ଜୁନ୍‌ ସୁଦ୍ଧା ସୋନପୁରକୁ ଟ୍ରେନ୍‌ ଗଡ଼ିବା ନେଇ ପ୍ରଶ୍ନବାଚୀ

ସୋନପୁର,୫ା୪(ନି.ପ୍ର.): ରେଳ ବଜେଟ୍‌ରେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ପାଇଁ ବ୍ୟୟବରାଦ ବଢୁଛି। ଗତ ୨୦୧୫-୧୬ ମସିହାରୁ ଏହି ପ୍ରକଳ୍ପ ପାଇଁ ଅନୁଦାନ ରାଶି ବୃଦ୍ଧି ପାଇଛି। ୨୦୨୩-୨୪ ରେଳ ବଜେଟ୍‌ରେ ବହୁ ପ୍ରତିକ୍ଷୀତ ଏହି ପ୍ରକଳ୍ପ ପାଇଁ ରେକର୍ଡ ୧୫୯୯ କୋଟି ୫୦ ଲକ୍ଷ ଟଙ୍କା ଘୋଷଣା କରାଯାଇଛି। ତେବେ ପ୍ରକଳ୍ପର ଅଗ୍ରଗତି ଆଖିଦୃଶିଆ ହେଉନି। ଯେଉଁ ଭଳି କାମ ଚାଲିଛି ଜୁନ ମାସ ସୁଦ୍ଧା ସୋନପୁରକୁ ଟ୍ରେନ୍‌ ଗଡିବ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
୨୦୧୯ ଜାନୁୟାରୀ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲାଙ୍ଗୀର ଗସ୍ତରେ ଆସି ବଲାଙ୍ଗୀର ପଟୁ ବଲାଙ୍ଗୀର-ବିଛୁପାଲି ୧୬ କିଲୋମିଟର ରେଳପଥ ଏବଂ ପାସେଞ୍ଜର ଟ୍ରେନ୍‌ ଚଳାଚଳର ଉଦ୍‌ଘାଟନ କରିଥିଲେ। ବଜେଟ୍‌ରେ ବ୍ୟୟବରାଦ୍‌ ବଢିଥିବାରୁ ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପ କାର୍ଯ୍ୟ ବଲାଙ୍ଗୀର ପଟରୁ ମଧ୍ୟ ତ୍ୱରାନ୍ବିତ ହେବ ବୋଲି ଆଶା କରାଯାଉଥିଲା। ମାତ୍ର ଏହା ସମ୍ଭବ ହୋଇନାହିଁ। ବରାଦ୍‌ ଅର୍ଥ ସମ୍ପୂର୍ଣ୍ଣ ବିନିଯୋଗ ହୋଇ ପାରୁନି। ୨୦୨୩ ଜୁନ୍‌ ସୁଦ୍ଧା ସୋନପୁରକୁ ଟ୍ରେନ୍‌ ଚଳାଚଳ କରିବ ବୋଲି ରେଳ ବିଭାଗର ଲକ୍ଷ୍ୟ ଥିଲେ ମଧ୍ୟ ଏହା ଧାର୍ଯ୍ୟ ସମୟରେ ଆଉ ସମ୍ପୂର୍ଣ୍ଣ ହେବା ସ୍ଥିତିରେ ନାହିଁ ।
ଖୋର୍ଦ୍ଧା-ବଲାଙ୍ଗୀର ରେଳ ମଞ୍ଜୁରୀକୁ ଇତିମଧ୍ୟରେ ୨୯ ବର୍ଷ ପୂରିଲାଣି । ୧୯୯୪-୯୫ ମସିହାରେ ଏହି ରେଳ ପ୍ରକଳ୍ପକୁ କେନ୍ଦ୍ରୀୟ ମଞ୍ଜୁରୀ ମିଳିଥିଲା। ଦୀର୍ଘ ବର୍ଷ ପରେ ବି ୩୦୬.୨୫ କିଲୋମିଟର ଦୀର୍ଘ ଏହି ପ୍ରକଳ୍ପ ଆଶାନୁରୂପକ ଅଗ୍ରଗତି କରି ପାରି ନାହିଁ । ଏହା ସୁବର୍ଣ୍ଣପୁର, ବଲାଙ୍ଗୀର ଓ ବୌଦ୍ଧ ଜିଲା ବାସୀଙ୍କୁ ବ୍ୟଥିତ କରିଛି। ଏହି ରେଳ ଲାଇନର ଖୋର୍ଦ୍ଧା ରୋଡରୁ ନୂଆଗାଁ ଓ ବଲାଙ୍ଗୀର ପଟୁ ଝାରତରଭା ପର୍ଯ୍ୟନ୍ତ ପ୍ରାୟ ୧୧୫ କିଲୋମିଟର କାର୍ଯ୍ୟ ସରିଛି। ରେଳ ପ୍ରକଳ୍ପର ନୟାଗଡ ଜିଲାର ଦଶପଲ୍ଲା ଓ ବୌଦ୍ଧ ଜିଲାର ପୁରୁଣାକଟକ ମଧ୍ୟରେ ଘଞ୍ଚ ଜଙ୍ଗଲ ଯୋଗୁଁ ରେଳ ଲାଇନ ସକାଶେ ଜଙ୍ଗଲ ମଞ୍ଜୁରୀ ନ ମିଳିବା ସମସ୍ୟା ସୃଷ୍ଟି କରିଥିଲା। ତେବେ ଗତ ଫେବୃୟାରୀ ମାସରେ ଏହି ରେଳ ପ୍ରକଳ୍ପର ୬୮ କିଲୋମିଟର ଲାଇନ ପାଇଁ କେନ୍ଦ୍ର ସରକାର ଜଙ୍ଗଲ ଅନୁମୋଦନ ପ୍ରଦାନ କରିଛନ୍ତି । ତେଣୁ ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ତତ୍ପର ଥିବା ଜଣାପଡୁଛି। ଗତ ନଭେମ୍ବର ୧୦ ତାରିଖରେ ଏହି ରେଳ ଲାଇନର ବିଛୁପାଲିରୁ ସୁବର୍ଣ୍ଣପୁର ଜିଲାର ଝାରତରଭା ଷ୍ଟେଶନ ମଧ୍ୟରେ ସ୍ପିଡ୍‌ ଟ୍ରାଏଲ ପରେ ଉତ୍କଣ୍ଠା ପ୍ରକାଶ ପାଇଛି । ଅପ୍ରେଲ ସୁଦ୍ଧା ଝାରତରଭାରୁ ୧୧ କିଲୋମିଟର ଦୂର ନରସିଂହଗଡ ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ନେଇ ଲକ୍ଷ୍ୟ ଥିଲା। ତାହା ପୂରଣ ହେବା ନେଇ ଆଶା କରାଯାଉଛି। କିନ୍ତୁ ନରସିଂହଗଡରୁ ସୋନପୁର ରେଳଷ୍ଟେଶନ ୯ କିଲୋମିଟର କାମ ମନ୍ଥର ଗତିରେ ଚାଲିଛି। ବର୍ତ୍ତମାନ ସୁଦ୍ଧା ରେଳ ଲାଇନରେ କେବଳ ମାଟି କାମ ସରିଛି । ମେଟାଲ ବିଛା କାମ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନି। ସୋନପୁର ସହର ଉପକଣ୍ଠ ଛିନ୍‌ଛାନ ଡୁଙ୍ଗୁରି ଠାରେ ପାହାଡ କଟା ଆହୁରି ବାକି ଅଛି। ପଥର ବ୍ଲାଷ୍ଟିଂ ପାଇଁ ଠିକାସଂସ୍ଥା ଜିଲା ପ୍ରଶାସନର ଅନୁମତି ଲୋଡିଛି । ସେହିପରି ଧାବାମୁଣ୍ଡାଠାରେ ପୂର୍ବରୁ ୨ଥାକିଆ ରାସ୍ତା ପାଇଁ ବ୍ରିଜ୍‌ କରିବାକୁ ରେଳ ବିଭାଗର ଯୋଜନା ଥିଲା। ଭବିଷ୍ୟତରେ ରାସ୍ତାରେ ଭିଡକୁ ଦୃଷ୍ଟିରେ ରଖି ୪ ଥାକିଆ ରାସ୍ତା ପାଇଁ ବ୍ରିଜ୍‌ କରିବାକୁ ରେଳ ବିଭାଗକୁ କୁହାଯାଇଛି। ତେଣୁ କାର୍ଯ୍ୟରେ ବିଳମ୍ବ ହେଉଛି। ଏ ପର୍ଯ୍ୟନ୍ତ ବିଭାଗ ପକ୍ଷରୁ ବ୍ରିଜ୍‌ର ଡିଜାଇନ ଆସି ନଥିବା ଜଣାପଡିଛି। ସେହିପରି ତେଲନଦୀରେ ବ୍ରିଜ୍‌ କାମ ମନ୍ଥର ଗତିରେ ଚାଲିଛି। ଗତ ୩ ବର୍ଷ ହେଲା କାମ ଚାଲିଥିଲେ ମଧ୍ୟ ତାହା ସରୁନି। ଠିକାସଂସ୍ଥା ଓ ବିଭାଗୀୟ ଅଧିକାରୀ ଧାର୍ଯ୍ୟ ସମୟ ମଧ୍ୟରେ ସୋନପୁର ପର୍ଯ୍ୟନ୍ତ କାମ ସାରିବାକୁ ସୁବର୍ଣ୍ଣପୁର ଜିଲାର ଜିଲାର ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଟ ବନ୍ଦ କଲେ ବିଡିଓ

ଖଇରା, ୩୦।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଲୋକଙ୍କ ଗହଳି ହେଉଥିବା ଅଭିଯୋଗ ହେବା ପରେ ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ଏହାକୁ...

ମହିଳାଙ୍କ ଆକାଉଣ୍ଟରୁ ୧.୯୧ଲକ୍ଷ ଗାଏବ

ବ୍ରହ୍ମପୁର ଅଫିସ,୧୨ା୮: ବ୍ରହ୍ମପୁର ସହରରେ ଦିନକୁ ଦିନ ସାଇବର ଅପରାଧ ବଢ଼ିବାରେ ଲାଗିଛି। ବିଭିନ୍ନ ଉପାୟରେ ଲୋକଙ୍କ ଧନସମ୍ପତ୍ତି କ୍ଷଣିକ ମଧ୍ୟରେ ଗାଏବ କରି ଦେଉଛନ୍ତି।...

ପୋଲିସ ହେପାଜତ୍‌ରୁ ଅଭିଯୁକ୍ତଙ୍କୁ ଛଡାଇନେଲେ

ସଜନାଗଡ, ୩୦।୧୦(ଡି.ଏନ.ଏ.)-ଏକ ଠକେଇ ମାମଲାରେ ଅଭିଯୁକ୍ତ ଥିବା ଜଣେ ଯୁବକଙ୍କୁ ବାଲେଶ୍ୱର ଜିଲା ନୀଳଗିରି ଥାନା ପୋଲିସ ମଙ୍ଗଳବାର ଗିରଫ କରି ନେଉଥିବା ବେଳେ ଶ୍ୟାମସୁନ୍ଦରପୁର...

ପରିବା ବୋଝେଇ ପିକ୍‌ଅପ୍‌କୁ ପିଟିଲା ଟ୍ରକ: ଦୁଇ ମୃତ, ଜଣେ ଗୁରୁତର

କେନ୍ଦୁଝର,୩୦।୧(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ନେକଡାଘର ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ପରିବା ବୋଝେଇ ପିକ୍‌ଅପ୍‌ ଗାଡି ଖରାପ ଥିବାରୁ ଛିଡ଼ା ହୋଇ...

ବାରମ୍ବାର ଅଭିଯୋଗ ପରେ ତତ୍ପରତା ଦେଖାଇଲା ପ୍ରଶାସନ

ଗଞ୍ଜାମ,୧୯।୧୧(ଡି.ଏନ୍‌.ଏ.): ବାଲି ଚୋରାଚାଲାଣ ହେଉଥିବା ନେଇ ବାରମ୍ବାର ଅଭିଯୋଗ ପରେ ତହସିଲ ଓ ପୋଲିସ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଦେଇଛି। ଶୁକ୍ରବାର ଗଞ୍ଜାମ ଥାନା ପୋଲିସ...

ଛାତ୍ରୀଙ୍କଠାରୁ ବେଆଇନ ଅର୍ଥ ଆଦାୟ

ଯାଜପୁର ଅଫିସ,୧୬ା୩: ଯାଜପୁର ଜିଲା ଗ୍ରାମାଞ୍ଚଳରେ ଥିବା କେତେକ ସରକାରୀ ସ୍ବୀକୃତିପ୍ରାପ୍ତ ଡିଗ୍ରୀ କଲେଜ କର୍ତ୍ତୃପକ୍ଷ ଛାତ୍ରୀଛାତ୍ରଙ୍କଠାରୁ ବେଆଇନ ଭାବେ ଅର୍ଥ ଆଦାୟ କରୁଛନ୍ତି। ଏହି...

ଭୀମକୁଣ୍ଡରେ ଗାଧୋଉଥିବା ବେଳେ ଭାସିଗଲେ ପର୍ଯ୍ୟଟକ

ପାଟଣା,୨୬।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡରେ ବୁଧବାର ଅପରାହ୍ନରେ ଜଣେ ପର୍ଯ୍ୟଟକ ଗାଧୋଉଥିବା ବେଳେ ଭାସି ଯାଇ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଜଣକ...

କ୍ରାଇମ୍‌ବ୍ରାଞ୍ଚ ଏଡିଜି ଭାବେ ଦାୟିତ୍ୱ ନେଲେ ଅରୁଣ ବୋଥ୍ରା

କଟକ ଅଫିସ, ୬ା୫- କ୍ରାଇମବ୍ରାଞ୍ଚ ଏଡିଜି ଭାବେ ୧୯୯୬ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଅରୁଣ ବୋଥ୍ରା ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। କଟକସ୍ଥିତ କ୍ରାଇମବ୍ରାଞ୍ଚ ମୁଖ୍ୟ...

Advertisement
Archives

Model This Week