ଏହି ଦେଶକୁ ମିଳିଲା ୧,୦୯୮ କ୍ୟାରେଟ୍‌ ପୃଥିବୀର ତୃତୀୟ ବୃହତ୍ତମ ହୀରା: ଏବେ ସୁଧୁରିବ ଆର୍ଥିକ ଅବସ୍ଥା…

ଗାର୍ବୋନ୍‌,୧୭।୬: ଆଫ୍ରିକୀୟ ଦେଶ ବୋଷ୍ଟଓ୍ବାନାକୁ ପୃଥିବୀର ତୃତୀୟ ବୃହତ୍ତମ ହୀରା ମିଳିଛି। ଜୁନ୍‌ ୧ରେ ମିଳିଥିବା ଏହି ହୀରାକୁ ରାଷ୍ଟ୍ରପତି ମୋକଗଓ୍ବେତ୍ସି ମସିସି ବୁଧବାର ଦେଖିଛନ୍ତି। ହୀରା ଖନନକାରୀ କମ୍ପାନୀ ଦେବସ୍ବାନାର ପରିଚାଳନା ନିର୍ଦ୍ଦେଶକ ଲାୟନଟି ଆର୍ମଷ୍ଟ୍ରଙ୍ଗ୍‌ ଏହାକୁ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଛନ୍ତି। ଏହି ହୀରାର ଓଜନ ୧,୦୯୮ କ୍ୟାରେଟ୍‌। ଏହାଦ୍ୱାରା ବୋଷ୍ଟଓ୍ବାନାର ଆର୍ଥିକ ସ୍ଥିତିରେ ସୁଧାର ଆସିବ ବୋଲି କୁହାଯାଉଛି। ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଲଭ ହୀରାର ନାମ କରଣ କରାଯାଇ ନାହିଁ। ଏହି ହୀରାର ଲମ୍ବ ୭୩ ମିଲିମିଟର ଏବଂ ଚୌଡ଼ା ୫୨ ମିଲିମିଟର ରହିଛି ବୋଲି ଦେବସ୍ବାନା କମ୍ପାନୀ ପକ୍ଷରୁ କୁହାଯାଇଛି। ଏହାପୂର୍ବରୁ ୧୯୦୫ରେ ଦକ୍ଷିଣ ଆଫ୍ରିକା ଖଣିରୁ ପୃଥିବୀର ବୃହତ୍ତମ ହୀରା କୁଲିନାନ୍‌ ମିଳିଥିଲା। ଏହାର ଓଜନ ୩,୧୦୬ କ୍ୟାରେଟ୍‌। ସେହିପରି ୨୦୧୫ରେ ଉତ୍ତର ପୂର୍ବ ବୋଷ୍ଟଓ୍ବାନାର ଖଣିରୁ ୧,୧୦୯ କ୍ୟାରେଟ୍‌ ଓଜନ ବିଶିଷ୍ଟ ପୃଥିବୀର ଦ୍ୱିତୀୟ ବୃହତ୍ତମ ହୀରା ଲେସିଡି ଲା ରୋନା ମିଳିଥିଲା। ସୂଚନାଯୋଗ୍ୟ,ଦେବସ୍ବାନା କମ୍ପାନୀ ଦ୍ୱାରା ବିକ୍ରି ହେଉଥିବା ହୀରାର ୮୦ ପ୍ରତିଶତ ରାଜସ୍ବ ସରକାରଙ୍କ ପାଖକୁ ଯାଇଥାଏ। କରୋନା ମହାମାରୀ ଯୋଗୁ ହୀରା ବିକ୍ରି ହ୍ରାସ ପାଇଛି। ଏହାଦ୍ୱାରା ବୋଷ୍ଟଓ୍ବାନାର ଆର୍ଥିକ ସ୍ଥିତି ସଙ୍କଟ ଦେଇ ଗତି କରୁଛି। ମାତ୍ର ହୀରା ମିଳିବା ଯୋଗୁ ଲୋକେ ଏବେ ଆନନ୍ଦରେ ଉତ୍ସବ ପାଳନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୋଗୀଙ୍କ ସାମ୍ନାରେ ଡ୍ୟାନ୍ସ କଲେ ଡାକ୍ତର, ଭିଡିଓ ଭାଇରାଲ

ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ, ଯେଉଁଥିରୁ କିଛି ଶିକ୍ଷା ମଧ୍ୟ ମିଳିଥାଏ। ଏବେ ଏପରି ଏକ ଭିଡିଓ ଭାଇରାଲ ହୋଇଛି,...

ସ୍କୁଲ ଉପରେ ଏୟାର ଷ୍ଟ୍ରାଇକ୍‌: ଚାଲିଗଲା ୧୩ ଜୀବନ

ନାଏପିଡାଉ,୨୦।୯: ଉତ୍ତର-ମଧ୍ୟ ମ୍ୟାନମାରର ସାଗିଙ୍ଗ ଅଞ୍ଚଳର ଏକ ସ୍କୁଲ ଉପରେ ଏୟାର ଷ୍ଟ୍ରାଇକ୍‌ ହୋଇଛି। ଏଥିରେ ୭ ଜଣ ଶିଶୁଙ୍କ ସମେତ ଅତି କମରେ ୧୩...

