ବାତ୍ୟା ପାଇଁ ତୁରନ୍ତ ଆର୍ଥିକ ସହାୟତା ମାଗିଲେ ନାହିଁ ରାଜ୍ୟ ସରକାର; ଏବେ ଟୁଇଟ୍‌ କରି କାରଣ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଓଡ଼ିଶା ଗସ୍ତରେ ଆସି ବାତ୍ୟା ‘ୟାସ୍‌’ଜନିତ କ୍ଷୟକ୍ଷତିର ସମୀକ୍ଷା କରିଥିଲେ। ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଏଥିରେ ଦାବି କରାଯାଇ ନ ଥିଲା। ଏବେ ସରକାରଙ୍କ ଏଭଳି ନିଷ୍ପତ୍ତି ପଛରେ ରହିଥିବା କାରଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ସୂଚନା ଜଣାଇଛନ୍ତିି।

ଦେଶରେ ଏବେ ମହାମାରୀ କରୋନା ଶୀର୍ଷରେ ଥିବା ଯୋଗୁ ଆମେ କେନ୍ଦ୍ର ସରକାରଙ୍କୁ ତୁରନ୍ତ ଆର୍ଥିକ ସହାୟତା ମାଗିନାହୁଁ। ଏଭଳି ସମୟରେ କେନ୍ଦ୍ର ଉପରେ ଆମେ ଆର୍ଥିକ ବୋଝ ଲଦିବାକୁ ଚାହୁଁନାହୁଁ। ଏବେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି, ତାହାକୁ ଆମେ ଆମ ସମ୍ବଳରେ ପରିଚାଳନା କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାଛଡ଼ା ପ୍ରତିବର୍ଷ ଏଭଳି ପ୍ରାକୃତିକ ଦୁର୍ବିପାକ ଆସୁଥିବା ହେତୁ ଏହାର ଦୀର୍ଘସୂତ୍ରୀ ସମାଧାନ ଯେପରିକି ବିପର୍ଯ୍ୟୟକୁ ସମ୍ଭାଳିପାରୁଥିବା ଭଳି ବିଦ୍ୟୁତ ବ୍ୟବସ୍ଥା ସହ ଉପକୂଳକୁ ସୁରକ୍ଷା ଯୋଗାଇ ପାରୁଥିବା ବ୍ୟବସ୍ଥା ପାଇଁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ଲଢ଼ିପାରିବେନି କର୍ପୋରେଟର, କାଉନସିଲର

ବ୍ରହ୍ମପୁର ଅଫିସ,୨୮ା୯: ଗଞ୍ଜାମ ବିଜେଡିର ଜିଲାସ୍ତରୀୟ ସମବାୟ ନିର୍ବାଚନ କମିଟି ବୈଠକ ମଙ୍ଗଳବାର ବ୍ରହ୍ମପୁରରେ ଅନୁଷ୍ଠିତ ହୋଇଯାଇଛି। ଅକ୍ଟୋବରରେ ହେବାକୁ ଥିବା ବ୍ରହ୍ମପୁର ଓ ଆସିକା...

ବଜ୍ରପାତ ନେଲା ୭ ଜୀବନ

ବାଲେଶ୍ୱର ଅଫିସ/ ରେମୁଣା/ସଜନାଗଡ/ ଚାନ୍ଦବାଲି/ଭଦ୍ରକ ଅଫିସ/କେନ୍ଦୁଝର, ୪। ୮(ଡି.ଏନ.ଏ./ସ୍ବ.ପ୍ର.) ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ ବଜ୍ରପାତ ହୋଇ ଅକାଳରେ ୭ଜଣଙ୍କ ଜୀବନ ଯାଇଛି।...

ବସ ଭଡ଼ା ବୃଦ୍ଧିକୁ ସମାଜବାଦୀ ପାର୍ଟିର ବିରୋଧ

ଭୁବନେଶ୍ୱର, ୧୧ା୭(ବ୍ୟୁରୋ)- ଡିଜେଲ ଦର ବୃଦ୍ଧି ହେଉ ହେଉ ରାଜ୍ୟ ସରକାର ବସ୍‌ ଭଡା ବୃଦ୍ଧି କରିଛନ୍ତି। ଯାହାକୁ ସମାଜବାଦୀ ପାର୍ଟି ବିରୋଧ କରିବା ସହ...

୨୪ରେ ପ୍ରବଳ ବର୍ଷା ସୂଚନା

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ) : ଉତ୍ତର-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଆସନ୍ତା ୨୪ତାରିଖ ଦିନ ପ୍ରବଳ ବର୍ଷା...

ତାଳଚେରରେ ଖୁବ୍‌ଶୀଘ୍ର ଏନ୍‌ଟିପିସିର ନୂଆ ୟୁନିଟ୍‌

ଭୁବନେଶ୍ୱର, ୬।୪(ବ୍ୟୁରୋ): ତାଳଚେର ତାପଜ ବିଦ୍ୟୁତ୍‌ କେନ୍ଦ୍ର(ଟିଟିପିଏସ୍‌)କୁ ଚାଲୁ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଏକ ପତ୍ର ଲେଖିଥିଲେ। ସେହି ଅନୁଯାୟୀ...

ଶିଶୁକନ୍ୟାଙ୍କ ଜୀବନ ନେଲା ପାଳଗଦା ନିଆଁ

ଝରିଗାଁ,୧୪ା୨: ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତର କୁସୁମବାହାଲ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ପାଳଗଦା ନିଆଁରେ ପୋଡ଼ି ଜଣେ ୬ବର୍ଷର...

ପୂର୍ବତନ ପୋଲିସ ଏସ୍‌ଆଇଙ୍କୁ ୩ବର୍ଷ ଜେଲ

ଭୁବନେଶ୍ୱର, ୧୪ା୮(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନାର ପୂର୍ବତନ ଏସ୍‌ଆଇ ରାମଚନ୍ଦ୍ର ସେଠୀଙ୍କୁ ମଙ୍ଗଳବାର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦଣ୍ଡିତ କରିଛନ୍ତି। ସେ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ...

ବଇଣ୍ଡାରେ ଫଗୁଦଶମୀ

ବଇଣ୍ଡା,,୧୫।୩(ଡି.ଏନ.ଏ.) କିଶୋରନଗର ବ୍ଲକ ବଇଣ୍ଡା ରାଧାକୃଷ୍ଣ ମନ୍ଦିର ପରିସରରେ ରବିବାର ରାଧାକୃଷ୍ଣଙ୍କ ଫଗୁ ଦଶମୀ ନୀତି ପାଳିତ ହୋଇଯାଇଛି। ପୂଜକ ମଦନ ମୋହନ ମିଶ୍ର ପୂଜା...

Advertisement
Archives

Model This Week