ମେଡିକାଲ କଲେଜରେ ଚିକିତ୍ସା ନାହିଁ

କେନ୍ଦୁଝର,୨୭।୯: (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ନିକଟ କବିତ୍ରା ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଗତ ଫେବୃୟାରୀ ୧୩ରେ ଉଦ୍‌ଘାଟିତ ଧରଣୀଧର ମେଡିକାଲ କଲେଜ ଓ ହସ୍ପିିଟାଲ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ମେଡିକାଲ କ୍ୟାମ୍ପସ୍‌ରେ କେବଳ ପାଠପଢ଼ା ଚାଲିଥିବା ବେଳେ ହସ୍ପିଟାଲ ଏବେ ମଧ୍ୟ ଜିଲା ମୁଖ୍ୟ ଡାକ୍ତରଖାନାରେ ଚାଲିଛି। ପାଖାପାଖି ୪୦୦ କୋଟି ଟଙ୍କା ବ୍ୟୟରେ ୪୪.୪୦ ଏକର ଜମିରେ ନିର୍ମିତ ୩୮୫ ଶଯ୍ୟା ବିଶିଷ୍ଟ ଏହି ମେଡିକାଲ କଲେଜ ଓ ହସ୍ପିଟାଲ ରୋଗୀ ସେବାରେ ଲାଗିପାରୁନାହିଁ।
ପ୍ରକାଶ ଯେ, କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନା ଉପରେ ଜିଲା ତଥା ପଡ଼ୋଶୀ ମୟୂରଭଞ୍ଜ, ଦେବଗଡ଼, ଭଦ୍ରକ ଆଦି ଜିଲା ବ୍ୟତୀତ ଝାଡ଼ଖଣ୍ଡ ରାଜ୍ୟର ରୋଗୀମାନେ ନିର୍ଭର କରିଥାନ୍ତି। କେନ୍ଦୁଝରରେ ମେଡିକାଲ କଲେଜ ପ୍ରତିଷ୍ଠା ହେବା ପରେ ଏହାର ଚାହିଦା ବଢ଼ିଯାଇଛି। କିନ୍ତୁ ମେଡିକାଲ କଲେଜ କ୍ୟାମ୍ପସ୍‌ରେ ଡାକ୍ତରଖାନା ଚାଲି ନ ଥିବାରୁ ଜିଲା ମୁଖ୍ୟ ଡାକ୍ତରଖାନାରେ ରୋଗୀଙ୍କ ଭିଡ଼ ଜମୁଛି। ଫଳରେ ସ୍ଥାନ ଅଭାବରୁ ରୋଗୀମାନେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି। ବିଶେଷକରି ବାହାରୁ ଆସୁଥିବା ରୋଗୀ ବହୁ ହୀନସ୍ତା ହେଉଛନ୍ତି। ଏପରିକି ସୁପର ସ୍ପେଶାଲିଷ୍ଟ ଡାକ୍ତରଙ୍କୁ ଦେଖାଇବା ପାଇଁ ପୂର୍ବଦିନରୁ ରୋଗୀ ଆସି ରାତିରୁ ଲାଇନରେ ଟିକେଟକରି ଅପେକ୍ଷା କରୁଛନ୍ତି। ତେବେ ଯେଉଁଠି ଚାଲିଛି ଟିକେଟ, ସେହି ସ୍ଥାନରେ ନିରାମୟ ଯୋଜନାରେ ମେଡିସିନ କାଉଣ୍ଟର ରହିଛି। ଫଳରେ ମେଡିକାଲ ପ୍ରବେଶ ପଥରେ ରୋଗୀଙ୍କ ପ୍ରବଳ ଭିଡ଼ ଜମୁଥିବାରୁ ଅନ୍ୟ ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ସୂଚନାଯୋଗ୍ୟ, ଜିଲା ମୁଖ୍ୟ ଚିକିତ୍ସାଳୟ ଆଉଟଡୋରକୁ ଦୈନିକ ପ୍ରାୟ ୨୦୦୦ ରୋଗୀ ଆସୁଥିବା ବେଳେ ପାଖାପାଖି ୨୫୦ ଇନ୍‌ଡୋର ରୋଗୀ ଆସିଥାନ୍ତି। ମେଡିକାଲରେ ୨୧ଟି କ୍ଲିନିକାଲ ଓ ନନ୍‌ କ୍ଲିନିକାଲ ବିଭାଗ ରହିଛି। ଜିଲା ମୁଖ୍ୟ ଡାକ୍ତରଖାନାର ଡାକ୍ତର, ମେଡିକାଲ କଲେଜର ଡାକ୍ତରଙ୍କ ସମେତ ଡିଏମ୍‌ଏଫ୍‌ ଅର୍ଥରେ ନିୟୋଜିତ ସୁପରସ୍ପେଶାଲିଷ୍ଟ ଡାକ୍ତରମାନେ ରୋଗୀ ଚିକିତ୍ସା କରୁଥିଲେ ମଧ୍ୟ ଅନେକ ସମୟରେ ସ୍ଥାନ ଅଭାବରୁ ଏବଂ ରୋଗୀଙ୍କ ପାଇଁ ବିଶ୍ରାମ କକ୍ଷ ନ ଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ତଥା ଭୂଇଁରେ ବସି ବା ଶୋଇ ରୋଗୀଙ୍କୁ ଅପେକ୍ଷା କରିବାକୁ ପଡୁଛି। ଫଳରେ ରୋଗ ଦେଖାଇବାକୁ ଆସୁଥିବା ରୋଗୀଙ୍କୁ ସଂକ୍ରମଣ ଆଶଙ୍କା ରହୁଛି। ଏଣୁ ଅଧିକ ଟିକେଟ ଓ ମେଡିସିନ କାଉଣ୍ଟର ଖୋଲିବା ସହିତ ତୁରନ୍ତ ଧରଣୀଧର ମେଡିକାଲ କଲେଜ ଖୋଲିବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହେଉଛି। ଅନେକ ସମୟରେ ନିରାମୟ ଯୋଜନାରେ ମାଗଣା ମେଡିସିନ ମିଳୁନାହିଁ କିମ୍ବା ବିଭିନ୍ନ ପ୍ରକାର ପରୀକ୍ଷା ହୋଇପାରୁ ନ ଥିବାରୁ ଗରିବ ଲୋକେ ବାହାରୁ ମେଡିସିନ କିଣି ଓ ପରୀକ୍ଷା କରି ଖର୍ଚ୍ଚାନ୍ତ ହେଉଛନ୍ତି। ଏହାଦ୍ୱାରା ବାହାର ମେଡିସିନ ଦୋକାନୀ, ଘରୋଇ କ୍ଲିନିକ ବା ନର୍ସିଂହୋମ ମାଲିକମାନେ ଲାଭବାନ ହେଉଥିବା ବେଳେ ରୋଗୀ ଶୋଷଣର ଶିକାର ହେଉଛନ୍ତି ବୋଲି ସାମାଜିକ କର୍ମୀ ଦିଲୀପ ସାହୁ କହିଛନ୍ତି। ଆପାତକାଳୀନ ରୋଗୀଙ୍କ ପାଇଁ ଆଇସିୟୁ ସୁବିଧା ନାହିଁ। ଏଣୁ ଡିଏମ୍‌ଏଫ୍‌ ଅନୁଦାନରେ ନିର୍ମାଣ ହୋଇଥିବା ମେଡିକାଲ କଲେଜ ଓ ଡାକ୍ତରଖାନାର କୋଠା ବ୍ୟବହାର ନ ହେଲେ ନଷ୍ଟ ହୋଇଯିବ ବୋଲି ମତ ପ୍ରକାଶ ପାଉଛି।
କେନ୍ଦୁଝର ସହରାଞ୍ଚଳ ଗମ୍ଭାରିଆର ବରିଷ୍ଠ ନାଗରିକ ଅଲେଖ ଚନ୍ଦ୍ର ପାତ୍ର କୁହନ୍ତି, ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିଲେ। କିନ୍ତୁ ଭିଡ଼ ଦେଖି ଫେରିି ଆସିଲେ। ମେଡିିକାଲ କଲେଜ ପରିସରରେ ଚିକିତ୍ସା ବ୍ୟବସ୍ଥା କରାଗଲେ ଅସୁବିଧା ରହିବ ନାହିଁ। ସଦର ବ୍ଲକ ଅଧୀନ ସେଣ୍ଡକାପ୍‌ ଅଞ୍ଚଳର ରୋଗୀଙ୍କ ସମ୍ପର୍କୀୟ ନବୀନ ପଲେଇ କହିଛନ୍ତି, ମଙ୍ଗଳବାର ଜଣେ ସମ୍ପର୍କୀୟଙ୍କୁ ଧରି ମେଡ଼ିକାଲ ଯାଇଥିଲେ। ସେଠାରେ ପ୍ରବଳ ଭିଡ଼ ଦେଖି ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ସମସ୍ୟା ବିଷୟରେ ଜଣାଇଥିଲେ। ଛୁଆ ପିଲା, ବୃଦ୍ଧା ବୃଦ୍ଧ ଏବଂ ରୋଗୀଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ୁଥିବାରୁ ତୁରନ୍ତ ମେଡିକାଲ କଲେଜ ପରିସରକୁ ଡାକ୍ତରଖାନା ସ୍ଥାନାନ୍ତର କରିବା ଆବଶ୍ୟକ।
ଏନେଇ ମେଡିକାଲ କଲେଜର ସୁପରିଣ୍ଟେଣ୍ଡେଣ୍ଟ ଡା. ମହେନ୍ଦ୍ର ନାୟକଙ୍କୁ ପଚାରିବାରୁ ଟିକେଟ କାଉଣ୍ଟର ଓ ମେଡିସିନ ବଣ୍ଟନ କେନ୍ଦ୍ର ଗୋଟିଏ ସ୍ଥାନରେ ରହିଥିବାରୁ ରୋଗୀଙ୍କ ଭିଡ଼ ଜମୁଛି। ମେଡିକାଲ କଲେଜକୁ ସ୍ଥାନାନ୍ତରିତ ହେଲେ ଏହାର ସମାଧାନ ହେବ। ଡିସେମ୍ବର ସୁଦ୍ଧା ହସ୍ପିିଟାଲ ମେଡିକାଲ କଲେଜ କ୍ୟାମ୍ପସକୁ ଉଠିବା କଥା। କିନ୍ତୁ ବିଳମ୍ବ ହୋଇପାରେ। ଅଦ୍ୟାବଧି ବିଭିନ୍ନ କର୍ମଚାରୀ ନିଯୁକ୍ତି, ବ୍ୟବହାର ସରଞ୍ଜାମ ଓ ଯନ୍ତ୍ରପାତି ଆଦି ବସିବାକୁ ବାକି ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?