ୟୁପି ବିଧାନସଭାକୁ ୩୬ ମୁସଲମାନ ପ୍ରାର୍ଥୀ ନିର୍ବାଚିତ

ଲକ୍ଷ୍ନୌ,୧୨ା୩(ଆଇଏଏନ୍‌ଏସ୍‌): ଚଳିତ ନିର୍ବାଚନରେ ଅଷ୍ଟାଦଶ ଉତ୍ତରପ୍ରଦେଶ ବିଧାନସଭାକୁ ୩୬ ମୁସଲମାନ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ଏହା ପୂର୍ବ ବିଧାନସଭା ତୁଳନାରେ ୨ ଅଧିକ। ଉତ୍ତରପ୍ରଦେଶ ଜନସଂଖ୍ୟାର ୨୦ ପ୍ରତିଶତ ମୁସଲମାନ ହୋଇଥିବାବେଳେ ନବନିର୍ବାଚିତ ବିଧାନସଭାରେ ସେମାନଙ୍କ ପ୍ରତିନିଧିତ୍ୱ ହାର ୮.୯୩ ପ୍ରତିଶତ ରହିଛି। ନିର୍ବାଚିତ ହୋଇଥିବା ପ୍ରମୁଖ ମୁସଲମାନ ବିଧାୟକ ହେଲେ ମହମ୍ମଦ ଆଜମ ଖାନ୍‌, ତାଙ୍କ ପୁଅ ଅବଦୁଲ୍ଲା ଆଜମ ଖାନ୍‌, ଗ୍ୟାଙ୍ଗ୍‌ଷ୍ଟରରୁ ରାଜନେତା ହୋଇଥିବା ମୁଖ୍‌ତାର ଅନ୍‌ସାରିଙ୍କ ପୁଅ ଆବ୍ବାସ ଏବଂ ପୁତୁରା ମନ୍ନୁ। ଜେଲ୍‌ରେ ଥିବା ଏସ୍‌ପି ନେତା ଆଜମ ଖାନ୍‌ ରାମପୁର ଆସନରୁ ୧,୨୧,୭୫୫ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ତାଙ୍କ ପୁଅ ଅମଦୁଲ୍ଲା ଆଜମ୍‌ ସୁଆର ଆସନରୁ ୧,୨୬,୧୬୨ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ସେହିପରି ମାଉ ଆସନରୁ ଏସ୍‌ବିଏସ୍‌ପି ଟିକେଟରେ ଲଢ଼ୁଥିବା ଆବ୍ବାସ ଅନ୍‌ସାରି ଭାଜପା ପ୍ରାର୍ଥୀ ଅଶୋକ କୁମାର ସିଂଙ୍କୁ ୩୮,୨୨୭ ଖଣ୍ଡ ଭୋଟରେ ପରାଜିତ କରିଛନ୍ତି। ମନ୍ନୁ ଓରଫ ସୁହେବ ଅନ୍‌ସାରି ମହମ୍ମଦାବାଦ ଆସନରୁ ବିଜୟୀ ହୋଇଛନ୍ତି। ସେ ଭାଜପା ବିଧାୟକ ଅଲକା ରାୟଙ୍କୁ ୧୮,୧୯୯ ଭୋଟରେ ପରାଜିତ କରିଛନ୍ତି। ଏଥର ଭାଜପା ୮୮ ମୁସଲମାନ ପ୍ରାର୍ଥୀ ଦେଇଥିବାବେଳେ କଂଗ୍ରେସ ୭୫ ଏବଂ ସମାଜବାଦୀ ପାର୍ଟି ୬୪ ମୁସଲମାନଙ୍କୁ ପ୍ରାର୍ଥୀ କରିଥିଲା। ସେହିପରି ଅସାଦୁଦ୍ଦିନ ଓଓ୍ବାଇସିଙ୍କ ଏଆଇଏମ୍‌ଆଇଏମ୍‌ ଏହି ସମ୍ପ୍ରଦାୟରୁ ୬୦ରୁ ଅଧିକଙ୍କୁ ଟିକେଟ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

EDର ବଡ଼ କାର୍ଯ୍ୟାନୁଷ୍ଠାନ, ଟିଏମସିର ୩ଟି ବ୍ୟାଙ୍କ ଆକାଉଣ୍ଟ୍ ଫ୍ରିଜ୍ କଲା ED

କୋଲକାତା,୮।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ବଡ଼ ଝଟକା ଲାଗିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ତୃଣମୂଳ କଂଗ୍ରେସ (TMC) ସହିତ ଜଡିତ ତିନୋଟି ଆକାଉଣ୍ଟକୁ ଫ୍ରିଜ୍…

ଭୁଶୁଡ଼ିଲା ନିର୍ମାଣାଧୀନ କୋଠା, ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା

ପୁଣେ,୮।୭: ମହାରାଷ୍ଟ୍ରର ପିମ୍ପରି-ଚିଞ୍ଚୱାଡରେ ବୁଧବାର ଅପରାହ୍ନରେ ଏକ ବଡ଼ ଦୁର୍ଘଟଣା ଘଟିଛି, ଯେଉଁଠାରେ ‘ଆବର୍ଜନାରୁ ଶକ୍ତି’ ପ୍ରକଳ୍ପ ସ୍ଥାନରେ ନିର୍ମାଣାଧୀନ କୋଠାର ଏକ ଅଂଶ ହଠାତ ଭୁଶୁଡ଼ି…

ରାଇକିଆରେ ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାର୍ଯ୍ୟ

ରାଇକିଆ,୮ା୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ରଥଯାତ୍ରା ପାଇଁ ଜଗନ୍ନାଥ ପୂଜା କମିଟି ତରଫରୁ ସମସ୍ତ ପ୍ରସ୍ତୁତି ଜୋର୍‌ସୋର୍‌ରେ ଚାଲିଛି। ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

ଘର ପୋଛିବା ପରେ ବି ମାଛି ହେଉଛନ୍ତି କି? ସବୁଦିନ ଦୂର କରିବାକୁ ଆପଣାନ୍ତୁ ଏହି ଟିପ୍ସ…

ଘର ସଫା କରିବା ହେଉଛି ପ୍ରତ୍ୟେକ ଲୋକଙ୍କ ନିତିଦିନିଆ କାମ। କିନ୍ତୁ ଅଧିକାଂଶ ସମୟରେ ଘର ସଫା କରିବା ପରେ ବି ଚାରିପାଖରେ ମାଛିମାନେ ଘେରି ରହିଥାନ୍ତି।…

ପୁଣି ଯୁଦ୍ଧ ମୁହାଁ ମିଡଲ ଇଷ୍ଟ, ଇରାନ ଉପରେ ଆକ୍ରମଣ ପରେ ଟ୍ରମ୍ପ କହିଛନ୍ତି – ତେହରାନ ସରକାର ଏକ କର୍କଟ; ଶୀଘ୍ର ଅସ୍ତ୍ରୋପଚାର ଆବଶ୍ୟକ, ଜବାବ ରଖିଲା ଇରାନ

ଓ୍ବାଶିଂଟନ,୮।୭: ପଶ୍ଚିମ ଏସିଆ ପୁଣି ଥରେ ବଡ଼ ସଂଘର୍ଷ ଆଡକୁ ମୁହାଁଇଥିବା ପରି ମନେ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇରାନ ସରକାର…

ଭୁବନେଶ୍ୱର କୋର୍ଟକୁ ବୋମା ଧମକ, ବ୍ୟାପକ ସୁରକ୍ଷା ବ୍ୟବସ୍ଥା; ବୋମା ନିଷ୍କ୍ରିୟକାରୀ ଦଳର ଛାନଭିନ୍ ଜାରି

ଭୁବନେଶ୍ୱର, ୮।୭: ରାଜଧାନୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ ମିଳିବା ପରେ ସମଗ୍ର କୋର୍ଟ ପରିସରରେ ହାଇ ଆଲର୍ଟ ଜାରି କରାଯାଇଛି। ଧମକ ଖବର ପାଇବା ମାତ୍ରେ…

ପାଞ୍ଚ ଦିନ ମଧ୍ୟରେ କାହିଁକି ତରଳିଗଲେ ବାବା ବର୍ଫାନି? ଏକ୍ସପର୍ଟ କହିଲେ ଏହାର କାରଣ

ଶ୍ରୀନଗର,୮।୭: ପବିତ୍ର ଅମରନାଥ ଗୁମ୍ଫାରେ ପ୍ରାକୃତିକ ଭାବରେ ଗଠିତ ବରଫ ଶିବଲିଙ୍ଗ ତୀର୍ଥଯାତ୍ରାର ପ୍ରଥମ ସପ୍ତାହ ମଧ୍ୟରେ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ଉଭାନ ହୋଇଗଲା। ଜୁଲାଇ ୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri