ପ୍ରଶାନ୍ତ କିଶୋରଙ୍କ ପରେ ଭାଜପାକୁ କେତେ ସିଟ୍‌ ମିଳିବ ଏହି ଆମେରିକୀୟ ରାଜନୀତି ବିଶେଷଜ୍ଞ କଲେ ଭବିଷ୍ୟବାଣୀ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨ା୫: ଲୋକ ସଭା ନିର୍ବାଚନ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ସମୟରେ ଭାରତ ତଥା ବିଦେଶର ଜଣାଶୁଣା ନିର୍ବାଚନ ଜ୍ୟୋତିଷମାନେ ଆସନକୁ ନେଇ କଳ୍ପନାଜଳ୍ପନା କରିବା ଆରମ୍ଭ କରି ଦେଇଛନ୍ତି। ଗୋଟିଏ ଦିନ ପୂର୍ବରୁ ଦେଶର ଜଣାଶୁଣା ନିର୍ବାଚନ ରାଜନୀତିଜ୍ଞ ପ୍ରଶାନ୍ତ କିଶୋର ଭାଜପା ପାଇଁ ସମ୍ଭାବ୍ୟ ଆସନ ବିଷୟରେ ପୂର୍ବାନୁମାନ କରିଥିଲେ। ବର୍ତ୍ତମାନ ଆମେରିକାର ନିର୍ବାଚନ ସର୍ଭେ ବିଶେଷଜ୍ଞଙ୍କ ଆକଳନ ସାମ୍ନାକୁ ଆସିଛି। ସେ ଗତ ୨୦୧୯ ତୁଳନାରେ ଭାଜପାକୁ ଅଧିକ ଆସନ ମିଳିବ ବୋଲି କହିଛନ୍ତି। ଏଭଳି ପରିସ୍ଥିତିରେ ଦେଖାଯାଉଛି ଯେ, ଏଥର ଏନ୍‌ଡିଏର ୪୦୦ ଅତିକ୍ରମ କରିବାର ସ୍ଲୋଗାନ ବହୁ ପରିମାଣରେ ସଠିକ୍‌ ପ୍ରମାଣିତ ହେବ।

ଏହି ରାଜନୈତିକ ବୈଜ୍ଞାନିକ ତଥା ନିର୍ବାଚନ ବିଶେଷଜ୍ଞଙ୍କ ନାମ ହେଉଛି ଇୟାନ ବ୍ରେମର। ଏକ ସାକ୍ଷାତକାରରେ ସେ କହିଛନ୍ତି, ୨୦୨୪ ଲୋକ ସଭା ନିର୍ବାଚନରେ ବିଜେପି ୩୦୫ (+/- ୧୦) ସିଟ୍‌ ପାଇବ। ଏହାର ଅର୍ଥ ହେଉଛି ଭାଜପା ସର୍ବାଧିକ ୩୧୫ଟି ସିଟ୍‌ ଏବଂ ସର୍ବନିମ୍ନ ୨୯୫ଟି ସିଟ୍‌ ପାଇବ।

ଇୟାନ ବ୍ରେମର ୟୁରାସିଆ ଗ୍ରୁପର ପ୍ରତିଷ୍ଠାତା। ଏହା ଏକ ରିସ୍କ ଏବଂ ରିସର୍ଚ୍ଚ କନ୍‌ସୋଲାଣ୍ଟ୍‌ସି କମ୍ପାନୀ। ଭାରତର ସାଧାରଣ ନିର୍ବାଚନ ସମ୍ପର୍କରେ ସେ କହିଛନ୍ତି ଯେ, ଯଦି ବିଶ୍ୱ ଦୃଷ୍ଟିକୋଣରୁ ଦେଖାଯାଏ ତେବେ କେବଳ ଭାରତର ସାଧାରଣ ନିର୍ବାଚନ ସମ୍ପୂର୍ଣ୍ଣ ସ୍ଥିର ଥିବା ପରି ମନେହୁଏ । ନଚେତ୍‌ ଚଳିତ ବର୍ଷ ନଭେମ୍ବରରେ ଆମେରିକାରେ ହେବାକୁ ଥିବା ନିର୍ବାଚନ ସବୁ ସମସ୍ୟାରେ ପରିପୂର୍ଣ୍ଣ ଥିବା ଜଣାପଡିଛି।

ସେ ଆହୁରି ମଧ୍ୟ କହିଛନ୍ତି, ଆମେ ବ୍ୟାପକ ମାଇକ୍ରୋ ସ୍ତରୀୟ ଭୌଗୋଳିକ ଅନିଶ୍ଚିତତାର ସମ୍ମୁଖୀନ ହେଉଛୁ ଏବଂ ଜଗତୀକରଣର ଭବିଷ୍ୟତ କମ୍ପାନୀଗୁଡିକର ଚିନ୍ତାଧାରାକୁ ଦର୍ଶାଉ ନାହିଁ। ଏପରିକି ରାଜନୀତି ନିଜେ ବିଶ୍ୱ ବଜାରରେ ପ୍ରବେଶ କରିଛି। ଯୁଦ୍ଧ, ଆମେରିକା-ଚାଇନା ସମ୍ପର୍କ ଏବଂ ଆମେରିକା ନିର୍ବାଚନ ଏସବୁ ବଡ଼ କଥା।

ସେ କହିଛନ୍ତି, ଏହି ସବୁ ଜିନିଷ ସଠି୍‌କ ଭାବରେ ପରିଚାଳିତ ହେଉନାହିଁ ଏବଂ ଏହାର ପ୍ରଭାବ ଅଧିକ ନକାରାତ୍ମକ ଅଟେ। ପ୍ରକୃତ କଥା ହେଉଛି ରାଜନୈତିକ ଦୃଷ୍ଟିରୁ ସ୍ଥିର ଥିବା ଏକମାତ୍ର ଜିନିଷ ହେଉଛି ଭାରତର ନିର୍ବାଚନ। ନଚେତ ସବୁକିଛି ଏକ ସମସ୍ୟା ପରି ଦେଖାଯିବ।

ଭାରତୀୟ ନିର୍ବାଚନ ବିଷୟରେ ତାଙ୍କର ଭବିଷ୍ୟବାଣୀ ବିଷୟରେ ପଚରାଯାଇଥିବା ଏକ ପ୍ରଶ୍ନରେ ସେ କହିଛନ୍ତି ଯେ, ୟୁରାସିଆନ ରିସର୍ଚ୍ଚ ଗ୍ରୁପ ଆକଳନ କରିଛି ଯେ, ଭାଜପା ୨୯୫ରୁ ୩୧୫ ସିଟ୍‌ ମଧ୍ୟରେ ଜିତିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଯାଏ ଏହି ଜିଲାରେ ସ୍କୁଲ୍‌ ଛୁଟି ଘୋଷଣା, ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର,୨୨।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ଆଜି ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ବନ୍ଦ…

ଦିଲ୍ଲୀ ଲଜ୍ଜା: ମନ୍ଦିର ନିକଟରେ ନାବାଳିକାଙ୍କୁ ଗଣବଳାତ୍କାର; ପୋଲିସ କର୍ମଚାରୀ ସାଜି ଆସିଥିଲେ ଅଭିଯୁକ୍ତ

ନୂଆଦିଲ୍ଲୀ,୨୨।୯: ଦିଲ୍ଲୀର କାଲକାଜୀ ମନ୍ଦିର ନିକଟରେ ଜଣେ ୧୭ ବର୍ଷୀୟା ଯୁବତୀଙ୍କ ସହ ଗଣ-ବଳାତ୍କାରର ଏକ ଜଘନ୍ୟ ଘଟଣା ଘଟିଛି। ଏହି ଘଟଣାରେ ସମ୍ପୃକ୍ତ ତିନିଜଣ ଅଭିଯୁକ୍ତଙ୍କ…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ବାତିଲ ହେବ ଭାରତ-ଜାପାନ T20 ମ୍ୟାଚ? ପାଣିପାଗକୁ ନେଇ ବଢିଲା ଚିନ୍ତା

ନୂଆଦିଲ୍ଲୀ,୨୨।୯: ଭାରତ ଏବଂ ଜାପାନ ମଧ୍ୟରେ ଏକମାତ୍ର ଟି-୨୦ ମ୍ୟାଚ ମଙ୍ଗଳବାର (ସେପ୍ଟେମ୍ବର ୨୨) ଦିନ ଜାପାନର ସାନୋ ସ୍ଥିତ ସାନୋ ଇଣ୍ଟରନେସନାଲ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବାର…

ଓଡ଼ିଶାରେ SIR ପରେ ୨୦.୫୭ ଲକ୍ଷ ଭୋଟରଙ୍କ ନାଁ ବାଦ୍‌, ପ୍ରକାଶ ପାଇଲା ଚୂଡ଼ାନ୍ତ ତାଲିକା

ଭୁବନେଶ୍ୱର,୨୨।୯(ସୁନିତ୍‌ ମିଶ୍ର): ଓଡ଼ିଶାରେ ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟା ଶେଷ ହେବା ପରେ ଭୋଟର ତାଲିକାରୁ ମୋଟ ୨୦ ଲକ୍ଷ ୫୭ ହଜାର ୩୩୪ ଭୋଟରଙ୍କ…

ବୈଜ୍ଞାନିକଙ୍କ ବଡ଼ ଆବିଷ୍କାର, ଦୁଇ ସ୍ୱାଧୀନ ଅଙ୍ଗ ଭାବେ ବିକଶିତ ହୋଇଛି ମଣିଷର ମସ୍ତିଷ୍କ!

ନୂଆଦିଲ୍ଲୀ,୨୨।୯(ପି.ଟି.): ମନୁଷ୍ୟ ମସ୍ତିଷ୍କକୁ ସାଧାରଣତଃ ଏକ ଏକକ ଅଙ୍ଗ ବୋଲି ବିବେଚନା କରାଯାଉଥିବା ବେଳେ ଏହା ଲକ୍ଷ ଲକ୍ଷ ବର୍ଷ ମଧ୍ୟରେ ଦୁଇଟି ସ୍ବାଧୀନ ଅଙ୍ଗ ଭାବରେ…

Asian Games 2026: ପାକିସ୍ତାନକୁ ଦୁଇଥର ହରାଇବା ସହ ବାଂଲାଦେଶକୁ ଶୋଚନୀୟ ଭାବେ ପରାସ୍ତ କରି ୪ ପଦକ ଜିତିଲା ଭାରତ

କାକାମିଗାହାରା,୨୨।୯: ୨୦୨୬ ଏସୀୟ କ୍ରୀଡ଼ାର ତୃତୀୟ ଦିନ, ଅର୍ଥାତ ସୋମବାର (ସେପ୍ଟେମ୍ବର ୨୧), ଭାରତୀୟ ଦଳ ପାଇଁ ଅତ୍ୟନ୍ତ ସଫଳ ରହିଥିଲା ଏବଂ ଦଳ ମୋଟ ଚାରୋଟି…

ପାଠ୍ୟ ପୁସ୍ତକରେ ତ୍ରୁଟି ପ୍ରସଙ୍ଗ; ଭୁବନେଶ୍ବର ଆସି ବଡ଼ ଘୋଷଣା କଲା CJP, ଓଡ଼ିଶା ସରକାରଙ୍କୁ….

ଭୁବନେଶ୍ୱର,୨୨।୯(ସୁନିତ୍‌ ମିଶ୍ର): ଓଡ଼ିଶାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂଆ ପାଠ୍ୟପୁସ୍ତକରେ ଯେଉଁ ତ୍ରୁଟି କରାଯାଇଛି ତାହାର ଜବାବ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?