ନାଳିଆ ଘାସ ବୃତ୍ତିଧାରୀଙ୍କୁ ପ୍ରୋତ୍ସାହନ ନାହିଁ

କେନ୍ଦ୍ରାପଡ଼ା ଅଫିସ, ୧୪ା୩:ନାଳିଆ ଘାସରେ ତିଆରି ଟୋକେଇ, ପାଛିଆ, ନାଳିଆ, ସେର, କୁଞ୍ଚା, ମାଣ, ଟୁକୁଲି ଆଦି ପ୍ରତ୍ୟେକଙ୍କ ଘରେ ପରିଚିତ। ପ୍ରାୟ ୫୦ବର୍ଷ ଧରି ଏହି ହସ୍ତଶିଳ୍ପ କୌଳିକ ବୃତ୍ତି ହୋଇ ରହିଆସିଛି। ଏଥିରେ ଆର୍ଥିକ ସଶକ୍ତୀକରଣ ଦିଗ ଆସିବା ସହ ପରିବାର ପ୍ରତିପୋଷଣରେ ସହଯୋଗ ମଳୁଛି। ସମ୍ପ୍ରତି ଏହି ହସ୍ତଶିଳ୍ପ ବିଭିନ୍ନ କାରଣରୁ ଏବେ ଅଲୋଡ଼ା ହେଲାଣି। ତେବେ ଏହି ବୃତ୍ତିରେ ଆସୁଥିବା ଅର୍ଥ ପାଇଁ ୩ ଝିଅଙ୍କ ବିବାହ ହୋଇଛି ବୋଲି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସୁନିତି ଗଁାର ଶାନ୍ତିଲତା ଦାସ କହିଛନ୍ତି। ସେ କହିଛନ୍ତି, ନାଳିଆ ଘାସ ବୃତ୍ତିଧାରୀଙ୍କୁ ଏବେ ପ୍ରୋତ୍ସାହନ ଦିଆଯାଉନାହିଁ। ପ୍ଲାଷ୍ଟିକ ସାମଗ୍ରୀର ଚାହିଦା ବୃଦ୍ଧି ଏ ପ୍ରକାର ହସ୍ତଶିଳ୍ପକୁ ବୁଡ଼ାଇ ଦେଇଛି। ସେହିପରି ଏହାର କଞ୍ଚାମାଲ ବିନା ମୂଲ୍ୟରେ ଭିତରକନିକା ଜଙ୍ଗଲ ସହ ଅନ୍ୟ ଅଞ୍ଚଳରେ ମିଳୁଥିଲା। ବନ ବିଭାଗର କଟକଣା କଞ୍ଚାମାଲ ସଂଗ୍ରହରେ ବାଧକ ସାଜିଛି। ବଜାର, ମଣ୍ଡି ପାଇଁ ସୁଯୋଗ ସୃଷ୍ଟି ଆବଶ୍ୟକ। ଅଳ୍ପ କେତେଗୋଟି ମେଳା, ମହୋତ୍ସବ, ପଲ୍ଲିଶ୍ରୀ ମେଳାକୁ ଛାଡ଼ି ପର୍ଯ୍ୟଟନ ଶିଳ୍ପ ଓ ଅନ୍‌ଲାଇନ ବ୍ୟବସାୟ, ବୈଷୟିକ ତାଲିମ ପାଇଁ ସରକାରୀ ପ୍ରୋତ୍ସାହନ ଆବଶ୍ୟକ ବୋଲି ସେ କହିଛନ୍ତି।
ଏ ସମ୍ପର୍କରେ ସାମାଜିକ କର୍ମୀ ପ୍ରତାପ କୁମାର ତ୍ରିପାଠୀ କୁହନ୍ତି, ଏହି ହସ୍ତଶିଳ୍ପ ପାଇଁ ନାଳିଆ ଘାସ ଆବଶ୍ୟକ। ଜିଲାର ସମୁଦ୍ର କୂଳ ଲବଣାକ୍ତ ଜଳବାୟୁର ସନ୍ତସନ୍ତିଆ ସ୍ଥାନ ସହ ସ୍ଥାନୀୟ ଉପାନ୍ତ ଅଞ୍ଚଳର ନଦୀ ଓ ନାଳରେ ଏହିସ୍ବତନ୍ତ୍ର ପ୍ରଜାତି ଘାସ ଅଛି। ଜିଲାର ମହାକାଳପଡ଼ା ବ୍ଲକ ଅଧୀନ ବତିଘର, ଖରିନାସୀ, ରାମନଗର, ବରକନ୍ଦା, ଜମ୍ବୁ, ସୁନିତି ଓ ରାଜନଗର ବ୍ଲକର ଗୁପ୍ତି, ମଗରକନ୍ଦା, ଅଢ଼ସଲ, ଡାଙ୍ଗମାଳ, ଈଶ୍ୱରପୁର, ଡେରା, ମହୁଲିଆ ଆଦି ଅଞ୍ଚଳ ସହ ରାଜକନିକା ବ୍ଲକର କେତେକ ସ୍ଥାନରେ ଏହି ପ୍ରଜାତିର ଘାସ ଦେଖିବାକୁ ମିଳିଥାଏ। ଏଥିସହ ହେନ୍ତାଳ ବଣ ମଧ୍ୟରେ ପ୍ରଚୁର ପରିମାଣରେ ନାଳିଆ ଘାସ ଉଠିଥାଏ। ଶିଶିର ଋତୁରେ ଏହାକୁ ସଂଗ୍ରହ କରାଯାଇ ଆବଶ୍ୟକ ମୁତାବକ ପାତିଆ କରାଯାଇ ଶୁଖାଯାଏ। ଏହାର ମୂଲ୍ୟବାନ୍‌ ତନ୍ତୁ ଉତ୍କୃଷ୍ଟ ଘରୋଇ ସାମଗ୍ରୀ ତିଆରିରେ କଞ୍ଚାମାଲ ଭାବେ ବ୍ୟବହାର ହୋଇଥାଏ। ଏଥିରେ ପ୍ରସ୍ତୁତ ମୋବାଇଲ ଷ୍ଟାଣ୍ଡ, ପେନ୍‌ଷ୍ଟାଣ୍ଡ, ହାତପଙ୍ଖା, ଘରସଜ୍ଜା ଉପକରଣ ବେଶ୍‌ ଆକର୍ଷଣୀୟ ବୋଲି ସେ କହିଛନ୍ତି। ତନ୍ତିଆପାଳର ପ୍ରମିଳା ଜେନା କହିଛନ୍ତି, ନାଳିଆ ଘାସ ଭିତରକନିକାରେ ପ୍ରଚୁର ପରିମାଣରେ ଅଛି। ତେବେ ଏହି କଞ୍ଚାମାଲ ସଂଗ୍ରହ କରିବାରେ ବନ ବିଭାଗ କଟକଣା ବାଧକ ସାଜିଛି। ଉପାନ୍ତ ଅଞ୍ଚଳରେ ପ୍ରସ୍ତୁତ ସାମଗ୍ରୀ ଘରୋଇ ଆବଶ୍ୟକତାକୁ ପୂରଣ କରିଥାଏ। ତେବେ ସାମ୍ପ୍ରତିକ ସମୟରେ ଏହି କୁଟୀରଶିଳ୍ପର ଉନ୍ନତୀକରଣ ଓ ବ୍ୟାପକତା ପାଇଁ ବୈଷୟିକ ଜ୍ଞାନକୌଶଳ ତାଲିମ ଆବଶ୍ୟକ। ତାଲିମପ୍ରାପ୍ତ ହୋଇ ନ ଥିବାରୁ ବ୍ୟାଙ୍କରୁ କୁଟୀରଶିଳ୍ପ ବୃହତ ଆକାର ହେବାକୁ ଋଣ ମିଳୁନାହିଁ। ଏଥିପାଇଁ ଜିଲା ଶିଳ୍ପ କେନ୍ଦ୍ର, ଓରମାସ ଓ ନାବାର୍ଡ ଅଧିକାରୀଙ୍କ ଦୃଷ୍ଟିଆକର୍ଷଣ ସତ୍ତ୍ୱେ ସୁଫଳ ମିଳିନି। ସାମାଜିକ କର୍ମୀ ସୁନୀଲ କୁମାର ଗନ୍ତାୟତ କହିଛନ୍ତି, ରାଜ୍ୟ ଓ କେନ୍ଦ୍ର ସରକାର କୁଟୀର ଶିଳ୍ପକୁ ପ୍ରୋତ୍ସାହିତ କରୁଥିବା ନେଇ ପ୍ରଚାର ପ୍ରସାର ଜୋରଦାର ହେଉଛି। ସେହିପରି ଏସ୍‌ଏସ୍‌ଜି ଗୋଷ୍ଠୀ ମାଧ୍ୟମରେ ମହିଳାଙ୍କୁ ସ୍ବାବଲମ୍ବୀ ସହ ଆର୍ଥିକ ଦିଗରୁ ସଶକ୍ତୀକରଣ ହେଉଥିବା କୁହାଯାଉଛି। ଏହାର ବାସ୍ତବତା ହେଉଛି ଯେ, ସରକାରୀ ଯୋଜନା ତୃଣମୂଳସ୍ତରରେ ପହଞ୍ଚତ୍ ପାରୁନାହିଁ। ଜିଲାରେ ଯେଉଁ ପରିମାଣରେ କାଇଁଚ ହସ୍ତଶିଳ୍ପକୁ ଗୁରୁତ୍ୱ ଦିଆଯାଉଛି, ସେପରି ନାଳିଆ ଘାସ ହସ୍ତଶିଳ୍ପକୁ ପ୍ରୋତ୍ସାହନ ମିଳିବା ଆବଶ୍ୟକ। ଜିଲାରେ କଞ୍ଚାମାଲ ମାଗଣାରେ ମିଳୁଥିବା ସତ୍ତ୍ୱେ ଏହାର ପ୍ରଚାର ପ୍ରସାର ନ ଥିବାରୁ ଏହି କୁଟୀରଶିଳ୍ପ ଲୋପ ପାଇବାକୁ ବସିଛି। ଏ ସମ୍ପର୍କରେ ଜିଲା ଶିଳ୍ପକେନ୍ଦ୍ର ପରିଚାଳକ ଗଣେଶ ଚନ୍ଦ୍ର ବେହେରାଙ୍କୁ ପଚାରିବାରେ ନାଳିଆ ଘାସ ହସ୍ତଶିଳ୍ପୀଙ୍କ ପାଇଁ ୨୦୦୯ରୁ ତାଲିମ ପ୍ରଦାନ କରାଯାଉଛି। ତେବେ ଏଥରେ ତାଲିମ ପାଇଁ ବେଶି ଆଗ୍ରହ ନ ଥିବାରୁ ଆବଶ୍ୟକ ଅନୁଯାୟୀ ମହିଳାଙ୍କୁ ତାଲିମ ପ୍ରଦାନ କରାଯାଇ ପାରୁନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?