ସମେଟିଭ୍‌ ପରୀକ୍ଷା ଦେଇପାରିଲେନି ୩୦ ଛାତ୍ରୀଛାତ୍ର

ଢେଙ୍କିକୋଟ, ୬।୧ (ଡି.ଏନ.ଏ.): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ ଥିବା ୨ ସରକାରୀ ଉଚ୍ଚ ବିଦ୍ୟାଳୟର ପରୀକ୍ଷା କେନ୍ଦ୍ରରେ ବୁଧବାର ଦଶମ ସମେଟିଭ-୧ ପରୀକ୍ଷା ଚାଲିଛି। ଦୁଇ କେନ୍ଦ୍ରରେ ୩୦୫ ଛାତ୍ରୀଛାତ୍ର ପରୀକ୍ଷା ଦେବାର ଥିବାବେଳେ ୩୦ ଜଣ ବଞ୍ଚିତ ହୋଇଛନ୍ତି। ଢେଙ୍କିକୋଟ ସତ୍ୟନାରାୟଣ ବିଦ୍ୟାପୀଠ ପରୀକ୍ଷା କେନ୍ଦ୍ରର ବାରହାଟିପୁରା ନୀଳକଣ୍ଠେଶ୍ୱର ହାଇସ୍କୁଲ ଏବଂ ଢେଙ୍କିକୋଟ ସରକାରୀ ବାଳିକା ହାଇସ୍କୁଲର ମୋଟ ୧୪୯ ଜଣଙ୍କ ମଧ୍ୟରୁ ୧୩ ଜଣ ପରୀକ୍ଷା ହଲ୍‌ରେ ଅନୁପସ୍ଥିତ ଥିବା ପ୍ରଧାନଶିକ୍ଷକ ଫକିର ଚରଣ ସାହୁ ପ୍ରକାଶ କରିଛନ୍ତି। ସେହିପରି ଢେଙ୍କିକୋଟ ସରକାରୀ ବାଳିକା ହାଇସ୍କୁଲରେ ଭୋଳବେଡ଼ା, କଟ୍ରାବେଡା, ପିପିଳିଆ ଏବଂ ଗୋବରାବେଡା ହାଇସ୍କୁଲର ମୋଟ ୧୫୬ ଛାତ୍ରୀଛାତ୍ର ପରୀକ୍ଷା ଦେବାର ଥିଲା। ସେମାନଙ୍କ ମଧ୍ୟରୁ ୧୭ଜଣ ଅନୁପସ୍ଥିତ ଥିବା ପ୍ରଧାନ ଶିକ୍ଷୟିତ୍ରୀ ସ୍ବର୍ଣ୍ଣମଞ୍ଜରୀ ସାହୁ କହିଛନ୍ତି। ତେବେ ବହୁ ଗରିବ ଛାତ୍ରୀଛାତ୍ର ଅର୍ଥ ଅଭାବରୁ ପରୀକ୍ଷା ଦେବାରୁ ବଞ୍ଚିତ ହେଉଥିବା ଚର୍ଚ୍ଚା ହେଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଦେଓ ନଦୀ ପୋଲ ଉପରେ ଗୋ-ଚାଲାଣ ଗାଡ଼ି ସହ ଅଟୋର ମୁହାଁମୁହିଁ ଧକ୍କା: ଗୋଟିଏ ବଳଦ ମୃତ, ଗୋ-ମାଫିଆ…

ପାଟଣା, ୨ା୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା-କରଞ୍ଜିଆ ଦେଇଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଯାଇଛି। ସାହାରପଡା ସ୍ଥିତ…

ଜନଗହଳିପୂର୍ଣ୍ଣ ସ୍ଥାନରୁ ମଦ ଦୋକାନ ସ୍ଥାନାନ୍ତର ଦାବି, ମଦ୍ୟପଙ୍କ ଉପଦ୍ରବରେ…

ବଞ୍ଚୋ,୨ା୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ବିଦେଶୀ ମଦ ଦୋକାନକୁ ଏକ ଉପଯୁକ୍ତ ଓ ଖୋଲା ସ୍ଥାନକୁ ସ୍ଥାନାନ୍ତର କରିବା ଦାବିରେ ଗୁରୁବାର ଆନନ୍ଦପୁର…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଇନ୍‌ଷ୍ଟାଗ୍ରାମରୁ ପ୍ରେମ, ବିବାହ ପାଇଁ ଜିଦ୍‌ କରିବାରୁ ପ୍ରେମିକାଙ୍କୁ ହତ୍ୟା, ପୋଲିସ ଆଗରେ ପ୍ରେମିକ କହିଲେ ପୂରା ଘଟଣା…

ହାଟଡିହୀ/ଛେନାପଦୀ,୧ା୭(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): ପଶ୍ଚିମବଙ୍ଗ ପ୍ରେମିକାକୁ ଓଡ଼ିଶା ଡକାଇ ଝାଡ଼ଖଣ୍ଡ ପ୍ରେମିକ କେନ୍ଦୁଝର ଜିଲା ସୋସୋ ଥାନା ଅଞ୍ଚଳରେ ଗତ ମଙ୍ଗଳବାର ହତ୍ୟା କରିଥିବା ଘଟଣାରେ ପର୍ଦାଫାଶ…

ଆଜିଠାରୁ ଅନିର୍ଦ୍ଦିଷ୍ଟକାଳ ଯାଏ ରୋଗୀସେବା ବନ୍ଦ, ହନ୍ତସନ୍ତ ହେଉଛନ୍ତି ରୋଗୀ

ବଞ୍ଚୋ/ଆନନ୍ଦପୁର,୧।୭(ପ୍ରଦୋଷ ବିଶ୍ୱାଳ/ସୁଶାନ୍ତ କୁମାର ସାହୁ ): ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନ (ଓମ୍‌ସା)ର ୮ ଦଫା ଦାବି ପୂରଣ ନ ହେବା ପ୍ରତିବାଦରେ ଜାତୀୟ ଡାକ୍ତର ଦିବସ…

ଆନନ୍ଦପୁର ବ୍ଲକରେ ଭାଜପାର ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି: ବିଡିଓଙ୍କ ବିରୋଧରେ ଉଠିଥିବା ଅଭିଯୋଗକୁ…

ବଞ୍ଚୋ, ୧।୭ (ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ବ୍ଲକ ପରିସରରେ ଭାଜପାର ଦୁଇ ଗୋଷ୍ଠୀ ମଧ୍ୟରେ ଘଟିଥିବା ହାତାହାତି ଘଟଣାକୁ ନେଇ ବ୍ଲକ ବିକାଶ ଅଧିକାରୀ (ବିଡିଓ)ଙ୍କ ବିରୋଧରେ…

ଶୌଚ ପାଇଁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଗଲେ ମହିଳା, ଶୁଣ୍ଢରେ କଚାଡ଼ି…

ଆନନ୍ଦପୁର, ୩୦।୬(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ହଡ଼ଗଡ଼ ବନାଞ୍ଚଳରେ ପୁଣି ଦନ୍ତା ଆତଙ୍କ ଦେଖାଯାଇଛି । ମଙ୍ଗଳବାର ଭୋର ପ୍ରାୟ ୫ଟା ସମୟରେ କଣ୍ଟିପାଳ ପଞ୍ଚାୟତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri