Posted inଜାତୀୟ

ପ୍ରଥମରୁ ୧୦ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ମାଗଣା ସ୍କୁଲ୍‌ କିଟ୍‌ ଦେବେ ଏହି ସରକାର

ହାଇଦ୍ରାବାଦ୍‌, ୮।୧୦: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍‌ ମୋହନ ରେଡ୍ଡୀ ଗୁରୁବାର ଦିନ ଆଉ ଏକ ଜନକଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାର ନାମ ‘ଜଗନ୍ନା ବିଦ୍ୟା କାନୁକା’ ରଖାଯାଇଛି। ଏହି ସ୍କିମ ଅନୁଯାୟୀ, ପ୍ରଥମରୁ ୧୦ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ଛାତ୍ରୀଛାତ୍ରଙ୍କୁ ଗୋଟିଏ ଲେଖାଏ କିଟ୍‌ ପ୍ରଦାନ କରାଯିବ। ଯେଉଁଥିରେ ୩ଟି ୟୁନିଫର୍ମ, ଦୁଇହଳ ଜୋତା ଓ ମୋଜା, ଶ୍ରେଣୀ ଅନୁଯାୟୀ ନିର୍ଦ୍ଦିଷ୍ଟ ପାଠ୍ୟ ପୁସ୍ତକ, ନୋଟ୍‌ ବୁକ୍‌ ଏବଂ ଗୋଟିଏ ସ୍କୁଲ ବ୍ୟାଗ୍‌ ଏଥିରେ ରହିବ। ପ୍ରତ୍ୟେକ କିଟ୍‌ ପିଛା ୧୬୦୦ ଟଙ୍କା ଖର୍ଚ୍ଚ କରାଯିବ ବୋଲି ଜଣାପଡ଼ିଛି। ମୋଟ୍‌ ଉପରେ ୪୨ ଲକ୍ଷ ୩୪ ହଜାର ୩୨୨ କିଟ୍‌ ପ୍ରଦାନ କରାଯିବ। ଏଥିଲାଗି ୬୫୦ କୋଟି ଟଙ୍କାର ବଜେଟ୍‌ ସ୍ଥିର କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କୃଷ୍ଣ ଜିଲାର ପୁନାଦିପାଦୁ ଗ୍ରାମରେ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ଏହି କିଟ୍‌ ପ୍ରଦାନ କରିଛନ୍ତି। ଛାତ୍ରୀଛାତ୍ରଙ୍କ ସମସ୍ତ ଆବଶ୍ୟକତା ପ୍ରଦାନ କରି ପିତାମାତାଙ୍କ ଉପରୁ ବୋଝ ହ୍ରାସ କରିବା ଏହି ଯୋଜନାର ଲକ୍ଷ୍ୟ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୧,୦୦୦ରୁ ଅଧିକ ଯୁବତୀଯୁବକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୋଦି: ଆଗାମୀ ବର୍ଷଗୁଡ଼ିକରେ…

ନୂଆଦିଲ୍ଲୀ,୨୩।୫: ପ୍ରଧାନମନ୍ତ୍ରୀ ମୋଦି ୫୧,୦୦୦ରୁ ଅଧିକ ଯୁବକଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୯ତମ ‘ରୋଜଗାର ମେଳା’ (ନିଯୁକ୍ତି ମେଳା)ରେ…

ରାତିରେ ତେଲ ଆସୁଛି କିନ୍ତୁ ସକାଳୁ ସରିଯାଉଛି: ବଡ଼ ବଡ଼ ବ୍ୟାରେଲରେ ବୋହି ନେଉଛନ୍ତି, ବିରୋଧ କରୁଛନ୍ତି…

ମୋହନା,୨୩।୬(ମନ୍ମଥ ମିଶ୍ର): ବଡ଼ବଡ଼ ବ୍ୟାରେଲରେ ପେଟ୍ରୋଲ ଡିଜେଲ ଦିଆଯିବା ନେଇ ସ୍ଥାନୀୟ ଲୋକଙ୍କ ବିରୋଧ ଦେଖୁବାକୁ ମିଳିଛି। ଗଜପତି ଜିଲା ମୋହନା ବ୍ଲକ ଲୁହାଗୁଡ଼ି ୩୨୬ ଜାତୀୟ…

ହରିଣ ଶିକାର କଲାବେଳେ ମାଡ଼ିବସିଲା ବନ ବିଭାଗ, ଶିକାରୀଙ୍କଠାରୁ ଫାଶ ସହ ଜବତ କଲା…

ମହାକାଳପଡ଼ା,୨୩ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ଶାସନପେଟା ଗ୍ରାମ ପାର୍ଶ୍ୱ ଜଙ୍ଗଲରୁ ଦୁଇ ଶିକାରୀ ହରିଣ ଶିକାର କରିଥିବାବେଳେ…

୭୦୧୫ ଚାଷୀଙ୍କ ଧାନବିକ୍ରି ଟୋକନ BLOCKED: ସମାଧାନ ନ ହେଲେ ବିଧାୟକ, ଏମ୍‌ପିଙ୍କ ଅଫିସ ଆଗରେ…

ବରଗଡ଼,୨୩।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟାକୁ ୧୨ଦିନରେ ପହଞ୍ଚିଛି । ତେବେ ଧାନ ବିକ୍ରି ପାଇଁ ଆବେଦନ କରିଥିବା…

ପୋତାଗଡ଼ ଗଡଖାଇରୁ ଆହତ ହରିଣ ଉଦ୍ଧାର, ବନ ବିଭାଗକୁ ହସ୍ତାନ୍ତର କଲେ ସ୍ଥାନୀୟ ଯୁବକ

ଗଞ୍ଜାମ,୨୩।୫(ଅନାଥ ତରାଇ ): ଗଞ୍ଜାମ ସହର ସ୍ଥିତ ଐତିହାସିକ ପୋତାଗଡ଼ ଦୁର୍ଗ ନିକଟରୁ ଏକ ଅସହାୟ ହରିଣକୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ପୋତାଗଡ଼…

ସୋସିଆଲ ମିଡିଆରେ ଏମିତି ମନ୍ତବ୍ୟ ଦେଇ ନିଲମ୍ବିତ ହେଲେ ଶିକ୍ଷକ

ନୂଆପଡ଼ା,୨୩ା୫(ମକାରୁ ବେମାଲ):ସାମାଜିକ ଗଣମାଧ୍ୟମ ଫେସ୍‌ବୁକରେ ବିଭ୍ରାନ୍ତିକର ମନ୍ତବ୍ୟ ଦେଇ ନୂଆପଡ଼ା ଜିଲାର ଜଣେ ସହକାରୀ ଶିକ୍ଷକ ନିଲମ୍ବିତ ହୋଇଛନ୍ତି। ସୂଚନା ମୁତାବକ, ନୂଆପଡ଼ା ଜିଲା କୋମନା ବ୍ଲକ…

ସୋରିପଡ଼ା, ଖଲିଆପଡ଼ାରେ ଜଳ ସଙ୍କଟ: ପାଣି ଟୋପେ ପାଇଁ ହନ୍ତସନ୍ତ

ନୂଆପଡ଼ା,୨୩ା୫ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ୍‌ ଜଟଗଡ଼ ପଞ୍ଚାୟତ ସୋରିପଡ଼ା ଓ ଖଲିଆପଡ଼ାରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ସୂଚନା ଅନୁଯାୟୀ ସୋରିପଡ଼ା ଗଁାରେ ୫୦ରୁ…

ଅଧରାତିରେ ଚାଲାଣ ହେଉଥିଲା ଗୋରୁ, ମାଡ଼ିବସିଲେ ଗ୍ରାମବାସୀ: ଆଉ ତା’ପରେ…

ମହାକାଳପଡ଼ା,୨୩।୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ପିତାପାଟ ଗ୍ରାମ ପାଇଟାଳ କନ୍ଧା ବାଲି ମାଉଣ୍ଟଠାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଗାଡ଼ିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri