କାହିଁକି ଉତ୍ତରୀୟରେ ଶଙ୍ଖ ଚିହ୍ନ ନାହିଁ

ମାଲକାନଗିରି,୨୫।୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କାଲିମେଳା ବ୍ଲକ ବଦଲି ପଞ୍ଚାୟତ ବଦଲିରେ ଶନିବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡମା ରାବାଙ୍କ ତରଫରୁ ବିଜୁ ଜନତା ଦଳ ଯୁବ, ଛାତ୍ର, ମହିଳାମାନଙ୍କୁ ନେଇ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡ଼ି, ପଡ଼ିଆ ଜିଲା ପରିଷଦ ସଭ୍ୟା ସୁରଭି ଭୌମିକ, ଜି. ଶ୍ରୀନିବାସ ରାଓ ଓ ପରିତୋଷ ସରକାର ପ୍ରମୁଖ ଉପସ୍ଥିତ ଥିଲେ। ସଂଗଠନକୁ ସୁଦୃଢ କରିବା, ଆଗାମୀ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ରାବା କର୍ମୀମାନଙ୍କୁ ଆହ୍ବାନ ଦେଇଥିଲ। ବୈଠକରେ ଜିଲା ସଭାପତି ମାନସ ମାଡକାମି ଓ ଅନେକ ଦଳୀୟ ବରିଷ୍ଠ ନେତା ଉପସ୍ଥିତ ନ ଥିବା ଏବଂ ମଞ୍ଚାସୀନ ନେତାମାନେ ଦଳୀୟ ଚିହ୍ନ ନ ଥିବା ଉତ୍ତରୀୟ ପକାଇଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ବିଜେଡି ଜିଲା ସଭାପତି ମାନସ ମାଡକାମିଙ୍କୁ ପଚାରିବାରୁ ଜିଲାରେ ବିଜୁ ଜନତା ଦଳ ସଂଗଠନ ସୁଦୃଢ ଅଛି। ଆମ ମଧ୍ୟରେ କୌଣସି ଭେଦଭାବ ନାହିଁ, ସମସ୍ତେ ମିଶି ଆମେ ଦଳ ପାଇଁ କାମ କରୁଛୁ, ଟିକେଟ କିଏ ପାଇବେ ନ ପାଇବେ ତାହା ଦଳୀୟ ମୁଖ୍ୟଙ୍କ ଉପରେ ନିର୍ଭର କରୁଛି ବୋଲି ସେ କହିଥିଲେ। ଏଭଳି କହି ମାନସ ଦଳୀୟ ଚିହ୍ନ ନ ଥିବା କଥାକୁ ଏଡାଇ ଯାଇଥିଲେ।
ନିର୍ବାଚନରେ ମାଲକାନଗିରି ବିଧାନସଭା ନିର୍ବାଚନମଣ୍ଡଳୀରେ ଟିକେଟ ପାଇଁ ଦଳ ତରଫରୁ ୩ ଗୋଷ୍ଠୀ ନିଜର ସମର୍ଥକଙ୍କୁ ନେଇ ଭୁବନେଶ୍ୱରରେ ଦଳ ମୁଖ୍ୟଙ୍କଠାରେ ଦାବିକରି ଆସିଥିଲେ। ଏହି ଗୋଷ୍ଠୀଙ୍କ ମଧ୍ୟରେ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡ଼ି, ମାନସ ମାଡକାମି ଓ ଯୁବନେତା ଆଡମା ରାବାଙ୍କ ସମର୍ଥକ ଥିଲେ। କିନ୍ତୁ ଶେଷରେ ମୁକୁନ୍ଦଙ୍କୁ ବିଧାୟକ ପ୍ରାର୍ଥୀ ଟିକେଟ ଦିଆଯାଇଥିଲା। କିନ୍ତୁ ସେ ନିର୍ବାଚନରେ ହାରିଯିବାରୁ ଭାଜପାର ଆଦିତ୍ୟ ମାଢ଼ି ବିଜୟୀ ହୋଇଥିଲେ। ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମାଲକାନଗିରି ଜିଲା ଗସ୍ତକରି ଦଳକୁ ସୁଦୃଢ କରିବା ପାଇଁ ମାନସ ମାଡକାମି ଏବଂ ଆଡମା ରାବାଙ୍କୁ ବିଭିନ୍ନ ଦଳୀୟ ପଦପଦବୀରେ ଥଇଥାନ କରିଛନ୍ତି। ମାନସ କିଛି ବର୍ଷ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାର୍ଯ୍ୟ କଲା ପରେ ତାଙ୍କୁ ଦଳ ଜିଲା ସଭାପତି ଦାୟିତ୍ୱ ଦିଆଯାଇଛି । ପରବର୍ତ୍ତୀ ସମୟରେ ଆଡମାଙ୍କୁ ପୁନର୍ବାର ଦ୍ୱିତୀୟ ଥର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ ଏବେ ଦାୟିତ୍ୱ ଦିଆଯାଇଛି। ୧ବର୍ଷ ହେବ ଏହି ନେତାମାନେ ଦଳର ଅନ୍ୟ କର୍ମକର୍ତ୍ତା ଓ କର୍ମୀମାନଙ୍କୁ ଧରି ମିଳିତ ଭାବେ ଦଳର ପ୍ରଚାର, ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି, ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବିଷୟରେ ଗାଁକୁ ଗାଁ ବୁଲି ପ୍ରଚାର କରିଥିଲେ। ପରେ ଆମ ଓଡ଼ିଶା ନବୀନ ଓଡ଼ିଶା, ଘରେ ଘରେ ଶଙ୍ଖ, ଭୋଟରମାନଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ଚେଷ୍ଟା ଚଲାଇଛନ୍ତି।
ଆଗକୁ ଥିବା ବେଳେ ଜିଲାର ବିଭିନ୍ନ ଅଞ୍ଚଳରେ ମାନସ ଟିକେଟ ପାଇବେ ବୋଲି ଚର୍ଚ୍ଚା ହେଉଥିବାରୁ ଅନ୍ୟ ଆଶାୟୀମାନେ ଏଥିରେ ଅସନ୍ତୁଷ୍ଟ ଥିବା ଜଣାପଡିଛି। ଆଡମା ଜଣେ ଯୁବ ସଂଗଠକ। ବର୍ତ୍ତମାନ ସେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲା ବେଳେ ଯୁବ, ଛାତ୍ର ଓ ମହିଳା ସଂଗଠନର ସଭାପତି ଅଛନ୍ତି। ତାଙ୍କ ସମର୍ଥକମାନେ ଦଳୀୟ ଟିକେଟ ପାଇବା ପାଇଁ ଆଶା ରଖିଥିବା ବେଳେ ମାନସ ମାଡକାମି ଟିକେଟ ପାଇବା ଅଧିକ ସମ୍ଭାବନା ଥିବା ବିଭିନ୍ନ ମହଲରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri