ମାଟ୍ରିକ୍‌ ପରୀକ୍ଷା ପରିଦର୍ଶକ ନିଯୁକ୍ତିରେ ସ୍ବଚ୍ଛତା ନାହିଁ

ରସୁଲପୁର,୨୩ା୨(ରଞ୍ଜିତ ରାଉତ):ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରି ପ୍ରିୟାପ୍ରୀତି ତୋଷଣ ପ୍ରକ୍ରିୟାରେ ଯାଜପୁର ଜିଲା ଶିକ୍ଷାଧିକାରୀ ଚଳିତ ମାଟ୍ରିକ ପରୀକ୍ଷା ପାଇଁ ପରିଦର୍ଶକ ନିଯୁକ୍ତି କରିଥିବା ଅଭିଯୋଗ ହୋଇଛି। ଏଥିରେ ରସୁଲପୁର ବ୍ଲକ ଅଞ୍ଚଳରେ ସ୍ଥିରୀକୃତ ୧୭ ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ୨୪୮୮ ପରୀକ୍ଷାର୍ଥୀଙ୍କ ପରୀକ୍ଷା ସୁପରିଚାଳନା ପାଇଁ ୧୭ ପରିଦର୍ଶକ ନିଯୁକ୍ତ କରାଯାଇଛି। କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବାଠାରୁ କେନ୍ଦ୍ରରୁ ଉତ୍ତର ଖାତା ପଠାଇବା ପର୍ଯ୍ୟନ୍ତ କାର୍ଯ୍ୟ ତଦାରଖ ଦାୟିତ୍ୱ ପରୀକ୍ଷା କେନ୍ଦ୍ରରେ ନିଯୁକ୍ତ ପରିଦର୍ଶକମାନଙ୍କ ଉପରେ ନ୍ୟସ୍ତ କରାଯାଇଛି। ଏଥି ସକାଶେ ପ୍ରସ୍ତୁତ ତାଲିକାରେ ସ୍ବଚ୍ଛତା ବଜାୟ ରଖିବା ବଦଳରେ କେତେଜଣ ଶିକ୍ଷକଙ୍କୁ ଖୁସି କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
ଏହି ଅଭିଯୋଗକୁ ନେଇ ଜିଲା ଶିକ୍ଷାଧିକାରୀ ନିବେଦିତା ପାଣିଙ୍କୁ ପଚାରିବାରୁ ସେ କହିଛନ୍ତି, କେନ୍ଦ୍ରରେ ନିଯୁକ୍ତ ପରିଦର୍ଶକମାନଙ୍କ କୌଣସି କାଗଜକଲମ ଦାୟିତ୍ୱନାହିଁ। ସେମାନେ କେବଳ କେନ୍ଦ୍ରରେ କେଉଁଭଳି ଭାବେ ପରୀକ୍ଷା ପରିଚାଳନା ହେଉଛି ତା’କୁ ନିରୀକ୍ଷଣ କରିବେ। ସେମାନେ ଚାହିଁଲେ ସିଆର୍‌ସିସିମାନଙ୍କୁ ମଧ୍ୟ ପରିଦର୍ଶକ ନିଯୁକ୍ତି ଦେଇପାରିବେ। ପରିଦର୍ଶକମାନଙ୍କୁ ସ୍ବତନ୍ତ୍ର ଭାବରେ ପ୍ରଶିକ୍ଷଣ ଦିଆଯାଇଛି। ସେମାନଙ୍କୁ ଦିଆଯାଇଥିବା ନିୟମାବଳୀ ଆଧାରରେ କାର୍ଯ୍ୟ କରିବେ ବୋଲି ଜିଲା ଶିକ୍ଷାଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଜିଲା ଶିକ୍ଷାଧିକାରୀଙ୍କ ମତ ଏକ ଭିନ୍ନ ବାର୍ତ୍ତା ଦେଉଛି। ପରିଦର୍ଶକ ନିଯୁକ୍ତି ନେଇ ଉଦ୍ଦିଷ୍ଟ ନିୟମ ଏକ ଭିନ୍ନ କଥା କହୁଥିବାବେଳେ ଜିଲା ଶିକ୍ଷାଧିକାରୀଙ୍କ ମତାମତ ଓ ପରିଦର୍ଶକ ତାଲିକାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି।
ରସୁଲପୁର ବ୍ଲକ ଅଧୀନରେ ୪୪ ସରକାରୀ ଓ ବେସରକାରୀ ଉଚ୍ଚ ବିଦ୍ୟାଳୟ ରହିଛି। ସେଥିରୁ ୧୭ ବିଦ୍ୟାଳୟକୁ ପରୀକ୍ଷା କେନ୍ଦ୍ର କରାଯାଇଛି। ଉକ୍ତ ୧୭ କେନ୍ଦ୍ରରେ ଜଣେ ଲେଖାଏ ପରିଦର୍ଶକଙ୍କୁ ନିଯୁକ୍ତି ଦିଆଯାଇଛି। ଉକ୍ତ ତାଲିକାରେ ୨ ପ୍ରଧାନ ଶିକ୍ଷକଙ୍କୁ ବାଦ୍‌ ଦେଲେ ଜଣେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ, ୨ ବରିଷ୍ଠ ଶିକ୍ଷକ ଓ ୧୨ ସହକାରୀ ଶିକ୍ଷକଙ୍କୁ ସାମିଲ କରାଯାଇଛି। କେନ୍ଦ୍ରର ପ୍ରଧାନଶିକ୍ଷକମାନେ ପରୀକ୍ଷା ସୁପରିଣ୍ଟେଣ୍ଡେଣ୍ଟ୍‌ ଦାୟିତ୍ୱ ନିର୍ବାହ କରୁଛନ୍ତି। ସୁପରିଣ୍ଟେଣ୍ଡେଣ୍ଟ୍‌ ଓ ନିରୀକ୍ଷକମାନଙ୍କ କାର୍ଯ୍ୟକୁ ତଦାରଖ କରିବାକୁ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପରିଦର୍ଶକମାନଙ୍କୁ ନିଯୁକ୍ତ କରାଯାଇଛି। ଏଥିରେ ଦ୍ୱୀପାଞ୍ଚଳ ହାଇସ୍କୁଲ ଗନ୍ଧଣରୁ ୩ଜଣ, ଶ୍ରୀବନ୍ତପୁର ସରକାରୀ ଉଚ୍ଚ ବିଦ୍ୟାଳୟରୁ ୨, ପଞ୍ଚାୟତ ହାଇସ୍କୁଲ-ପହଁଗାରୁ ଜଣେ ସହକାରୀ ଶିକ୍ଷକ ନିରୀକ୍ଷକ ଭାବେ ନିୟୋଜିତ ହୋଇଛନ୍ତି। ଏହି ବିଦ୍ୟାଳୟଗୁଡ଼ିକୁ କେବେ ହେଲେ ପରୀକ୍ଷା କେନ୍ଦ୍ର ଭାବରେ ଗ୍ରହଣ କରାଯାଇନାହିଁ। ଏହି ବିଦ୍ୟାଳୟରୁ ପରିଦର୍ଶକ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକମାନଙ୍କ ପରୀକ୍ଷା ପରିଚାଳନା ଅନୁଭୂତି ନାହିଁ କି ସେମାନେ ବରିଷ୍ଠ ତାଲିକାଭୁକ୍ତ ନୁହନ୍ତି ବୋଲି ଅଭିଯୋଗ ହୋଇଛି। ଏଭଳି ସ୍ଥିତିରେ ସେମାନେ କେନ୍ଦ୍ରରେ କି ପ୍ରକାର ପରିଦର୍ଶକ କାର୍ଯ୍ୟକୁ ଅନୁପାଳନ କରିବେ ତାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି। ଯାହାକୁ ରସୁଲପୁର ବ୍ଲକ ଅଞ୍ଚଳର ଶିକ୍ଷାବିତ୍‌, କେନ୍ଦ୍ରର ସୁପରିଟେଣ୍ଡେଣ୍ଟମାନେ ନାପସନ୍ଦ କରିଛନ୍ତି। ଶିକ୍ଷାବିତ୍‌ମାନଙ୍କ ମତରେ ସୁପରିଣ୍ଟେଣ୍ଡେଣ୍ଟଙ୍କ ପରୀକ୍ଷା ପରିଚାଳନା କାର୍ଯ୍ୟକୁ ନିରୀକ୍ଷଣ କରିବା ଦାୟିତ୍ୱ ଜଣେ ସହକାରୀ ଶିକ୍ଷକଙ୍କ ଉପରେ ଦିଆଗଲେ ନିରୀକ୍ଷଣ ମାନରକ୍ଷା ହୋଇପାରିବନାହିଁ। ଜଣେ ସହକାରୀ ଶିକ୍ଷକ ସେମାନଙ୍କ କାର୍ଯ୍ୟକୁ ତାଦରଖ କରିବା ଘଟଣାକୁ ସୁପରିଣ୍ଟେଣ୍ଡେଣ୍ଟମାନେ କେବେ ସହଜରେ ଗ୍ରହଣ କରି ପାରୁ ନ ଥିବେ। ନିୟମାନୁଯାୟୀ ପରିଦର୍ଶକ ଭାବରେ ଓଡ଼ିଶା ଶିକ୍ଷା ପ୍ରଶାସନିକ ଅଧିକାରୀ, ପ୍ରଧାନ ଶିକ୍ଷକ, ବରିଷ୍ଠ ଶିକ୍ଷକ ଓ ସହକାରୀ ଶିକ୍ଷାଧିକାରୀମାନଙ୍କୁ ନିଯୁକ୍ତ କରାଯାଇପାରିବ। ଏହିଭଳି ଅଧିକାରୀମାନଙ୍କ ଅଭାବ ସ୍ଥଳରେ ଓଡ଼ିଶା ରାଜସ୍ବ ଓ ପ୍ରଶାସନିକ ଅଧିକାରୀମାନଙ୍କୁ ଏହି ଦାୟିତ୍ୱ ଦିଆଯାଇପାରିବ। ତେବେ ଏହି ବ୍ଲକରେ ପରିଦର୍ଶକ ଭାବରେ ନିଯୁକ୍ତ ଅଧିକାଂଶ ସହକାରୀ ଶିକ୍ଷକ ବରିଷ୍ଠ ନୁହନ୍ତି କି ସେମାନଙ୍କ ପରୀକ୍ଷା ପରିଚାଳନା ଅନୁଭୂତି ରହିନାହିଁ। ଏହାବାଦ୍‌ ଏହି ବ୍ଲକରେ ପରୀକ୍ଷା କେନ୍ଦ୍ର ସ୍ଥିରୀକୃତରେ ଅନିୟମିତତା ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି। ପରୀକ୍ଷା କେନ୍ଦ୍ର ମୂଳ ବିଦ୍ୟାଳୟଠାରୁ ୫ କି.ମି. ଦୂରରେ ଅବସ୍ଥିତ ରହିବା ଉଚିତ ନୁହେଁ। ଏହି ନିୟମକୁ ଏଠାରେ ଖୋଲାଖୋଲି ଉଲଂଘନ କରାଯାଇଛି ବୋଲି କୁହାଯାଉଛି। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାମୁଦ୍ରିକ ଜୁଆର ମାଡ଼ରେ ଧସିଲା ଲୁଣାଘେରି ବନ୍ଧ, ତତ୍ପରତା ଦେଖାଉନି ଜଳସମ୍ପଦ ବିଭାଗ

ମହାକାଳପଡ଼ା,୨୬ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ଲଘୁଚାପ ପ୍ରଭାବରେ ସାମୁଦ୍ରିକ ଜୁଆର ମାଡ଼ରେ ଜରି ପଲିଥିନରେ ନଦୀ ପାର୍ଶ୍ୱମାଟି ଅତଡ଼ା ଖସିବା ଯୋଗୁ ବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଛି।…

ହୀରାକୁଦରେ ପୁଣି ଖୋଲିଲା ୭ଟି ସ୍ଲୁଇସ ଗେଟ: ଜାରି ରହିଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର, ୨୬।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ପୁଣି ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରର ସୁପରିଚାଳନା ଏବଂ ଆଗୁଆ ପ୍ରତିଷେଧମୂଳକ ପଦକ୍ଷେପ…

ଆରପାରିରେ ଆଦର୍ଶ ଶିକ୍ଷକ ସନାତନ: ପାଟଣା ଅଞ୍ଚଳରେ ଶୋକର ଛାୟା

ପାଟଣା, ୨୬।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳୀ ଗ୍ରାମର ଆଦର୍ଶ ଶିକ୍ଷକ ତଥା ବିଶିଷ୍ଟ ସଂଗଠକ, ଶିକ୍ଷାବିତ୍‌ ତଥା…

କେଲୁଅ ନଦୀକୁ ଡେଇଁଲେ ଅଜୟ: ପଛରେ ଅଛି ଏମିତି କାରଣ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନ ଦେଓଦା ପଞ୍ଚାୟତର ଚଇନିହୁଡ଼ା ଗ୍ରାମର ଜଣେ ଯୁବକ କାଏମା କେଲୁଅ ନଦୀ ବ୍ରିଜ୍‌ରୁ ଡେଇଁ ନିଖୋଜ…

୨୭ରେ ‘କଣ୍ଟା ଗାଦିଆ’ ବସା, ୧ରେ ନୂତନ କାଳିସୀଙ୍କ ଅଗ୍ନିପରୀକ୍ଷା: ବାଲିଯାତ୍ରା ଏବେ ଉତ୍ସବମୁଖର

ଥୁଆମୂଳ ରାମପୁର,୨୬।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରର ପ୍ରସିଦ୍ଧ ଆଧ୍ୟାତ୍ମିକ ପୀଠ ଶ୍ରୀ ଶ୍ରୀ ଇଷ୍ଟଦେବୀ ମା’ ମାଣିକେଶ୍ୱରୀ ଓ ବାବା ଭୈରବ ଦେବଙ୍କ ପବିତ୍ର…

କାଜୁ ବୁଦାରେ ଝୁଲୁଛି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତଦେହ: ଖେଳିଗଲା ଚାଞ୍ଚଲ୍ୟ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ରାଉତରାପୁର ପଞ୍ଚାୟତର ନୂଆସାହି ଗ୍ରାମରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାକୁ ନେଇ…

ରୁଷିକୁଲ୍ୟାରୁ କମୁଛି ଜଳସ୍ତର: ଟଳିଲା ବନ୍ୟା ଆଶଙ୍କା

ପୁରୁଷୋତ୍ତମପୁର, ୨୬।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ଗତ ଚାରିଦିନ ଧରି ଲଗାଣ ବର୍ଷା ଜାରି…

ବିଧାନସଭାରେ ଛତାମଖନା ଆଇଏସ୍‌ଏସ୍‌ ପ୍ରସଙ୍ଗ ଉଠାଇଲେ ବିଧାୟକ କଳିକେଶ

ବଲାଙ୍ଗୀର,୨୫ା୯(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ବିଧାନସଭାରେ ବଲାଙ୍ଗୀରର ଛତାମଖନା ଇନ୍‌-ଷ୍ଟ୍ରିମ୍‌ ଷ୍ଟୋରେଜ୍‌ ଷ୍ଟ୍ରକଚର (ଆଇଏସ୍‌ଏସ୍‌)ର କ୍ଷତି, ଜଙ୍ଗଲ ନିଆଁ, କାମ୍ପା ପାଣ୍ଠି, ଜଙ୍ଗଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?