Posted inରାଜ୍ୟ

ପାର୍ସଲରୁ ଉଭାନ ହୋଇଯାଉଛି ସାମଗ୍ରୀ

ସୁନାବେଡା ୧୯ା୧୦(କୃତ୍ତିବାସ ପ୍ରଧାନ): ସୁନାବେଡ଼ା ହାଲ୍‌ ଟାଉନଶିପ୍‌ରେ ଥିବା ପୋଷ୍ଟ ଅଫିସରେ ପାର୍ସଲ ଥିବା ସାମଗ୍ରୀ ହଜିଯାଉଥିବା ଅଭିଯୋଗ ହୋଇଛି। ଫଳରେ ଯାହାଙ୍କ ନାମରେ ପାର୍ସଲ ଆସୁଛି, କିନ୍ତୁ ତାଙ୍କୁ ଖାଲି ଖୋଳ ମିଳୁଛି। ମିଳିଥିବା ଖବରରୁ ଜଣାପଡିଛି, ହାଲ୍‌ ଟାଉନଶିପ୍‌ ଷ୍ଟେଟ୍‌ ବ୍ୟାଙ୍କ ନିକଟରେ ଥିବା ଶ୍ରୀନିବାସ ସ୍ପୋର୍ଟସର ମାଲିକ କଳାକର ପ୍ରଧାନ ଚଳିତ ମାସ ୮ରେ ନିଜ ଦୋକାନ ପାଇଁ ଦିଲ୍ଲୀରୁ କିଛି ସାମଗ୍ରୀ ମଗାଇଥିଲେ। ଗତ ୧୦ରେ ପ୍ରଧାନ ପଞ୍ଚକୁଲା ପୋଷ୍ଟ ଅଫିସରୁ ଦୁଇଟି ପେଟିରେ ଆସିଥିବା ୩.୨ ଓ ୧୨.୬ କେଜି ଓଜନର ପାର୍ସଲ ସାମଗ୍ରୀ ଯଥାକ୍ରମେ ୧୬ ଓ ୧୭ ତାରିଖରେ ଗ୍ରହଣ କରିଥିଲେ। ତେବେ ସେ ୧୭ ତାରିଖରେ ଗ୍ରହଣ କରିଥିବା ସାମଗ୍ରୀ ଭର୍ତ୍ତି ପେଟିଟି ତାଙ୍କୁ ହାଲୁକା ଲାଗିବାରୁ ସେ ଡେଲିଭରି ଦେବାକୁ ଆସିଥିବା ଡାକ କର୍ମଚାରୀଙ୍କ ସମ୍ମୁଖରେ ଖୋଲିଥିଲେ। ସେଥିରେ ତାଙ୍କ ଅର୍ଡର ମୁତାବକ ସାମଗ୍ରୀ ପରିବର୍ତ୍ତେ ଅନାବଶ୍ୟକ ଜିନିଷ ଥିବା ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ପ୍ରଧାନ ପାର୍ସଲ ପଠାଇଥିବା ବ୍ୟକ୍ତିଙ୍କୁ ଯୋଗାଯୋଗ କରିବା ସହ ପୋଷ୍ଟ ମାଷ୍ଟର ଓ ସୁନାବେଡ଼ା ଥାନାରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ରମଣୀ ରଞ୍ଜନ ଦଳେଇ ମାମଲାକୁ ଗୁରୁତର ସହ ନେଇ ଏହାର ତଦନ୍ତ ଆରମ୍ଭ କରିଛନ୍ତି। ଏ ସମ୍ପର୍କରେ ସମ୍ପୃକ୍ତ ପୋଷ୍ଟ ମାଷ୍ଟର ବିଜୟଲକ୍ଷ୍ମୀ ପାଣିଗ୍ରାହୀଙ୍କୁ ପଚାରିବାରୁ ସେ କହିଛନ୍ତି, ପାର୍ସଲ ପେଟି ଭିତରେ କ’ଣ ଥିଲା ଆମେ ଜାଣିନୁ। କିନ୍ତୁ ପାର୍ସଲ ପ୍ୟାକେଟ ଭଲ କଣ୍ଡିସନରେ ଗ୍ରାହକଙ୍କୁ ପ୍ରଦାନ କରାଯାଇଛି। ପ୍ରଧାନ ଦେଇଥିବା ଅଭିଯୋଗପତ୍ରକୁ ଜୟପୁର ଡିଭିଜନ ଅଫିସ ସୁପରିଣ୍ଟେଣ୍ଡେଣ୍ଟଙ୍କ ନିକଟକୁ ପଠାଯାଇଛି। ବିଭାଗୀୟ ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ବିଜୟଲକ୍ଷ୍ମୀ କହିଛନ୍ତି। ସୂଚନାଯୋଗ୍ୟ, ପୋଷ୍ଟାଲ୍‌ ଭଳି କେନ୍ଦ୍ର ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଏପରି ଦାୟିତ୍ୱହୀନ ହେଲେ ସାଧାରଣ ଲୋକେ କାହା ଉପରେ ଭରସା ରଖିବେ ବୋଲି ସାଧାରଣରେ ଆଲୋଚନା ହେଉଛି। ତେବେ ପ୍ରଧାନଙ୍କ ପେଟିରୁ ଗାଏବ ହୋଇଥିବା ସାମଗ୍ରୀର ମୂଲ୍ୟ ୭୦ ହଜାରରୁ ଊଦ୍ଧର୍‌ବ ଟଙ୍କା ହେବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କନାଳ ଜିଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri