କରଙ୍ଗାଭଟା ଗାଁରେ ଏବେଠୁ ପାନୀୟ ଜଳ ସଙ୍କଟ

ନୂଆପଡ଼ା,୯।୨(ମକାରୁ ବେମାଲ): ନୂଆପଡା ଜିଲା କୋମନା ବ୍ଲକ ସିଆଲଲଟି ପଞ୍ଚାୟତ କରଙ୍ଗାଭଟା ଗାଁରେ ଗ୍ରୀଷ୍ମ ଋତୁ ନ ଆସିବା ପୂର୍ବରୁ ପାଣିର ଘୋର ସଙ୍କଟ ଦେଖା ଦେଲାଣି। ବସୁଧା ଯୋଜନାରେ ଓଭର ଟାଙ୍କି ନିର୍ମାଣ ହୋଇ ପାଇପ ପୋତା ସରି ଆଜକୁ ପ୍ରାୟ ୨ ବର୍ଷ ବିତିଯାଇଥିଲେ ମଧ୍ୟ ଜଳ ଯୋଗାଣ ହୋଇନାହିଁ। ଗାଁରେ ଲାଗିଥିବା ଏଲଆଇ ପୋଏଣ୍ଟ ପାଇପ ଭାଙ୍ଗିବାକୁ ବସିଲାଣି। ଗାଁ ଲୋକେ ଫ୍ଲୋରାଇଡଯୁକ୍ତ ପାଣି ପିଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। କରଙ୍ଗାଭଟା ଗାଁରେ ବସ୍ତି ସମେତ ବ୍ରାହ୍ମଣ ପଡା, ନାଏକପଡା, କଲୋନିପଡା ଓ ସ୍କୁଲପଡା ମିଶି ୩ ଶହ ପରିବାର ବସବାସ କରୁଥିବା ବେଳେ ୨ ହଜାରରୁ ଊର୍ଦ୍ଧ୍ୱ ଜନସଂଖ୍ୟା ରହିଛି। ବସ୍ତି ସମେତ ୪ଟି ପଡାକୁ ନେଇ ୭ଟି ନଳକୁଅ ରହିଛି। ସବୁ ନଳକୂଅରେ ଫ୍ଲୋରାଇଡ ଯୁକ୍ତ ପାଣି ରହିଥିବାରୁ ସରକାର ପକ୍ଷରୁ ନିଷିଧ ଘୋଷଣା କରିଛନ୍ତି। ପାଣିର ଅଭାବ ଯୋଗୁ ବା ଅନ୍ୟ ଉପାୟ ନ ଥିବାରୁ ଲୋକେ ବାଧ୍ୟହୋଇ ଫ୍ଲୋରାଇଡ ଯୁକ୍ତ ପାଣି ବ୍ୟବହାର କରୁଛନ୍ତି। ବସ୍ତି, ବ୍ରାହ୍ମଣପଡା, ନାଏକପଡା, କଲୋନିପଡାରେ ନଳକୂଅ ଅଛି। ହେଲେ ଫ୍ଲୋରାଇଡ ଯୁକ୍ତ ପାଣି ବାହରୁଛି। ସ୍କୁଲ ପଡାରେ ନଳକୂଅ ନାହିଁ। ସ୍କୁଲ ନଳକୂଅ ପାଣି ବ୍ୟବହାର କରୁଛନ୍ତି। ଶନିବାର ଅଧା ଦିନ, ରବିବାର ଓ ଛୁଟି ଦିନରେ ବିଦ୍ୟାଲୟ ଗେଟରେ ତାଲା ପଡୁଥିବାରୁ ସ୍କୁଲପଡାବାସୀ ମୁଡା କିମ୍ବା ଚହଲା ଖୋଲା ପାଣି ବ୍ୟବହାର କରୁଛନ୍ତି। ପାଣି ପାଇଁ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡିଓ ପର୍ଯ୍ୟନ୍ତ ଜଣାଇ ସାରିଲେଣି କୌଣସି ସୁଫଳ ମଳୁନାହିଁ। କୌଣସି ଚାଷୀଙ୍କ ବୋରୱେଲକୁ ପାଣି ପାଇଁ ଗଲେ ଚାଷୀ ପାଣି ଦେଉନାହାନ୍ତି ା ବିଦ୍ୟୁତ୍‌ ଦର ଯେଉଁ ରେଟରେ ବଢୁଛି କିଏ ବା ଚାଷୀ ବୋରୱେଲ ଚଲାଇ ପାଣି ଦେବ। ରୋକଠୋକ ମନା କରି ଦେଉଛନ୍ତ। ଅଧିକାଂଶ ଲୋକେ ନଇ ନାଳରେ ବାଲି କୂଅ କରି ପାଣି ଆଣି ବ୍ୟାବହାର କରୁଛନ୍ତି। ଏ ସଂକ୍ରାନ୍ତରେ କୋମନା ବିଡିଓ ହିତାଂଶୁ ଶେଖର ସାମଲଙ୍କୁ ପଚାରିବାରୁ ୭ ଦିନ ଭିତରେ ସମସ୍ୟାର ସମାଧାନ ହୋଇଯିବ ବୋଲି କହିଛନ୍ତି। ୭ ଦିନରେ ପାଣି ସମସ୍ୟା ପ୍ରଶାସନ ସମାଧାନ ନ କଲେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବୁ ବୋଲି ଶୋଭାରାମ ନାଏକ, ରୁପଧର ମାଝି, ଜଗତ ନାଗ, ତେଜରାମ ନାଏକ, ଦୁର୍ଯ୍ୟଧନ ନାଏକ, ବଳି ନାଏକ, ଯଧିରାମ ନାଏକ, ବଳରାମ ନାଏକ, ବୁଦ୍ଧରାମ ନାଏକ ପ୍ରମୁଖ ଓ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଦିନିକିଆ ପାଇଁ ଟିମ ଇଣ୍ଡିଆର ମାଷ୍ଟରପ୍ଲାନ ହେଲା ଲିକ୍‌’! ବଡ଼ କଥା କହିଲେ ଭାରତୀୟ କୋଚ

ନୂଆଦିଲ୍ଲୀ,୨୬।୯: ୨୦୨୭ ଦିନିକିଆ ବିଶ୍ୱକପକୁ ନଜରରେ ରଖି ଭାରତୀୟ କ୍ରିକେଟ ଦଳ ପାଇଁ ଆଗାମୀ ପ୍ରତ୍ୟେକ ସିରିଜ ଗୁରୁତ୍ୱପୂର୍ଣ୍ଣ ହେବ। ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୩…

୨୭ରେ ‘କଣ୍ଟା ଗାଦିଆ’ ବସା, ୧ରେ ନୂତନ କାଳିସୀଙ୍କ ଅଗ୍ନିପରୀକ୍ଷା: ବାଲିଯାତ୍ରା ଏବେ ଉତ୍ସବମୁଖର

ଥୁଆମୂଳ ରାମପୁର,୨୬।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରର ପ୍ରସିଦ୍ଧ ଆଧ୍ୟାତ୍ମିକ ପୀଠ ଶ୍ରୀ ଶ୍ରୀ ଇଷ୍ଟଦେବୀ ମା’ ମାଣିକେଶ୍ୱରୀ ଓ ବାବା ଭୈରବ ଦେବଙ୍କ ପବିତ୍ର…

ନିର୍ବାଚିତ ହେବାର କିଛି ଘଣ୍ଟା ପରେ ଓମ ବିର୍ଲଙ୍କ ବାସଭବନ ସାମ୍ନାରେ ନତମସ୍ତକ ହେଲେ ମେୟର, ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୬।୯: ରାଜସ୍ଥାନର କୋଟା ନଗର ନିଗମର ନୂଆ ମେୟର ଭାବେ ଭାଜପାର ଅନୁସୂୟା ଗୋସ୍ବାମୀ ନିର୍ବାଚିତ ହେବାର କିଛି ଘଣ୍ଟା ପରେ ଏକ ଭିଡିଓ ସୋସିଆଲ ମିଡିଆରେ…

ରିପୋର୍ଟରେ ବଡ଼ ଖୁଲାସା: ଦଳ ବଦଳାଇଛନ୍ତି ୧୧୧ ଏମ୍‌ପି, ବିଧାୟକ

ନୂଆଦିଲ୍ଲୀ,୨୬ା୯: ୨୦୨୨ରୁ ୨୦୨୬ ମଧ୍ୟରେ ପାର୍ଲାମେଣ୍ଟ କିମ୍ବା ରାଜ୍ୟ ବିଧାନସଭା ନିର୍ବାଚନ ଜିତିବା ପରେ ୧୧୧ ଏମ୍‌ପି ଏବଂ ବିଧାୟକ ଦଳ ବଦାଇଛନ୍ତି। ସର୍ବାଧିକ ଦଳବଦଳ ନାଗାଲାଣ୍ଡ…

କାଜୁ ବୁଦାରେ ଝୁଲୁଛି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତଦେହ: ଖେଳିଗଲା ଚାଞ୍ଚଲ୍ୟ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ରାଉତରାପୁର ପଞ୍ଚାୟତର ନୂଆସାହି ଗ୍ରାମରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାକୁ ନେଇ…

ରୁଷିକୁଲ୍ୟାରୁ କମୁଛି ଜଳସ୍ତର: ଟଳିଲା ବନ୍ୟା ଆଶଙ୍କା

ପୁରୁଷୋତ୍ତମପୁର, ୨୬।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ଗତ ଚାରିଦିନ ଧରି ଲଗାଣ ବର୍ଷା ଜାରି…

ପ୍ରଶାନ୍ତ କିଶୋରଙ୍କୁ ଜୋରଦାର ଝଟ୍‌କା: ପ୍ରାର୍ଥୀ ଘୋଷଣାର ୨୪ ଘଣ୍ଟାରେ…

ପାଟନା,୨୬।୯: ବିହାର ବିଧାନ ପରିଷଦ ନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ଦଳ ଜନ ସୁରଜକୁ ଝଟକା ଲାଗିଛି। ତିରହୁତ ଶିକ୍ଷକ ନିର୍ବାଚନମଣ୍ଡଳୀ ପାଇଁ ଦଳର ପ୍ରାର୍ଥୀ ଘୋଷଣା…

ଭଜନ କ୍ଲବିଂରେ ସାମିଲ ପ୍ରଧାନମନ୍ତ୍ରୀ ମୋଦି: ରାମ ଭଜନରେ ବଜାଇଲେ ଡଫଲି

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀର ଦୀନ ଦୟାଲ ଉପାଧ୍ୟାୟ ପାର୍କରେ ଆୟୋଜିତ ‘ଭଜନ କ୍ଲବିଂ’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?