ଓଜନ ଆଉ ପେଟ କମାଇବ ଏହି ଯୋଗାସନ

ସୁସ୍ଥ ରହିବା ପାଇଁ ଯୋଗାସନ ଜରୁରୀ ଅଟେ। ଫଳକାସନ ଏମିତି ଏକ ଆସନ ଯାହା କରିବା ଦ୍ୱାରା ଓଜନ କମିବା ସହ ପେଟ କମିଥାଏ ବୋଲି ଯୋଗଗୁରୁ ମତ ଦିଅନ୍ତି। ଖାଲି ଏତିକି ନୁହେଁ, ପାଚନ ସମ୍ବନ୍ଧୀୟ ସମସ୍ୟା, ନିଦ୍ରାହୀନତା ହୂର ହୁଏ। ମାଂସପେଶୀ ମଜଭୁତ ହୋଇଥାଏ।

ଆସନ କରିବା ପ୍ରଣାଳୀ:
ପ୍ରଥମେ ଚଟାଣରେ ସିଧା ହୋଇ ଠିଆ ହୁଅନ୍ତୁ। ଏବେ ଆଗକୁ ଝୁଙ୍କି ଠିଆ ହୁଅନ୍ତୁ। ଦୁଇ ହାତକୁ ଚଟାଣରେ ରଖନ୍ତୁ। ତା’ପରେ ଗୋଟିଏ ପାଦ ପଛକୁ ନିଅନ୍ତୁ। ପରେ ଆଉ ଏକ ପାଦ ନିଅନ୍ତୁ। ଗୋଇଠିକୁ ଟାଣ କରି ଚଟାଣରେ ରଖନ୍ତୁ। ମୁଣ୍ଡକୁ ଆଗକୁ ଓହଳାଇ ରଖନ୍ତୁ। ଏପରି ୩୦ରୁ୪୦ ସେକେଣ୍ଡ୍‌ ସ୍ଥିତିରେ ରୁହନ୍ତୁ। ତା’ ପରେ ଆଣ୍ଠୁକୁ ଭାଙ୍ଗନ୍ତୁ। ପାଦକୁ ଏପରି ରଖନ୍ତୁ ଯେପରି ବଜ୍ରାସନ ସ୍ଥିତିରେ ରହିବ।
ଏପରି ନିୟମିତ ଭାବରେ କରନ୍ତୁ। ହାଡ଼ ମଜଭୁତ ହେବା ସହ ଅନିଦ୍ରା, ମାଇଗ୍ରେନ୍‌ ଠିକ୍‌ ହୋଇଥାଏ। ଚିନ୍ତା ଦୂର ହୁଏ। ପେଟର ମାଂସପେଶୀ କମିବା ସହ ଓଜନ କମାଇବାରେ ସହାୟକ ହୋଇଥାଏ। ଅନ୍ୟ କୌଣସି ସମସ୍ୟା ଥିଲେ ଯୋଗଗୁରୁଙ୍କ ପରାମର୍ଶ ନେଇ ଏପରି ଯୋଗ କରିବା ଉଚିତ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଠୁଗଣ୍ଠି ସମସ୍ୟା ଦୂର କରେ ମେଥି ଶାଗ

ଆଣ୍ଠୁଗଣ୍ଠିରେ ଅତ୍ୟଧିକ ଯନ୍ତ୍ରଣା କାରଣରୁ ଅନେକ ସମୟରେ ଲୋକେ ଚାଲିବା ବୁଲିବାରେ ବି ଅସମର୍ଥ ହୋଇପଡ଼ନ୍ତି। ତେବେ ଏହି ଯନ୍ତ୍ରଣା ବିଭିନ୍ନ କାରଣରୁ ହୋଇଥାଏ। ଯେମିତିକି;...

ଫ୍ରିଜ୍‌ରେ ଆଳୁ ରଖୁଥିଲେ ସାବଧାନ, ହୋଇପାରେ କ୍ୟାନସର

ଆଳୁର ସେବନ ସଭିଙ୍କୁ ପସନ୍ଦ। ଅଧିକାଂଶ ବ୍ୟଞ୍ଜନରେ ଏହାର ବ୍ୟବହାର କରାଯାଇଥାଏ। କିନ୍ତୁ କିଛି ଲୋକ ଏହାକୁ ଫ୍ରିଜ୍‌ରେ ରଖିଦିଅନ୍ତି; ଯାହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ...

ଆଶାର ଆଲୋକ 

କ୍ୟାନ୍‌ସର ଏକ ରୋଗ; ଯାହା ଶରୀରକୁ ଦିଏ ଅସହ୍ୟ ଯନ୍ତ୍ରଣା। ଜୀବନ ମରଣର ଦୋ ଛକିରେ ଧନ୍ଦି ହୁଏ ମଣିଷ। ଭାଙ୍ଗିଯାଏ ମନୋବଳ, ମାଡିବସେ ଅବସାଦର...

ବଢ଼ାନ୍ତୁ ପିଲାଙ୍କ ଉଚ୍ଚତା

ପିଲାଙ୍କ ଖାଦ୍ୟରେ ଠିକ୍‌ ମାତ୍ରାରେ ପୋଷଣ ନ ରହିଲେ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମିବା ସହିତ ଶାରୀରିକ ବିକାଶ ମଧ୍ୟ ହୋଇ ପାରି ନ...

ଉଚ୍ଚ ରକ୍ତଚାପରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାଗ୍ଲାସେ…

ସକାଳେ ଗୁଡ଼ପାଣି ପିଇଲେ ପାଚନ କ୍ରିୟା ସ୍ବାଭାବିକ ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ପୋଟାସିୟମ୍‌ ଏବଂ ସୋଡିୟମ୍‌ ରହିଥାଏ। ଫଳରେ ରକ୍ତଚାପ ନିୟନ୍ତ୍ରଣ କରିବାରେ ଗୁଡ଼ପାଣି...

ତରଭୁଜର ଉପକାରିତା

ତରଭୁଜ ଏମିତି ଏକ ଫଳ, ଯେଉଁଥିରେ ଲାଇକୋପିନ୍‌ର ମାତ୍ରା ପ୍ରଚୁର ଥିବା ଯୋଗୁ ତ୍ୱଚାରେ ଚମକ ଆଣିବାରେ ଏହା ବିଶେଷ ସହାୟକ ହୋଇଥାଏ। ସେହିପରି ଏଥିରେ...

ଛୁଟି ଟେନ୍‌ସନ

ଛୁଟି! କାହା ପାଇଁ ଶ୍ରମ ଲାଘବର ଅବସର ତ କାହା ପାଇଁ ବିନୋଦନର ସମୟ। ଅନ୍ୟମାନଙ୍କ ପାଇଁ କାମରୁ ବିରତିର ଏକ ସୁଯୋଗ ହୋଇପାରେ। କିନ୍ତୁ...

ଆଗାମୀ ପିଢ଼ି ପାଇଁ ଜଳ ସଂରକ୍ଷଣ

ଆମ ଜୀବନ ଧାରଣ ପାଇଁ ଜଳ ନିତାନ୍ତ ଆବଶ୍ୟକ। ଆମ ଶରୀରର ପ୍ରମୁଖ ଅଂଶ ହେଉଛି ଜଳ। ଜଳ ବିନା ଜୀବନ ଧାରଣ ଅସମ୍ଭବ। ଆମ...

Advertisement
Archives

Model This Week