Posted inଜାତୀୟ

ବାଇକ୍‌ରେ ପକାଇ ପାରିବେ ନାହଁ ୫ ଲିଟରରୁ ଅଧିକ ତେଲ

ନୂଆଦିଲ୍ଲୀ, ୧୧।୮: ମିଜୋରାମ ସରକାର ମଙ୍ଗଳବାର ପ୍ରତି ଯାନ ପାଇଁ ଇନ୍ଧନ ପରିମାଣ ସ୍ଥିର କରିଛନ୍ତି। ବର୍ତ୍ତମାନ ମିଜୋରମରେ ସ୍କୁଟର ପ୍ରତି ୩ ଲିଟର, ଅନ୍ୟ ଦୁଇ ଚକିଆ ଯାନ ଲାଗି ୫ ଲିଟର ଏବଂ କାର୍‌ ପାଇଁ ୧୦ ଲିଟର ପର୍ଯ୍ୟନ୍ତ ତେଲ ଭରିବା ଲାଗି ନିର୍ଦ୍ଦେଶନାମା ଜାରି କରିଛନ୍ତି। କରୋନା ଭାଇରସ୍‌ ଲାଗି ଦେଶର ବିଭିନ୍ନ ସ୍ଥାନରେ କଟକଣା ଜାରି ରହିଛି। ଯାହା ଫଳରେ ତେଲ ଟାଙ୍କି ଗାଡ଼ି ଠିକ୍‌ ସମୟରେ ପହଞ୍ଚି ପାରୁନାହିଁ। ଯେଉଁଥି ପାଇଁ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଷ୍ଟକର ଅଭାବ ଦେଖାଦେଇଛି। ଏଭଳି ପରିସ୍ଥିତିରେ ସରକାର ଇନ୍ଧନ ରାସନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ, ସ୍କୁଟରକୁ ୩ ଲିଟର, ଅନ୍ୟ ଦୁଇ ଚକିଆ ଯାନ ପାଇଁ ୫ ଲିଟର, ହାଲ୍‌କା ମୋଟରଯାନ ଅର୍ଥାତ୍‌ କାର ପାଇଁ ୧୦ ଲିଟର, ମିନି ଟ୍ରକ୍‌ ପାଇଁ ୨୦ ଲିଟର ପର୍ଯ୍ୟନ୍ତ ତେଲ ପକାଇପାରିବେ। ସେହିଭଳି ଟ୍ରକ୍‌ ଓ ବସ୍‌ଗୁଡ଼ିକ ୧୦୦ ଲିଟର ପର୍ଯ୍ୟନ୍ତ ତେଲ ଥରକେ ଭରିବେ। ଏହାଠାରୁ ଅଧିକ ପରିମାଣର ତେଲ ନ ଦେବା ଲାଗି ସରକାର ଟାଙ୍କିଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ତେଲ ଟାଙ୍କିଗୁଡ଼ିକରେ ମଧ୍ୟ ଗ୍ୟାଲେନ୍‌ କିମ୍ବା ଅନ୍ୟକୌଣସି ଡବା ସାହାଯ୍ୟରେ ତେଲ ନ ଦେବାକୁ କୁହାଯାଇଛି। ତେବେ ଚାଉଳ ଏବଂ ଅନ୍ୟାନ୍ୟ ଅତ୍ୟାବଶକୀୟ ସାମଗ୍ରୀ ପରିବହନ କରୁଥିବା ଯାନକୁ ଯିବା-ଆସିବା ପାଇଁ ପର୍ଯ୍ୟାପ୍ତ ତେଲ ଭରିବାକୁ ଅନୁମତି ଦିଆଯାଇଛି। ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ମଙ୍ଗଳବାର ଅପରାହ୍ନ ସୁଦ୍ଧା ଅଧିକାଂଶ ପେଟ୍ରୋଲ ପମ୍ପରେ ତେଲ ଶେଷ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୧ ରାଜ୍ୟର ୧୦୨ ଆସନ ପାଇଁ ଆରମ୍ଭ ହେଲା ମତଦାନ, ମୋଦି କହିଲେ ଗଣତନ୍ତ୍ରର ସବୁଠାରୁ ବଡ ଉତ୍ସବ

ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ସକାଳୁ ମତଦାନ ଆରମ୍ଭ ହୋଇଛି। ଏହା ସହିତ ବିଶ୍ୱର ବୃହତ୍ତମ ଗଣତନ୍ତ୍ରରେ ନିର୍ବାଚନ ମହା ଉତ୍ସବ...

ଇଭିଏମ୍‌ ମକ୍‌ ପୋଲ୍‌: ଭାଜପାକୁ ଯାଇଛି ଅତିରିକ୍ତ ଭୋଟ

ନୂଆଦିଲ୍ଲୀ,୧୯ା୪(ପି.ଟି.):ଦେଶରେ ଲୋକ ସଭା ନିର୍ବାଚନ ଚାଲିଥିବାବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ରେ ଜାଲିଆତି ଅଭିଯୋଗକୁ ନେଇ ବିବାଦ ଲାଗିରହିଛି। ସେଥିପାଇଁ ଭୋଟର ଭେରିଫାଏବଲ୍‌ ପେପର ଅଡିଟ୍‌ ଟ୍ରେଲ୍‌...

ଆଜି ପ୍ରଥମ ପର୍ଯ୍ୟାୟ ଭୋଟ:ଏହିସବୁ ହେଭିଓ୍ବେଟ୍‌ଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ

ନୂଆଦିଲ୍ଲୀ,୧9ା୪(ପି.ଟି.):ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ ହେବାକୁ ଯାଉଛି। ଏହି ପର୍ଯ୍ୟାୟର ପ୍ରମୁଖ...

ରାମନବମୀରେ ଭାଜପା ହିଂସାକୁ ଉସୁକାଇଥିଲା: ମମତା

କୋଲକାତା,୧୮ା୪: ପଶ୍ଚିମବଙ୍ଗରେ ରାମନବମୀ ପାଳନ ବେଳେ ଭାଜପା ହିଂସାକୁ ଉସୁକାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଅଭିଯୋଗ କରିଛନ୍ତି। ମୁର୍ଶିଦାବାଦ ଜିଲାରେ ଯେଉଁ ହିଂସାକାଣ୍ଡ...

ଏପ୍ରିଲ ୨୨ରୁ ସ୍କୁଲ ଛୁଟି

କୋଲକାତା,୧୮।୪: ରାଜ୍ୟରେ ଅତ୍ୟଧିକ ଉତ୍ତାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ୨୨ ଏପ୍ରିଲରୁ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି...

ଭୋଟିଂର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୋଇଯାଏ ପ୍ରଚାର, ଏହି ସାଇଲେନ୍ସ ପିରିୟଡରେ କ’ଣ କରନ୍ତି ପ୍ରାର୍ଥୀ ଜାଣନ୍ତୁ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ୧୯ ଏପ୍ରିଲରୁ ଆରମ୍ଭ ହେବ। ଏହା ଅଧୀନରେ ଦେଶର ୨୧ ଟି ରାଜ୍ୟ...

ନିର୍ବାଚନ ପୂର୍ବରୁ ଏଏପିକୁ ଝଟକା, ଗିରଫ ହେଲେ ବିଧାୟକ ଅମାନତୁଲ୍ଲାହ ଖାନ

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ଗୁରୁବାର ଇଡି ଗିରଫ କରିଛି। ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କୁ ପିଏମଏଲଏ ଅଧୀନରେ ଗିରଫ...

ଇରାନ କବଜାରେ ଥିବା ଜାହାଜରୁ ଭାରତ ଫେରିଲେ ପ୍ରଥମ କ୍ରୁ ମେମ୍ବର

ନୂଆଦିଲ୍ଲୀ,୧୮।୪: କେରଳ ତ୍ରିଶୁରର ବାସିନ୍ଦା ମହିଳାକ୍ୟାଡେଟ ଆନ ଟେସା ଜୋସେଫ, କାର୍ଗୋ ଜାହାଜ MSC Aries ରେ ଥିବା ଭାରତୀୟ କ୍ରୁଙ୍କ ଅଂଶ ଭାବରେ ଗୁରୁବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri