ନିଷ୍କାସନ ନାହିଁ, ଆଣ୍ଠୁଏ ପାଣିରେ ଯାଉଛନ୍ତି ପିଲା

ବାଲିଆପାଳ, ୨୦।୧୦(ସ୍ବ.ପ୍ର.): ଲଘୁଚାପଜନିତ ବର୍ଷାରେ ବାଲିଆପାଳ ବ୍ଲକର ମଧୁପୁରା ପଞ୍ଚାୟତ ଅଧୀନ ଚରବସ୍ତକାଳରୁଇ ଏବଂ ଚୌଧୁରୀକୁଦ ଗ୍ରାମ ମୁଖ୍ୟ ରାସ୍ତା ଆଣ୍ଠୁଏ ପାଣିରେ ଉବୁଟୁବୁ ହେଉଛି। ପାଣି ନିଷ୍କାସନ ବ୍ୟବସ୍ଥା ନାହିଁ। ସମସ୍ତେ ପାଣିରେ ପଶି ଯା’ଆସ କରୁଛନ୍ତି। ପ୍ରତିଦିନ ଛୋଟ ଛୋଟ ପିଲାମାନେ ବିପଦପୂର୍ଣ୍ଣ ଭାବେ ପାଠ ପଢ଼ିବାକୁ ଯାଉଛନ୍ତି।
ଉଭୟ ଗ୍ରାମକୁ ବାଲିଆପାଳଠାରୁ ଜାମକୁଣ୍ଡା ମୁଖ୍ୟରାସ୍ତା ପଞ୍ଚରୁଖି ଛକଠାରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପରେ କଂକ୍ରିଟ ରାସ୍ତା କରାଯାଇଛି। ଗାଁ ରାସ୍ତାରେ କାଦୁଅ ନାହିଁ, ହେଲେ ଭିତରକୁ ପଶିବାକୁ ହେଲେ ବର୍ଷା ଦିନ ଆରମ୍ଭରୁ ଆଣ୍ଠୁଏ ପାଣିରେ ପଶି ପଶି ଯିବାକୁ ପଡୁଛି। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା କରାଯିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗର ଖାମଖିଆଲ ନୀତି ଯୋଗୁ ସେତେବେଳେ ଗାଁ ମଧ୍ୟରୁ ଜଳ ନିଷ୍କାସନ ବ୍ୟବସ୍ଥା ପ୍ରତି ବିଭାଗୀୟ ଅଧିକାରୀମାନେ ନଜର ଦେଇ ନ ଥିଲେ। ଫଳରେ ଗ୍ରାମବାସୀଙ୍କୁ ଭୋଗିବାକୁ ପଡୁଛି ଦୁର୍ଦ୍ଦଶା। ଗ୍ରାମବାସୀ ବହୁବାର ଗ୍ରାମ ଉନ୍ନୟନ ବିଭାଗ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି। ଗ୍ରାମ ମଧ୍ୟରେ ଜମି ରହୁଥିବା ପାଣି ନିଷ୍କାସନ ବ୍ୟବସ୍ଥା କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଗ୍ରାମର ଅରୁଣ ଭୂୟାଁ, ବସନ୍ତ ଦଣ୍ଡପାଟ, ହରେକୃଷ୍ଣ ଭୂୟାଁ, ପଞ୍ଚାନନା ସାହୁ, ପଞ୍ଚାନନ ଭୂୟାଁ, ଅଦୈତ୍ୟ ସାହୁ, ଲମ୍ବୁଦର ମାହାନା, ସୃଷ୍ଟିଧର ମାହାନା, ନୀଳାଦ୍ରି ରାଉତ, ବଂଶୀଧର ସାହୁ ପ୍ରମୁଖ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ବାଂଲାଦେଶ ଫେରନ୍ତାଙ୍କ ହେଲା ମେଡିକାଲ ଯାଞ୍ଚ

କୋରୁକୋଣ୍ଡା,୧୮ା୩(ଡି.ଏନ.ଏ): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଚିତାପାରି-୩ ପଞ୍ଚାୟତ ଅନ୍ତର୍ଗତ ଏମଭି-୧୦୪ ଗ୍ରାମର ଗୋଟିଏ ପରିବାରର ୫ ଜଣ ସଦସ୍ୟ ବିଦେଶ ଯାଇ ଫେରିଥିବାରୁ ସେମାନଙ୍କୁ...

କ୍ଷତିପୂରଣ ମିଳିନି, ଶ୍ରେୟ ନେବାକୁ ଚାଲିଛି ଉଦ୍ୟମ

କେନ୍ଦ୍ରାପଡ଼ା ଅଫିସ, ୨୨ା୧୨:  ଆଗକୁ ସାଧାରଣ ନିର୍ବାଚନ ଆସୁଛି। କେନ୍ଦ୍ରାପଡ଼ା ଜିଲାରେ ଏହାର ପ୍ରଭାବ ପଡିବା ଆରମ୍ଭ ହୋଇଛି। ଦଳୀୟ କାର୍ଯ୍ୟକ୍ରମ ମାଧ୍ୟମରେ ସଙ୍ଗଠନକୁ ମଜଭୁତ...

କରୋନାରେ ବିଏମ୍‌ସିର ମୁଖ୍ୟ କିରାଣିଙ୍କ ମୃତ୍ୟୁ: ୧୪ ଦିନ ପାଇଁ ଏସବୁ ବିଭାଗ ବନ୍ଦ, ଏସବୁ ଖୋଲା

ବ୍ରହ୍ମପୁର ଅଫିସ,୧୫।୭: ବ୍ରହ୍ମପୁର ବିଏମସିର ମୁଖ୍ୟ କିରାଣି ଉପେନ୍ଦ୍ର ମାଝିଙ୍କ କରୋନାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର...

ଗୋବିନ୍ଦାବାଟି ଗ୍ରାମରୁ ୨ ପଜିଟିଭ୍‌ ଚିହ୍ନଟ ପରେ ୨୪ ଘଣ୍ଟିଆ ଶଟ୍‌ଡାଉନ୍‌ ଘୋଷଣା

ରତ୍ନଗିରି,୧୪ା୫(ଡି.ଏନ୍‌.ଏ.) : ଯାଜପୁର ଜିଲା ବରୀ ବ୍ଲକ ଅନ୍ତର୍ଗତ କିମ୍ଭିରିଆପାଳ ପଞ୍ଚାୟତର ଗୋବିନ୍ଦବାଟି ଗ୍ରାମରୁ ଦୁଇ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଆକ୍ରାନ୍ତ ଦୁଇ ଜଣଙ୍କ...

ବାତ୍ୟା ଅମ୍ଫନ୍‌ କ୍ଷୟକ୍ଷତି ଆକଳନ: ବାଲେଶ୍ୱର, କେନ୍ଦ୍ରାପଡ଼ା ପରିଦର୍ଶନ କଲେ କେନ୍ଦ୍ରୀୟ ଟିମ୍‌; ଶୁକ୍ରବାର ଗସ୍ତ କରିବେ ଜଗତ୍‌ସିଂହପୁର, ଭଦ୍ରକ 

ଭୁବନେଶ୍ୱର,୪ା୬(ବ୍ୟୁରୋ)/କେନ୍ଦ୍ରାପଡ଼ାଅଫିସ/ଭୋଗରାଇ/ବାଲିଆପାଳ, (ଡି.ଏନ୍‌.ଏ.): ବାତ୍ୟା ଅମ୍ଫନ୍‌ର କ୍ଷୟକ୍ଷତି ଆକଳନ କରିବାକୁ ଏକ ୭ ଜଣିଆ କେନ୍ଦ୍ରୀୟ ଟିମ୍‌ ଭୁବନେଶ୍ୱରରେ ପହଞ୍ଚିଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଯୁଗ୍ମ ସଚିବ ଶ୍ରୀ...

ଜିଲାର ଉନ୍ନତି ପାଇଁ ପ୍ରସ୍ତୁତ ହେଲା ଭିଜନ ବାଲେଶ୍ୱର ୨୦୩୦

ବାଲେଶ୍ୱର ଅଫିସ, ୧୨।୬ ବାଲେଶ୍ୱର ସହରସ୍ଥିତ ଟେକ୍‌ନିକାଲ ପଡିଆ ଛକରେ ଥିବା ଏକ ଘରୋଇ ହୋଟେଲ ସମ୍ମିଳନୀ କକ୍ଷରେ ସାମାଜିକ ସଙ୍ଗଠନ ଫ୍ୟୁଚର ବାଲେଶ୍ୱର ପକ୍ଷରୁ...

ଚିକିତ୍ସା ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ

ସୋର, ୧୭ା୪(ଡି.ଏନ.ଏ.):-ସୋର ମ୍ୟୁନିସିପାଲିଟି ଅଧୀନ ଏକ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସା ଅବହେଳାରୁ ଜଣେ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏସ୍‌ଆଇ ସଚ୍ଚିଦାନନ୍ଦ ଗିରି ସୋର...

ବଢ଼ୁଛି ପରିସୀମା, ମିଳୁନାହିଁ ମୌଳିକ ସେବା

କେନ୍ଦ୍ରାପଡ଼ା ଅଫିସ, ୧୩ା୩:ଗତ ୧୦ ତାରିଖରେ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ୧୫୫ ବର୍ଷରେ ପାଦ ଥାପିଛି ା ହେଲେ ରାଜ୍ୟର ଅନ୍ୟ ସହର ପରି ଏହି ସହର...

Advertisement
Archives

Model This Week