Posted inଜାତୀୟ

ପଞ୍ଜାବରେ ଅପରେଶନ୍‌ ଲୋଟସ୍‌: ବିଧାୟକଙ୍କୁ ୨୫-୨୫କୋଟିର ଅଫର

ଚଣ୍ଡିଗଡ଼,୧୩।୯: ପଞ୍ଜାବରେ ଆମ ଆଦମୀ ପାର୍ଟି (ଏଏପି)ର ସରକାରରେ ଥିବା ଅର୍ଥମନ୍ତ୍ରୀ ହରପାଲ ସିଂ ଚିମା ଭାଜପା ଉପରେ ଏକ ବଡ଼ ଅଭିଯୋଗ କରିଛନ୍ତି। ହରପାଲ କହିଛନ୍ତି ଯେ, ଭାଜପା ଦ୍ୱାରା ପଞ୍ଜାବରେ ଅପରେଶନ୍‌ ଲୋଟସ୍‌ ପରିଚାଳିତ ହେବା ସହ ଏଏପି ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରାଯାଉଛି। ଭାଜପା ପ୍ରତ୍ୟେକ ଏଏପି ବିଧାୟକଙ୍କୁ ୨୫କୋଟି ଟଙ୍କାର ଅଫର ପ୍ରଦାନ କରୁଛି ବୋଲି ସେ କହିଛନ୍ତି। ଏହାକୁ ନେଇ ଏଏପି ପଞ୍ଜାବ ମଙ୍ଗଳବାର ଟୁଇଟ କରି କହିଛି, ସିରିଏଲ୍‌ କିଲର ଭାଜପା ବର୍ତ୍ତମାନ ପଞ୍ଜାବରେ ନିଜର ଅପରେଶନ୍‌ ଲୋଟସ୍‌ ଚଳାଉଛି। ରାଜ୍ୟର ଏଏପି ବିଧାୟକମାନଙ୍କୁ ୨୫-୨୫ କୋଟି ଅଫର୍‌ ଦେଉଛି। କିନ୍ତୁ ଭାଜପା ଭୁଲି ଯାଉଛି ଯେ, ଏଏପିର ଜଣେ ବି ବିଧାୟକ ଏହି ଘୋଡ଼ାବେପାରରେ ସାମିଲ ହେବେ ନାହିଁ। ଦିଲ୍ଲୀ ଭଳି ପଞ୍ଜାପରେ ମଧ୍ୟ ଭାଜପାର ଅପରେଶନ୍‌ ଲୋଟସ୍‌ ବିଫଳ ହେବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ମଙ୍ଗଳବାର ଚଣ୍ଡିଗଡ଼ରେ ଏକ ଖବରଦାତା ସମ୍ମିଳନୀରେ ପଞ୍ଜାବ ଅର୍ଥମନ୍ତ୍ରୀ ହରପାଲ ଭାଜପା ଉପରେ ଅଭିଯୋଗ ଆଣିିଛନ୍ତି। ଏଏପି ବିଧାୟକଙ୍କୁ କିଣି ପଞ୍ଜାବରେ କ୍ଷମତାରେ ଥିବା ସରକାରଙ୍କୁ ଭାଙ୍ଗିବାକୁ ଉଦ୍ୟମ କରୁଛି ଭାଜପା। ପଞ୍ଜାବରେ ଅପରେଶନ୍‌ ଲୋଟସ୍‌ ପାଇଁ ଭାଜପା କେନ୍ଦ୍ରୀୟ ଏଜେନ୍ସି ସହିତ ଟଙ୍କାର ମଧ୍ୟ ବ୍ୟବହାର କରୁଛି। କେବଳ ଏତିକି ନୁହେଁ, ବିଧାୟକମାନଙ୍କୁ ବଡ଼ ପଦବୀର ମଧ୍ୟ ଭାଜପା ପ୍ରଲୋଭନ ଦେଖାଉଥିବା ହରପାଲ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ ଟିକେଟ-ଶହେ ଟଙ୍କିଆ ମୂଦ୍ରା ଜାରି କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୫।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ୧୦୦ତମ ବାର୍ଷିକୀ ଉତ୍ସବରେ ଭିଡିଓ କନ୍‌ଫରେନ୍ସ ଜରିଆରେ ଯୋଗଦେଇଥିଲେ। ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟ ୧୦୦ ବର୍ଷ ପୂରଣ...

ପଶ୍ଚିମବଙ୍ଗରେ ଲଢି ଜିତନ୍ତୁ ଅମିତ ଶାହା, ତାଙ୍କୁ ରାଜ୍ୟର ଗୃହ ମନ୍ତ୍ରୀ କରିଦେବି: ମମତା

କୋଲକାତା,୧୨।୨: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ଦେଖାଦେଇଛି। ଖାସ୍‌ ଭାବେ ତୃଣମୂଳ କଂଗ୍ରେସ ଏବଂ ଭାଜପା ମଧ୍ୟ ବାକ୍‌ଯୁଦ୍ଧ ଲାଗି ରହିଛି। ନିକଟରେ...

୨୦୨ ପ୍ରବାସୀଙ୍କୁ ନେଇ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କଲା ଆଇଏନ୍‌ଏସ୍‌ ମଗର

ନୂଆଦିଲ୍ଲୀ,୧୦।୫: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଅଚଳାବସ୍ଥା ଦେଖାଦେଇଛି। ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଏପରିସ୍ଥଳେ ବିଭିନ୍ନ ଦେଶରେ ଅଟକି ରହିଥିବା ଭାରତୀୟଙ୍କୁ...

ମୋଦିଙ୍କ ବାଂଲାଦେଶ ଗସ୍ତକୁ ବିରୋଧ ପ୍ରଦର୍ଶନବେଳେ ୪ ମୃତ

ଢାକା,୨୬।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବାଂଲାଦେଶ ଗସ୍ତ କରିଛନ୍ତି। ଏହା ବିରୋଧରେ ଚିଟ୍ଟାଗଙ୍ଗଠାରେ ଆନ୍ଦୋଳନବେଳେ ପୋଲିସର ରବର ବୁଲେଟ ମାଡ଼ରେ ପ୍ରାଣ ହରାଇଛନ୍ତି...

ଦଶହରାରେ ନିଜ ଜାତୀୟ ଦଳର ନାମ ଘୋଷଣା କରିପାରନ୍ତି କେସିଆର

ହାଇଦ୍ରାବାଦ,୪।୧୦: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଚଳେଇଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର) ଖୁବ୍‌ଶୀଘ୍ର ତାଙ୍କର ଜାତୀୟ ରାଜନୈତିକ...

ଅପରାହ୍ନ ୪ଟାରେ ବସିବ କେନ୍ଦ୍ର କ୍ୟାବିନେଟ ବୈଠକ

ନୂଆଦିଲ୍ଲୀ, ୧୫।୨: ଆଜି ବସିବ କେନ୍ଦ୍ର କ୍ୟାବିନେଟ ବୈଠକ । ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ...

ମହଙ୍ଗା ପଡ଼ିଲା ଗାନ୍ଧିଜୀଙ୍କ ବିରୋଧରେ ମନ୍ତବ୍ୟ ଦେବା

ମୁମ୍ବାଇ, ୩୧।୧୨: ମହାତ୍ମା ଗାନ୍ଧୀଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବା ହିନ୍ଦୁଧର୍ମ ନେତା କାଳୀଚରଣ ମହାରାଜଙ୍କୁ ଛତିଶଗଡ଼ ପୋଲିସ ଗୁରୁବାର ମଧ୍ୟପ୍ରଦେଶରୁ ଗିରଫ କରିଛି। ତାଙ୍କ ବିରୋଧରେ...

ଉଦ୍ଧବ ଠାକ୍‌ରେଙ୍କୁ ଭେଟିଲେ ଶରଦ ପାୱାର

ମୁମ୍ବାଇ,୨୭।୯: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର। ଦୁଇ ନେତାଙ୍କ ମଧ୍ୟରେ ଏହି ସାକ୍ଷାତ ପ୍ରାୟ ଏକ ଘଣ୍ଟା ଧରି...

Advertisement
Archives

Model This Week