Posted inଖେଳ

୧୦ ମ୍ୟାଚ୍‌ରେ ୨୯ ଛକା ମାରିଲେଣି ଏହି ବ୍ୟାଟ୍ସମ୍ୟାନ

ମାଞ୍ଚେଷ୍ଟର, ୩୧।୮: କ୍ରିକେଟ୍‌ର ସବୁଠାରୁ ଛୋଟିଆ ଫର୍ମାଟ୍‌ ଟି୨୦ରେ ଛକା-ଚୌକା ବୃଷ୍ଟି ହେବା ଏକ ସାଧାରଣ କଥା। ବିଶ୍ୱର ଅନେକ ବ୍ୟାଟ୍ସମ୍ୟାନ ରହିଛନ୍ତି ଯେଉଁମାନେ ଟି୨୦ କ୍ରିକେଟ୍‌ରେ ଲମ୍ବା ଲମ୍ବା ଛକା ମାରିବାରେ ବେଶ୍‌ ପାରଙ୍ଗମ। ସେମାନଙ୍କ ମଧ୍ୟରେ କ୍ରିସ୍‌ ଗେଲ୍‌, ରୋହିତ୍‌ ଶର୍ମା, କିରନ ପୋଲାର୍ଡ, ଏବି ଡି ଭିଲର୍ସ ଅନ୍ୟତମ। ଟି୨୦ରେ ଏହି ବ୍ୟାଟ୍ସମ୍ୟାନମାନେ ବେଶ୍‌ ପରିଚିତ। ତେବେ ବିଶ୍ୱରେ ଏମିତି ଜଣେ ବ୍ୟାଟ୍ସମ୍ୟାନ ରହିଛନ୍ତି, ଯାହାଙ୍କ ଲୋକପ୍ରିୟତା ଏହି କିମ୍ବଦନ୍ତୀ ଖେଳାଳିଙ୍କ ପରି ନୁହେଁ କିନ୍ତୁ ଛକା ମାରିବାରେ ସେମାନଙ୍କଠାରୁ କିଛି କମ୍ ‌ବି ନୁହେଁ। ଆମେ ଏଠାରେ ଇଂଲଣ୍ଡ ସୀମିତ ଓଭର ଦଳର ଅଧିନାୟକ ଇଅନ ମୋର୍ଗାନଙ୍କ କଥା କହୁଛୁ, ଯିଏକି କିଛି ସମୟ ଧରି ତାଙ୍କ ବ୍ୟାଟିଂରେ ବେଶ୍‌ ପ୍ରଭାବୀ ପ୍ରଦର୍ଶନ କରିଆସିଛନ୍ତି।
ଦଳର ଏହି ବାମହାତୀ ବ୍ୟାଟ୍ସମ୍ୟାନ ପୂର୍ବରୁ ୧ କିମ୍ବା ୨ ରନ ଉପରେ ନିର୍ଭର କରୁଥିଲେ। କିନ୍ତୁ ଏବେ ମୋର୍ଗାନଙ୍କ ବ୍ୟାଟିଂ ଶୈଳୀରେ ବହୁତ କିଛି ପରିବର୍ତ୍ତନ ଆସିଛି। ସୁଯୋଗ ମିଳିଲେ ସେ ବଲ୍‌କୁ ବାଉଣ୍ଡରୀ ବାହାରକୁ ପଠାଇବାରେ ଅବହେଳା କରୁନାହାନ୍ତି। ରବିବାର ପାକିସ୍ତାନ ବିପକ୍ଷ ୨ୟ ଟି୨୦ ମ୍ୟାଚ୍‌ରେ ମୋର୍ଗାନ ଯେଉଁଭଳି ବ୍ୟାଟିଂ କଲେ ତାହା ତାଙ୍କ ବ୍ୟାଟିଂର ଆକ୍ରମଣାତ୍ମକ ଶୈଳୀକୁ ଦର୍ଶାଉଛି। ଏହି ମ୍ୟାଚ୍‌ରେ ପାକିସ୍ତାନ ପକ୍ଷରୁ ଧାର୍ଯ୍ୟ ୧୯୬ ରନର ବିଶାଳ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ୬୬ ରନରେ ୨ଟି ଉଇକେଟ୍‌ ହରାଇ ସାରିଥିଲା। କିନ୍ତୁ ଏହାପରେ କ୍ରିଜରେ ଯୋଗଦେଇଥିବା ମୋର୍ଗାନ ୩୩ ବଲରୁ ୬୬ ରନର ମାରାଇନ ଇନିଂସ ଖେଳି ଦଳକୁ ସହଜସାଧ୍ୟ ବିଜୟ କରାଇଥିଲେ। ଏହି ଅର୍ଦ୍ଧଶତକୀୟ ଇନିଂସ ମଧ୍ୟରେ ସେ ୬ ଚୌକା ଓ ୪ ଛକା ଲଗାଇଥିଲେ। ଏଥିସହ ସେ ତାଙ୍କ ଶେଷ ୧୦ଟି ଟି୨୦ ମ୍ୟାଚ୍‌ରୁ ୨୯ ଛକା ମାରିସାରିଛନ୍ତି। ଟି୨୦ କ୍ୟାରିୟରରେ ଏହା ତାଙ୍କ ମୋଟ୍‌ ଛକାର ୨୬.୩ ପ୍ରତିଶତ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?