ୟୁପି ବିଧାନସଭାକୁ ୩୬ ମୁସଲମାନ ପ୍ରାର୍ଥୀ ନିର୍ବାଚିତ

ଲକ୍ଷ୍ନୌ,୧୨ା୩(ଆଇଏଏନ୍‌ଏସ୍‌): ଚଳିତ ନିର୍ବାଚନରେ ଅଷ୍ଟାଦଶ ଉତ୍ତରପ୍ରଦେଶ ବିଧାନସଭାକୁ ୩୬ ମୁସଲମାନ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ଏହା ପୂର୍ବ ବିଧାନସଭା ତୁଳନାରେ ୨ ଅଧିକ। ଉତ୍ତରପ୍ରଦେଶ ଜନସଂଖ୍ୟାର ୨୦ ପ୍ରତିଶତ ମୁସଲମାନ ହୋଇଥିବାବେଳେ ନବନିର୍ବାଚିତ ବିଧାନସଭାରେ ସେମାନଙ୍କ ପ୍ରତିନିଧିତ୍ୱ ହାର ୮.୯୩ ପ୍ରତିଶତ ରହିଛି। ନିର୍ବାଚିତ ହୋଇଥିବା ପ୍ରମୁଖ ମୁସଲମାନ ବିଧାୟକ ହେଲେ ମହମ୍ମଦ ଆଜମ ଖାନ୍‌, ତାଙ୍କ ପୁଅ ଅବଦୁଲ୍ଲା ଆଜମ ଖାନ୍‌, ଗ୍ୟାଙ୍ଗ୍‌ଷ୍ଟରରୁ ରାଜନେତା ହୋଇଥିବା ମୁଖ୍‌ତାର ଅନ୍‌ସାରିଙ୍କ ପୁଅ ଆବ୍ବାସ ଏବଂ ପୁତୁରା ମନ୍ନୁ। ଜେଲ୍‌ରେ ଥିବା ଏସ୍‌ପି ନେତା ଆଜମ ଖାନ୍‌ ରାମପୁର ଆସନରୁ ୧,୨୧,୭୫୫ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ତାଙ୍କ ପୁଅ ଅମଦୁଲ୍ଲା ଆଜମ୍‌ ସୁଆର ଆସନରୁ ୧,୨୬,୧୬୨ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ସେହିପରି ମାଉ ଆସନରୁ ଏସ୍‌ବିଏସ୍‌ପି ଟିକେଟରେ ଲଢ଼ୁଥିବା ଆବ୍ବାସ ଅନ୍‌ସାରି ଭାଜପା ପ୍ରାର୍ଥୀ ଅଶୋକ କୁମାର ସିଂଙ୍କୁ ୩୮,୨୨୭ ଖଣ୍ଡ ଭୋଟରେ ପରାଜିତ କରିଛନ୍ତି। ମନ୍ନୁ ଓରଫ ସୁହେବ ଅନ୍‌ସାରି ମହମ୍ମଦାବାଦ ଆସନରୁ ବିଜୟୀ ହୋଇଛନ୍ତି। ସେ ଭାଜପା ବିଧାୟକ ଅଲକା ରାୟଙ୍କୁ ୧୮,୧୯୯ ଭୋଟରେ ପରାଜିତ କରିଛନ୍ତି। ଏଥର ଭାଜପା ୮୮ ମୁସଲମାନ ପ୍ରାର୍ଥୀ ଦେଇଥିବାବେଳେ କଂଗ୍ରେସ ୭୫ ଏବଂ ସମାଜବାଦୀ ପାର୍ଟି ୬୪ ମୁସଲମାନଙ୍କୁ ପ୍ରାର୍ଥୀ କରିଥିଲା। ସେହିପରି ଅସାଦୁଦ୍ଦିନ ଓଓ୍ବାଇସିଙ୍କ ଏଆଇଏମ୍‌ଆଇଏମ୍‌ ଏହି ସମ୍ପ୍ରଦାୟରୁ ୬୦ରୁ ଅଧିକଙ୍କୁ ଟିକେଟ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୩୭୦ ଲାଗୁ ପ୍ରତିଶ୍ରୁତି ଅପମାନଜନକ

ପାଟନା, ୨୪ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବିହାରର ୩ଟି ସ୍ଥାନରେ ନିର୍ବାଚନ ରାଲି କରି ଭୋଟରଙ୍କୁ ମନାଇବା ଲାଗି ପ୍ରୟାସ କରିଛନ୍ତି। ବିହାରର ସାସାରାମ,...

୧୪ ଦିନିଆ ନ୍ୟାୟିକ ହେପାଜତରେ ଶିଜାନ

ମୁମ୍ବାଇ: ଟେଲିଭିଜନ ଅଭିନେତ୍ରୀ ତୁନିଷା ଶର୍ମା ଆତ୍ମହତ୍ୟା କରିବା ପରେ ତାଙ୍କର କୋ-ଷ୍ଟାର ଶିଜାନ ଖାଁଙ୍କ ଅଡୁଆ ବଢିବାରେ ଲାଗିଛି । ଶନିବାର ତାଙ୍କର ପୋଲିସ...

ନୟାଗଡ଼ରେ ଭୋଟ ବର୍ଜନ

ନୟାଗଡ଼ ଅଫିସ,୧୮।୪: ନୟାଗଡ ଜିଲାର ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ନୂଆଗାଁ ବ୍ଲକ ଡ଼ିପାମାଳ ମୌଜାର ନଟି ଗଁ।ର ଲୋକମାନେ ଭୋଟ ବର୍ଜନ କରିଛନ୍ତି। ଦୀର୍ଘ ଦିନ ...

ମଣିପୁର ହିଂସା: ଅନ୍ତିମ ସଂସ୍କାର ଉପରେ ରୋକ୍‌ ଲଗାଇଲା ଆଇଟିଏଲଏଫ

ଇମ୍ଫାଲ,୩।୮: ମଣିପୁର ହିଂସାରେ ମୃତକଙ୍କ ମୃତଦେହକୁ ଗୁରୁବାର ସମାଧି ଦିଆଯାଇଥା’ନ୍ତା। କିନ୍ତୁ ଏହା ଉପରେ ରୋକ ଲଗାଇଛି ଇଣ୍ଡିଜିନିଅସ ଟ୍ରାଇବାଲ ଲିର୍ଡସ ଫୋରମ୍‌(ଆଇଟିଏଲଏଫ)। କେନ୍ଦ୍ର ଗୃହ...

ନୀତୀଶଙ୍କୁ ଝଟ୍‌କା, କୃଷିମନ୍ତ୍ରୀ ସୁଧାକର ସିଂ ଦେଲେ ଇସ୍ତଫା…

ପାଟନା,୨।୧୦ : ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ବଡ଼ ଝଟ୍‌କା ଲାଗିଛି। ନୀତୀଶ ସରକାରଙ୍କ କୃଷି ମନ୍ତ୍ରୀ ସୁଧାକର ସିଂ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।...

ରାଜୌରୀରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୧୩।୧୧: ନିୟନ୍ତ୍ରଣ ରେଖାଠାରେ ଉତ୍ତେଜନା ସୃଷ୍ଟି ଲାଗି ପାକିସ୍ତାନ ଲଗାତାର ପ୍ରୟାସ ଜାରି ରଖିଛି। ବୁଧବାର ପାକିସ୍ତାନ ପୁଣି ଥରେ ରାଜୌରୀରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି।...

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷାରେ ତ୍ରୁଟି

କୋଲକାତା,୨୧।୭: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷାକୁ ନେଇ ଏକ ମାମଲା ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କୁ ପଶ୍ଚିମବଙ୍ଗ...

୩ ମାସର ଶିଶୁକନ୍ୟାକୁ ୫୧ ଥର ଚେଙ୍କ

ଭୋପାଳ,୨୭।୧: ୩ ମାସର ଶିଶୁକନ୍ୟାକୁ ୫୧ ଥର ଗରମ ରଡରେ ଚେଙ୍କ ଦିଆଯିବା ଘଟଣା ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶର ଶହଡୋଲ ଜିଲାରେ ଏଭଳି ଅଭାବନୀୟ ଘଟଣା...

Advertisement
Archives

Model This Week