Posted inଜାତୀୟ

ପ୍ରଧାନମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିବେ ପାକିସ୍ତାନର ଏହି ମହିଳା, ଜାଣନ୍ତୁ ସେ କିଏ

ନୂଆଦିଲ୍ଲୀ,୧୭।୮: ଖୁବ କମ ଲୋକ ଜାଣନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମଧ୍ୟ ପାକିସ୍ତାନୀ ମୂଳ ଭଉଣୀ ଅଛନ୍ତି। ପାକିସ୍ତାନର ଏହି ଭଉଣୀ ଆଜିକୁ ବର୍ଷ ବର୍ଷ ଧରି ମୋଦିଙ୍କ ହାତରେ ରାଖି ବାନ୍ଧୁଛନ୍ତି। ମୋଦିଙ୍କର ଏହି ପାକିସ୍ତାନୀ ଭଉଣୀ ତାଙ୍କୁ ରାଖି ବାନ୍ଧିବାକୁ ପ୍ରତିବର୍ଷ ପାକିସ୍ତାନରୁ ଭାରତକୁ ଆସନ୍ତି। ଆସନ୍ତୁ ଜାଣିବା ଏହି ମହିଳା ଜଣକ କିଏ?

ମୋଦିଙ୍କ ଏହି ଭଉଣୀଙ୍କ ନାମ କମର ଶେଖ, ସିଏ ଅଗଷ୍ଟ ୧୮ ଅର୍ଥାତ ଆସନ୍ତାକାଲି ଦିଲ୍ଲୀରେ ପହଞ୍ଚିବାକୁ ଯାଉଛନ୍ତି। ଏହାପରେ ରାଖି ପୂଣ୍ଣିମାରେ ସେ ମୋଦିଙ୍କୁ ରାଖି ବାନ୍ଧିବେ।

ବିଶେଷ କଥା ହେଉଛି କମର ଗତ ୩୦ ବର୍ଷ ଧରି ମୋଦିଙ୍କ ହାତରେ ରାଖୀ ବାନ୍ଧୁଛନ୍ତି। କମର ଯେଉଁ ରାଖି ବାନ୍ଧନ୍ତି ତାକୁ ସେ ନିଜ ହାତରେ ସ୍ନେହରେ ତିଆରି କରନ୍ତି। ଚଳିତ ବର୍ଷ ମଧ୍ୟ ସେ ମୋଦିଙ୍କ ପାଇଁ ଏକ ସ୍ବତନ୍ତ୍ର ରାଖୀ ପ୍ରସ୍ତୁତ କରିଛନ୍ତି।

କମର ଶେଖ ମୂଳତଃ ପାକିସ୍ତାନର ବାସିନ୍ଦା। ସେ ପାକିସ୍ତାନର କରାଚିରେ ରହୁଛନ୍ତି। ସେ ୧୯୮୧ରେ ଅହମ୍ମଦାବାଦ ନିବାସୀ ମୋହସିନ ଶେଖଙ୍କ ସହିତ ବିବାହ କରିଥିଲେ, ଯିଏ ଜଣେ ଚିତ୍ରକର ଅଟନ୍ତି। ସେବେଠାରୁ କମରର ଶେଖ ନିୟମିତ ଭାବେ ଭାରତରେ ରୁହନ୍ତି।

ତେବେ ଏହି କାହାଣୀ ତିନି ଦଶନ୍ଧିରୁ ଅଧିକ ପୁରୁଣା। ୧୯୯୦ରେ କମର ପ୍ରଥମ ଥର ପାଇଁ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ସେହି ସମୟରେ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ଗୁଜୁରାଟର ତତ୍କାଳୀନ ରାଜ୍ୟପାଳ ସ୍ବରୂପ ସିଂଙ୍କ ତାଙ୍କୁ ମୋଦିଙ୍କ ସହ ପରିଚିତ କରାଇଥିଲେ। ସେବେଠାରୁ, କମର ଶେଖ ପ୍ରତିବର୍ଷ ରାଖୀ ତିଆରି କରି ମୋଦିଙ୍କୁ ବାନ୍ଧିଥା’ନ୍ତି।

ପ୍ରଧାନମନ୍ତ୍ରୀ ମୋଦଙ୍କ ପାଇଁ ସେ ବଜାରରୁ ରାଖୀ କିଣନ୍ତି ନାହିଁ ବୋଲି କମର କହିଛନ୍ତି। ସେ ନିଜେ ପ୍ରତିବର୍ଷ ଅନେକ ରାଖୀ ତିଆରି କରନ୍ତି । ଏହା ପରେ ସେ ସେଗୁଡିକୁ ମଧ୍ୟରେ ଗୋଟିଏ ବିଶେଷ ରାଖିକୁ ତିଆରି କରି ଭାଇ ମୋଦିଙ୍କୁ ପିନ୍ଧାଇ ଦିଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ପ୍ରବେଶ ଉପରେ ନଜର

ବ୍ରହ୍ମପୁର,୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଘୋଷଣା କରାଯିବା ପରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ରାଜନୈତିକ ମାହୋଲ…

୩ ରାଶି ଉପରେ ରହିବ ରାହୁ-କେତୁଙ୍କ କୃପା: ଘର, ଗାଡ଼ିଠାରୁ ଚାକିରି ଯାଏ ସବୁ ସ୍ୱପ୍ନ ହେବ ପୂରଣ!

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ଛାୟା ଗ୍ରହ ସହିତ ଅତ୍ୟନ୍ତ ପ୍ରଭାବଶାଳୀ ଗ୍ରହ ଭାବେ ବିବେଚନା କରାଯାଏ। ଏହି ଦୁଇ ଗ୍ରହଙ୍କ ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?