ଅଧାରେ ଅଟକିଛି ୩୯୯ ପ୍ରକଳ୍ପ

ହର୍ଷବର୍ଦ୍ଧନ ବେହେରା

ଯାଜପୁର ଅଫିସ,୧୩ ।୧୧: ଓଡ଼ିଶାର ୧୩ଟି ଗ୍ରାମ୍ୟ ନିର୍ମାଣ ସର୍କଲ ଅଧୀନରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ)ରେ ୩୯୯ଟି ରାସ୍ତା ନିର୍ମାଣ ସରୁନାହିଁ। ଏଥିରେ ପ୍ରଥମ ପର୍ଯ୍ୟାୟରେ ୩୦୮ ଓ ଦ୍ୱିତୀୟ ପର୍ଯ୍ୟାୟରେ ୯୧ଟି ପ୍ରକଳ୍ପ ରହିଛି। ତେବେ ବିଡମ୍ବନା ଯେ, ଅନୁଗୋଳ ସର୍କଲ ଅଧୀନ ୨୦୦୬-୦୭ ଆର୍ଥିକ ବର୍ଷରୁ ମଞ୍ଜୁରପ୍ରାପ୍ତ ୨ଟି ପ୍ରକଳ୍ପ ମଧ୍ୟ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ଏହାବାଦ୍‌ ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟ ଜିଲାକୁ ନେଇ ଗଠିତ ସୁନାବେଡ଼ା ଗ୍ରାମ୍ୟ ନିର୍ମାଣ ସର୍କଲ ଅଧୀନରେ ସର୍ବାଧିକ ୧୨୪ ପ୍ରକଳ୍ପ ଅଧାରେ ଅଟକିଛି। ନିର୍ମାଣ ଦାୟିତ୍ୱରେ ଥିବା ଠିକାସଂସ୍ଥା ଓ ବିଭାଗୀୟ ଯନ୍ତ୍ରୀଙ୍କ ଅବହେଳା ଏଥିପାଇଁ ଦାୟୀ ବୋଲି କୁହାଯାଉଛି। ଫଳରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରାୟ ୧୨୪୧୪୬.୫୩ଲକ୍ଷ ଟଙ୍କା ବିନିଯୋଗ ହୋଇପାରି ନ ଥିବାରୁ ଯୋଜନାର ଲକ୍ଷ୍ୟ ବାଟବଣା ହୋଇଛି। ଏହାବାଦ୍‌ ଗ୍ରାମାଞ୍ଚଳରେ ଗମନାଗମନା ବ୍ୟବସ୍ଥାକୁ ସୁଦୃଢ କରିବା ଲକ୍ଷ୍ୟ ମଧ୍ୟ ପ୍ରତିହତ ହୋଇଛି। ଅନ୍ୟପକ୍ଷେ ଠିକାଦାରି ରାଜନୀତିରେ ଅତି ନିମ୍ନମାନର କାର୍ଯ୍ୟ ଯୋଗୁ ରାସ୍ତା ୨ ରୁ ୩ ବର୍ଷରେ ନଷ୍ଟ ହୋଇଯାଉଥିବା ନଜିର ରହିଛି। ତେବେ ଅସମ୍ପୂର୍ଣ୍ଣ ପିଏମ୍‌ଜିଏସ୍‌ୱାଇ ରାସ୍ତା ପାଇଁ ବିଭାଗୀୟ ଚିଫ୍‌ ଇଞ୍ଜିନିୟର ଉଦ୍‌ବେଗ ପ୍ରକାଶ କରିବା ସହିତ ୩୧ା୧୨ା୨୦୨୧ ସୁଦ୍ଧା ଅସମ୍ପୂର୍ଣ୍ଣ ପ୍ରକଳ୍ପଗୁଡିକ ସମ୍ପୂର୍ଣ୍ଣ କରିବାକୁ କଡା ନିର୍ଦ୍ଦେଶ ଜାରି କରିଛନ୍ତି।
ଆଭ୍ୟନ୍ତରୀଣ ଅଞ୍ଚଳର ରାସ୍ତାଘାଟ ଅବସ୍ଥାକୁ ନେଇ ସେହି ଅଞ୍ଚଳର ବିକାଶ କଥା ସ୍ପଷ୍ଟ ହୋଇଥାଏ। ଏହାସହ ଲୋକଙ୍କ ଜୀବନଧାରଣର ମାନ ମଧ୍ୟ ଜଣା ପଡିଥାଏ। ଏହିକ୍ରମରେ କେନ୍ଦ୍ରୀୟ ଓ ରାଜ୍ୟସ୍ତରୀୟ ବିଭିନ୍ନ ଯୋଜନା ମାଧ୍ୟମରେ ଜିଲାର ରାସ୍ତାଘାଟର ନିର୍ମାଣ, ପୁନଃ ନିର୍ମାଣ, ପ୍ରଶସ୍ତୀକରଣ ଓ ମରାମତି ପାଇଁ ବିପୁଳ ଅର୍ଥ ଖର୍ଚ୍ଚ ହେଉଛି। କେବଳ ସହରାଞ୍ଚଳର ବିକାଶ ସହିତ ଗ୍ରାମାଞ୍ଚଳକୁ ସାମିଲ କରିବା ଉଦ୍ଦେଶ୍ୟରେ ଯୋଗାଯୋଗ ବ୍ୟବସ୍ଥାକୁ ଅଗ୍ରାଧିକାର ଦେଇ ସରକାର ପିଏମ୍‌ଜିଏସ୍‌ୱାଇ ପ୍ରଣୟନ କରିଛନ୍ତି। ପ୍ରତି ୧ ହଜାର ଜନସଂଖ୍ୟା ବିଶିଷ୍ଟ ଗ୍ରାମକୁ ସୁଦୃଢ ପକ୍କା ଏବଂ ଦୀର୍ଘସ୍ଥାୟୀ ରାସ୍ତା ନିର୍ମାଣ କରିବା ଏହି ଯୋଜନାର ଲକ୍ଷ୍ୟ। ଏହି ଯୋଜନା ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନ ଗ୍ରାମ୍ୟ ନିର୍ମାଣ (ଆରଡବ୍ଲ୍ୟୁ) ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଛି। ତେବେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ ସମେତ କନିଷ୍ଠଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଏବଂ ଠିକାଦାରଙ୍କ ଅସାଧୁମେଣ୍ଟ ଯୋଗୁ ଯୋଜନାର ଅଗ୍ରଗତି ନୈରାଶ୍ୟଜନକ ରହିଛି ବୋଲି ଅଭିଯୋଗ ହୋଇଛି। ୨୦୦୬-୦୭ଠାରୁ ଆରମ୍ଭ କରି ୨୦୧୧-୧୨ ପର୍ଯ୍ୟନ୍ତ କେତେକ ଅସମ୍ପୂର୍ଣ୍ଣ ତାଲିକାକୁ ଅବଲୋକନ କଲେ ଏହା ଜଳଜଳ ହୋଇ ଦିଶୁଛି। ବିଡମ୍ବନା ଯେ, ୨୦୦୬-୦୭ ଆର୍ଥିକ ବର୍ଷ ତଥା ଆଜକୁ ୧୫ ବର୍ଷ ହେଲା ଅନୁଗୋଳ ସର୍କଲ ଅଧୀନ ଢେଙ୍କାନାଳ ଜିଲାର ଅମଣଠାରୁ ଆମ୍ବତୋଟା ସାହି ୨.୦୧ କିମି ଏବଂ ଖଲିବେରନା ଛକଠାରୁ ନୂଆଗାଓଁ ୬ କିମି ରାସ୍ତା ଅସମ୍ପୂର୍ଣ୍ଣ ରହିଛି। ନ୍ୟାଶନାଲ ବିଲଡର୍ସ ଅଧାରେ କାମ ଛାଡି ଫେରାର ହୋଇଯାଇଛି। ତେବେ ଏହି ୧୫ ବର୍ଷ ମଧ୍ୟରେ ବିଭାଗ ମଧ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ପାରିନାହିଁ। ସେହିପରି ଯାଜପୁର ଜିଲାର ୨୦୧୧-୧୨ରୁ ଆର୍‌ଡି ରାସ୍ତା ଠାରୁ ଅର୍ଡାପାଲ ୫ କିମି ରାସ୍ତା ସମ୍ପୂର୍ଣ୍ଣ ହୋଇପାରିନାହିଁ। ଠିକାଦାର ସୁକାନ୍ତ କୁମାର ଧଳ ଏହି ରାସ୍ତା ନିର୍ମାଣର ଦାୟିତ୍ୱରେ ରହିଥିଲେ। ବାକି କେତେକ ପ୍ରକଳ୍ପ ପ୍ରାୟ ୨୦୧୬-୧୭ରୁ ମଞ୍ଜୁର ହୋଇ ଏଯାଏ ଶେଷ ହୋଇପାରୁନାହିଁ। ଏଥିରେ ଅନୁଗୋଳ ସର୍କଲରେ ୪, ବାଲେଶ୍ୱର ସର୍କଲରେ ୮, ବାରିପଦା ସର୍କଲରେ ୪୧, ବ୍ରହ୍ମପୁର ସର୍କଲରେ ୩୦, କଟକ ସର୍କଲରେ ୨୧, ଭବାନୀପାଟଣା ସର୍କଲରେ ୪୨, ଭୁବନେଶ୍ୱର ସର୍କଲରେ ୩୧, ବଲାଙ୍ଗୀର ସର୍କଲରେ ୬, କେନ୍ଦ୍ରାପଡ଼ା ସର୍କଲରେ ୪୬, କେନ୍ଦୁଝର ସର୍କଲରେ ୧୮, ସମ୍ବଲପୁର ସର୍କଲରେ ୧୩, ସୁନାବେଡା ସର୍କଲରେ ୧୨୪, ସୁନ୍ଦରଗଡ଼ ସର୍କଲରେ ୧୩ ଟି ପ୍ରକଳ୍ପ ରହିଛି। ଏଥିଯୋଗୁ ସମ୍ପୃକ୍ତ ଅଞ୍ଚଳବାସୀ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ଏହାବାଦ୍‌ ପିଏମ୍‌ଜିଏସ୍‌ୱାଇରେ ବ୍ରିଜ୍‌ ଓ ରାସ୍ତା ନିର୍ମାଣରେ ନାହିଁ ନ ଥିବା ଦୁର୍ନୀତି ପଦାକୁ ଆସୁଛି। ଏଥିରେ ରାଜ୍ୟ ସରକାରଙ୍କ ପାରିବାପଣିଆ ଉପରେ ଅଙ୍ଗୁଳି ନିର୍ଦ୍ଦେଶ ହେଉଥିବାବେଳେ କେତେଜଣ ସ୍ଥାନୀୟ ଲୋକପ୍ରତିନିଧି ଓ ଠିକାଦାରମାନେ ମାଲାମାଲ ହେଉଛନ୍ତି। ତେବେ ଗତ ୧୦ା୧୧ା୨୦୨୧ରେ ପିଏମ୍‌ଜିଏସ୍‌ୱାଇର ଚିଫ୍‌ ଇଞ୍ଜିନିୟର କଚ୍ଛପ ଗତିରେ ଚାଲିଥିବା ପ୍ରକଳ୍ପଗୁଡିକୁ ନାକଚ କରିବା ସହ ବଳକା କାର୍ଯ୍ୟ ପାଇଁ ପୁଣି ଟେଣ୍ଡର କରିବାକୁ ଗ୍ରାମ୍ୟ ନିର୍ମାଣ ବିଭାଗର ସମସ୍ତ ଅଧୀକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ମେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଝିଅ ନିର୍ବାଚନ ଲଢିବା ନେଇ ମୁହଁ ଖୋଲିଲେ ମହମ୍ମଦ ମୋକିମ

କଟକ, ୨୪।୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ୨୦୨୪ରେ ବାରବାଟୀ-କଟକ ଆସନକୁ ନେଇ କଂଗ୍ରେସକୁ ଘାରିଛି ଚିନ୍ତା। କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

ନିର୍ବାଚନ ଲଢିପାରିବେନି ମୋକିମ, ମଇଦାନକୁ ଓହ୍ଲାଇଲେ ଝିଅ!

ଭୁବନେଶ୍ୱର,୨୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri