ଘରେ କେହି ନ ଥିବାବେଳେ କଳାକନା ବୁଲାଇଲେ ଚୋର, ଲୁଟିନେଲେ…

ଅତାବିରା,୯ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଚକୁଳିଫାର୍ମରେ ବୁଧବାର ଏକ ବଡ଼ଧରଣର ଚୋରି ହୋଇଥିବା ଖବର ମିଳିଛି। ଘଟଣାସ୍ଥଳରେ ଅତାବିରା ପୋଲିସ ପହଞ୍ଚି ଯାଞ୍ଚ ଚଳାଇଛି। ପୂର୍ବାହ୍ନ ସାଢ଼େ ୧ଠଟାରେ ଅନୁସନ୍ଧନୀ କୁକୁର ଘଟଣାସ୍ଥଳରେ ପହଞ୍ଚିଛି।
ଘଟଣାରୁ ପ୍ରକାଶ ଯେ, ଚକୁଳିଫାର୍ମ ନୂଆଁ ଖଇରପାଲିରେ ସ୍ବର୍ଗତ କେ. ସତ୍ୟନାରାୟଣଙ୍କ ପତ୍ନୀ କେ. ସାବିତ୍ରୀ ଏକାକୀ ରୁହନ୍ତି। ତାଙ୍କ ସ୍ବାସ୍ଥ୍ୟଗତ ଚିକିତ୍ସା ପାଇଁ ଗତ ୨୦ ଦିନ ହେଲା ଘରେ ତାଲା ପକାଇ ଆନ୍ଧ୍ରପ୍ରଦେଶର ପାର୍ଥପୁରମ ଯାଇଛନ୍ତି। ଘର ମାଲିକାଣୀ ସାବିତ୍ରୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଗତ ରାତିରେ ଚୋରମାନେ ଘରେ କଳାକନା ବୁଲାଇଛନ୍ତି। ପ୍ରତିଦିନ ଘର ଝାଡୁ ମାରୁଥିବା କର୍ମଚାରୀ ପ୍ରଥମେ ଘରର ତାଲା ଭଙ୍ଗାଯାଇଥିବା ଦେଖି ସାମ୍ନାରେ ଥିବା ସାବିତ୍ରୀଙ୍କ ବଡ଼ ଭଉଣୀ ଏମ୍‌ ରାଜେଶ୍ୱରୀଙ୍କୁ ଖବର ଦେଇଥିଲେ। ପରେ ସାବିତ୍ରୀଙ୍କ ପୁତୁରା ଭି. ଓ୍ବାଇ. ଶେଖର ଅତାବିରା ଥାନାକୁ ଜଣାଇଥିଲେ। ଖବର ପାଇ ଅତାବିରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା: ଇସିଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ,୬।୧୦(ପି.ଟି.): ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ନିର୍ବାଚନ କମିଶନ (ଇସି) ବ୍ୟବହାର କରୁଥିବା ଫର୍ମ-୬ରେ କୌଣସି ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ…

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

ନିଷ୍ପତ୍ତି ବଦଳାଇଲେ ସରକାର, ACP ବିବେକ ଭଗତଙ୍କ ପଦୋନ୍ନତି ସ୍ଥଗିତ!

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ ସରକାର ACP ବିବେକ ଭଗତଙ୍କୁ ଆଡିସନାଲ DCPର ଚାର୍ଜ ଦେବା ନେଇ ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ବିବେକ ଭଗତଙ୍କ…

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

ଭାଉଜଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦିଅର: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୬।୧୦ (ପ୍ରସନଜିତ୍‌ ସାହୁ):ରାଜଧାନୀରେ ମହିଳାଙ୍କୁ ନିର୍ଯାତନା ଘଟଣା ସାମନାକୁ ଆସିଛି। ଭାଉଜଙ୍କୁ ଦିଅର ମାନସିକ ନିର୍ଯାତନା ଦେବା ସହ ତାଙ୍କ ଫଟୋ ଭିଡିଓ ଶୁଟ୍‌ କରି ଭାଇରାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?