Posted inରାଜ୍ୟ

ପାର୍ସଲରୁ ଉଭାନ ହୋଇଯାଉଛି ସାମଗ୍ରୀ

ସୁନାବେଡା ୧୯ା୧୦(କୃତ୍ତିବାସ ପ୍ରଧାନ): ସୁନାବେଡ଼ା ହାଲ୍‌ ଟାଉନଶିପ୍‌ରେ ଥିବା ପୋଷ୍ଟ ଅଫିସରେ ପାର୍ସଲ ଥିବା ସାମଗ୍ରୀ ହଜିଯାଉଥିବା ଅଭିଯୋଗ ହୋଇଛି। ଫଳରେ ଯାହାଙ୍କ ନାମରେ ପାର୍ସଲ ଆସୁଛି, କିନ୍ତୁ ତାଙ୍କୁ ଖାଲି ଖୋଳ ମିଳୁଛି। ମିଳିଥିବା ଖବରରୁ ଜଣାପଡିଛି, ହାଲ୍‌ ଟାଉନଶିପ୍‌ ଷ୍ଟେଟ୍‌ ବ୍ୟାଙ୍କ ନିକଟରେ ଥିବା ଶ୍ରୀନିବାସ ସ୍ପୋର୍ଟସର ମାଲିକ କଳାକର ପ୍ରଧାନ ଚଳିତ ମାସ ୮ରେ ନିଜ ଦୋକାନ ପାଇଁ ଦିଲ୍ଲୀରୁ କିଛି ସାମଗ୍ରୀ ମଗାଇଥିଲେ। ଗତ ୧୦ରେ ପ୍ରଧାନ ପଞ୍ଚକୁଲା ପୋଷ୍ଟ ଅଫିସରୁ ଦୁଇଟି ପେଟିରେ ଆସିଥିବା ୩.୨ ଓ ୧୨.୬ କେଜି ଓଜନର ପାର୍ସଲ ସାମଗ୍ରୀ ଯଥାକ୍ରମେ ୧୬ ଓ ୧୭ ତାରିଖରେ ଗ୍ରହଣ କରିଥିଲେ। ତେବେ ସେ ୧୭ ତାରିଖରେ ଗ୍ରହଣ କରିଥିବା ସାମଗ୍ରୀ ଭର୍ତ୍ତି ପେଟିଟି ତାଙ୍କୁ ହାଲୁକା ଲାଗିବାରୁ ସେ ଡେଲିଭରି ଦେବାକୁ ଆସିଥିବା ଡାକ କର୍ମଚାରୀଙ୍କ ସମ୍ମୁଖରେ ଖୋଲିଥିଲେ। ସେଥିରେ ତାଙ୍କ ଅର୍ଡର ମୁତାବକ ସାମଗ୍ରୀ ପରିବର୍ତ୍ତେ ଅନାବଶ୍ୟକ ଜିନିଷ ଥିବା ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ପ୍ରଧାନ ପାର୍ସଲ ପଠାଇଥିବା ବ୍ୟକ୍ତିଙ୍କୁ ଯୋଗାଯୋଗ କରିବା ସହ ପୋଷ୍ଟ ମାଷ୍ଟର ଓ ସୁନାବେଡ଼ା ଥାନାରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ରମଣୀ ରଞ୍ଜନ ଦଳେଇ ମାମଲାକୁ ଗୁରୁତର ସହ ନେଇ ଏହାର ତଦନ୍ତ ଆରମ୍ଭ କରିଛନ୍ତି। ଏ ସମ୍ପର୍କରେ ସମ୍ପୃକ୍ତ ପୋଷ୍ଟ ମାଷ୍ଟର ବିଜୟଲକ୍ଷ୍ମୀ ପାଣିଗ୍ରାହୀଙ୍କୁ ପଚାରିବାରୁ ସେ କହିଛନ୍ତି, ପାର୍ସଲ ପେଟି ଭିତରେ କ’ଣ ଥିଲା ଆମେ ଜାଣିନୁ। କିନ୍ତୁ ପାର୍ସଲ ପ୍ୟାକେଟ ଭଲ କଣ୍ଡିସନରେ ଗ୍ରାହକଙ୍କୁ ପ୍ରଦାନ କରାଯାଇଛି। ପ୍ରଧାନ ଦେଇଥିବା ଅଭିଯୋଗପତ୍ରକୁ ଜୟପୁର ଡିଭିଜନ ଅଫିସ ସୁପରିଣ୍ଟେଣ୍ଡେଣ୍ଟଙ୍କ ନିକଟକୁ ପଠାଯାଇଛି। ବିଭାଗୀୟ ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ବିଜୟଲକ୍ଷ୍ମୀ କହିଛନ୍ତି। ସୂଚନାଯୋଗ୍ୟ, ପୋଷ୍ଟାଲ୍‌ ଭଳି କେନ୍ଦ୍ର ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଏପରି ଦାୟିତ୍ୱହୀନ ହେଲେ ସାଧାରଣ ଲୋକେ କାହା ଉପରେ ଭରସା ରଖିବେ ବୋଲି ସାଧାରଣରେ ଆଲୋଚନା ହେଉଛି। ତେବେ ପ୍ରଧାନଙ୍କ ପେଟିରୁ ଗାଏବ ହୋଇଥିବା ସାମଗ୍ରୀର ମୂଲ୍ୟ ୭୦ ହଜାରରୁ ଊଦ୍ଧର୍‌ବ ଟଙ୍କା ହେବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀ , ପପୁ ଯାଦବଙ୍କ ନାମରେ ରୁଜୁ ହେଲା ମାମଲା, କାହିଁକି ଜାଣନ୍ତୁ…

ବାରାଣସୀ,୧ା୮: ପାର୍ଲାମେଣ୍ଟରେ ବିରୋଧୀ ଦଳ ଏମ୍‌ପିମାନଙ୍କ ବିକ୍ଷୋଭ ବେଳେ ସନାତନ ଧର୍ମକୁ ଅପମାନିତ କରାଯିବା ସହ ଧର୍ମୀୟ ଭାବାବେଗକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ବାରାଣସୀ ପୋଲିସ ଶନିବାର…

ବାଇକ୍‌ରେ ଘରକୁ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା: ସ୍ପେଶାଲ ବ୍ରାଞ୍ଚ ଏଏସ୍‌ଆଇ ମନୋଜ ପାଢ଼ୀଙ୍କ ମୃତ୍ୟୁ, ପୋଲିସ ମହଲରେ…

ପାରଳାଖେମୁଣ୍ଡି,୧।୮ (ଗିରିଧାରୀ ପରିଛା): ଗଜପତି ଜିଲା ସ୍ପେଶାଲ ବ୍ରାଞ୍ଚରେ କାର୍ଯ୍ୟରତ ଏଏସ୍‌ଆଇ ମନୋଜ କୁମାର ପାଢ଼ୀଙ୍କର ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି…

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସରେ ରଚିଲେ ପାରା ଆଥଲେଟ୍‌

ଗ୍ଲାସଗୋ,୧ା୮: ଭାରତୀୟ ପାରା ଆଥଲେଟ୍‌ମାନେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୨୮ ଜଣିଆ ଭାରତୀୟ ପାରା ସ୍ପୋଟର୍‌ସ ଦଳ ୭ ପଦକ ଜିତିଛି,…

କେଜ୍‌ରିଓ୍ବାଲଙ୍କ ବଡ଼ ଘୋଷଣା, ୪ରେ ବାହାରିବେ ପଦଯାତ୍ରା

ନୂଆଦିଲ୍ଲୀ,୧ା୮: ଖାଣ୍ଟି ପେଟ୍ରୋଲ ଏବଂ ଇ୨୦ (୨୦% ଇଥାନଲ ମିଶ୍ରିତ ପେଟ୍ରୋଲ) ମଧ୍ୟରୁ ଗ୍ରାହକ ଗୋଟିଏକୁ ବାଛିବା ନିମନ୍ତେ ପେଟ୍ରୋଲ ପମ୍ପଗୁଡ଼ିକରେ ସରକାର ବିକଳ୍ପ ବ୍ୟବସ୍ଥା ରଖିବାକୁ…

ଘାସ, ଲତାରେ ଲୁଚିଗଲାଣି ୨ ମହଲା ପାଠାଗାର

ବଉଳା,୧ା୮(ଦୁର୍ଗାପ୍ରସାଦ ଆୟଚ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ହାଟଡ଼ିହୀ ପଞ୍ଚାୟତ ମଠଡାହିଠାରେ ନିର୍ମିତ ବ୍ଲକ୍‌ସ୍ତରୀୟ ପାଠାଗାର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ଘାସ, ଲତାରେ ୨…

ଆର୍ଯ୍ୟପଲ୍ଲୀରେ ପୁଣି କୂଳ ଲଙ୍ଘିଲା ସମୁଦ୍ର: ଲୀନ ହେଲା ଗ୍ରାମ ରାସ୍ତା-ମନ୍ଦିର, ସ୍ଥାୟୀ ପ୍ରତିକାର ଦାବିରେ…

ଛତ୍ରପୁର, ୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ପରିସ୍ଥିତିକୁ ନେଇ ଚିନ୍ତା ବଢ଼ିବାରେ ଲାଗିଥିବାବେଳେ ସ୍ଥାନୀୟ…

୭ ବର୍ଷର ଛାତ୍ରୀଙ୍କୁ ବଳାତ୍କାର, ଶିକ୍ଷକଙ୍କୁ ମିଳିଲା ଏହି ଦଣ୍ଡ, ଜାଣନ୍ତୁ…

କେନ୍ଦୁଝର,୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ୭ ବର୍ଷୀୟା ଛାତ୍ରୀଙ୍କୁ ବଳାତ୍କାର ମାମଲାରେ କୋଚିଂ ସେଣ୍ଟରର ଜଣେ ଶିକ୍ଷକଙ୍କୁ କଠୋର ଦଣ୍ଡାଦେଶ ଦେଇଛନ୍ତି ପୋସ୍କୋ ଅଦାଲତ । ଅତିରିକ୍ତ…

ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ା: ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼

ପାଟଣା,୧।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ କିଆପଡା ନିକଟସ୍ଥ ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ାର ଏକ ମନୋରମ ଓ ରୋମାଞ୍ଚକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri