କେନ୍ଦୁଝରରେ ୬୫୪ ଶିକ୍ଷକ ପଦବୀ ଖାଲି

କେନ୍ଦୁଝର,୨୦।୧୨(ସ୍ବ.ପ୍ର.)  କେନ୍ଦୁଝର ଜିଲାରେ ଶିକ୍ଷକ ଅଭାବ ଯୋଗୁ ୨୦୮ଟି ସରକାରୀ ବିଦ୍ୟାଳୟରେ ଶିକ୍ଷୟିତ୍ରୀଶିକ୍ଷକ ପଦବୀ ଖାଲି ରହିଛି। ଫଳରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି।
ସରକାରୀ ବିଦ୍ୟାଳୟଗୁଡ଼ିକରେ ସଂସ୍କୃତ ଶିକ୍ଷକମାନେ ବିଜ୍ଞାନ ପଢ଼ାଉଥିବାବେଳେ କ୍ରୀଡ଼ା ଶିକ୍ଷକ ଇତିହାସ, ଭୂଗୋଳ, ଗଣିତ, ହିନ୍ଦୀ ପଢ଼ାଉଛନ୍ତିି। ମୋଚିବନ୍ଧ ସରକାରୀ ହାଇସ୍କୁଲରେ କ୍ରୀଡ଼ା ଶିକ୍ଷକ ଇତିହାସ ଓ ଭୂଗୋଳ ପଢ଼ାଉଛନ୍ତି। ୨୦୨୧ ନଭେମ୍ବର ୩୦ ତାରିଖ ସୁଦ୍ଧା ୬୫୪ ଶିକ୍ଷକ ପଦବୀ ଖାଲି ପଡ଼ିଛି। ଅନୁଯାୟୀ, ଜିଲାରେ ୪୯ ପ୍ରଧାନଶିକ୍ଷକ, ବିଜ୍ଞାନ(ପିସିଏମ) ଶିକ୍ଷକ ୭୩, ବିଜ୍ଞାନ(ସିବିଜେଡ୍‌) ଶିକ୍ଷକ ୭୫,୧୫୧ କଳା ଶିକ୍ଷକ, ଆଇଏସିଟି ୧୭, ତାଲିମପ୍ରାପ୍ତ ମାଟ୍ରିକ ୧୭, ସଂସ୍କୃତ ଶିକ୍ଷକ ୭୮, ହିନ୍ଦୀ ଶିକ୍ଷକ ୧୧୪, ଖେଳ ଶିକ୍ଷକ ୮୦ ଏପରି ମୋଟ ୬୫୪ ଶିକ୍ଷକ ପଦବୀ ଖାଲି ରହିଛି। ୧୭୪୮ମଞ୍ଜୁରୀପ୍ରାପ୍ତ ଶିକ୍ଷୟିତ୍ରୀଶିକ୍ଷକଙ୍କ ମଧ୍ୟରୁ ୧୦୯୪ ଜଣ ଶିକ୍ଷକ ଅଛନ୍ତି। ସେହିପରି ମଞ୍ଜୁରୀପ୍ରାପ୍ତ ୨୦୨କିରାଣୀ ପଦବୀରୁ ୯୯ଜଣ କାମ କରୁଥିବାବେଳେ ୧୦୩ ପଦବୀ ଖାଲିପଡ଼ିଛି। ୪୬୧ମଞ୍ଜୁରୀପ୍ରାପ୍ତ ପିଅନ ପଦବୀ ମଧ୍ୟରୁ ୨୧୬ଜଣ କାମ କରୁଥିବାବେଳେ ୨୪୫ଟି ପଦବୀ ଖାଲି ପଡ଼ିଛି। ୧୯୭ ମଞ୍ଜୁରୀପ୍ରାପ୍ତ ରାତ୍ର ଜଗୁଆଳି ଓ ଝାଡୁଦାର ପଦବୀରୁ ୧୦୮ଜଣ କାମ କରୁଥିବାବେଳେ ୮୯ଟି ପଦବୀ ଖାଲିପଡ଼ିଛି। ମୋଟ ୮୬୦ଜଣ ଅଣଶିକ୍ଷକ ପଦବୀ ମଧ୍ୟରୁ ୪୨୫ଜଣ କର୍ମଚାରୀ କାମ କରୁଥିବାବେଳେ ୪୩୫ ପଦବୀ ଖାଲି ପଡ଼ିଛି। ଏଣୁ ତୁରନ୍ତ ନିଯୁକ୍ତି ଦେବାକୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଓଷ୍ଟାର ରବୀନ୍ଦ୍ର କୁମାର ପଣ୍ଡା କହିଛନ୍ତି ।
ଅନ୍ତର୍ଗତ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ କେନ୍ଦୁଝରରେ ୧୦୦ଟି ସରକାରୀ ଉଚ୍ଚ ବିଦ୍ୟାଳୟର ଭିତ୍ତିଭୂମିର ବିକାଶ କରାଯାଇଛି। ମାତ୍ର ଏହି ବିଦ୍ୟାଳୟରେ ବହୁ ଶିକ୍ଷକ ପଦବୀ ଖାଲି ପଡିଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି। ଆଉ କିଛି ମାସ ପରେ ମାଟ୍ରିକ ବୋର୍ଡ ପରୀକ୍ଷା ହେବାକୁ ଥିବାବେଳେ ଶିକ୍ଷକ ସମସ୍ୟା ଛାତ୍ରୀଛାତ୍ରଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଝୁମ୍ପୁରା ବ୍ଲକ ନୟାଗଡ଼ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଜଣେ ହେଲେ ଶିକ୍ଷକ ନ ଥିବାରୁ ପାଠପଢ଼ା ବ୍ୟାହତ ହେଉଛି। ଏଠାରେ ଏବେ ପ୍ରାଥମିକ ଶିକ୍ଷକ ହାଇସ୍କୁଲରେ ପାଠ ପଢ଼ାଉଛନ୍ତି। ଓଡ଼ିଶା ସରକାର ଗତ ମାର୍ଚ୍ଚ ମାସରେ ସରକାରୀ ବିଦ୍ୟାଳୟ ଗୁଡ଼ିକରେ ପାଠ ପଢ଼ିଥିବା ଛାତ୍ରୀଛାତ୍ରଙ୍କ ପାଇଁ ଇଞ୍ଜିିନିୟରିଂ ଓ ଡାକ୍ତରୀ ପାଠ୍ୟକ୍ରମ ପାଇଁ ହେଉଥିବା ପରୀକ୍ଷାରେ ୧୫ପ୍ରତିଶତ ସ୍ଥାନ ସଂରକ୍ଷଣ କରିଥିବାବେଳେ କେଉଁ ଭରସାରେ ଅଭିଭାବକମାନେ ସେମାନଙ୍କର ପିଲାଙ୍କୁ ଏହି ସରକାରୀ ବିଦ୍ୟାଳୟକୁ ପଠାଇବେ ସେନେଇ ପ୍ରଶ୍ନବାଚୀ ସୃଷ୍ଟିି ହୋଇଛି। ଏସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ପୂର୍ଣଚନ୍ଦ୍ର ସେଠୀ କହିଛନ୍ତି, ଖାଲଥିବା ପଦବୀଗୁଡ଼ିକ ପୂରଣ କରିବା ନେଇ ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ତ୍ରିବେଣୀ କମ୍ପାନୀରୁ ୧୨ ଲକ୍ଷ ଟଙ୍କା ହେର୍‌ଫେର୍‌, ଇସ୍ତଫା ଦେଇଥିବା କର୍ମଚାରୀ କେନ୍ଦ୍ରାପଡ଼ାରୁ ଗିରଫ

ବଡ଼ବିଲ,୨୨ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ରୁଗୁଡ଼ିସ୍ଥିତ ତ୍ରିବେଣୀ ଆର୍ଥ ମୁଭର୍ସ କମ୍ପାନୀରୁ ୧୨ଲକ୍ଷ ଟଙ୍କା ହେର୍‌ଫେର୍‌ କରିଥିବା ଅଭିଯୋଗରେ ପୋଲିସ ସଂପୃକ୍ତ ଅଭିଯୁକ୍ତଙ୍କୁ କେନ୍ଦ୍ରାପଡ଼ାରୁ ଗିରଫ...

ଶିକାର ପାଇଁ ଅଭୟାରଣ୍ୟରେ ନିଆଁ

ହାଟଡିହୀ,୨୨l୪(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହଦଗଡ଼ ହସ୍ତୀ ଅଭୟାରଣ୍ୟର ୯ଟି ପଏଣ୍ଟରେ ଲାଗିଛି ନିଆଁ। ନିଆଁ ଅତି ବ୍ୟାପକ ହୋଇନି। ଗଛରୁ ଝଡି ତଳେ...

ତ୍ରିମୁଖୀ ଲଢେଇ ଦେଖିବେ ଭୋଟର

ଆନନ୍ଦପୁର,୨୧।୪(ସୁଶାନ୍ତ କୁମାର ସାହୁ): ୨୦୨୪ ସାଧାରଣ ନିର୍ବାଚନ ପାଇଁ ଶନିବାର ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ପର୍ଯ୍ୟାୟରେ ଆନନ୍ଦପୁର ନିର୍ବାଚନମଣ୍ଡଳୀ...

ସୁବିଧାବାଦୀ ଛାମୁଆ ନେତାଙ୍କ ଶେଷ ଆଶା ସୌମ୍ୟରଞ୍ଜନ 

ଘସିପୁରା,୨୧।୪(ନିରଞ୍ଜନ ସାହୁ)-ଚଳିତ ନିର୍ବାଚନ ପାଇଁ ଘସିପୁରା ନିର୍ବାଚନମଣ୍ଡଳୀରେ ଲାଗିରହିଥିବା ଅସ୍ପଷ୍ଟ ପ୍ରାର୍ଥୀ ଚିତ୍ରକୁ ନେଇ ଏକ ନିର୍ଦ୍ଦିଷ୍ଟ ଦଳର ସୁବିଧାବାଦୀ ଛାମୁଆ ନେତାଙ୍କର ଶେଷ ଆଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri