ଜିଲାରେ ନାହିଁ ଟ୍ରମା କେୟାର ସେଣ୍ଟର

କେନ୍ଦୁଝର,୧୯ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ)କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ଉପଖଣ୍ଡ ଡାକ୍ତରଖାନାରେ ଟ୍ରମା କେୟାର ସେଣ୍ଟର ନାହିଁ। ଫଳରେ ଜିଲାରେ ପ୍ରାୟ ପ୍ରତ୍ୟେକ ଦିନ ଦୁର୍ଘଟଣାଜନିତ ଜୀବନହାନି ହେଉଛି। ବହୁ ଲୋକ ଆହତ ହୋଇ ବିକଳାଙ୍ଗ ହେଉଛନ୍ତି। ଦୁର୍ଘଟଣା ପରେ ଆବଶ୍ୟକ ଚିକିତ୍ସା ମିଳୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି।
ଟ୍ରମା କେୟାର ମାଧ୍ୟମରେ ସଡ଼କ ଦୁର୍ଘଟଣା, କାରଖାନା ଦୁର୍ଘଟଣା, ଉପରୁ ଖସି ପଡ଼ିବା, ଗୁଳି ବାଜି ଆହତ ହେବା, ପୋଡ଼ାଜଳା ଭଳି ଗୁରୁତର ରୋଗୀଙ୍କୁ ଆପତ୍‌କାଳୀନ ପରିସ୍ଥିତିରେ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଥାଏ। ଜିଲାରେ ବିଶେଷକରି ଖଣି ଖାଦାନ ଅଞ୍ଚଳରେ ବହୁ ସଂଖ୍ୟାରେ ଲୁହାପଥର ପରିବହନ ଟ୍ରକ୍‌ ଓ ଅନ୍ୟ ଭାରିଯାନ ଚଳାଚଳ କରୁଥିବାରୁ ଦୁର୍ଘଟଣା ଘଟିଥାଏ। ସେହିପରି ଜିଲା ଦେଇ ଯାଇଥିବା ଜାତୀୟ ରାଜପଥଗୁଡ଼ିକରେ ମଧ୍ୟ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଗାଡ଼ି ଚାଳକ, ଯାତ୍ରୀ ତଥା ଯାତାୟାତ କରୁଥିବା ଲୋକମାନେ ଗୁରୁତର ହୋଇଥାନ୍ତି। ମାତ୍ର ଜିଲାରେ ଟ୍ରମା କେୟାର ନ ଥିବାରୁ ଗୁରୁତର ରୋଗୀଙ୍କୁ ଜିଲା ମୁଖ୍ୟାଳୟ ପରେ ୨୦୦ କି.ମି. ଦୂର କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଉଛି। ଏତେ ବାଟ ଅତିକ୍ରମ କରି ଯିବା ବେଳକୁ ଅନେକେ ମୃତ୍ୟୁବରଣ କରୁଛନ୍ତି। ଡିଏମ୍‌ଏଫ୍‌(ଜିଲା ଖଣିଜ ପାଣ୍ଠି), ଓଏମ୍‌ବିଏଡିସି( ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ) ପାଣ୍ଠିରୁ ଅନେକ ହଜାର କୋଟି ଟଙ୍କା ବ୍ୟୟ କରାଯାଇ ପାର୍କ, ପୋଖରୀ ସୌନ୍ଦର୍ଯ୍ୟକରଣ ଆଦି କରାଯାଉଥିବା ବେଳେ ଟ୍ରମା କେୟାର ସେଣ୍ଟର ଭଳି ଗୁରୁତ୍ୱପୂର୍ଣ୍ଣ ସେବା ଯୋଗାଇ ଦିଆଯାଉ ନ ଥିବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ। କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ଉପରେ ପଡ଼ୋଶୀ ମୟୂରଭଞ୍ଜ, ଦେବଗଡ଼ ଜିଲା ଓ ଝାଡ଼ଖଣ୍ଡ ରାଜ୍ୟର ବହୁ ରୋଗୀ ନିର୍ଭର କରିଥାନ୍ତି। ଏଣୁ ଜିଲାରେ ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା କରି ଦୁର୍ଘଟଣା ଜନିତ ମୃତ୍ୟୁ ରୋକାଯାଉ ବୋଲି କେନ୍ଦୁଝର ଓକିଲ ସଂଘର ପୂର୍ବତନ ସଭାପତି ଅଶୋକ ଦାସ କହିଛନ୍ତି। ସିଡିଏମ୍‌ଓ ଡା. କେ.ସି.ପୃଷ୍ଟି କହିଛନ୍ତି, କେନ୍ଦୁଝର ଜିଲାରେ ଟ୍ରମା କେୟାର ସେଣ୍ଟର ଖୋଲିବା ପାଇଁ ସରକାରଙ୍କ ପ୍ରସ୍ତାବ ରହିଛି। ଜିଲା ମୁଖ୍ୟାଳୟ ବ୍ୟତୀତ ଆନନ୍ଦପୁର, ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନା ଏବଂ ବଡବିଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଖୋଲିବ।


Enter your email to get our daily news in your inbox.

All Right Reserved By Dharitri.Com

ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ...

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା-ବିଜେଡି, ଶୁଭିଲା ଜୟ ଶ୍ରୀରାମ, ଜୟଜଗନ୍ନାଥ

ଭୁବନେଶ୍ୱର,୨୯।୪: ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା ଓ ବିଜେଡି କର୍ମୀ। ଭାଜପା ଲୋକ ସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଜେଡିର ସତ୍ୟବାଦୀ...

ମେ’ ୩ରେ ରାୟଗଡ଼ା ଆସିବେ ରାହୁଲ

ଭୁବନେଶ୍ୱର,୨୯।୪: ମେ’ ୩ ତାରିଖରେ ରାୟଗଡ଼ା ଆସିବେ ରାହୁଲ ଗାନ୍ଧୀ। ଏ ନେଇ ସୂଚନା ଦେଇଛନ୍ତି ଭକ୍ତ ଦାସ। ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟ ନବରଙ୍ଗପୁର ଗସ୍ତ...

ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା କନିଷ୍ଠ ଶିକ୍ଷକଙ୍କ ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର

ପଟ୍ଟାଙ୍ଗି,୨୯।୪(ଶରତ ଧଳ): ଜଣେ କନିଷ୍ଠ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହି ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ପଟ୍ଟାଙ୍ଗି ଥାନାରେ ଏକ ଅଭିଯୋଗ...

ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କନାଳ ଜିଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri