ପଟ୍ଟା ପାଇଁ କଣ୍ଟା ସାଜିଛି ‘ଏହି ଜମି ହସ୍ତାନ୍ତର ଯୋଗ୍ୟ ନୁହେଁ’

ରାୟଗଡ଼ା,୧୫ା୫: ଆଦିବାସୀ ବହୁଳ ରାୟଗଡ଼ା ଜିଲାବାସୀଙ୍କୁ କାଳ ସାଜିଛି ‘ଏହି ଜମି ହସ୍ତାନ୍ତର ଯୋଗ୍ୟ ନୁହେଁ’। ଏହି କାରଣରୁ ବହୁ ଲୋକ ଘରଡିହ ପଟ୍ଟା ପାଉନାହନ୍ତି। ପଟ୍ଟା ନ ଥିବା କାରଣରୁ ଜାଗା ବିକ୍ରି ହୋଇପାରୁନି କି ବ୍ୟାଙ୍କ ଋଣ ଆଣି ଗୃହ ନିର୍ମାଣ ନଚେତ ବ୍ୟବସାୟ ବି କରିହେଉନି। ଏଭଳି ଅଭିଯୋଗ ଆଣିଛନ୍ତି ରାୟଗଡ଼ା ବାସିନ୍ଦା। ନିୟମ ଗୋଟିଏ ହେଲେ ବିଭିନ୍ନ ନିୟମର ଆଳ ଦେଖାଉଛନ୍ତି ତହସିଲ କର୍ମଚାରୀମାନେ। ଫଳରେ ଜମି ମାଲିକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ମୁଖ୍ୟ କାରଣ ହେଉଛି ଯାହାର ଧନ ନାହିଁ, ତାହାର ଜାଗା ନାହିଁ ନ୍ୟାୟରେ ରାଜସ୍ବ ବିଭାଗ ପାତରଅନ୍ତର କରୁଛି। ଏଥିଯୋଗୁ ହଜାର ହଜାର ଆବେଦନ ପତ୍ର ଜିଲାର ବିଭିନ୍ନ ତହସିଲରେ ପଡ଼ିରହିଛି। ଦୀର୍ଘ ବର୍ଷରୁ ‘ଏହି ଜମି ହସ୍ତାନ୍ତର ଯୋଗ୍ୟ ନୁହେଁ’ ମନ୍ତବ୍ୟ ଉଚ୍ଛେଦ କରି ପଟ୍ଟା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ରହିଥିଲେ ମଧ୍ୟ ତହସିଲଦାରମାନେ ଏହାକୁ ଖାତିର କରୁନାହାନ୍ତି। ବିଶେଷକରି ଜିଲାର ରାୟଗଡ଼ା, କାଶୀପୁର, ବିଷମକଟକ ଓ ଗୁଣପୁରରେ ଏହି ନିର୍ଦ୍ଦେଶନାମା ପାଳନ କରାଯାଉ ନ ଥିବା ଜଣାପଡ଼ିଛି ା ଆବେଦନକାରୀ ବାରମ୍ବାର ପଚାରୁଥିଲେ ମଧ୍ୟ ଆଜିକାଲି କହି ଦିନ ଗଡିଚାଲିଛି।
ସୂଚନାଯୋଗ୍ୟ, ଗଞ୍ଜାମ-କୋରାପୁଟ ସେଟଲମେଣ୍ଟ ସମୟରେ ସହରର ଅଧିକାଂଶ ଲୋକଙ୍କ ଆର୍‌ଓଆର୍‌ରେ ‘ଏହି ଜମି ହସ୍ତାନ୍ତର ଯୋଗ୍ୟ ନୁହେଁ’ ବୋଲି ଉଲ୍ଲେଖ କରାଯାଇଥିଲା ା ପ୍ରାୟ ୫୦ବର୍ଷ ତଳର ଏହି ୧୨ ଅକ୍ଷର ବିଶିଷ୍ଟ ଲେଖା ଆଜି ମଧ୍ୟ ଲୋକଙ୍କୁ ହଇରାଣ କରୁଛି। ବିଭାଗୀୟ ଆନ୍ତରିକତା ଅଭାବ ଏବଂ ଅଧିକାରୀଙ୍କ ଲୋକଙ୍କ ହିତ ପାଇଁ ଚିନ୍ତା ନ ଥିବା ଏହାର ମୁଖ୍ୟ କାରଣ ବୋଲି ସାଧାରଣରେ କୁହାଯାଉଛି। ଏହି ନିୟମ ଉଚ୍ଛେଦ ପାଇଁ ୩୦ ବର୍ଷ ହେଲା ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତିଗତ ସ୍ତରରେ ଦାବି କରାଯାଉଥିଲେ ମଧ୍ୟ ସମାଧାନ ହେଉନାହିଁ। ଦୁଇ ବର୍ଷ ତଳେ ତତ୍କାଳୀନ ରାଜସ୍ବ ସଚିବ ତାରା ଦତ୍ତ ଏହାକୁ ଉଚ୍ଛେଦ ପାଇଁ ପ୍ରସ୍ତାବ ଦେଇଥିଲେ। ଯେଉଁମାନେ ସିଭିଲ କୋର୍ଟ ଦ୍ୱାରସ୍ଥ ହୋଇଛନ୍ତି, ସେମାନଙ୍କ ପଟ୍ଟାରୁ ଏହି ମନ୍ତବ୍ୟ ଉଚ୍ଛେଦ କରାଯାଇଥିଲା। ଏଭଳିକି ଗୋଟିଏ ପଟ୍ଟାକୁ ଦର୍ଶାଇ ବହୁ ବ୍ୟକ୍ତି ନିଜସ୍ତରରେ ଉଦ୍ୟମ କରି ଉପରୋକ୍ତ ବାକ୍ୟ ଉଚ୍ଛେଦ କରି ନୂତନ ପଟ୍ଟା ମଧ୍ୟ ନେଇସାରିଛନ୍ତି। ହେଲେ ଏଥିପାଇଁ ବହୁ ଖର୍ଚ୍ଚାନ୍ତ ହେବାକୁ ପଡ଼ଛି।
ଖବର ନେବାରୁ ଜଣାପଡ଼ିଛି, ୨୦୨୨ ମାର୍ଚ୍ଚ ୧୬ ସୁଦ୍ଧା ଏହା ଆବେଦନର ଶେଷ ତାରିଖ ବୋଲି ସରକାର ଘୋଷଣା କରିଥିଲେ। ଉକ୍ତ ଦିନ ସୁଦ୍ଧା ଯେଉଁମାନେ ଆବେଦନ କରିଥିଲେ, ସେମାନଙ୍କ ଫାଇଲ ଖୋଲାଯାଇ ନ ଥିବା ବେଳେ ଏହା ପୂର୍ବରୁ ଆହୁରି ଅନେକ ଲୋକ ପଟ୍ଟା ପାଇଁ ଅପେକ୍ଷା କରିଛନ୍ତି। ରାୟଗଡ଼ା ସହରର ବ୍ରାହ୍ମଣ ସାହି, କରଣ ସାହି, ପାଇକ ସାହି, ପିଟଲା ସାହି, ୟେଦୁ ସାହି, ମେନ୍‌ ରୋଡ଼, ମାଝି ସାହି ଏବଂ ଖେତାନଞ୍ଜି ତୋଟା ଅଞ୍ଚଳ ସମେତ ଜିଲାର ହଜାର ହଜାର ଲୋକ ଆବେଦନ କରିବାର ବର୍ଷେ ବିତିଯାଇଥିଲେ ମଧ୍ୟ ସେମାନଙ୍କ ପଟ୍ଟା ହୋଇପାରୁନାହିଁ। ଜମି କିଣାବିକାରେ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ନେଉଛନ୍ତି। ହେଲେ କେଉଁ ଆଇନ ଆଧାରରେ ପଟ୍ଟା ପ୍ରଦାନ କରାଯାଉନାହିଁ ତାହା ତଦନ୍ତ ସାପେକ୍ଷ।
ପଟ୍ଟା ପାଇଁ ହଇରାଣ ହେଉଥିବା ରାୟଗଡ଼ାର ଗୋପରଞ୍ଜନ ବକ୍ସିପାତ୍ର କହିଛନ୍ତି ଯେ, ତାଙ୍କର ମେନ ରୋଡ଼୍‌ରେ ଜମି ରହିଛି। ସେ ପଟ୍ଟା ପାଇଁ ଦୀର୍ଘ ଦିନରୁ ଆବେଦନ କରିଥିଲେ ମଧ୍ୟ ‘ଏହି ଜମି ହସ୍ତାନ୍ତର ଯୋଗ୍ୟ ନୁହେଁ’ ତାଙ୍କ ପାଇଁ କଣ୍ଟା ସାଜିଛି। ପଟ୍ଟା ପାଇଁ କହିଲେ ଆଜିକାଲି କହି ତହସିଲରେ ସମୟ ଗଡ଼ାଉଛନ୍ତି। ବର୍ଷେରୁ ଉର୍ଦ୍ଧ୍ୱ ହେବ ଖାଲି ଆଶ୍ୱାସନା ମିଳୁଛି, ହେଲେ କାର୍ଯ୍ୟକାରୀ ହେଉନାହିଁ। ସେ ଆହୁରି କହିଛନ୍ତି, ତହସିଲ କାର୍ଯ୍ୟାଳୟର କିଛିି କର୍ମଚାରୀ ପ୍ରାୟ ୨୦ ହଜାର ଟଙ୍କା ଲାଞ୍ଚ ଚାହୁଁଛନ୍ତି। ଜମିର ପଟ୍ଟା ପାଇବାକୁ ମୁଁ ହକଦାର। ଲାଞ୍ଚ କାହିଁକି ଦେବି ବୋଲି ଗୋପରଞ୍ଜନ କହିଛନ୍ତି। ସେହିପରି ପିଟଲା ସାହିର ବି.ତାରିଣୀ ମଧ୍ୟ ଦୀର୍ଘ ଦିନ ହେଲା ପଟ୍ଟା ପାଇଁ ଆବେଦନ କରିଥିଲେ ବି ମିଳିନି। ଖେତାନଞ୍ଜି ତୋଟା ଅର୍ଥାତ ୧୫ନଂ ୱାର୍ଡ଼ କାଉନସିଲର ସନ୍ତୋଷ ଦଳାଇ ମଧ୍ୟ ଅନୁରୂପ ଅଭିଯୋଗ କରିଛନ୍ତି ଖେତାନଞ୍ଜି ତୋଟା ବାସିନ୍ଦା ଦୀର୍ଘ ଦିନରୁ ଜାଗା କିଣି ଘର କରି ରହିଆସୁଥିବା ଗରିବ ଶ୍ରେଣୀର ଲୋକ ପଟ୍ଟା ପାଇଁ ଆବେଦନ କରି ନୟାନ୍ତ ହୋଇଗଲେଣି। ଏ ନେଇ ରାୟଗଡ଼ା ତହସିଲଦାର ତାପସ ରାଉତଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ୧୯୮୫ରୁ ରାୟଗଡ଼ା ନଗର ଗଠନ ହୋଇଥିଲା। ଏହା ପରଠାରୁ ଯାହା କିଣାବିକା ହୋଇଥିବା ସେ ବାବଦର ସମସ୍ତ ଲିଙ୍କ ଡକ୍ୟୁମେଣ୍ଟ ଆବଶ୍ୟକ। ଯାହାର ଅଛି ସେଗୁଡ଼ିକୁ ଆମେ କରିଦେଉଛୁ ବୋଲି କହିଛନ୍ତି। ଅନ୍ୟ ଜଣେ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ ନିଜ ନାମ ଗୋପନ ସର୍ତ୍ତରେ କହିଛନ୍ତି ଯେ, ପଟ୍ଟା ପ୍ରଦାନରେ ବିଳମ୍ବର କୌଣସି ଆବଶ୍ୟକ ନାହିଁ। ଆବେଦନ ପତ୍ର ପାଇବା ପରେ ବିଭାଗୀୟ ପରମ୍ବକ ବହି ଓ ଅନ୍ୟ ନଥିପତ୍ର ଯାଞ୍ଚ କରି ପଟ୍ଟା ପ୍ରଦାନ କରିପାରିବେ। ଏଭଳିକି ତହସିଲ କାର୍ଯ୍ୟାଳୟରେ ଏସବୁ ଯାଞ୍ଚ କରି ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ପଠାଇ ଦେବା ଆବଶ୍ୟକ। ଉପଜିଲାପାଳ ନିଜ ସ୍ତରରେ ଏହାର ତଦନ୍ତ କରି ପଟ୍ଟା ପାଇଁ ଅନୁମତି ଦେଇପାରିବେ। ଜାଗାଟି ଆବେଦନକାରୀ ତଥା କିଣିଥିବା ବ୍ୟକ୍ତିଙ୍କ ପଜେନସନ୍‌ରେ ରହିଛି କି ନାହିଁ ଦେଖିବାକୁ ହେବ। ଯଦି ସମସ୍ତ ତଥ୍ୟ ଠିକ୍‌ ଅଛି ତେବେ ବ୍ୟକ୍ତିଜଣକ ପଟ୍ଟା ପାଇବାର ଯୋଗ୍ୟ। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ପଯ୍ଟା ଆବେଦନ କାରୀମାନେ ଦାବି କରିଛନ୍ତି।

ଆଶିଷ ରଞ୍ଜନ ପଣ୍ଡା


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

ବାହୁଦା ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ ଘଟଣା, ଆଜି ମିଳିଲା….

ଦିଗପହଣ୍ଡି/ଚିକିଟି,୧୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଳକ ଲାଲମେଣ୍ଟା ପଞ୍ଚାୟତ କୋଳିପେଣ୍ଠ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବୃନ୍ଦାବନ…

ପେଟ୍ରୋଲ ଦରକୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଲିଟର ପ୍ରତି ୧୦୦ ଟଙ୍କା….

ଇସଲାମାବାଦ,୧୩।୯: ମହଙ୍ଗା ଇନ୍ଧନ ଦରରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ପାକିସ୍ତାନ ସରକାର ଏକ ବଡ଼ ରିଲିଫ୍‌ ଯୋଜନା ଘୋଷଣା କରିଛି। ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ…

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

କଟକରେ ମହିଳାଙ୍କୁ ହତ୍ୟା; ବନ୍ଦ ଘର ଭିତରେ ପଥର ଛେଚି….

କଟକ,୧୩।୯(ପ୍ରଭୁକଲ୍ୟାଣ ପାଲ୍): କଟକ ସିଡିଏ ସେକ୍ଟର ୧୩ ନମ୍ବରରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ଫେଜ ୨ ଥାନା ଅନ୍ତର୍ଗତ କାଠଯୋଡ଼ି ନଦୀ କୂଳ ବସ୍ତିରେ ମହିଳାଙ୍କୁ…

ଋଷିକୁଲ୍ୟା ରୟତ ମହାସଭାର ବଡ଼ ଦାବି

ଛତ୍ରପୁର,୧୩ା୯(ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଭାଗଚାଷୀଙ୍କ ସ୍ବାର୍ଥରକ୍ଷା ପାଇଁ ସ୍ବତନ୍ତ୍ର ଭାଗଚାଷୀ ଆଇନ ପ୍ରଣୟନ ସହ ଭୂ-ବନ୍ଦୋବସ୍ତ ପ୍ରକ୍ରିୟା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?