ଏସ୍‌ସିବି ପରିସରରେ ଜେରକ୍ସ ସୁବିଧା ନାହିଁ

କଟକ,୮ା୨(ଶିଳ୍ପା ପ୍ରିୟଦର୍ଶିନୀ)ଏସ୍‌ସିବି ମେଡିକାଲ ପରିସରରେ ଜେରକ୍ସ ସୁବିଧା ନ ଥିବା ରୋଗୀ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି। ଫଳରେ ଜେରକ୍ସ କରିବା ପାଇଁ ସେମାନଙ୍କୁ ମେଡିକାଲ ବାହାରକୁ ଯିବାକୁ ପଡୁଛି। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ମେଡିକାଲ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଏସ୍‌ସିବି ମେଡିକାଲରେ ସୁପରସ୍ପେସିଆଲ ଆଉଟ୍‌ଡୋର, ମେଡିସିନ ଆଉଟ୍‌ଡୋର, କାର୍ଡିଓଲୋଜି ଆଉଟଡୋର ଭଳି ଅନ୍ୟାନ୍ୟ ଆଉଟ୍‌ଡୋର ପ୍ରତିଦିନ ବାରି ଅନୁଯାୟୀ ରହିଥାଏ। ଫଳରେ ବିଭିନ୍ନ ଆଉଟ୍‌ଡୋର୍‌କୁ ପ୍ରତିଦିନ ରୋଗୀ ସେମାନଙ୍କ ସମ୍ପର୍କୀୟଙ୍କ ସହିତ ଆସିଥାନ୍ତି। ସେଠାରେ ଡାକ୍ତରଙ୍କ ପରାମର୍ଶକ୍ରମେ ବିଭିନ୍ନ ବିଭାଗକୁ ରୋଗୀ ଯାଇଥାନ୍ତି। ହେଲେ ସେମାନଙ୍କର ଆବଶ୍ୟକ ପରୀକ୍ଷା ଯଥା- ସିଟି ସ୍କାନ, ଏକ୍ସ-ରେ, ଅଲଟ୍ରାସାଉଣ୍ଡ ଆଦି ପାଇଁ ଉକ୍ତ ସ୍ଥାନରେ ପ୍ରେସ୍‌କ୍ରିପ୍‌ଶନ୍‌ର ଜେରକ୍ସ କପି ଆବଶ୍ୟକ ପଡେ। ଜେରକ୍ସ କପି ରଖିବା ପରେ ରୋଗୀଙ୍କର ପରୀକ୍ଷା କରାଯିବା ସହ ରିପୋର୍ଟ ପ୍ରଦାନ କରାଯାଇଥାଏ। ହେଲେ ଏ ସମ୍ପର୍କରେ ଅନେକ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଜାଣି ନ ଥାନ୍ତି। ପରୀକ୍ଷା ପାଇଁ ଧାଡିରେ ଛିଡା ହୋଇଥିବା ରୋଗୀ ହଠାତ୍‌ ଏହା ଜାଣିବା ପରେ ଜେରକ୍ସ କରିବା ପାଇଁ ମେଡିକାଲ ବାହାରକୁ ଧାଇଁଥାଏ। ବୁଧବାର କେତେଜଣ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଭଦ୍ରକରୁ ଏସ୍‌ସିବି ମେଡିକାଲକୁ ଆସିଥିବା ମନ୍ମଥ ମଲ୍ଲିକ ଓ ନରେନ୍ଦ୍ର ପ୍ରସାଦ ସାହୁ କହିଛନ୍ତି, ଏସ୍‌ସିବିକୁ ବିଶ୍ୱସ୍ତରୀୟ ମେଡିକାଲରେ ପରିଣତ କରାଯାଉଛି। ହେଲେ ଏଠାରେ ଛୋଟ ଛୋଟ ସମସ୍ୟା ରହିଛି। ରୋଗୀ ଚିକିତ୍ସା ପାଇଁ ଜେରକ୍ସ କପି ଆବଶ୍ୟକ ପଡିଲା। ହେଲେ ଏଠାରେ ଏଭଳି ବ୍ୟବସ୍ଥା ନ ଥିବାରୁ ରୋଗୀଙ୍କୁ ଛାଡି ଜେରକ୍ସ କରିବା ପାଇଁ ମେଡିକାଲ ବାହାରକୁ ଆସିବାକୁ ପଡିଲା। ଏ ଦିଗରେ ମେଡିକାଲ କର୍ତ୍ତୃପକ୍ଷ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ସେହିପରି କେନ୍ଦୁଝରରୁ ଆସିଥିବା ସୁକାନ୍ତ ଗଡ଼ନାୟକ କହିଛନ୍ତି, ଚିକିତ୍ସା ପାଇଁ ମୋ ସ୍ତ୍ରୀ ୨୩ ଦିନ ହେବ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସୁସ୍ଥ ହେବାରୁ ବୁଧବାର ତାଙ୍କୁ ଡିସ୍‌ଚାର୍ଜ କରାଯାଇଛି। ଏଥିପାଇଁ ସମସ୍ତ ପ୍ରେସ୍‌କ୍ରିପ୍‌ସନ୍‌ର ଜେରକ୍ସ କପି ଆବଶ୍ୟକ। ହେଲେ ମେଡିକାଲ ପରିସରରେ ଜେରକ୍ସ ବ୍ୟବସ୍ଥା ନ ଥିବାରୁ ବାହାରକୁ ଆସିବାକୁ ପଡିଥିବା ସେ କହିଛନ୍ତି। ଅପରପକ୍ଷରେ ଏସ୍‌ସିବି ମେଡିକାଲ ଅଧୀକ୍ଷକ ପ୍ରଫେସର ସୁଧାଂଶୁ ଶେଖର ମିଶ୍ର କହିଛନ୍ତି, ମେଡିକାଲ ପରିସରରେ ଜେରକ୍ସ ସୁବିଧା ରହିଛି। ଧୀରେ ଧୀରେ ସମସ୍ତ ବ୍ୟବସ୍ଥା ଉପରେ କାର୍ଯ୍ୟ କରାଯାଉଛି। ଜେରକ୍ସ ବ୍ୟବସ୍ଥା ସମ୍ପର୍କରେ କୌଣସି ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଅଭିଯୋଗ କରିନାହାନ୍ତି। ଗଣମାଧ୍ୟମରୁ ଏହା ଜାଣିବାକୁ ପାଇଲୁ। ଆଗାମୀ ଦିନରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ କିଭଳି ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀବଣା ଗାଁରେ ପୂର୍ବତନ ବିଧାୟକଙ୍କ ସହାୟତା, ଆବାସ ଯୋଜନାରେ ଘର ଯୋଗାଇଦେବାକୁ ବିଡିଓଙ୍କ ସହ ଆଲୋଚନା

ଗଞ୍ଜାମ,୨୪।୯(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ ଅନ୍ତର୍ଗତ ଶ୍ରୀବଣା ଗ୍ରାମର ଡ଼ି ଦୁର୍ଯ୍ୟଧନ ପାତ୍ରଙ୍କର ନିଜସ୍ୱ ଘର ନଥିବାରୁ ଗାଁ ଶେଷରେ ଟିଣ ପକାଇ…

ଖରସ୍ରୋତା ନଦୀକୁ ଡେଇଁ ପଡ଼ିଲେ ମହିଳା, ଆଉ ତା’ପରେ…

ଯାଜପୁର,୨୪।୯: ଯାଜପୁର ଜିଲା ବିଞ୍ଝାରପୁର ଖରସ୍ରୋତା ନଦୀ ବ୍ରିଜ ଉପରୁ ଗୁରୁବାର ଜଣେ ମହିଳା ଡେଇଁ ପଡିଥିଲେ। ମହିଳା ଜଣକ ବ୍ରିଜ୍‌ ଉପରେ ଚପଲ ଓ ଛତା…

ପ୍ରସୂତିଙ୍କୂ ମିଳିଲାନି ଆମ୍ବୁଲାନ୍ସ ସେବା: ଅଧାବାଟରେ ଚାଲିଗଲା ଜୀବନ

କେନ୍ଦ୍ରାପଡ଼ା,୨୪।୯(ଜଗନ୍ନାଥ ଧଳ): ଆମ୍ବୁଲାନ୍ସ ସେବା ନ ପାଇ କେନ୍ଦ୍ରାପଡ଼ା ବ୍ଲକ ଇନ୍ଦୁପୁର ସିଏଚ୍‌ସି ଅଧୀନ ନିକିରାଇ ଥାନା ଅନ୍ତର୍ଗତ ପୂର୍ବ ନିକିରାଇ ଗ୍ରାମରେ ଗୁରୁବାର ଜଣେ ପ୍ରସୂତୀଙ୍କ…

ମଧୁବନ ଗ୍ରାମପଂଚାୟତର ସୁକୁଡୁବାଜୁ ନିକଟରେ ଧସିଲା ପାହାଡ଼, ରାସ୍ତା ଜାମ୍

ଗୁଡାରି,୨୪।୯(ପ୍ରମୋଦ କୁମାର ପତି): ଲଗାଣ ବର୍ଷାରେ ଗୁରୁବାର ଅପରାହ୍ନରେ ଗୁଡାରି ବ୍ଲକର ମଧୁବନ ଗ୍ରାମପଂଚାୟତ ଅନ୍ତର୍ଗତ ସୁକୁଡୁବାଜୁ ନିକଟରେ ପାହାଡ଼ରୁ ବଡ଼ ପଥର ଖସି ରାସ୍ତା ମଝିରେ…

ଗାଜଲବାଡି ଘାଟିରେ ଭୂସ୍ଖଳନ, ପୂର୍ବରୁ ସିଲ୍ କରିଥିଲା ପ୍ରଶାସନ

ଦାରିଙ୍ଗବାଡି,୨୪।୯(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ଗୋପାଳପୁର -ରାଇପୁର ୫୯ ନଂ ଜାତୀୟ ରାଜପଥର ଗାଜଲବାଡି ଘାଟିରେ ଭୂସ୍ଖଳନ ହୋଇଛି । ଏକାଧିକ…

ଚାଷଜମିରେ ଦା’ ରେ ହାଣି ହତ୍ୟା ଉଦ୍ୟମ ଘଟଣା, ଜେଲ ଗଲେ ଅଭିଯୁକ୍ତ  

ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମର ପ୍ରକାଶ ବେହେରାଙ୍କୁ ତାଙ୍କ ଗ୍ରାମର ଏସ. ବଳରାମ ରେଡ୍ଡୀ ଓରଫ ବଳିଆ ଦା’ ରେ…

ଅଜଣା ଜୀବ କାମୁଡ଼ାରେ ଅନୁଭବ ମଲ୍ଲିକଙ୍କ ମୃତ୍ୟୁ, ମାଣ୍ଡିପାଙ୍କାରେ ଶୋକାକୁଳ ପରିବେଶ

ଦାରିଙ୍ଗବାଡି,୨୪।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଅଜଣା ବିଷାକ୍ତ ଜୀବ…

କେସିଙ୍ଗାରେ ଲଘୁଚାପ ବର୍ଷା-ପବନର ତାଣ୍ଡବ: ଗଛ ଭାଙ୍ଗି ତାର ଛିଣ୍ଡିଲା, ବିଦ୍ୟୁତ ସେବା ଠପ୍

କେସିଙ୍ଗା,୨୪।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପରଲସିଙ୍ଗା ଗ୍ରାମରେ ବିଦ୍ୟୁତ ସେବା ବ୍ୟାହତ ହୋଇଛି । ଜମିର ହିଡ ଉପରେ ଥିବା ଗଛ ଲଘୁଚାପ ଜନିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?