ବିବାହକୁ ଡରି ଘରୁ ପଳାଇଯାଇଥିବା ମାଣ୍ଡେଲା ଶେଷରେ ୩ ଜଣଙ୍କୁ ବିବାହ କରିଥିଲେ

କେପ୍‌ ଟାଉନ୍‌,୧୮।୭: ବର୍ଣ୍ଣ ବୈଶମ୍ୟକୁ ନେଇ ସ୍ବର ଉତ୍ତୋଳନ କରିଥିବା ଦକ୍ଷିଣ ଆଫିକ୍ରାର ନେତା ନେଲସନ ମାଣ୍ଡେଲା ଘରେ ଘରେ ବେଶ୍‌ ପରିଚିତ। ତାଙ୍କୁ ‘ଚାମ୍ପିୟନ...

ପିଲାଙ୍କୁ ପସନ୍ଦ ଡିଜିଟାଲ୍‌ ଲର୍ନିଂ

ଓ୍ମାଶିଂଟନ୍‌: ସ୍ମାର୍ଟଫୋନ୍‌, ଇ-ବୁକ୍ସ ଓ ଟାବଲେଟ୍‌ ପ୍ରତି ଛୋଟ ପିଲାମାନେ ଅଧିକ ଆକର୍ଷିତ ହେଉଛନ୍ତି। କିନ୍ତୁ ଏସବୁର ବ୍ୟବହାର ଦ୍ୱାରା ପିଲାମାନେ କିଛି ଶିଖି ପାରିବେ...

ରୁଷିଆ-ୟୁକ୍ରେନ ସଙ୍କଟକୁ ନେଇ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ବୈଠକ: ଭୋଟିଂରୁ ବିରତ ରହିଲା ଭାରତ

ନ୍ୟୁୟର୍କ,୨୮ ।୨: ରୁଷିଆ ପକ୍ଷରୁ ୟୁକ୍ରେନ ଉପରେ ଚାଲିଥିବା ଆକ୍ରମଣକୁ ନେଇ ରବିବାର ବିଳମ୍ବିତ ରାତି ଅର୍ଥାତ୍ ରାତି ପ୍ରାୟ ୧ଟା ୩୦ ମିନିଟରେ ମିଳିତ...

ବୈଜ୍ଞାନିକ ତିଆରି କଲେ ନିଆରା ମେଶିନ: ଏକ ସପ୍ତାହ ପର୍ଯ୍ୟନ୍ତ ବାହାରେ ଜୀବନ୍ତ ରହିପାରିବ ଲିଭର

ଲଣ୍ଡନ,୧୪।୧: ମଣିଷର କୌଣସି ଅଙ୍ଗକୁ ଡୋନରଙ୍କ ଶରୀରରୁ ବାହାର କରିବା ପରେ ୬ରୁ ୧୨ ଘଣ୍ଟା ମଧ୍ୟରେ ଟ୍ରାନ୍ସପ୍ଲାଣ୍ଟ କରିଦିଆଯାଇଥିବା କୁହାଯାଏ। ବିଶେଷଜ୍ଞଙ୍କ ମତରେ ଲିଭର...

ପ୍ରଧାନମନ୍ତ୍ରୀ ଦୌଡ଼ରେ ବୋରିସ ଜନସନ, ଫେରିଲେ ଲଣ୍ଡନ…

ଲଣ୍ଡନ,୨୨।୧୦ : ବ୍ରିଟେନରେ ନୂତନ ପ୍ରଧାନମନ୍ତ୍ରୀ ପଦ ପାଇଁ ନିର୍ବାଚନ ଆସନ୍ତା ଶୁକ୍ରବାର ଅନୁଷ୍ଠିତ ହୋଇପାରେ। ମୂଳ ଭାରତୀୟ ଋଷି ସୁନାକ ନୂତନ ପ୍ରଧାନମନ୍ତ୍ରୀ ପଦ...

ଚାଇନାର ବ୍ୟବସାୟ ଯୁଦ୍ଧ, ମେଡ୍‌ ଇନ୍‌ ତାଇଓ୍ବାନ ଉତ୍ପାଦ ଆମଦାନୀ-ରପ୍ତାନି ଉପରେ କଟକଣା…

ବେଜିଂ, ୭।୮ : ଆମେରିକାର ଟେକ୍‌ଜାଣ୍ଟ୍‌ ଆପଲ ଏହାର ଯୋଗାଣକାରୀଙ୍କୁ ଚାଇନା କଷ୍ଟମ ନିୟମକୁ କଡାକଡି ପାଳନ କରିବାକୁ ଏବଂ ତାଇୱାନର ଉତ୍ପାଦଗୁଡ଼ିକୁ ମେଡ ଇନ...

Advertisement
Archives

Model This Week