ମାଲିକଙ୍କୁ ନ ଜଣାଇ ଖୋଳିଦେଉଛନ୍ତି ଚାଷଜମି

ଜମନକିରା,୧୪ା୫(ଡି.ଏନ.ଏ.): ମାଲିକଙ୍କୁ ନ ଜଣାଇ ରାତାରାତି ଖୋଳିଦିଆଯାଉଛି ଚାଷଜମି। ଜମନକିରା ବ୍ଲକ ଅଞ୍ଚଳରେ ଓସିସି (ଓଡ଼ିଶା କନଷ୍ଟ୍ରକଶନ କମ୍ପାନୀ)ର ଏଭଳି ମନମୁଖୀ କାର୍ଯ୍ୟକୁ ଚାଷୀମାନେ ବିରୋଧ କରିବା ସହ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସୂଚନା ଅନୁସାରେ, ଜମନକିରା ବ୍ଲକ ଫାଶୀମାଲ ପଞ୍ଚାୟତ ଅନ୍ତର୍ଗତ ପୁକୁଡା, ଦେହୁରିନିମାଲ, ଫାଶିମାଲ, ତିଲେଇମାଲ ଆଦି ଗ୍ରାମଗୁଡ଼ିକୁ ସରକାର କୃଷିଭିତ୍ତିକ ଉନ୍ନତି ପାଇଁ କ୍ଷୁଦ୍ର ଜଳସେଚନ ବିଭାଗ କୁଚିଣ୍ଡା ପକ୍ଷରୁ ଓସିସିକୁ ଠିକା ଦିଆଯାଇଛି। ହେଲେ ଓସିସି କର୍ମଚାରୀ ଚାଷୀଙ୍କ ବିନା ଅନୁମତିରେ ଚାଷଜମିରେ ୮ରୁ ୧୦ଫୁଟ ଗାଢ଼ କରି ପାଇପ୍‌ଲାଇନ୍‌ ବିଛାଉଛନ୍ତି। ଏହା ଦ୍ୱାରା କ୍ଷେତରେ ଟ୍ରାକ୍ଟର କିମ୍ବା ପାୱାରଟିଲର ପଶିବା ଅସମ୍ଭବ ହେବ ବୋଲି ଚାଷୀମାନେ ଅନୁଭବ କରୁଛନ୍ତି। ଏ ନେଇ ପ୍ରଶାସନକୁ ଅବଗତ କରିଥିଲେ ମଧ୍ୟ ସୁଫଳ ମିଳୁ ନ ଥିବା ଅଞ୍ଚଳର ଚାଷୀମାନେ ଗଣମାଧ୍ୟମକୁ କହିଛନ୍ତି। ଠିକାସଂସ୍ଥାର ଏଭଳି କାମ ବିରୋଧରେ ଆନ୍ଦୋଳନ କରାଯିବ ବୋଲି ଚାଷୀ ସଂଗଠନ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ କୁଚିଣ୍ଡାଠାରେ ଅବସ୍ଥାପିତ କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ସୌଦାମିନୀ କିଷାନଙ୍କୁ ପଚାରିବାରୁ ସେ କହିଥିଲେ, ଏହା କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଜଳସେଚନ ବିଭାଗ ପକ୍ଷରୁ ଓସିସି ଦ୍ୱାରା କାର୍ଯ୍ୟ କରାଯାଉଛି। ତେବେ ଚାଷୀଙ୍କ ମତାମତ ନେଇ ଏହା କରିବା କଥା ବୋଲି ସେ କହିଥିଲେ। ସେହିପରି ଓସିସି ସୁପରଭାଇଜର ଭଗବତ ମଲ୍ଲିକ କହନ୍ତି, ଗାଁର ମୁଖିଆଙ୍କୁ ପଚାରି ଏହି କାମ କରୁଛୁ। ଯଦି ସେଭଳି ଅଭିଯୋଗ ହେଉଛି ତା’ହେଲେ ସମ୍ପୃକ୍ତ ଜମି ମାଲିକଙ୍କୁ ପଚାରି କାମ କରିବୁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri