିଲ୍ଲୀ,୨୧।୬:ଭାରତରେ ପ୍ରତିଦିନ ହଜାର ହଜାର ଟ୍ରେନ ଚାଲୁଛି। କୋଟି କୋଟି ଲୋକ ଏଥିରେ ଯାତ୍ରା କରୁଛନ୍ତି। ପୂର୍ବରୁ ଲୋକେ ଟିକେଟ କାଉଣ୍ଟରକୁ ଯାଇ ଲମ୍ବା ଲାଇନରେ ଛିଡ଼ା…

ଦିଲ୍ଲୀ ଏୟାରପୋର୍ଟରେ ୪୫ ମିନିଟ୍‌ ଅଟକି ରହିଲେ ମୋଦି, କାରଣ ଜାଣିଲେ…

ନୂଆଦିଲ୍ଲୀ,୨୧ା୬: ରବିବାର ଅପରାହ୍ନରେ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୁରନ୍ତ ତାଙ୍କ ବାସଭବନକୁ ଯିବା ପରିବର୍ତ୍ତେ ବିମାନବନ୍ଦରରେ ଅପେକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ।…

କେନ୍ଦୁଝରରେ ଉପମୁଖ୍ୟମନ୍ତ୍ରୀ: କୃଷି କାର୍ଯ୍ୟର ସମୀକ୍ଷା କରି କହିଲେ ଅସ୍ବାଭାବିକ ମୌମୁମୀ ପରିସ୍ଥିତିର ସମ୍ଭାବନାକୁ…

କେନ୍ଦୁଝର,୨୧ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରବିବାର କେନ୍ଦୁଝର ଜିଲା ଗସ୍ତ କରି ବିଭିନ୍ନ କୃଷି…

ନିଶାଖୋର ପୁଅ ପାଇଁ ଆତ୍ମହତ୍ୟା କରିଦେଲେ ମା’-ବାପା! ଘର ଭିତରୁ ପୋଲିସ…

ପୁରୀ,୨୧ା୬(ଅଜିତ କୁମାର ମହାନ୍ତି): ପୁରୀ ତାଳବଣିଆ ଥାନା ଅନ୍ତର୍ଗତ ସେନାପତି ବଗିଚା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ରବିବାର ଦେଖିବାକୁ ମିଳିଛି। ଘର ଭିତରୁ ପୋଲିସ ଦମ୍ପତିଙ୍କ…

ନୂଆପଡ଼ାରେ ସକାଳୁ ସ୍କୁଲ ଆସିବେ ପିଲା

ନୂଆପଡ଼ା,୨୧ା୬(ମକାରୁ ବେମାଲ): ନୂଆପଡ଼ା ଜିଲାରେ ସକାଳୁଆ ସ୍କୁଲ ଅବଧି ବଢ଼ିଛି। ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ହେବାକୁ ଜିଲାପାଳ ନିଷ୍ପତ୍ତି ନେଇଛନ୍ତି। ହିଟ ଓ୍ବେଭ୍‌…

ଇପିଏଫ୍‌ଓ ୩.୦ରେ ବଡ଼ ପରିବର୍ତ୍ତନ! ଆଉ ୭୫% ନୁହେଁ, ଏଣିକି ବିନା କାରଣରେ ବି ଉଠାଇ ପାରିବେ ପୁରା PF ଟଙ୍କା

ନୂଆଦିଲ୍ଲୀ,୨୧।୬: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର ସଦସ୍ୟମାନଙ୍କ ପାଇଁ ‘EPFO 3.0’ ଅଧୀନରେ ଅନେକ ସହଜ ଓ ସୁବିଧାଜନକ ନିୟମ ଆଣିବାକୁ ଯାଉଛି। ଏହି…

ଗଞ୍ଜାମ କଲେଜରେ ଅନ୍ତର୍ଜାତୀୟ ଯୋଗ ଦିବସ

ଗଞ୍ଜାମ, ୨୧।୬ (ବିଦ୍ୟାଧର ସାହୁ): ଗଞ୍ଜାମ କଲେଜ ପରିସରରେ ରବିବାର ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା। କଲେଜର ଅଧ୍ୟକ୍ଷା ଡ଼. ସ୍ମରଣିକା ହୋତାଙ୍କ ସମେତ ୮୦ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri