ମୋରଡ଼ା ଅଞ୍ଚଳରେ ବଢୁଛି ଚୋରି-ରାହାଜାନି, ମାମଲା ରୁଜୁ କରି ହାତବାନ୍ଧି ବସୁଛି ପୋଲିସ

ମୋରଡ଼ା,୨୩ା୯(ସ୍ମାରକ ମାଜୀ):  ଲୁଟେରାଙ୍କ ଉପଦ୍ରବରେ ତ୍ରାହିତ୍ରାହି ଡାକିଲେଣି ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଞ୍ଚଳବାସୀ। ପୋଲିସ କାଁ ଭାଁ ମାମଲା ରୁଜୁ କରି ଚୁପ୍‌ ହୋଇ ବସି ପଡୁଛି। ଫଳରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନା ମୁତାବକ, ଗତ ୨୧ ସେପ୍ଟେମ୍ବର ୨୦୨୪ ସନ୍ଧ୍ୟାରେ ଉକ୍ତ ଥାନା ଅଧୀନ ଖରୁଣ୍ଟିଆ ଗ୍ରାମର ସହଦେବ କାଳନ୍ଦୀ ତାଙ୍କ ଗ୍ରାମର ଅଜିତ କାଳନ୍ଦୀଙ୍କ ସହିତ ଏକ ସାଇକେଲ ଯୋଗେ କାର୍ଯ୍ୟ ସାରି ଘରକୁ ଫେରୁଥିବା ସମୟରେ ଉକ୍ତ ଥାନା ଅଧୀନ ହରେକୃଷ୍ଣପୁର ନିକଟରେ ଏକ କାଜୁ ବଗିଚା ନିକଟରେ ଦୁଇଜଣ ଦୁର୍ବୃତ୍ତ ସହଦେବଙ୍କ ଫୋନ୍‌କୁ ଛଡ଼ାଇ ନେଇଥିଲେ। ତେବେ ସହଦେବ ଘରକୁ ଆସି ତାଙ୍କ ଘର ପାଖ ପଡ଼ିଶାଙ୍କ ଫୋନ୍‌ରୁ ତାଙ୍କ ନମ୍ବରକୁ କଲ କରିବା ପରେ ଉକ୍ତ ଫୋନ୍‌ଟି ରାସଗୋବିନ୍ଦପୁରର ସତ୍ୟରଞ୍ଜନ ତ୍ରିପାଠୀଙ୍କ ପାଖରେ ଅଛି ବୋଲି ଜାଣିବାକୁ ପାଇଥିଲେ। ତେବେ ସତ୍ୟରଞ୍ଜନ ଉକ୍ତ ଫୋନ୍‌କୁ ୨୫୦୦ ଟଙ୍କାରେ ଜଣେ ବ୍ୟକ୍ତିଙ୍କ ନିକଟରୁ କିଣିଛନ୍ତି ବୋଲି କହିଥିଲେ। ତେବେ ଉକ୍ତ ଫୋନ୍‌ଟି ସହଦେବଙ୍କ ଫୋନ କହିବାରୁ ପ୍ରମାଣ ପାଇଁ ସତ୍ୟରଞ୍ଜନ ଆଧାର ପ୍ରମାଣପତ୍ର ମାଗିଥିଲେ। ସହଦେବ ଆଧାର ପ୍ରମାଣପତ୍ର ଦେବା ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୬୫୪୩ ଟଙ୍କା ଉଠାଣ ହୋଇଛି ବୋଲି ଜାଣିବାକୁ ପାଇଥିଲେ। ଏନେଇ ସହଦେବ ମୋରଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ତେବେ ଖାଲି ଏତିକି ନୁହେଁ ପୂର୍ବରୁ ଉକ୍ତ ଥାନା ଅଧୀନ ତେନ୍ତୁଳିବାଟି, ଶିଳଦା ଏବଂ ଅନ୍ୟ ଗ୍ରାମରୁ ବହୁବାର ଟ୍ରାନ୍ସଫର୍ମର ଚୋରି ହେଉଥିବାର ଦେଖିବାକୁ ମିଳିଛି। ତେବେ ଏମିତି ଚୋରି, ଛିନ୍‌ତାଇ ହେଉଥିଲେ ମଧ୍ୟ ମୋରଡ଼ା ପୋଲିସ ଔପଚାରିକତାରେ ଏକ ମାମଲା ରୁଜୁ କରି ହାତ ବାନ୍ଧି ବସିଛି।

ତେବେ ଆଶ୍ଚର୍ଯ୍ୟର କଥା ଗତ ଦୁଇମାସ ତଳେ ଏକ ଅଢ଼େଇ ବର୍ଷର ଶିଶୁକନ୍ୟାକୁ ଜଣେ ନାବାଳକ ବଳାତ୍କାର କରିବା ପରେ ଦୀର୍ଘ ଦୁଇ ମାସ ପୋଲିସ ମାମଲା ରୁଜୁ କରି ହାତ ବାନ୍ଧି ବସିଥିଲା। ଫଳରେ ଅତିଷ୍ଠ ତଥା ନିରୁପାୟ ହୋଇ ଶିଶୁକନ୍ୟାର ମାତାପିତାଙ୍କ ସହିତ ସମାଜସେବୀ, ସ୍ଥାନୀୟ ଅଞ୍ଚଳବାସୀ ମୋରଡ଼ା ଥାନା ଆଗରେ ଧାରଣା ଦେବା ପରେ ପୋଲିସର ଚେତା ପଶିଥିଲା ଏବଂ ମୋରଡ଼ା ବିଧାୟକ ତଥା ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଥାନାଧିକାରୀ ସତ୍ୟନାରାୟଣ ବଳଙ୍କୁ ତାଗିଦ କରିବା ପରେ ନାବାଳକକୁ ଗିରଫ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?