ଅଧାରେ ଅଟକିଛି ୩୯୯ ପ୍ରକଳ୍ପ

ହର୍ଷବର୍ଦ୍ଧନ ବେହେରା

ଯାଜପୁର ଅଫିସ,୧୩ ।୧୧: ଓଡ଼ିଶାର ୧୩ଟି ଗ୍ରାମ୍ୟ ନିର୍ମାଣ ସର୍କଲ ଅଧୀନରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ)ରେ ୩୯୯ଟି ରାସ୍ତା ନିର୍ମାଣ ସରୁନାହିଁ। ଏଥିରେ ପ୍ରଥମ ପର୍ଯ୍ୟାୟରେ ୩୦୮ ଓ ଦ୍ୱିତୀୟ ପର୍ଯ୍ୟାୟରେ ୯୧ଟି ପ୍ରକଳ୍ପ ରହିଛି। ତେବେ ବିଡମ୍ବନା ଯେ, ଅନୁଗୋଳ ସର୍କଲ ଅଧୀନ ୨୦୦୬-୦୭ ଆର୍ଥିକ ବର୍ଷରୁ ମଞ୍ଜୁରପ୍ରାପ୍ତ ୨ଟି ପ୍ରକଳ୍ପ ମଧ୍ୟ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ଏହାବାଦ୍‌ ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟ ଜିଲାକୁ ନେଇ ଗଠିତ ସୁନାବେଡ଼ା ଗ୍ରାମ୍ୟ ନିର୍ମାଣ ସର୍କଲ ଅଧୀନରେ ସର୍ବାଧିକ ୧୨୪ ପ୍ରକଳ୍ପ ଅଧାରେ ଅଟକିଛି। ନିର୍ମାଣ ଦାୟିତ୍ୱରେ ଥିବା ଠିକାସଂସ୍ଥା ଓ ବିଭାଗୀୟ ଯନ୍ତ୍ରୀଙ୍କ ଅବହେଳା ଏଥିପାଇଁ ଦାୟୀ ବୋଲି କୁହାଯାଉଛି। ଫଳରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରାୟ ୧୨୪୧୪୬.୫୩ଲକ୍ଷ ଟଙ୍କା ବିନିଯୋଗ ହୋଇପାରି ନ ଥିବାରୁ ଯୋଜନାର ଲକ୍ଷ୍ୟ ବାଟବଣା ହୋଇଛି। ଏହାବାଦ୍‌ ଗ୍ରାମାଞ୍ଚଳରେ ଗମନାଗମନା ବ୍ୟବସ୍ଥାକୁ ସୁଦୃଢ କରିବା ଲକ୍ଷ୍ୟ ମଧ୍ୟ ପ୍ରତିହତ ହୋଇଛି। ଅନ୍ୟପକ୍ଷେ ଠିକାଦାରି ରାଜନୀତିରେ ଅତି ନିମ୍ନମାନର କାର୍ଯ୍ୟ ଯୋଗୁ ରାସ୍ତା ୨ ରୁ ୩ ବର୍ଷରେ ନଷ୍ଟ ହୋଇଯାଉଥିବା ନଜିର ରହିଛି। ତେବେ ଅସମ୍ପୂର୍ଣ୍ଣ ପିଏମ୍‌ଜିଏସ୍‌ୱାଇ ରାସ୍ତା ପାଇଁ ବିଭାଗୀୟ ଚିଫ୍‌ ଇଞ୍ଜିନିୟର ଉଦ୍‌ବେଗ ପ୍ରକାଶ କରିବା ସହିତ ୩୧ା୧୨ା୨୦୨୧ ସୁଦ୍ଧା ଅସମ୍ପୂର୍ଣ୍ଣ ପ୍ରକଳ୍ପଗୁଡିକ ସମ୍ପୂର୍ଣ୍ଣ କରିବାକୁ କଡା ନିର୍ଦ୍ଦେଶ ଜାରି କରିଛନ୍ତି।
ଆଭ୍ୟନ୍ତରୀଣ ଅଞ୍ଚଳର ରାସ୍ତାଘାଟ ଅବସ୍ଥାକୁ ନେଇ ସେହି ଅଞ୍ଚଳର ବିକାଶ କଥା ସ୍ପଷ୍ଟ ହୋଇଥାଏ। ଏହାସହ ଲୋକଙ୍କ ଜୀବନଧାରଣର ମାନ ମଧ୍ୟ ଜଣା ପଡିଥାଏ। ଏହିକ୍ରମରେ କେନ୍ଦ୍ରୀୟ ଓ ରାଜ୍ୟସ୍ତରୀୟ ବିଭିନ୍ନ ଯୋଜନା ମାଧ୍ୟମରେ ଜିଲାର ରାସ୍ତାଘାଟର ନିର୍ମାଣ, ପୁନଃ ନିର୍ମାଣ, ପ୍ରଶସ୍ତୀକରଣ ଓ ମରାମତି ପାଇଁ ବିପୁଳ ଅର୍ଥ ଖର୍ଚ୍ଚ ହେଉଛି। କେବଳ ସହରାଞ୍ଚଳର ବିକାଶ ସହିତ ଗ୍ରାମାଞ୍ଚଳକୁ ସାମିଲ କରିବା ଉଦ୍ଦେଶ୍ୟରେ ଯୋଗାଯୋଗ ବ୍ୟବସ୍ଥାକୁ ଅଗ୍ରାଧିକାର ଦେଇ ସରକାର ପିଏମ୍‌ଜିଏସ୍‌ୱାଇ ପ୍ରଣୟନ କରିଛନ୍ତି। ପ୍ରତି ୧ ହଜାର ଜନସଂଖ୍ୟା ବିଶିଷ୍ଟ ଗ୍ରାମକୁ ସୁଦୃଢ ପକ୍କା ଏବଂ ଦୀର୍ଘସ୍ଥାୟୀ ରାସ୍ତା ନିର୍ମାଣ କରିବା ଏହି ଯୋଜନାର ଲକ୍ଷ୍ୟ। ଏହି ଯୋଜନା ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନ ଗ୍ରାମ୍ୟ ନିର୍ମାଣ (ଆରଡବ୍ଲ୍ୟୁ) ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଛି। ତେବେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ ସମେତ କନିଷ୍ଠଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଏବଂ ଠିକାଦାରଙ୍କ ଅସାଧୁମେଣ୍ଟ ଯୋଗୁ ଯୋଜନାର ଅଗ୍ରଗତି ନୈରାଶ୍ୟଜନକ ରହିଛି ବୋଲି ଅଭିଯୋଗ ହୋଇଛି। ୨୦୦୬-୦୭ଠାରୁ ଆରମ୍ଭ କରି ୨୦୧୧-୧୨ ପର୍ଯ୍ୟନ୍ତ କେତେକ ଅସମ୍ପୂର୍ଣ୍ଣ ତାଲିକାକୁ ଅବଲୋକନ କଲେ ଏହା ଜଳଜଳ ହୋଇ ଦିଶୁଛି। ବିଡମ୍ବନା ଯେ, ୨୦୦୬-୦୭ ଆର୍ଥିକ ବର୍ଷ ତଥା ଆଜକୁ ୧୫ ବର୍ଷ ହେଲା ଅନୁଗୋଳ ସର୍କଲ ଅଧୀନ ଢେଙ୍କାନାଳ ଜିଲାର ଅମଣଠାରୁ ଆମ୍ବତୋଟା ସାହି ୨.୦୧ କିମି ଏବଂ ଖଲିବେରନା ଛକଠାରୁ ନୂଆଗାଓଁ ୬ କିମି ରାସ୍ତା ଅସମ୍ପୂର୍ଣ୍ଣ ରହିଛି। ନ୍ୟାଶନାଲ ବିଲଡର୍ସ ଅଧାରେ କାମ ଛାଡି ଫେରାର ହୋଇଯାଇଛି। ତେବେ ଏହି ୧୫ ବର୍ଷ ମଧ୍ୟରେ ବିଭାଗ ମଧ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ପାରିନାହିଁ। ସେହିପରି ଯାଜପୁର ଜିଲାର ୨୦୧୧-୧୨ରୁ ଆର୍‌ଡି ରାସ୍ତା ଠାରୁ ଅର୍ଡାପାଲ ୫ କିମି ରାସ୍ତା ସମ୍ପୂର୍ଣ୍ଣ ହୋଇପାରିନାହିଁ। ଠିକାଦାର ସୁକାନ୍ତ କୁମାର ଧଳ ଏହି ରାସ୍ତା ନିର୍ମାଣର ଦାୟିତ୍ୱରେ ରହିଥିଲେ। ବାକି କେତେକ ପ୍ରକଳ୍ପ ପ୍ରାୟ ୨୦୧୬-୧୭ରୁ ମଞ୍ଜୁର ହୋଇ ଏଯାଏ ଶେଷ ହୋଇପାରୁନାହିଁ। ଏଥିରେ ଅନୁଗୋଳ ସର୍କଲରେ ୪, ବାଲେଶ୍ୱର ସର୍କଲରେ ୮, ବାରିପଦା ସର୍କଲରେ ୪୧, ବ୍ରହ୍ମପୁର ସର୍କଲରେ ୩୦, କଟକ ସର୍କଲରେ ୨୧, ଭବାନୀପାଟଣା ସର୍କଲରେ ୪୨, ଭୁବନେଶ୍ୱର ସର୍କଲରେ ୩୧, ବଲାଙ୍ଗୀର ସର୍କଲରେ ୬, କେନ୍ଦ୍ରାପଡ଼ା ସର୍କଲରେ ୪୬, କେନ୍ଦୁଝର ସର୍କଲରେ ୧୮, ସମ୍ବଲପୁର ସର୍କଲରେ ୧୩, ସୁନାବେଡା ସର୍କଲରେ ୧୨୪, ସୁନ୍ଦରଗଡ଼ ସର୍କଲରେ ୧୩ ଟି ପ୍ରକଳ୍ପ ରହିଛି। ଏଥିଯୋଗୁ ସମ୍ପୃକ୍ତ ଅଞ୍ଚଳବାସୀ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ଏହାବାଦ୍‌ ପିଏମ୍‌ଜିଏସ୍‌ୱାଇରେ ବ୍ରିଜ୍‌ ଓ ରାସ୍ତା ନିର୍ମାଣରେ ନାହିଁ ନ ଥିବା ଦୁର୍ନୀତି ପଦାକୁ ଆସୁଛି। ଏଥିରେ ରାଜ୍ୟ ସରକାରଙ୍କ ପାରିବାପଣିଆ ଉପରେ ଅଙ୍ଗୁଳି ନିର୍ଦ୍ଦେଶ ହେଉଥିବାବେଳେ କେତେଜଣ ସ୍ଥାନୀୟ ଲୋକପ୍ରତିନିଧି ଓ ଠିକାଦାରମାନେ ମାଲାମାଲ ହେଉଛନ୍ତି। ତେବେ ଗତ ୧୦ା୧୧ା୨୦୨୧ରେ ପିଏମ୍‌ଜିଏସ୍‌ୱାଇର ଚିଫ୍‌ ଇଞ୍ଜିନିୟର କଚ୍ଛପ ଗତିରେ ଚାଲିଥିବା ପ୍ରକଳ୍ପଗୁଡିକୁ ନାକଚ କରିବା ସହ ବଳକା କାର୍ଯ୍ୟ ପାଇଁ ପୁଣି ଟେଣ୍ଡର କରିବାକୁ ଗ୍ରାମ୍ୟ ନିର୍ମାଣ ବିଭାଗର ସମସ୍ତ ଅଧୀକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଛତ୍ରପୁରରେ ମା’ ରାମାୟାଣାମ୍ମା ଠାକୁରାଣୀ ଯାତ୍ରା: ଆକର୍ଷଣ ସାଜିଛି ପାରମ୍ପରିକ ବାଘ ବେଶ

ଛତ୍ରପୁର (ଦିଲୀପ ସାମଲ), ୨୩।୫: ଗଞ୍ଜାମ ଜିଲା ଛତ୍ରପୁରର ଆରାଧ୍ୟ ଦେବୀ ମା’ ରାମାୟାଣାମ୍ମା ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ଅବସରରେ ଏବେ ସାରା ସହର ଉତ୍ସବମୁଖର ହୋଇଉଠିଛି।…

ଭଟଲି ରାଇସ୍‌ ମିଲ୍‌ରୁ ଧରାପଡ଼ିଲା ଛତିଶଗଡ଼ ଧାନ, ଥାନାରେ ଅଟକ ରଖି ପୋଲିସର ତଦନ୍ତ, ଦାବିଦାର ଆସୁ ନଥିବାରୁ…

ବରଗଡ଼,୨୩।୫(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟକୁ ଦିନକ ପରେ ୨ସପ୍ତାହ ପୂରିବ। କିନ୍ତୁ ଜିଲାରେ ଧାନ କିଣାବିକା ଶୀଥିଳ ହୋଇ ପଡ଼ିଛି। ମଣ୍ଡିକୁ ଧାନ ଆସୁଛି,…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ସନାତନ ଧର୍ମକୁ ଅପମାନ ବିରୋଧରେ ବଲାଙ୍ଗୀରରେ ଗର୍ଜିଲା ରାଷ୍ଟ୍ରୀୟ ହିନ୍ଦୁ ପରିଷଦ: ଉଦୟନିଧି ଷ୍ଟାଲିନଙ୍କ ଗିରଫଦାରୀ ଦାବି

ବଲାଙ୍ଗୀର,୨୩।୫(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ସଂଧ୍ୟାରେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡ଼ିଶା, ବଲାଙ୍ଗୀର ଜିଲ୍ଲା କମିଟି ପକ୍ଷରୁ ଏକ ବିଶାଳ ବିକ୍ଷୋଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri