Posted inଜାତୀୟ

ଶସ୍ତା ହେବ ଏସବୁ ଔଷଧ, ସ୍ବାସ୍ଥ୍ୟମନ୍ତ୍ରୀ ଜାରି କଲେ ନୂଆ ତାଲିକା…

ନୂଆଦିଲ୍ଲୀ, ୧୩।୯ : ଅତ୍ୟାବଶ୍ୟକ ଔଷଧ ଦେଶରେ ଏବେ ଶସ୍ତା ହେବାକୁ ଯାଉଛି। ଆଇଭର୍ମେକ୍ଟିନ, ମୁପିରୋସିନ, ନିକୋଟିନ ରିପ୍ଲେସମେଣ୍ଟ ଥେରାପି ଭଳି କେତେକ ଆଣ୍ଟି-ଇନଫେକ୍ସନ ଔଷଧ ମଧ୍ୟ ନ୍ୟାଶନାଲ ଲିଷ୍ଟ ଅଫ ଏସେନସିଆଲ ମେଡିସିନରେ ଯୋଗ କରାଯାଇଛି। ବର୍ତ୍ତମାନ ଏହି ତାଲିକାରେ ୩୮୪ ଔଷଧ ଅନ୍ତର୍ଭୁକ୍ତ କରାଯାଇଛି। ଏଥି ସହିତ, ରାନିଟିଡାଇନ, ସୁକ୍ରାଲଫେଟ, ହ୍ବାଇଟ ପେଟ୍ରୋଲାଟମ, ଆଟେନୋଲଲ ଏବଂ ମିଥାଇଲୋଡୋପା ସମେତ ୨୬ ଟି ଔଷଧ ଏହି ଜାତୀୟ ତାଲିକାରୁ ହଟାଯାଇଛି।

ଅତ୍ୟାବଶ୍ୟକ ଔଷଧ ତାଲିକାରେ ଯୋଡିବା ଦ୍ୱାରା ଅନେକ ଆଣ୍ଟିବାୟୋଟିକ, ଟିକା ଏବଂ କର୍କଟ ଔଷଧ ଶସ୍ତା ହେବ । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ମଙ୍ଗଳବାର ଏହି ନୂଆ ଔଷଧ ତାଲିକା ପ୍ରକାଶ କରିଛନ୍ତି।

ମାଣ୍ଡବ୍ୟ ଟୁଇଟ କରି କହିଛନ୍ତି, ଜାତୀୟ ତାଲିକାର ଅତ୍ୟାବଶ୍ୟକ ଔଷଧ-୨୦୨୨ ପ୍ରକାଶ ପାଇଛି। ଏଥିରେ ୨୭ଟି ବର୍ଗରେ ୩୮୪ ଔଷଧ ଅନ୍ତର୍ଭୁକ୍ତ। ଅନେକ ଆଣ୍ଟିବାୟୋଟିକ, ଟିକା, କର୍କଟ ଔଷଧ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଔଷଧ ସୁଲଭ ହେବ ଏବଂ ରୋଗୀଙ୍କ ଖର୍ଚ୍ଚ ହ୍ରାସ ପାଇବ ।

ଏହି ତାଲିକାରେ ଏଣ୍ଡୋକ୍ରାଇନ ଏବଂ ଗର୍ଭନିରୋଧକ ଔଷଧ ଯେପରିକି ଫ୍ଲୁଡ୍ରୋକର୍ଟିସୋନ, ଅର୍ମେଲୋକ୍ସିଫେନ, ଇନସୁଲିନ ଗ୍ଲାର୍ଜିନ ଏବଂ ଟେନେଲାଇଟିସ ମଧ୍ୟ ଯୋଗ କରାଯାଇଛି। ଏହା ବ୍ୟତୀତ ମୋଣ୍ଟେଲୁକାଷ୍ଟ (ଶ୍ୱାସକ୍ରିୟା ଔଷଧ) ଏବଂ ଲାଟାନୋପ୍ରୋଷ୍ଟ (ଚକ୍ଷୁ ଚିକିତ୍ସା) ର ନାମ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି। ଏହା ବ୍ୟତୀତ ହୃଦରୋଗ, ଡାବିଗାଟ୍ରାନ ଏବଂ ଟେନେଟେପ୍ଲେଜ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛି।

ମେଡିସିନ ଉପରେ ଷ୍ଟାଣ୍ଡିଂ ନ୍ୟାଶନାଲ କମିଟି ଉପାଧ୍ୟକ୍ଷ ଡାକ୍ତର ଓ୍ବାଇ.କେ. ଗୁପ୍ତା କହିଛନ୍ତି ଯେ ଆଇଭର୍ମେକ୍ଟାଇନ, ମେରୋପେନେମ, ସେଫୁରୋକ୍ସାଇମ, ଆମିକାସିନ, ବେଡାକୁଇଲିନ, ଡେଲାମାନିଡ, ଇଟ୍ରାକୋନାଜୋଲ ଆବ ଡୋଲୁଟେଗ୍ରାଭିର ଭଳି ଡ୍ରଗ୍ସ ଏନଏଲଏମ ତାଲିକାରେ ଯୋଗ କରାଯାଇଛି। ଡକ୍ଟର ଗୁପ୍ତା କହିଛନ୍ତି ଯେ ନ୍ୟାଶନାଲ ଲିଷ୍ଟ ଅଫ ମେଡିସିନରେ ଥିବା ଔଷଧଗୁଡିକ ନିର୍ଦ୍ଧାରିତ ବର୍ଗରେ ଅନ୍ତର୍ଭୂକ୍ତ କରାଯାଇଛି ଏବଂ ଏହାର ମୂଲ୍ୟ ଜାତୀୟ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି ଦ୍ୱାରା ନିୟନ୍ତ୍ରିତ ହୋଇଛି।

ଗତ ବର୍ଷ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଅଧୀନରେ ଥିବା ଏକ ବିଶେଷଜ୍ଞ କମିଟି ୩୯୯ ଔଷଧର ସଂଶୋଧିତ ତାଲିକା ଦାଖଲ କରିଥିଲେ। ବ୍ୟାପକ ବିଶ୍ଳେଷଣ ପରେ, ମାଣ୍ଡବ୍ୟଙ୍କ ଦ୍ୱାରା ଅଧିକ ପରିବର୍ତ୍ତନ ଦାବି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ଆକ୍ରମଣରେ ମୃତକ ପରିବାରକୁ ମିଳିଲା ଆର୍ଥିକ ସହାୟତା

କେସିଙ୍ଗା,୨୬ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଯାଦବ ମହାସଭା ଅନ୍ତର୍ଗତ କେସିଙ୍ଗା ବ୍ଲକର ଶିରୋଲ ଆଞ୍ଚଳିକ ଯାଦବ ସମାଜ ଅଧୀନସ୍ଥ ପୋଢ଼ଖମ୍ବ ଗ୍ରାମର ସ୍ବର୍ଗତ ଅକ୍ରୁର ହେର୍ନା ଗତ…

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

ବୃଦ୍ଧଙ୍କୁ ଶୁଣ୍ଢରେ ଟେକି କଚାଡ଼ି ମାରିଲା ହାତୀ, ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କାର ସହାୟତା, ଘୋଷଣା କରି…

କୁଆଁରମୁଣ୍ଡା,୨୬ା୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ବନ ରେଞ୍ଜ ଅନ୍ତର୍ଗତ ଝୁନମୁର ଗ୍ରାମର ବିଶ୍ରାଟୋଲିରେ ଶନିବାର ସକାଳେ ଏକ ବଣୁଆ ଦନ୍ତା ହାତୀ ଆକ୍ରମଣରେ ଜଣେ…

‘ତାଙ୍କୁ PM କର’, ଜ୍ଞାନେଶ କୁମାରଙ୍କୁ ପଦ୍ମ ଭୂଷଣ ଦେବା ବୟାନରେ କଟାକ୍ଷ କଲେ ପୱନ ଖେରା

ନୂଆଦିଲ୍ଲୀ,୨୬।୯: ନିର୍ବାଚନ ଆୟୋଗଙ୍କୁ ନେଇ ଚାଲିଥିବା ରାଜନୈତିକ ବିତର୍କ ମଧ୍ୟରେ, କଂଗ୍ରେସ ନେତା ପୱନ ଖେରା ପଶ୍ଚିମବଙ୍ଗ ଭାଜପା ସଭାପତି ସମିକ ଭଟ୍ଟାଚାର୍ଯ୍ୟଙ୍କ ଏକ ମନ୍ତବ୍ୟକୁ ନେଇ…

ମଦ୍ୟପାନ ନିଷେଧ ରାଜ୍ୟ ନାଗାଲାଣ୍ଡରେ ହଇଚଇ: ବିଷାକ୍ତ ମଦ ପିଇ ୧୯ ଜଣଙ୍କ ମୃତ୍ୟୁ

କୋହିମା,୨୬।୯: ମଦ ନିଷେଧାଦେଶ ଲାଗୁ ଥିବା ରାଜ୍ୟ ନାଗାଲାଣ୍ଡରେ ମଦ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ରାଜ୍ୟର ମୋକୋକଚୁଙ୍ଗ (Mokokchung) ଏବଂ ଟୁଏନସାଙ୍ଗ (Tuensang) ଜିଲାରେ ଭେଜାଲ…

ନିର୍ବାଚନ ଆୟୋଗଙ୍କ ବଡ଼ ପଦକ୍ଷେପ ପରେ ପ୍ରଶ୍ନ ଉଠାଇଲେ CJP ମୁଖ୍ୟ ଦୀପକେ, କହିଲେ, ‘ଏପର୍ଯ୍ୟନ୍ତ ଏହା କାହିଁକି କରାଯାଇନଥିଲା?’

ନୂଆଦିଲ୍ଲୀ,୨୬।୯: ‘କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ପୁଣିଥରେ ନିର୍ବାଚନ ଆୟୋଗଙ୍କୁ ଟାର୍ଗେଟ କରିଛନ୍ତି। ଶନିବାର (୨୬ ସେପ୍ଟେମ୍ବର) ସେ ସୋସିଆଲ ମିଡିଆରେ ଏକ…

ତେଲ-ଉତେଇ ନଦୀରେ ବନ୍ୟା: ଶତାଧିକ ଚାଷଜମି ଜଳମଗ୍ନ

କର୍ଲାମୁଣ୍ଡା,୨୬।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ତେଲ ଓ ଉତେଇ ନଦୀରେ ବନ୍ୟା ଆସି ନିକଟସ୍ଥ ଅଞ୍ଚଳକୁ ମାଡି…

ସୁବର୍ଣ୍ଣରେଖାରେ ୪ର୍ଥ ବନ୍ୟା: ୪ ବ୍ଲକ୍‌ରେ ଲକ୍ଷାଧିକ ଲୋକ ଜଳବନ୍ଦୀ

ଭୋଗରାଇ,୨୬ା୯(ପ୍ରଦୀପ ଦାସ): ଝାଡ଼ଖଣ୍ଡ ମାଳାଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗାଲୁଡ଼ିହି ଜଳାଧାରରୁ ୧ ୩ଟି ଗେଟ୍‌ ଖୋଲାଯାଇ ଉଦ୍‌ବୃତ୍ତ ବର୍ଷାଜଳ ସୁବର୍ଣ୍ଣରେଖାକୁ ନିଷ୍କାସନ ହେବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?