Posted inଖେଳ

ଆଇପିଏଲ୍‌ରେ ୨୦ ହଜାର କୋଭିଡ୍‌ ଟେଷ୍ଟ ହେବ

ଦୁବାଇ,୨୭।୮(ପି.ଟି.): ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଆୟୋଜନ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ୩ ମାସ ମଧ୍ୟରେ ୨୦ ହଜାରରୁ ଅଧିକ କୋଭିଡ୍‌-୧୯ ଟେଷ୍ଟ କରାଯିବ। ଏଥିପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଭି.ପି.ଏସ୍‌. ହେଲ୍‌ଥ କେୟାରକୁ ନିଯୁକ୍ତି ଦେବ ବୋଲି କହିଛି। ଫ୍ରାଞ୍ଚାଇଜ୍‌ଗୁଡିକର ସବୁ ଖେଳାଳି, ସପୋର୍ଟ ଷ୍ଟାଫ୍‌, ବିସିସିଆଇ ଅଫିସିଆଲ ଓ ଆଇପିଏଲ୍‌ ସମ୍ପର୍କିତ ସବୁ ବ୍ୟକ୍ତିଙ୍କର କୋଭିଡ୍‌ ଟେଷ୍ଟ କରାଯିବ କୁହାଯାଇଛି।
ଏଥିସହିତ ଟୁର୍ନାମେଣ୍ଟ ପରିଚାଳନା ପାଇଁ ସବୁ ସ୍ବ୍ୟାସ୍ଥ୍ୟଗତ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ବିସିସିଆଇ ସହିତ ଆଲୋଚନା କରାଯାଉଛି ବୋଲି ଭି.ପି.ଏସ୍‌. ହେଲ୍‌ଥ କେୟାର ତରଫରୁ ଜାରି କରାଯାଇଥିବା ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି। ପ୍ରଥମ, ତୃତୀୟ ଓ ଷଷ୍ଠ ଦିବସରେ ସବୁ ଖେଳାଳି ଓ ଷ୍ଟାଫ୍‌ ସଦସ୍ୟଙ୍କର ଟେଷ୍ଟ କରାଯିବ। ଏହାପରେ ସେମାନ ଜୈବ ସୁରକ୍ଷିତ ପରିବେଶ ତଥା ବାୟୋ ବବୁଲ୍‌ରେ ପ୍ରବେଶ କରିବେ। ଏହାପରେ ପ୍ରତ୍ୟେକ ୫ ଦିନରେ ସବୁ ଖେଳାଳି ଓ ଅନ୍ୟମାନଙ୍କର ଟେଷ୍ଟ କାରଯିବ। ସାରା ଟୁର୍ନାମେଣ୍ଟରେ ଏହି ପ୍ରକ୍ରିୟା ଜାରି ରହିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜାବକୁ ହରାଇ ପ୍ଲେଅଫ୍‌ରେ ସ୍ଥାନ ପକ୍କା କଲା ଆର୍‌ସିବି

ଧର୍ମଶାଳା,୧୭ା୫: ଭେଙ୍କଟେଶ ଆୟାରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୨୩ ରନରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ଏହି…

ଆହତ ସତ୍ତ୍ୱେ ଖେଳିଲେ ବରୁଣ, ହସ୍ତକ୍ଷେପ କରିପାରେ ବିସିସିଆଇ

ନୂଆଦିଲ୍ଲୀ,୧୭ା୫: ଆହତ ସତ୍ତ୍ୱେ ବରୁଣ ଚକ୍ରବର୍ତ୍ତୀ ଶନିବାର ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ପାଇଁ ସମ୍ପୂର୍ଣ୍ଣ ୪ ଓଭର ବୋଲିଂ କରିଥିଲେ। ଏହି…

ଇତିହାସ ରଚିଲେ ବିରାଟ, ୫୦୦ ରନ କରି କଲେ ଏମିତି ରେକର୍ଡ ଯାହା ଭାଙ୍ଗିବା ହେବ ଅସମ୍ଭବ!

ନୂଆଦିଲ୍ଲୀ,୧୭।୫: ବିରାଟ କୋହଲିଙ୍କୁ ‘ରେକର୍ଡର ରାଜା’ ଖାଲିଟାରେ କୁହାଯାଏ ନାହିଁ। ସେ ଏବେ ଇଣ୍ଡିଆନ ପ୍ରିମିୟର ଲିଗରେ ଆଉ ଏକ ରେକର୍ଡ ସ୍ଥାପନ କରିଛନ୍ତି, ଯାହା ଭାଙ୍ଗିବା…

IPL 2026ରେ ହଠାତ ବଦଳିଲେ RCB କ୍ୟାପଟେନ, ରଜତ ପାଟିଦାରଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୧୭।୫: ରଜତ ପାଟିଦାର IPL 2026 ର 61 ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳୁନାହାଁନ୍ତି। ଏହି ମୁକାବିଲା ଉଭୟ ପଞ୍ଜାବ କିଙ୍ଗସ ଏବଂ…

ପାକିସ୍ତାନ ଭୂଗୋଳ ହେବାକୁ ଚାହୁଁଛି ନା ଇତିହାସ? ଭାରତୀୟ ସେନା ମୁଖ୍ୟଙ୍କ ଏମିତି ଧମକ ଶୁଣି…

ନୂଆଦିଲ୍ଲୀ/ଇସଲାମାବାଦ,୧୭ା୫: ରବିବାର ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ବୟାନ ଶୁଣି ପାକିସ୍ତାନ ସେନା ଡରିଯାଇଛି। ଏହା ପରେ ପାକିସ୍ତାନ ଭାରତକୁ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଶିଖିବାକୁ…

ତୈଳ ସଙ୍କଟ ମଧ୍ୟରେ ଆଶ୍ୱସ୍ତି: ହର୍ମୁଜ ଦେଇ ଭାରତରେ ପହଞ୍ଚିଲା ୨୦୦୦୦ ଟନ୍‌ର ଏଲ୍‌ପିଜି ଟ୍ୟାଙ୍କର

ନୂଆଦିଲ୍ଲୀ,୧୭ା୫: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଏବଂ ତୈଳ ଯୋଗାଣ ନେଇ ବିଶ୍ୱ ଚିନ୍ତା ମଧ୍ୟରେ ଭାରତକୁ କିଛିଟା ଆଶ୍ୱସ୍ତି ମିଳିଛି। ପ୍ରାୟ ୨୦୦୦୦ ଟନ୍‌ ଏଲପିଜି…

ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ: ୨ଟି କୋଚ୍‌ରେ ଲାଗିଗଲା ନିଆଁ, ଭିତରେ ଥିଲେ…

ନୂଆଦିଲ୍ଲୀ,୧୭।୫: ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ। ଦିଲ୍ଲୀ-ନିଜାମୁଦ୍ଦିନ ଯାଉଥିବା ଏହି ଟେନ ଦୁଇଟି କୋଚରେ ଅଗ୍ନିକାଣ୍ଡ ଘଟି ଆତଙ୍କ ସୃଷ୍ଟି ହୋଇଛି। ରବିବାର ସକାଳେ ଏହି ଘଟଣା ଆଲୋଟ…

ସୁଧୁରୁନି ତୈଳ ସ୍ଥିତି, ବଢ଼ିଲାଣି କଳାବଜାର

ଭୁବନେଶ୍ୱର, ୧୭।୫(ସୁନିତ୍‌ ମିଶ୍ର): ଓଡ଼ିଶାରେ ଦେଖା ଦେଇଥିବା ତୈଳ ସଙ୍କଟ ସ୍ଥିତିରେ ଶନିବାର ସୁଦ୍ଧା ସୁଧାର ଆସିପାରି ନାହିଁ। ଭୁବନେଶ୍ୱରଠାରୁ ଆରମ୍ଭ କରି ରାଜ୍ୟର ଅନ୍ୟ ଜିଲାଗୁଡ଼ିକରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri