ଫେରାର ଅଛନ୍ତି ନବରଙ୍ଗପୁର ଜିଲାର ୧୯ ନକଲି ଶିକ୍ଷକ

ନବରଙ୍ଗପୁର,୯ା୫(ବି.ପ୍ର.): ଶିକ୍ଷା ବିଭାଗରେ ଅନେକ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ କୋହଳ ହୋଇଯାଉଥିବା ଦେଖାଯାଉଛି। ନକଲି ସାର୍ଟିଫିକେଟ ଦେଇ ଚାକିରି ହାତଉଛନ୍ତି। ଦୀର୍ଘ ବର୍ଷ ଧରି ସରକାରୀ ଦରମାର ଲାଭ ଉଠାଇବା ପରେ ନକଲି ଶିକ୍ଷକ ଭାବେ ଧରାପଡ଼ୁଛନ୍ତି। ନବରଙ୍ଗପୁର ଜିଲାରେ ୨୦୧୧ରୁ ୨୦୨୧-୨୨ ଶିକ୍ଷାବର୍ଷ ମଧ୍ୟରେ ୨୧ ଶିକ୍ଷକ ନକଲି ସାର୍ଟିଫିକେଟ ଦେଇ ଚାକିରି ପାଇଥିବା ତଥ୍ୟରୁ ଜଣାପଡ଼ିଛି। ସେଥିମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣଙ୍କୁ ପୋଲିସ ଗିରଫ କରିଛି। ତେବେ ବଳକା ୧୯ ଶିକ୍ଷକ ଫେରାର ଥିବାବେଳେ ସେମାନଙ୍କୁ ପୋଲିସ ଗିରଫ କରିବାରେ ବିଫଳ ହୋଇଛି।
ଶିକ୍ଷକ ନିଯୁକ୍ତି ପରବର୍ତ୍ତୀ ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟାରେ ଜିଲା ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି। ଯାଞ୍ଚ ପାଇଁ ପଠାଯାଇଥିବା ସାର୍ଟିଫିକେଟରୁ କିଛି ଶିକ୍ଷକଙ୍କ ଯାଞ୍ଚ ରିପୋର୍ଟ ଆସିଥିବା ବେଳେ ବଳକା ଶିକ୍ଷକଙ୍କ ରିପୋର୍ଟ ବର୍ଷ ବର୍ଷ ଧରି ସମ୍ପୃକ୍ତ ବିଭାଗ ଓ ଶିକ୍ଷାନୁଷ୍ଠାନମାନଙ୍କୁ ଆସୁନାହିଁ। ୩୩୫୮ ଶିକ୍ଷକଙ୍କ ବିଏଡ, ମାଟ୍ରିକ, ଦ୍ବାଦଶ, ସିଟି ଓ ଜାତିଗତ ପ୍ରମାଣ ପତ୍ର ଯାଞ୍ଚ ପାଇଁ ପଠାଯାଇଥିଲା। ସେଥିମଧ୍ୟରୁ ୧୫୬୮ ଜଣଙ୍କ ରିପୋର୍ଟ ଆସିଥିବା ବେଳେ ଏବେ ସୁଦ୍ଧା ଆଉ ୧୫୪୭ ରିପୋର୍ଟ ଆସିନାହିଁ। ସେହିପରି ୨୧ ଶିକ୍ଷକଙ୍କ ସାର୍ଟିଫିକେଟ ନକଲି ବୋଲି ଜଣାପଡ଼ିବା ପରେ ସମ୍ପୃକ୍ତ ଅଞ୍ଚଳର ଥାନାରେ ଏତଲା ଦିଆଯାଇଛି। ତେବେ ୧୯ ଅଭିଯୁକ୍ତ ଶିକ୍ଷକ ଏବେ ମଧ୍ୟ ଫେରାର ଅଛନ୍ତି। ମୃତ ଶିକ୍ଷକଙ୍କ ବ୍ୟତୀତ ୨୦ ଅଭିଯୁକ୍ତ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବଙ୍କୁ ଭେଟିଲେ କାଉନ୍‌ସିଲର

ଆନନ୍ଦପୁର,୨୫।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌର ପରିଷଦ ବିବାଦ ଓ ପୌରାଞ୍ଚଳର ବିକାଶଧାରାକୁ ସ୍ବାଭାବିକ କରିବା ଲକ୍ଷ୍ୟରେ ଶୁକ୍ରବାର କାଉନ୍‌ସିଲରମାନେ ରାଜ୍ୟ ବିଜେଡି ସଂଗଠନ ସମ୍ପାଦକ...

