Posted inଖେଳ

୧୦ ମ୍ୟାଚ୍‌ରେ ୨୯ ଛକା ମାରିଲେଣି ଏହି ବ୍ୟାଟ୍ସମ୍ୟାନ

ମାଞ୍ଚେଷ୍ଟର, ୩୧।୮: କ୍ରିକେଟ୍‌ର ସବୁଠାରୁ ଛୋଟିଆ ଫର୍ମାଟ୍‌ ଟି୨୦ରେ ଛକା-ଚୌକା ବୃଷ୍ଟି ହେବା ଏକ ସାଧାରଣ କଥା। ବିଶ୍ୱର ଅନେକ ବ୍ୟାଟ୍ସମ୍ୟାନ ରହିଛନ୍ତି ଯେଉଁମାନେ ଟି୨୦ କ୍ରିକେଟ୍‌ରେ ଲମ୍ବା ଲମ୍ବା ଛକା ମାରିବାରେ ବେଶ୍‌ ପାରଙ୍ଗମ। ସେମାନଙ୍କ ମଧ୍ୟରେ କ୍ରିସ୍‌ ଗେଲ୍‌, ରୋହିତ୍‌ ଶର୍ମା, କିରନ ପୋଲାର୍ଡ, ଏବି ଡି ଭିଲର୍ସ ଅନ୍ୟତମ। ଟି୨୦ରେ ଏହି ବ୍ୟାଟ୍ସମ୍ୟାନମାନେ ବେଶ୍‌ ପରିଚିତ। ତେବେ ବିଶ୍ୱରେ ଏମିତି ଜଣେ ବ୍ୟାଟ୍ସମ୍ୟାନ ରହିଛନ୍ତି, ଯାହାଙ୍କ ଲୋକପ୍ରିୟତା ଏହି କିମ୍ବଦନ୍ତୀ ଖେଳାଳିଙ୍କ ପରି ନୁହେଁ କିନ୍ତୁ ଛକା ମାରିବାରେ ସେମାନଙ୍କଠାରୁ କିଛି କମ୍ ‌ବି ନୁହେଁ। ଆମେ ଏଠାରେ ଇଂଲଣ୍ଡ ସୀମିତ ଓଭର ଦଳର ଅଧିନାୟକ ଇଅନ ମୋର୍ଗାନଙ୍କ କଥା କହୁଛୁ, ଯିଏକି କିଛି ସମୟ ଧରି ତାଙ୍କ ବ୍ୟାଟିଂରେ ବେଶ୍‌ ପ୍ରଭାବୀ ପ୍ରଦର୍ଶନ କରିଆସିଛନ୍ତି।
ଦଳର ଏହି ବାମହାତୀ ବ୍ୟାଟ୍ସମ୍ୟାନ ପୂର୍ବରୁ ୧ କିମ୍ବା ୨ ରନ ଉପରେ ନିର୍ଭର କରୁଥିଲେ। କିନ୍ତୁ ଏବେ ମୋର୍ଗାନଙ୍କ ବ୍ୟାଟିଂ ଶୈଳୀରେ ବହୁତ କିଛି ପରିବର୍ତ୍ତନ ଆସିଛି। ସୁଯୋଗ ମିଳିଲେ ସେ ବଲ୍‌କୁ ବାଉଣ୍ଡରୀ ବାହାରକୁ ପଠାଇବାରେ ଅବହେଳା କରୁନାହାନ୍ତି। ରବିବାର ପାକିସ୍ତାନ ବିପକ୍ଷ ୨ୟ ଟି୨୦ ମ୍ୟାଚ୍‌ରେ ମୋର୍ଗାନ ଯେଉଁଭଳି ବ୍ୟାଟିଂ କଲେ ତାହା ତାଙ୍କ ବ୍ୟାଟିଂର ଆକ୍ରମଣାତ୍ମକ ଶୈଳୀକୁ ଦର୍ଶାଉଛି। ଏହି ମ୍ୟାଚ୍‌ରେ ପାକିସ୍ତାନ ପକ୍ଷରୁ ଧାର୍ଯ୍ୟ ୧୯୬ ରନର ବିଶାଳ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ୬୬ ରନରେ ୨ଟି ଉଇକେଟ୍‌ ହରାଇ ସାରିଥିଲା। କିନ୍ତୁ ଏହାପରେ କ୍ରିଜରେ ଯୋଗଦେଇଥିବା ମୋର୍ଗାନ ୩୩ ବଲରୁ ୬୬ ରନର ମାରାଇନ ଇନିଂସ ଖେଳି ଦଳକୁ ସହଜସାଧ୍ୟ ବିଜୟ କରାଇଥିଲେ। ଏହି ଅର୍ଦ୍ଧଶତକୀୟ ଇନିଂସ ମଧ୍ୟରେ ସେ ୬ ଚୌକା ଓ ୪ ଛକା ଲଗାଇଥିଲେ। ଏଥିସହ ସେ ତାଙ୍କ ଶେଷ ୧୦ଟି ଟି୨୦ ମ୍ୟାଚ୍‌ରୁ ୨୯ ଛକା ମାରିସାରିଛନ୍ତି। ଟି୨୦ କ୍ୟାରିୟରରେ ଏହା ତାଙ୍କ ମୋଟ୍‌ ଛକାର ୨୬.୩ ପ୍ରତିଶତ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri