ବିନା ଅନୁମତିରେ ଇଟା ପୋଡ଼ା ଚାଲିଛି

ନାଉଗାଁ,୧୪ା୩(ସ୍ବ.ପ୍ର.):ନାଉଗାଁ ତହସିଲ ଅଧୀନରେ ସରକାରୀ ନିୟମକୁ ଖୋଲା ଉଲ୍ଲଂଘନ କରାଯାଇ ଇଟା ପୋଡ଼ା ଚାଲିଛି। ମାତ୍ର ଏନେଇ ପ୍ରଶାସନ ନୀରବଦ୍ରଷ୍ଟ୍ରା ସାଜିଛି। ସରକାରୀ ନିୟମାନୁସାରେ ଇଟା ଭାଟିରେ ପୋଡିବା ପୂର୍ବରୁ ତହସିଲ କାର୍ଯ୍ୟାଳୟରେ ଏନେଇ ଆବେଦନ କରାଯିବ। ଉକ୍ତ ଆବେଦନକୁ ବିଚାରକୁ ନେଇ ଅନୁମତି ପ୍ରଦାନ କରାଗଲା ପରେ ଇଟା ପୋଡାଯାଇ ପାରିବ। କିନ୍ତୁ ନାଉଗଁା ବ୍ଲକରେ ବର୍ଷ ବର୍ଷ ଧରି ବିନା ଅନୁମତିରେ ଇଟା ପୋଡା ଚାଲିଛି। ଏନେଇ ତହସିଲ ପକ୍ଷରୁ କେବେ କେମିତି ଜରିମାନା ଆଦାୟ କରାଯାଉଛି। ଅପରପକ୍ଷେ ଇଟା ବେପାରୀ ଜରିମାନା ଦେଇ ପୁନର୍ବାର ଇଟା ପୋଡି ଚାଲିଥିବା ଅଭିଯୋଗ ହୋଇଛି। ଅନେକ ଇଟା ବ୍ୟବସାୟୀ ସରକାରୀ ଜମିରୁ ମାଟି ଖୋଳି ଇଟା ପକାଉଥିବା ଅଭିଯୋଗ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉକ୍ତ ତହସିଲ ଅଧୀନରେ ୫-ଟି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ରହିଛି। ଏହାସତ୍ତ୍ୱେ ସମ୍ପୃକ୍ତ ଅଧିକାରୀମାନେ ଏ ବିଷୟରେ ଜାଣି ନ ପାରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଶେଷ କରି ଏହି ତହସିଲ ଅଧୀନରେ ଥିବା ଦେବୀନଦୀ ପଠା, କୋରୁଅ ପଞ୍ଚାୟତ ଡାହାଣିଖିଆର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖ, ଡେରିକି ରାଜସ୍ବ କାର୍ଯ୍ୟାଳୟ ନିକଟ, ବିଭିନ୍ନ ରାସ୍ତା ପାର୍ଶ୍ୱରେ ବେଆଇନ ଇଟାପକା ଚାଲିଥିବା ଦେଖାଯାଇଛି। ଇଟାଭାଟିଗୁଡ଼ିକ ବିଦ୍ୟାଳୟ, ଜନବସତି, ରାସ୍ତାପାର୍ଶ୍ୱ, ସରକାରୀ ସ୍ଥାନରେ ଲଗାଇବାର ନିୟମ ନ ଥିବାବେଳେ ଏହାକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଉଛି। ଅପରପକ୍ଷେ ଦିନକୁ ଦିନ ଖରାର ପ୍ରକୋପ ବୃଦ୍ଧି ପାଉଥିବାବେଳେ ଇଟାଭାଟି ଧୂଅଁାରେ ତାପମାତ୍ରା ପ୍ରଭାବିତ ହେଉଛି। ଏନେଇ ବାୟୁମଣ୍ଡଳରେ ତାପମାତ୍ରା ବଢ଼ିବାରେ ଲାଗିଛି। ଅପରପକ୍ଷେ ଇଟା ଭାଟି ଧୂଆଁ ଗାଁ ଗହଳିରେ ଥିବା ଶ୍ୱାସ ରୋଗୀଙ୍କ ପାଇଁ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଛି। ଉକ୍ତ ଧୂଆଁ ସଂସ୍ପର୍ଶରେ ଆସି ଦୀର୍ଘ ଦିନ ଧରି କାଶ ହେଉଥିବା ଅନେକ ଶ୍ୱାସରୋଗୀ ମତବ୍ୟକ୍ତ କରିଛନ୍ତି। ଧୂଅଁା ଯୋଗୁ ଛୋଟ ପିଲାଙ୍କଠୁ ଆରମ୍ଭ କରି ବୃଦ୍ଧା,ବୃଦ୍ଧ ସଭିଏଁ ଅଣନିଃଶ୍ୱାସୀ ହୋଇଯାଉଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏହି ଧୂଆଁ ପରିବେଶ ପ୍ରଦୂଷଣର ମୁଖ୍ୟ କାରଣ ପାଲଟିଛି। ପ୍ରଶାସନ ପକ୍ଷରୁ ଏହି ବେଆଇନ ଇଟାଭାଟି ଉପରେ ଚଢ଼ାଉ କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ତହସିଲଦାର ଜେ.କଳ୍ପନା କହିଛନ୍ତି, ଇଟାଭାଟି ଯେଉଁ ସବୁ ସ୍ଥାନରେ ପଡ଼ୁଛି, ସେଠାକୁ ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କୁ ପଠାଯାଇ ତଦନ୍ତ କରାଯିବ। ବେଆଇନ ଇଟାଭାଟି ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri