ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ ଗରମ ହେଲେ କଡ଼େଇରେ ଥିବା ପାଣି ଗରମ ହୁଏ। ଅର୍ଥାତ୍‌ ପାଣିର ତାପମାତ୍ରା ବଢ଼େ। ତାପମାତ୍ରାକୁ ମାପିବା ପାଇଁ ଥର୍ମୋମିଟର ବ୍ୟବହାର କରାଯାଏ। ତାପମାତ୍ରା ମାପକୁ ଆମେ ଡିଗ୍ରୀ ସେଣ୍ଟିଗ୍ରେଡ୍‌, ଡିଗ୍ରୀ ଫାରେନ୍‌ହାଇଟ୍‌ ବା କେଲଭିନ୍‌ ଏକକରେ ପ୍ରକାଶ କରୁ। ସାଧାରଣତଃ ପାଣିର ତାପମାତ୍ରା ୨୫ ରୁ ୩୦ ଡିଗ୍ରୀ ସେଣ୍ଟିଗ୍ରେଡ୍‌ ଥାଏ। ନିଆଁରେ ଗରମ କଲେ ପାଣିର ତାପମାତ୍ରା ବଢ଼ି ବଢ଼ି ଯେତେବେଳେ ୧୦୦ ଡିଗ୍ରୀ ସେଣ୍ଟିଗ୍ରେଡ୍‌ରେ ପହଞ୍ଚତ୍ୟାଏ, ସେତେବେଳେ ପାଣି ଫୁଟିବା ଆରମ୍ଭ କରେ। ପ୍ରତିଦିନର ତାପମାତ୍ରା ମାପିବା ପାଇଁ ମଧ୍ୟ ଥର୍ମୋମିଟର ବ୍ୟବହାର କରାଯାଏ। ଜ୍ୱର ସମୟରେ ଆମ ଜିଭ ତଳେ ଥର୍ମୋମିଟର ରଖି ଦେହର ତାପମାତ୍ରା ମାପ କରାଯାଏ। ସାଧାରଣତଃ ଆମ ଦେହର ତାପମାତ୍ରା ୩୭ ଡିଗ୍ରୀ ସେଣ୍ଟିଗ୍ରେଡ୍‌ ବା ୯୮.୬ ଡିଗ୍ରୀ ଫାରେନ୍‌ହାଇଟ୍‌ ରହିବା କଥା। ଜ୍ୱର ଥିଲେ ଥର୍ମୋମିଟର ଅଧିକ ଦେଖାଏ।
ଯେମିତି ଶରୀରର ତାପ ମାପିବା ପାଇଁ ଥର୍ମୋମିଟର ବ୍ୟବହାର କରାଯାଏ, ସେମିତି ବାୟୁମଣ୍ଡଳର ଚାପ ମାପିବା ପାଇଁ ବାରୋମିଟର ବ୍ୟବହାର କରାଯାଏ। ବାୟୁମଣ୍ଡଳରେ ଥିବା ବାୟୁର ଓଜନ ଅଛି। ତେଣୁ ବାୟୁ ସମସ୍ତଙ୍କ ଉପରେ ଚାପ ପକାଏ। ଚାପକୁ ମାପିବା ଲାଗି ସାଧାରଣତଃ ପାସ୍କାଲ, ବର୍ଗମିଟର ପ୍ରତି ନିଉଟନ୍‌ ଓ ବାର୍‌ ଏକକ ବ୍ୟବହୃତ ହୁଏ। ପାଗ ସାଧାରଣ ଥିଲେ ବାୟୁମଣ୍ଡଳର ଚାପ ପ୍ରାୟ ୧ ବାର୍‌ ଥାଏ, ଯାହାକି ୧ ବର୍ଗ ମିଟର ଅଞ୍ଚଳ ଉପରେ ପଡୁଥିବା ୧ ଲକ୍ଷ ନିଉଟନ୍‌ ବଳ ସହିତ ସମାନ।
କୌଣସି ଅଞ୍ଚଳର ପାଗ ବିଷୟରେ ଜାଣିବା ପାଇଁ ଥର୍ମୋମିଟର ଓ ବାରୋମିଟର ଦରକାର ହୁଏ। କିଛି ସମୟ ପାଇଁ ଗୋଟିଏ ସ୍ଥାନର ବାୟୁମଣ୍ଡଳର ଅବସ୍ଥାକୁ ‘ପାଗ’ (ୱେଦର) ବୋଲି କୁହାଯାଏ। ପାଗ କହିଲେ ବାୟୁମଣ୍ଡଳର ତାପ, ଚାପ, ଆର୍ଦ୍ରତା, ବାୟୁପ୍ରବାହ, ବାଦଲର ପରିସ୍ଥିତି ଇତ୍ୟାଦି ବିଷୟକୁ ବୁଝାଯାଏ। ଗୋଟିଏ ପ୍ରକାରର ପାଗ ବହୁ ଦିନ ଧରି (ସାଧାରଣତଃ ୩୦ ବର୍ଷ) ଅନୁଭୂତ ହେଲେ, ତାହାକୁ ସେଇ ଅଞ୍ଚଳର ‘ଜଳବାୟୁ’ (କ୍ଲାଇମେଟ୍‌) ବୋଲି ଧରି ନିଆଯାଏ। ପ୍ରତିଦିନ ରେଡିଓ ଓ ଟିଭିରେ ପାଗ ବିଷୟରେ ସୂଚନା ଦିଏ। କୌଣସି ପର୍ବପର୍ବାଣି ଥିଲେ ବା ବାହାରକୁ ଯିବାର ଥିଲେ ଆମେ ପାଗ ବିଷୟରେ ଖବର ରଖୁ। ବ୍ୟବସାୟୀ, ମତ୍ସ୍ୟଜୀବୀ, ଉଡ଼ାଜାହାଜ ପାଇଲଟ୍‌ ଏପରିକି ଜଣେ ସାଧାରଣ କୃଷକ ପାଇଁ ମଧ୍ୟ ପ୍ରତ୍ୟେକ ଦିନର ପାଗ ଜାଣିବା ନିହାତି ଜରୁରୀ। ଦିନକ ଭିତରେ ଅନେକ ଥର ପାଗର ପରିବର୍ତ୍ତନ ଘଟିପାରେ। ସେହି ଦୃଷ୍ଟିରୁ ଭାବିଲେ, ବର୍ଷ ବର୍ଷ ଧରି ପ୍ରତିଦିନର ପାଗ ବିଷୟରେ କିଛି ଲେଖି ରଖିବା କଥାଟା ଆମକୁ ଅଡୁଆ ଲାଗିପାରେ। କିନ୍ତୁ ଆଶ୍ଚର୍ଯ୍ୟର କଥା, ରସାୟନବିତ୍‌ ଜନ୍‌ ଡାଲ୍‌ଟନ ନିଜର ବୈଜ୍ଞାନିକ ଜୀବନର ବ୍ୟସ୍ତତା ଭିତରେ ମଧ୍ୟ ଦୀର୍ଘ ୫୭ ବର୍ଷ ଧରି ପ୍ରତିଦିନର ପାଗ ବିଷୟରେ ଟିପି ରଖୁଥିଲେ।
ଜନ୍‌ ଡାଲ୍‌ଟନ ୧୭୬୬ ମସିହା ସେପ୍ଟେମ୍ବର ୬ ତାରିଖରେ ଇଂଲଣ୍ଡର ଇଗଲ୍‌ସଫିଲ୍‌ଡ ନାମକ ନିପଟ ମଫସଲ ଗାଆଁରେ ଜନ୍ମ ହୋଇଥିଲେ। ତାଙ୍କର ‘ପରମାଣୁ ତତ୍ତ୍ୱ’ ସାରା ପୃଥିବୀରେ ଆଲୋଡ଼ନ ସୃଷ୍ଟି କରିଥିଲା। ସେ ପାଗ ବିଷୟରେ ନୂଆ ନୂଆ କିଛି ଜାଣିବା ପାଇଁ ସବୁବେଳେ ଆଗ୍ରହୀ ଥିଲେ। ଥର୍ମୋମିଟର ସାହାଯ୍ୟରେ ସେ ପ୍ରତିଦିନର ତାପମାତ୍ରା ମାପୁଥିଲେ ଏବଂ ବାରୋମିଟର ଦ୍ୱାରା ବାୟୁମଣ୍ଡଳୀୟ ଚାପ ମାପି ରଖୁଥିଲେ। ତାଙ୍କର ସବୁଠାରୁ ପ୍ରିୟ ବସ୍ତୁ ଥିଲା ତାଙ୍କ ଟିପାଖାତା। ବାୟୁମଣ୍ଡଳୀୟ ଚାପ ଓ ତାପମାତ୍ରା ମାପିଲା ପରେ ସେହି ଟିପାଖାତାରେ ସେ ପ୍ରତିଦିନର ପାଗ ବିଷୟରେ ସଂକ୍ଷିପ୍ତ ଟିପ୍ପଣୀ ଲେଖି ରଖୁଥିଲେ। ପାଣିପାଗ ସମ୍ପର୍କରେ ୧୭୯୩ ମସିହାରେ ତାଙ୍କର ଗୋଟିଏ ବହି ପ୍ରକାଶିତ ହୋଇଥିଲା, ଯାହାର ନାମ ଥିଲା- ‘ମେଟେରୋଲୋଜିକାଲ ଅବ୍‌ଜରଭେଶନ୍‌ ଆଣ୍ଡ୍‌ ଆସେଜ୍‌’। ୧୮୪୪ ମସିହା ଜୁଲାଇ ୨୭ ତାରିଖରେ ତାଙ୍କର ମୃତ୍ୟୁ ହେଲା। ସେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ। ଜୀବନର ଶେଷ ମୁହୂର୍ତ୍ତରେ ମଧ୍ୟ ତାଙ୍କର ଥର୍ମୋମିଟର ଓ ବାରୋମିଟର ପାଠ୍ୟାଙ୍କ ଟିପିବାକୁ ଭୁଲି ନଥିଲେ। ମୃତ୍ୟୁବରଣ କରିବାର ମାତ୍ର କିଛିକ୍ଷଣ ପୂର୍ବରୁ ଥରି ଥରି ଲେଖିଥିଲେ, ‘ସାମାନ୍ୟ ବୃଷ୍ଟି ଆଜି ସନ୍ଧ୍ୟାରେ…’। ସେଇ ଦିନକୁ ମିଶାଇ ତାଙ୍କର ପ୍ରିୟ ଟିପାଖାତାରେ ସେ ସମୁଦାୟ ୨୦,୦୦୦ଟି ପାଗ ବିଷୟରେ ଟିପ୍ପଣୀ ଲେଖିଥିଲେ।

ଡ. କମଳାକାନ୍ତ ଜେନା
-ପ୍ରାଧ୍ୟାପକ, ପଦାର୍ଥ ବିଜ୍ଞାନ ବିଭାଗ ଭଦ୍ରକ ସ୍ବୟଂଶାସିତ ସରକାରୀ ମହାବିଦ୍ୟାଳୟ, ଭଦ୍ରକ
ମୋ : ୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?