ତୁମ ପରି କେହି ନାହିଁ…ଇମୋଶନାଲ ହେଲେ ଅକ୍ଷୟ କୁମାର

ପ୍ରବୀଣ ହାସ୍ୟ ଅଭିନେତା ଏବଂ ଅଭିନେତା ଅସରାନି ଆଉ ନାହାନ୍ତି ସେ ତାଙ୍କ ଚଳଚ୍ଚିତ୍ର ଏବଂ ଚମତ୍କାର ଅଭିନୟ ମାଧ୍ୟମରେ ସର୍ବଦା ଦର୍ଶକଙ୍କ ହୃଦୟରେ ଜୀବିତ ରହିବେ। ତାଙ୍କର ଶେଷ ପରଦା ଉପରେ ଅଭିନୟ ଅକ୍ଷୟ କୁମାର ଏବଂ ସୈଫ ଅଲ୍ଲୀ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ହୈବନ’ରେ ଦେଖିବାକୁ ମିଳିବ। ଚଳଚ୍ଚିତ୍ର ମୁକ୍ତିଲାଭ ପୂର୍ବରୁ ଅକ୍ଷୟ କୁମାର ଅସରାନିଙ୍କ ଶେଷ ସଟ୍‌ର ଏକ କ୍ଲିପ ଶେୟାର କରି ଭାବପ୍ରବଣ ନୋଟ ଲେଖିଛନ୍ତି।

ଅକ୍ଷୟ କହିଛନ୍ତି, ଏହି କିମ୍ବଦନ୍ତୀଙ୍କ ସହିତ କାମ କରିବା ଏବଂ ‘ହୈବନ’ରେ ତାଙ୍କ ସହ ଶେଷ ସଟରେ ଅଭିନୟ କରିବା ମୋର ସୌଭାଗ୍ୟର ବିଷୟ। ଅସରାନି ଜି ଆପଣ ଅମର। ଆପଣଙ୍କ ପରି କେହି ହୋଇପାରିବେ ନାହିଁ।

ଅକ୍ଷୟ କୁମାର ଏବଂ ଅସରାନି ଅନେକ ଫିଲ୍ମରେ ଏକାଠି ନଜର ଆସିଥିଲେ। ହେରା ଫେରି (୨୦୦୦), ଆୱାରା ପାଗଲ ଦେୱାନା(୨୦୦୨), ‘ଗରାମ ମସାଲା’ (୨୦୦୫), ଦିୱାନେ ହୁଇ ପାଗଲ (୨୦୦୫), ଭାଗାମ ଭାଗ (୨୦୦୬), ଫିର ହେରା ପେରି(୨୦୦୬), ଭୁଲ ଭୁଲେୟା(୨୦୦୭), ‘ଖଟ୍ଟମିଠା’ (୨୦୧୦), ଏବଂ ‘ଭୁତ ବଙ୍ଗଳା’।

‘ହୈବାନ’ ଫିଲ୍ମଟି ଅସରାନିଙ୍କ ଶେଷ ସ୍କ୍ରିନ ଆପିୟରନ୍ସ ହେବ। ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶିତ, ‘ହୈବାନ’ ହେଉଛି ତାଙ୍କର ୨୦୧୬ର ମାଲାୟଲମ ଫିଲ୍ମ ‘ଓପମ’ର ହିନ୍ଦୀ ରିମେକ। ଏହି ଫିଲ୍ମରେ ସୈଫ ଅଲ୍ଲୀ ଖାନ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ବୋମନ ଇରାନି, ସୈୟାମି ଖେର, ଶ୍ରିଆ ପିଲଗାଓଁକର, ରାଜପାଲ ଯାଦବ ଏବଂ ଶାରିବ ହାସମୀଙ୍କ ଭଳି କଳାକାର ସାମିଲ ଅଛନ୍ତି। ଫିଲ୍ମଟି ସେପ୍ଟେମ୍ବର ୧୧ରେ ଥିଏଟରରେ ମୁକ୍ତିଲାଭ କରିବାର ଯୋଜନା ରହିଛି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଶୋଇଥିଲେ ସ୍ତ୍ରୀ-ସ୍ବାମୀ, ଭୁଶୁଡିଲା କାନ୍ଥ: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୪।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲଜ ଅନ୍ତର୍ଗତ ତୁଳସୀପୁର ଗ୍ରାମରେ ଏକ ଅଭାବନୀୟ ଘଟଣାରେ ସ୍ବାମୀର ମୃତ୍ୟୁ ହୋଇଯାଇଥିବାବେଳେ ସ୍ତ୍ରୀ ଗୁରୁତର ହୋଇ କେନ୍ଦ୍ରାପଡା ଡାକ୍ତରଖାନାରେ…

ତ୍ରିଶୂଳୀ ସୁଡ଼ଙ୍ଗ ଭିତରେ ‘ହରେ କୃଷ୍ଣ’ ଜପ କରୁଥିଲେ ସଞ୍ଜୟ; ଜନ୍ମାଷ୍ଟମୀରେ ମିଳିଲା ନୂଆ ଜୀବନ

କାଠମାଣ୍ଠୁ,୪।୯: ନେପାଳର ତ୍ରିଶୁଳିରେ ଥିବା ଏକ ଜଳବିଦ୍ୟୁତ ପ୍ରକଳ୍ପର ସୁଡ଼ଙ୍ଗରୁ ଶୁକ୍ରବାର ଦୁଇଜଣ ଶ୍ରମିକଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟା…

ସାମୁଦ୍ରିକ ଜୁଆର ମାଡ଼ରେ ଧସିଲା ଘେରିବନ୍ଧ, ଗାଁ ପ୍ରତି ଘନେଇଲା ବିପଦ

ମହାକାଳପଡ଼ା,୪ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ସାମୁଦ୍ରିକ ଝଡ଼ ଜୁଆର ମାଡ଼ିବା ଅଞ୍ଚଳକୁ ସୁରକ୍ଷା ବ୍ୟବସ୍ଥା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ…

ରୁଷିଆ-କରାଚି ରୁଟରେ ଭାରତୀୟ ଜାହାଜ ଉପରେ ଡ୍ରୋନ ଆକ୍ରମଣ; ଅଳ୍ପକେ ବର୍ତ୍ତିଲେ ୨୩ ଭାରତୀୟ ନାବିକ

ନୂଆଦିଲ୍ଲୀ,୪।୯: ସେପ୍ଟେମ୍ବର ୨, ୨୦୨୬ ରେ, ଭାରତୀୟ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ଏବଂ ରୁଷିଆର ନୋଭୋରୋସିସ୍କରୁ କରାଚୀ ଯାଉଥିବା ମାଲବାହୀ ଜାହାଜ MV BARYON (IMO 9151412)…

‘ଭାରତର ୪ବନ୍ଧ ଆମ ପାଇଁ ଡେଥ ଓ୍ବାରେଣ୍ଟ’, ଘାବରେଇଲେଣି ପାକିସ୍ତାନୀ ଏକ୍ସପର୍ଟ, ଧମକ ଦେଇ କହିଲେ…

ଇସଲାମାବାଦ,୪।୯: ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବାକୁ ପଦକ୍ଷେପ ନେବା ପରଠାରୁ ପାକିସ୍ତାନ ବିଷ ଓଗାଳି ଚାଲିଛି। ଇତିମଧ୍ୟରେ, ପାକିସ୍ତାନୀ ଜଳ ବିଶେଷଜ୍ଞ ରସିଦ ଆବାସି…

ଜମନକିରାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: ୧୮୫ ପଦବୀରୁ ୮୯ ଖାଲି, ଡାକ୍ତର-କର୍ମଚାରୀ ଅଭାବରେ ରୋଗୀ ହନ୍ତସନ୍ତ

ଜମନକିରା,୪।୯:(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ଦାବି କରୁଥିବା ବେଳେ, ବାସ୍ତବ ଚିତ୍ର କିନ୍ତୁ…

ଜନ୍ମାଷ୍ଟମୀ ପରଦିନ ସୃଷ୍ଟି ହେବ ଦୁର୍ଲଭ ମହାଲକ୍ଷ୍ମୀ ରାଜଯୋଗ, କେବଳ ଏହି ୩ ରାଶି ଉପରେ ହେବ ଧନବର୍ଷା

ଜ୍ୟୋତିଷ ଶାସ୍ତ୍ରରେ ମହାଲକ୍ଷ୍ମୀ ରାଜଯୋଗକୁ ଅତ୍ୟନ୍ତ ଶୁଭ ଯୋଗ ବୋଲି ମନେ କରାଯାଏ । ଚନ୍ଦ୍ରମା ଓ ମଙ୍ଗଳ ଗ୍ରହ ଗୋଟିଏ ରାଶିରେ ଏକତ୍ର ହେଲେ ଏହି…

ରିଷିଡ଼ାରେ ଧୂମ୍‌ଧାମ୍‌ରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ସମଗ୍ର ବିଦ୍ୟାଳୟରେ ଆଧ୍ୟାତ୍ମିକ ପରିବେଶ

ରିଷିଡ଼ା,୪ା୯(ସୁଶାନ୍ତ ମଲ୍ଲିକ): ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ମାତୃରାମ ସୋହନ ଲାଲ ବିହାର ରିଷିଡ଼ା ପରିସରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ ହୋଇଯାଇଛି। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri