ବର୍ତ୍ତମାନ ସମୟରେ ଶନିଦେବ ମୀନ ରାଶିରେ ଅବସ୍ଥାନ କରୁଛନ୍ତି ଏବଂ ତାଙ୍କ ଗୋଚରର ପ୍ରଭାବ କିଛି ରାଶି ଉପରେ ବିଶେଷ ଭାବରେ ଦେଖିବାକୁ ମିଳୁଛି। ସାଢ଼େସାତୀ ଓ ଧୈୟାର ପ୍ରଭାବରେ ଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏହି ସମୟ ଟିକେ ଆହ଼୍ବାନପୂର୍ଣ୍ଣ ମନେକରାଯାଉଛି। ଏହି ସମୟରେ ସେମାନଙ୍କୁ ସ୍ୱାସ୍ଥ୍ୟ, ବ୍ୟବସାୟ, କ୍ୟାରିଅର୍ ଏବଂ ପାରିବାରିକ ଜୀବନ ସହିତ ଜଡ଼ିତ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। କେବଳ ସେତିକି ନୁହେଁ, ଏହି ସମୟ ମଧ୍ୟରେ କରାଯାଇଥିବା ସାମାନ୍ୟ ଅସାବଧାନତା ମଧ୍ୟ ଏକ ବଡ଼ ସମସ୍ୟାର କାରଣ ହୋଇପାରେ। ବିଶ୍ୱାସ କରାଯାଉଛି ଯେ ଶନିଙ୍କ ପରବର୍ତ୍ତୀ ଗୋଚର ପର୍ଯ୍ୟନ୍ତ ଏହି ବ୍ୟକ୍ତିମାନଙ୍କ ପାଇଁ ସମୟ ଆହୁରି ଜଟିଳ ହୋଇପାରେ। ସୂଚନାଯୋଗ୍ୟ ଯେ, ଶନିଦେବ ୨୦୨୭ ମସିହା ଜୁନ ୩ ତାରିଖରେ ମେଷ ରାଶିରେ ପ୍ରବେଶ କରିବେ। ସେପର୍ଯ୍ୟନ୍ତ ମୁଖ୍ୟତଃ ଏହି ୩ଟି ରାଶିର ବ୍ୟକ୍ତିମାନଙ୍କୁ ସତର୍କ ରହିବାକୁ ପଡ଼ିବ। ଆସନ୍ତୁ ସେହି ରାଶିଗୁଡ଼ିକ ଏବଂ ସେମାନଙ୍କ ଜୀବନ ଉପରେ ପଡ଼ୁଥିବା ପ୍ରଭାବ ବିଷୟରେ ଜାଣିବା।
ମେଷ ରାଶି
* ମେଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ସମୟ କିଛି ଅସୁବିଧା ଆଣିପାରେ।
* ଯଦି ଆପଣ ଚାକିରି କରୁଛନ୍ତି, ତେବେ କର୍ମକ୍ଷେତ୍ରରେ ପ୍ରତିଯୋଗିତାର ଚାପ ବଢ଼ିପାରେ।
* ନୂତନ ଚାକିରି ପାଇଁ ବର୍ତ୍ତମାନ ଆହୁରି ର୍ଧଯ୍ୟ ଧରିବାକୁ ହେବ।
* କାର୍ଯ୍ୟକ୍ଷେତ୍ରରେ ଯେକୌଣସି ପ୍ରକାରର ବିବାଦରୁ ଦୂରେଇ ରୁହନ୍ତୁ ଏବଂ ନିଜ ଦାୟିତ୍ୱକୁ ଠିକ ସମୟରେ ପୂରଣ କରିବାକୁ ଚେଷ୍ଟା କରନ୍ତୁ।
* ଅନାବଶ୍ୟକ ଆର୍ଥିକ ବିପଦ (ରିସ୍କ) ନେବାରୁ ବଞ୍ଚିବା ଜରୁରୀ।
* ଏହି ସମୟରେ କଥା କହିବା ପୂର୍ୱରୁ ଟିକେ ଭାବିଚିନ୍ତି ନିଷ୍ପତ୍ତି ନେବା ଆବଶ୍ୟକ।
* ସଫଳତା ପାଇବା ପାଇଁ ଆପଣଙ୍କୁ ନିଜ ପରିଶ୍ରମ ଓ ପ୍ରୟାସକୁ ନିରନ୍ତର ଜାରି ରଖିବାକୁ ପଡ଼ିବ।
ଧନୁ ରାଶି
* ଧନୁ ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ସମୟ କିଛି ନୂତନ କାର୍ଯ୍ୟର ଆରମ୍ଭ ସହିତ ଅଧିକ ପରିଶ୍ରମପୂର୍ଣ୍ଣ ରହିପାରେ।
* ଏହି ସମୟରେ ସାମାନ୍ୟ ଅସାବଧାନତା ମଧ୍ୟ ଆପଣଙ୍କ ପାଇଁ ମହଙ୍ଗା ପଡ଼ିପାରେ, ତେଣୁ ପ୍ରତ୍ୟେକ କାର୍ଯ୍ୟ ଭାବିଚିନ୍ତି କରିବା ଉଚିତ।
* ଗାଡ଼ି ଚଳାଇବା ସମୟରେ ବିଶେଷ ସତର୍କତା ଅବଲମ୍ୱନ କରନ୍ତୁ, କାରଣ ଆଘାତ ଲାଗିବାର ଆଶଙ୍କା ରହିଛି।
* ନିବେଶ ପାଇଁ ଟଙ୍କା ଋଣ ନେଇପାରନ୍ତି। ଏହା ବ୍ୟତୀତ ଛୋଟ ଛୋଟ କାମ ପୂରା କରିବା ପାଇଁ ମଧ୍ୟ ଅଧିକ ଦୌଡ଼ାଧପଡ଼ା କରିବାକୁ ପଡ଼ିପାରେ।
* କର୍ମକ୍ଷେତ୍ରରେ ଦାୟିତ୍ୱ ବୃଦ୍ଧି ପାଇପାରେ, କିନ୍ତୁ ଆପଣଙ୍କ ପରିଶ୍ରମ ଭବିଷ୍ୟତରେ ସଫଳତାର ନୂଆ ପାହାଚ ଚଢ଼ିବାରେ ସାହାଯ୍ୟ କରିବ।
* କୌଣସି କାର୍ଯ୍ୟ ତରବରିଆ ଭାବେ ନକରି ସମ୍ପୂର୍ଣ୍ଣ ଯୋଜନା ସହ ଆଗକୁ ବଢ଼ିବା ଆପଣଙ୍କ ପାଇଁ ଶ୍ରେୟସ୍କର ହେବ।
କୁମ୍ଭ ରାଶି
* କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ସମୟ କିଛି ଆହୱାନ ଆଣିପାରେ।
* ସୱାସ୍ଥ୍ୟ ପ୍ରତି କୌଣସି ପ୍ରକାର ଅବହେଳା କରନ୍ତୁ ନାହିଁ ଏବଂ ନିଜର ଦୈନନ୍ଦିନ ଜୀବନଶୈଳୀକୁ ସୁସଂଗଠିତ ରଖିବାକୁ ଚେଷ୍ଟା କରନ୍ତୁ।
* ଜୀବନର ସମସ୍ତ କ୍ଷେତ୍ରରେ ସନ୍ତୁଳନ ବଜାୟ ରଖି ଚାଲିବାର ଆବଶ୍ୟକତା ରହିବ।
* ଏହି ସମୟ ମଧ୍ୟରେ ବିପଦପୂର୍ଣ୍ଣ ପୁଞ୍ଜିନିବେଶରୁ ଦୂରେଇ ରୁହନ୍ତୁ।
* ସମ୍ପୂର୍ଣ୍ଣ ତଥ୍ୟ ବିନା କୌଣସି ଆର୍ଥିକ ନିଷ୍ପତ୍ତି ନେବାରୁ ନିବୃତ୍ତ ରୁହନ୍ତୁ।
* ନକାରାତ୍ମକ ସଙ୍ଗତରୁ ଦୂରରେ ରହିବା ଆପଣଙ୍କ ପାଇଁ ଭଲ ହେବ।
* କର୍ମକ୍ଷେତ୍ରରେ ର୍ଧଯ୍ୟ ରଖନ୍ତୁ, ନଚେତ ମାନସିକ ଚାପ ଆହୁରି ବଢ଼ିପାରେ।

