ଚିନ୍ତା ବଢ଼ାଇଲେଣି ଚକଡ଼ା, ଗଣ୍ଠି ପୋକ

ଚମ୍ପୁଆ,୧୯ା୧୦(ମହେଶ୍ୱର ଦାସ)କେନ୍ଦୁଝର ଜିଲା ଚମ୍ପୁଆ କୃଷି ଜିଲା ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ଚକଡ଼ା ଓ ଗଣ୍ଠି ପୋକ ଚାଷୀଙ୍କ ଚିନ୍ତାର କାରଣ ସାଜିଛି। ଦିନକୁ ଦିନ ଏହି ରୋଗ ଧାନକ୍ଷେତକୁ ଉଜାଡ଼ି ଦେଉଥିବା ବେଳେ ରୋଗ ପ୍ରତିରୋଧକ ପାଇଁ କୃଷି ବିଭାଗ ପକ୍ଷରୁ କରାଯାଉଥିବା ଉଦ୍ୟମ ସଫଳ ହୋଇପାରୁନାହିଁ। ଫଳରେ ଖର୍ଚ୍ଚ ତୁଳନାରେ ଆବଶ୍ୟକ ଅମଳକୁ ନେଇ ଚାଷୀ ଆଶଙ୍କାରେ ରହିଛନ୍ତି।
ଅନୁଯାୟୀ, ଚମ୍ପୁଆ ବ୍ଲକ୍‌ର ଜାଲି ପଞ୍ଚାୟତର ଟାଙ୍ଗରବନ୍ତଳା, ନିଶ୍ଚିନ୍ତପୁର, ବର୍ଦ୍ଧନା, ଜଜପୋଶି ପଞ୍ଚାୟତର କଙ୍କଡ଼ା, ବାଉଟିଆପଦା, ବଳା, ବୁଢ଼ାମରା, ସଡ଼ଙ୍ଗି ପଞ୍ଚାୟତର ସଡ଼ଙ୍ଗି, ଖୁଣ୍ଟାପଡ଼ା, ନିଉଣ୍ଡି, ଅଙ୍କୁଡ଼ି, ଭୁଇଁପୁର ପଞ୍ଚାୟତର ଭୁଇଁପୁର, ଟାଙ୍ଗରନାଳି, କମଣ୍ଡ (କ) ଓ (ଖ), ଭଦପୋଶି, ଜ୍ୟୋତିପୁର ପଞ୍ଚାୟତର ଜ୍ୟୋତିପୁର, ବଣକାଟି, ଗୋବିନ୍ଦପୁର, କାଳିକାପ୍ରସାଦ ପଞ୍ଚାୟତର ବସିରା, ଭଣ୍ଡା ପଞ୍ଚାୟତର କଂସରା, ସୁନାପୋଶି ପଞ୍ଚାୟତର ସୁନାପୋଶି, ବଡ଼ନଇ ପଞ୍ଚାୟତର ସାନନଇ (କ) ଓ (ଖ), ବଡ଼ନଇ, ସରେଇ ପଞ୍ଚାୟତର ସରେଇ, କରଞ୍ଜିଆ ପଞ୍ଜାୟତର କରଞ୍ଜିଆ, କାଟୁଳିକନା, କାଶିପାଳ ପଞ୍ଜାୟତର କାଶିପାଳ ପ୍ରମୁଖ ଅଞ୍ଚଳର ପ୍ରାୟ ୬୦ ଏକର ଜମି ପୋକ ଦ୍ୱାରା ପ୍ରଭାବିତ ହୋଇଛି। ୫୧ ହେକ୍ଟର ଜମିରେ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାଯାଇଛି। ମାତ୍ର ଏଥିରେ କୌଣସି ଫଳ ମିଳିନଥିବା ଚାଷୀ କହିଛନ୍ତି। ବ୍ଲକ୍‌ କୃଷି ଅଧିକାରୀ ନୀଳ ମାଧବ ଦାଶ କହିଛନ୍ତି, ଚଳିତ ବର୍ଷ ଅଞ୍ଚଳରେ ଚକଡ଼ା ଓ ଗଣ୍ଠି ପୋକ ଦ୍ୱାରା ପ୍ରାୟ ୬୦ ହେକ୍ଟର ଜମି ପ୍ରଭାବିତ ହୋଇଥିଲା। କୃଷି ବିଭାଗ ପକ୍ଷରୁ କ୍ଷେତ ପରିଦର୍ଶନ କରାଯାଇ ରୋଗ ପୋକ ନିୟନ୍ତ୍ରଣ ପାଇଁ ଚାଷୀଙ୍କୁ ଉପଯୁକ୍ତ ପରାମର୍ଶ ସହ ସବ୍‌ସିଡିରେ କୀଟନାଶକ ପ୍ରଦାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଲକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ୨ ଜଣ…

ନୀଳଗିରି, ୧୩।୮ (ପ୍ରଶାନ୍ତ କୁମାର ବିଶ୍ବାଳ): ଗୁରୁବାର ସକାଳେ ବିଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ ଗୁରୁତର ହୋଇଛନ୍ତି। ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦ୍ବାରିକା…

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଣ୍ଠିରେ ନୀଳଗିରି ମେଡିକାଲର ହେବ ଉନ୍ନତି, ଖର୍ଚ୍ଚ ହେବ ଏତିକି କୋଟି…

ନୀଳଗିରି,୧୩ା୮(ପ୍ରଶାନ୍ତ କୁମାର ବିଶ୍ୱାଳ): କେନ୍ଦ୍ରରେଳ, ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଅଶ୍ୱିନୀ କୁମାର ବୈଷ୍ଣବ ମନ୍ତ୍ରିମଣ୍ଡଳର ଜଣେ ଦକ୍ଷ ଏବଂ ସଚ୍ଚୋଟ ମନ୍ତ୍ରୀଭାବେ ପ୍ରଧାନମନ୍ତ୍ରୀଙ୍କ…

ଖର୍ଗେଙ୍କ ମଞ୍ଚ ‘ଶୁଦ୍ଧିକରଣ’ ପ୍ରସଙ୍ଗକୁ ନେଇ ସଂସଦରେ ସରଗରମ ରାଜନୀତି, କଡ଼ା ଜବାବ ଦେଲେ ନଡ୍ଡା!

ନୂଆଦିଲ୍ଲୀ,୧୩।୮: ସଂସଦର ମୌସୁମୀ ଅଧିବେଶନର ଶେଷ ଦିନରେ ରାଜ୍ୟ ସଭାରେ ଏକ ବଡ଼ ଏବଂ ଗମ୍ଭୀର ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର…

ବିଡ଼ିଓର ପରିଚୟ କଲେ ଫୋନ୍‌, କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ଲୁଟିନେଲେ ଟଙ୍କା

ଉଦଳା, ୧୩।୮ (ସନ୍ତୋଷ ବାଛିନୀ): ନିଜକୁ ବିଡ଼ିଓର ପରିଚୟ ଦେଲେ ଆଉ କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଟଙ୍କା ଲୁଟିନେଲେ ସାଇବର…

୧୭ ଅଗଷ୍ଟରେ ମଘା ନକ୍ଷତ୍ରରେ ପ୍ରବେଶ କରିବେ ସୂର୍ଯ୍ୟ, ମେଷ ସମେତ ୩ ରାଶିରେ ଧନବର୍ଷା

୧୭ ଅଗଷ୍ଟ ସକାଳେ ସୂର୍ଯ୍ୟ କେତୁଙ୍କ ଦ୍ୱାରା ଶାସିତ ମଘା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ପାଇଁ ନକ୍ଷତ୍ରର ଏହି ପରିବର୍ତ୍ତନ ସକାଳ ୮:୦୩ ରେ ଘଟିବ।…

ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ ଜିଲାପାଳ, ସ୍ବାଧୀନତା ସଂଗ୍ରାମୀ ତ୍ୟାଗ ଓ ବଳିଦାନକୁ ମନେ ପକାଇ…

ଛତ୍ରପୁର,୧୩ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସ୍ବାଧୀନତା ଦିବସ ପୂର୍ବରୁ ଦେଶବ୍ୟାପୀ ‘ହର୍‌ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ନିଜ ବାସଭବନରେ…

ଦାରିଙ୍ଗବାଡିରେ ହର୍‌ ଘର୍‌ ତ୍ରିରଙ୍ଗା: ଯୋଗଦେଲେ ଶହ ଶହ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୧୩।୮(ଅରୁଣ ସାହୁ): ଆଉ ମାତ୍ର ଗୋଟିଏ ଦିନ ପରେ ଦେଶ ପାଳିବ ସ୍ବାଧୀନତା ଦିବସ। ଏହି ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଥିବାବେଳେ ଏଥିରେ…

ଆହୁରି ସକ୍ରିୟ ହେଲା ଲଘୁଚାପ, ଏହି ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କଲା IMD

ଭୁବନେଶ୍ବର,୧୩।୮: ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ ହେଲା ଲଘୁଚାପ । ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri