Posted inଖେଳ

ଗ୍ରାମରେ ନେଟ୍‌ଓ୍ବର୍କ ସମସ୍ୟା ସମାଧାନ କଲେ ଏହି ଭାରତୀୟ ଅମ୍ପାୟର

ନୂଆଦିଲ୍ଲୀ, ୧୪।୭- ମହାମାରୀ କରୋନା ଭାଇରସ ଲାଗି ବିଶ୍ୱରେ କ୍ରୀଡ଼ା ପ୍ରତିଯୋଗିତା ବିଶେଷ ଭାବେ ପ୍ରଭାବିତ ହୋଇଛି। ଦୀର୍ଘ ୪ ମାସର ବ୍ୟବଧାନ ପରେ ନିକଟରେ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହୋଇଛି। କରୋନା ସମୟରେ କ୍ରିକେଟ୍‌ ପ୍ରତିଯୋଗିତା ବନ୍ଦ ରହିଥିବାରୁ ଅମ୍ପାୟରମାନେ ମଧ୍ୟ ଚୌକା, ଛକା, ଆଉଟ୍‌ ସିଗ୍‌ନାଲ ଦେବାରୁ ବିରତି ପାଇଥିଲେ। ଏଥିରୁ ବାଦ୍‌ ପଡ଼ି ନ ଥିଲେ ଆଇସିସି ପ୍ୟାନେଲ ଅମ୍ପାୟର ଅନିଲ ଚୌଧୁରୀ। ଭାରତୀୟ ଅମ୍ପାୟର ଅନିଲ ପଡ଼ିଆରେ ସିନା ସିଗ୍‌ନାଲ ଦେବାରୁ ବିରତି ପାଇଥିଲେ କିନ୍ତୁ ନିଜ ଗ୍ରାମର ଲୋକଙ୍କ ନିକଟରେ ମୋବାଇଲ୍‌ ନେଟ୍‌ଓ୍ବର୍କ ସିଗ୍‌ନାଲ ପହଞ୍ଚାଇବାରେ ସଫଳ ହୋଇଛନ୍ତି। କରୋନା ଲାଗି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ ସ୍ଥଗିତ ରଖାଯିବା ପରେ ଅନିଲ ସମୟ ଅତିବାହିତ କରିବା ପାଇଁ ନିଜ ଗ୍ରାମ ଉତ୍ତର ପ୍ରଦେଶର ଶାମଲି ଜିଲା ଅନ୍ତର୍ଗତ ଡାଙ୍ଗରୋଲକୁ ପଳାଇଥିଲେ। ଯାହାକି ଜାତୀୟ ରାଜଧାନୀଠାରୁ ୮୦ କିଲୋମିଟର ଦୂର। ଗ୍ରାମରେ ପହଞ୍ଚତ୍ବା ପରେ ଅନିଲ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଗ୍ରାମକୁ ମୋବାଇଲ ଟାଓ୍ବାର ଆସୁ ନ ଥିବାରୁ ସେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲେ। ଏପରିକି ଆଇସିସିର କେତେକ କର୍ମଶାଳାରେ ମଧ୍ୟ ଯୋଗ ଦେଇପାରି ନ ଥିଲେ। ଗ୍ରାମବାସୀମାନେ ବଡ଼ ବଡ଼ ଗଛରେ ଚଢ଼ି କଥା ହେଉଥିବାର ଅନିଲ ଦେଖିବାକୁ ପାଇଲେ। ଯାହା ତାଙ୍କୁ ଅଧିକ ବିସ୍ମିତ କରିଥିଲା। ଏହି ସମସ୍ୟାକୁ ଅନିଲ ଏକ ଖବର ସରବରାହ ସଂସ୍ଥାକୁ ଜଣାଇଥିଲେ। ଏହା ଜଣାପଡ଼ିବା ପରେ ଏକ ଟେଲିକମ୍‌ କମ୍ପାନୀ ତାଙ୍କ ସହ ଯୋଗାଯୋଗ କରି ଗ୍ରାମରେ ମୋବାଇଲ୍‌ ଟାଓ୍ବାର ସ୍ଥାପନ କରିବା ନେଇ ପ୍ରତିଶ୍ରୁତି ଦେଇଥିଲା। ଶେଷର କମ୍ପାନୀ ଏହାର ପ୍ରତିଶ୍ରୁତି ରକ୍ଷା କରି ଅନିଲଙ୍କ ଗ୍ରାମରେ ମୋବାଇଲ ଟାଓ୍ବାର ସ୍ଥାପନ କରିଛି। ଫଳରେ ଗ୍ରାମବାସୀଙ୍କ ବହୁ ବର୍ଷର ସମସ୍ୟା ଅନିଲ ସମାଧାନ କରିପାରିଛନ୍ତି। ଅନିଲ ଏହି ଅବସରରେ କହିଛନ୍ତି, ‘ମୁଁ ବହୁତ ଖୁସି ଯେ ଗ୍ରାମବାସୀମାନେ ବର୍ତ୍ତମାନ ନିରବଚ୍ଛିନ୍ନ ଭାବେ ମୋବାଇଲରେ କଥା ହୋଇପାରିବେ। ସେହିଭଳି ଯେଉଁ ପିଲାମାନେ ଏକାଡେମୀ କାର୍ଯ୍ୟ ପାଇଁ ମୋବାଇଲ ବ୍ୟବହାର କରନ୍ତି ସେମାନେ ମଧ୍ୟ ଏହାର ସୁବିଧା ପାଇପାରିବେ।’


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri