ଜିଲା ମୁଖ୍ୟ ଚିକିତ୍ସାଳୟରେ ଔଷଧ, କେମିକାଲ ଅଭାବ

କେନ୍ଦୁଝର, ୫।୭ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ଓ ଡାକ୍ତରଖାନା (ଜିଲା ମୁଖ୍ୟ ଚିକିତ୍ସାଳୟ)ରେ ଔଷଧ ଓ କେମିକାଲ ଅଭାବ ଯୋଗୁ ରୋଗୀସେବା ବାଧାପ୍ରାପ୍ତ ହେଉଛି। ଏଣୁ ରୋଗୀମାନେ ବାହାରୁ ଔଷଧ କିଣିବା ସହ ବିଭିନ୍ନ ପ୍ରକାର ପରୀକ୍ଷା ବାହାରୁ କରୁଛନ୍ତି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ଏଠାରେ ନିରାମୟ ଯୋଜନା ଫେଲ୍‌ ମାରିଛି ବୋଲି ଅଭିଯୋଗ ହେଉଛି।
ପ୍ରକାଶ ଯେ, ଜିଲା ମୁଖ୍ୟାଳୟରେ ଧରଣୀଧର ମେଡିକାଲ କଲେଜ ଓ ଡାକ୍ତରଖାନା ଉଦ୍‌ଘାଟିତ ହୋଇଥିଲେ ହେଁ କେବଳ ପାଠପଢ଼ା ନିଜସ୍ବ କ୍ୟାମ୍ପସରେ ଚାଲିଛି। ରୋଗୀସେବା କାର୍ଯ୍ୟ ଜିଲା ମୁଖ୍ୟ ଡାକ୍ତରଖାନାରେ ଚାଲିଛି। ତେବେ ଉପଯୁକ୍ତ ତଦାରଖ ଓ ପରିଚାଳନା ଅଭାବରୁ ଅବ୍ୟବସ୍ଥା ଦେଖାଦେଉଥିବାରୁ ଅସନ୍ତୋଷ ବଢୁଛି। କିଛିଦିନ ହେଲା କେମିକାଲ ଅଭାବରୁ ଡାଇବେଟିକ, କିଡ୍‌ନୀ, ଲିଭର, ଗଣ୍ଠିବାତ ଆଦି ଟେଷ୍ଟ ହେଉନାହିଁ। ଫଳରେ ରୋଗୀମାନେ ବାହାରେ ଅଧିକ ଖର୍ଚ୍ଚାନ୍ତ ହୋଇ ଏହି ଟେଷ୍ଟ କରିବାକୁ ବାଧ୍ୟ ହେଉଛନ୍ତି। ଗରିବ ଲୋକେ ଟଙ୍କା ନ ଥିଲେ ବାହାରେ ଏହିସବୁ ଟେଷ୍ଟ କରିପାରୁନାହାନ୍ତି। ଫଳରେ ଅନେକେ ବିନା ଚିକିତ୍ସାରେ ଘରକୁ ଫେରୁଛନ୍ତି। ସେହିପରି ବହୁ ଔଷଧ ମିଳୁ ନ ଥିବାରୁ ରୋଗୀମାନେ ବାହାରୁ କିଣୁଛନ୍ତି। ଔଷଧ ଦୋକାନୀମାନେ ଲାଭବାନ ହେଉଥିବା ବେଳେ ଗରିବ ରୋଗୀମାନେ ଖର୍ଚ୍ଚାନ୍ତ ହୋଇ ସର୍ବସ୍ବାନ୍ତ ହେଉଛନ୍ତି।
ଏନେଇ ମେଡିକାଲ କଲେଜର ସୁପରିଣ୍ଟେଣ୍ଡେଣ୍ଟ ଡ. ମହେନ୍ଦ୍ର ନାଏକ କହିଛନ୍ତି, କେମିକାଲ ଆଜି ପହଞ୍ଚତ୍ଛି। ଆଉ ସମସ୍ୟା ନାହିଁ। କେମିକାଲ ଓ ମେଡିଶିନ ସପ୍ଲାଇରେ ବିଳମ୍ବ କାରଣରୁ ଏଭଳି ସମସ୍ୟା ଦେଖାଦେଇଛି। ତେବେ କିଛିଦିନ ମଧ୍ୟରେ ଏସବୁର ସମାଧାନ ହୋଇଯିବ। ଏଠାରେ ଅନେକ ସମୟରେ ଡାକ୍ତର ଆସୁନାହାନ୍ତି କିମ୍ବା ବିଳମ୍ବରେ ଆସୁଛନ୍ତି ଏବଂ ଶୀଘ୍ର ଚାଲିଯାଉଥିବା ଅଭିଯୋଗ ହେଉଛି। ସେହିପରି ରାଗୀ ଦେଖି ପ୍ରେସକ୍ରିପ୍ସନ ଲେଖି ଟେଷ୍ଟ କରିବାକୁ କହୁଥିବା ବେଳେ ସେସବୁ ଟେଷ୍ଟ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ନ ଥିବାରୁ ରିପୋର୍ଟ ଦେଖାଇପାରୁ ନାହାନ୍ତି। ଫଳରେ ପୁଣି ରିପୋର୍ଟ ପାଇଁ ପରବର୍ତ୍ତୀ ତାରିଖକୁ ଅପେକ୍ଷା କରିବାକୁ ପଡୁଛି। ଏନେଇ ସିଡିଏମ୍‌ଓ ଡା. କେ.ସି. ପୃଷ୍ଟି କହିଛନ୍ତି, ଏସବୁର ତଦାରଖ କରାଯାଇ ପଦକ୍ଷେପ ନିଆଯିବ। ଏହି ଡାକ୍ତରଖାନା ମେଡିକାଲ କଲେଜ ଅଧୀନରେ ରହିଥିବାରୁ କଲେଜ ପକ୍ଷରୁ ମଧ୍ୟ ବିଭିନ୍ନ ଅବ୍ୟବସ୍ଥା ସମାଧାନ କରିବାକୁ ପଦକ୍ଷେପ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?