Posted inଫୁରସତ

ମୁଣ୍ଡ ଉପର ଦେଇ ଚାଲିଗଲା ଟ୍ରେନ୍‌, ଟ୍ରାକ୍‌ରେ ଶୋଇ ଏଭଳି ଜୀବନ ବଞ୍ଚାଇଲେ ମହିଳା; ଭିଡିଓ ଦେଖିଲେ..

କଥାରେ ଅଛି ‘ରଖେ ହରି ତ ମାରେ କିଏ’। ସେଭଳି ଏକ ଘଟଣାକ୍ରମରେ ମୃତ୍ୟୁକୁ ଚକମା ଦେଖାଇ ଚାଲିଆସିଛନ୍ତି ଜଣେ ମହିଳା। ଦ୍ରୁତଗତିରେ ଯାଉଥିବା ଟ୍ରେନ୍‌ ତଳେ ଶୋଇ ରହି ସେ ନିଜର ଜୀବନ ବଞ୍ଚାଇଛନ୍ତି। ଏହାକୁ ନେଇ ତାଙ୍କର ଉପସ୍ଥିତ ବୁଦ୍ଧିକୁ ଲୋକେ ପ୍ରଶଂସା କରୁଛନ୍ତି।

ଘଟଣାଟି ହରିୟାଣାର ରୋହତକର। ଟ୍ରେନ୍‌ଟି ସିଗ୍‌ନାଲ ଅପେକ୍ଷାରେ ଏକ ଷ୍ଟେଶନରେ ଅଟକିଥିଲା। ଏହି ସମୟରେ ମହିଳାଜଣଙ୍କୁ ଟ୍ରେନ୍‌ ତଳେ ପଶି ଟ୍ରାକ୍‌ ପାର ହେବାକୁ ଚେଷ୍ଟା କରିଥିଲେ। ହେଲେ ଦୁର୍ଭାଗ୍ୟବଶତଃ ଟ୍ରେନ୍‌ଟି ଗଡ଼ିବାକୁ ଲାଗିଥିଲା। ଏହାପରେ ଅନ୍ୟୋପାୟ ନପାଇ ମହିଳାଜଣଙ୍କ ଚଳନ୍ତା ଟ୍ରେନ୍‌ ତଳେ ଶୋଇ ପଡ଼ିଥିଲେ। ଟ୍ରେନ୍‌ ପାର ହେବା ପରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ଉଦ୍ଧାର କରିଥିଲେ। ତେବେ ମହିଳାଜଣଙ୍କୁ ସୁରକ୍ଷିତ ଥିବା ଜଣାପଡ଼ିଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି। ନିଶ୍ଚିତ ମୃତ୍ୟୁମୁଖରୁ ସେ ବର୍ତ୍ତି ଯାଇଥିବା ଲୋକେ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶରେ ଭୋ ଭୋ ହୋଇ କାନ୍ଦିବା ଅଭ୍ୟାସ କରନ୍ତି ଲୋକେ; ନ ମାନିଲେ ଘରୁ ଉଠାଇ ନିଆଯାଏ: କାରଣ ଜାଣିଲେ ହେବେ..

ଉତ୍ତରକୋରିଆରେ ଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଏ। ସେଠାର ଜନସାଧାରଣ ରାଜପରିବାରକୁ ବହୁତ ଡରିଥାନ୍ତି। କାରଣ ଦେଶରେ ଶାସକଙ୍କୁ ବଞ୍ଚିଥିବା ବେଳେ ସମ୍ମାନ...

୯୨ ଯାତ୍ରୀଙ୍କୁ ନେଇ ଉଡିଥିବା ବିମାନ ୩୭ ବର୍ଷ ପରେ କରିଥିଲା ଅବତରଣ

କଥାଟା ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ। କିନ୍ତୁ ୯୨ ଯାତ୍ରୀଙ୍କୁ ନେଇ ଉଡିଥିବା ଏକ ବିମାନ ପ୍ରାୟ ୩୭ ବର୍ଷ ପରେ ଅବତରଣ କରିଥିବା କୁହାଯାଏ। ସାଣ୍ଟିଆଗୋ...

ପୃଥିବୀ ମୁହାଁ ୬୦ ବର୍ଷ ତଳେ ନିଖୋଜ ହୋଇଥିବା ରକେଟ

ଓ୍ବାଶିଂଟନ, ୨୬।୯: ଗତ ୬୦ ବର୍ଷ ତଳେ ୧୯୬୦ରେ ମହାକାଶରେ ନିଖୋଜ ହୋଇଯାଇଥିବା ଏକ ରକେଟ ଏବେ ପୃଥିବୀ ମୁହାଁ ହୋଇଛି। ଏନେଇ ନାସା ପକ୍ଷରୁ...

ବିପଦ ଆସୁଛି ମାଡ଼ି, ବୁଡ଼ିଯିବ ଉପକୂଳ ସହର…

ବେଜିଂ,୬।୭: ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱତାପନ ବୃଦ୍ଧି ପାଇବାରେ ଲାଗିଛି। ଏହାଯୋଗୁ ମେରୁ ଅଞ୍ଚଳରେ ବରଫ ପାହାଡ଼ ତରଳିବାରେ ଲାଗିଛି। ଏହାର ପ୍ରଭାବରେ ସମୁଦ୍ର ଜଳସ୍ତର...

ସପ୍ତାହେ ପାଇଁ ସ୍କୁଲ ଛାତ୍ରୀଙ୍କୁ ଜିଲାପାଳ ଦାୟିତ୍ୱ

ବୁଲ୍‌ଢ଼ାଣା(ମହାରାଷ୍ଟ୍ର): ଆଉ ଦୁଇ ଦିନ ପରେ ଅନ୍ତର୍ଜାତୀୟ ମହିଳା ଦିବସ। ଏଥିପାଇଁ ବିଭିନ୍ନ ସ୍ଥାନରେ ଆରମ୍ଭ ହେଲାଣି ପ୍ରସ୍ତୁତି। ଏହି ଦିନକୁ ପାଳିବା ପାଇଁ ମହିଳାମାନେ...

ମନ୍ଦିର ମରାମତି ସମୟରେ ମିଳିଲା ୫ଶହ ଗ୍ରାମ ସୁନା, ଆଉ ତା’ ପରେ…

କର୍ନାଟକର କାଞ୍ଚତ୍ପୁରମ୍‌ ଅଞ୍ଚଳରେ ଥିବା ଏକ ପ୍ରାଚୀନ ମନ୍ଦିରର ମରାମତି ସମୟରେ ୫ଶହ ଗ୍ରାମ ସୁନା ମିଳିଥିଲା। ଏହାକୁ ଜବତ କରିବା ପାଇଁ ଆସିଥିବା ଜିଲା...

ମାସକୁ ଶହେ ଟଙ୍କାରେ ମିଳୁଛି ବିଜୁଳି

ଲକ୍ଷ୍ନୌ: ଗ୍ରାମାଞ୍ଚଳରେ ସବୁବେଳେ ବିଦ୍ୟୁତ ସଙ୍କଟ ଲାଗି ରହିଥାଏ। କେତେବେଳେ ଟ୍ରାନ୍ସଫର୍ମର ପୋଡ଼ି ତ ଆଉ କେତେବେଳେ ବର୍ଷା ଦାଉ ସାଧିଥାଏ। ଫଳରେ ଲୋକଙ୍କୁ ବିଭିନ୍ନ...

ଏପରି ଅଫିସ୍‌ ଯେଉଁଠି କର୍ମଚାରୀଙ୍କୁ ଶୌଚାଳୟ ଯିବା ମନା…

ଆମେରିକାରେ ଅନେକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଶୌଚାଳୟ ଯିବାକୁ ବାରଣ କରାଯାଇଥାଏ । ବାରମ୍ବାର ଶୌଚାଳୟ ଯିବାଦ୍ୱାରା କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବାରୁ...

Advertisement


Archives

Model This Week