ଅନ୍‌ଲକ୍‌ ୨.୦ ଗାଇଡ୍‌ଲାଇନ୍‌ ଜାରି

ନୂଆଦିଲ୍ଲୀ,୨୯ା୬: ଅନ୍‌ଲକ୍‌ ୧.୦ ସମୟସୀମା ମଙ୍ଗଳବାର ଶେଷ ହେଉଥିବା ବେଳେ ଏହାର ଦିନକ ପୂର୍ବରୁ କେନ୍ଦ୍ର ସରକାର ଦ୍ୱିତୀୟ ପର୍ଯ୍ୟାୟ ଅନ୍‌ଲକ୍‌ (ଅନ୍‌ଲକ୍‌ ୨.୦) ପାଇଁ...

ବଜ୍ରପାତରେ ୬ ମଇଁଷି ମୃତ

ଶଙ୍କରାଖୋଲ,୧୩।୬(ଡି.ଏନ୍‌.ଏ.)-ଚକାପାଦ ବ୍ଲକ କୁସୁମେଣ୍ଡି ପଞ୍ଚାୟତ ସୁନାପଙ୍ଗା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା। ବଜ୍ରପାତରେ ସାନନ୍ଦା ପ୍ରଧାନଙ୍କର ୬ଟି ମଇଁଷିଙ୍କ...

ଜୁଲାଇ ୨୦ରୁ ଯୁକ୍ତ୨ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ଯୁକ୍ତ ୨ରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁଲାଇ ୨୦ରୁ ସାମ୍‌ସ ପୋର୍ଟଲ ଜରିଆରେ ସମସ୍ତ ଛାତ୍ରୀଛାତ୍ର ଆବେଦନ କରିପାରିବେ। ଏହି ଆବେଦନ...

୬ ଦିନ ହେଲା ଦଶମ ଶ୍ରେଣୀ ଛାତ୍ରୀ ନିଖୋଜ

ମାଲକାନଗିରି,୧୯।୧୨(ଡି.ଏନ୍‌.ଏ): ରାଜ୍ୟରେ ଶିଶୁ ଅପହରଣ ଏବଂ ହତ୍ୟାକୁ ନେଇ ଆଲୋଡନ ସୃଷ୍ଟି କରିଥିବାବେଳେ ମାଲକାନଗିରି ଜିଲାରେ ଜଣେ ଦଶମ ଶ୍ରେଣୀର ଆଦିବାସୀ ଛାତ୍ରୀ ଆଜକୁ ୬...

ଅସହାୟ ବ୍ୟକ୍ତିଙ୍କୁ ଖାଦ୍ୟ ସାମଗ୍ରୀ ଦେଲେ ସରପଞ୍ଚ

କାକଟପୁର,୨ା୪(ଡି.ଏନ୍‌.ଏ.): କରୋନା ଭୂତାଣୁର ମୁକାବିଲା ପାଇଁ ସରକାର ଲକଡାଉନ ଘୋଷଣା କରିଥିବାବେଳେ ଦିନ ମଜୁରିଆ, ଶ୍ରମିକ, ଅସହାୟ, ନିରାଶୟମାନଙ୍କ ପାଇଁ ଚଡ଼କ ସଦୃଶ ପାଲଟିଛି। ଏମାନଙ୍କ...

ଜିଲାପାଳଙ୍କ ଉପସ୍ଥିତିରେ ମାପଚୁପ

ଜଳେଶ୍ୱର, ୨୨।୪(ଡି.ଏନ.ଏ.) ବାଲେଶ୍ୱର ଜିଲା ଜଳେଶ୍ୱରସ୍ଥିତ ନେତାଜୀ ଷ୍ଟାଡ଼ିୟମକୁ ସଂକୁଚିତ କରି ବିଜୁ ପଟ୍ଟନାୟକ ମଲ୍ଟିପର୍ପସ ଇଣ୍ଡୋର ଷ୍ଟାଡିୟମ ନିର୍ମାଣକୁ ନେଇ ଉପୁଜିଥିବା ବିବାଦର ଗଣଧାରଣା...

ଧାନକିଣାରେ ଅବ୍ୟବସ୍ଥା: ଚିନ୍ତାରେ ଚାଷୀ

ଦେଓଗାଁ,୯ା୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକର ବିଭିନ୍ନ ପାକ୍ସରେ ନା ନା ଅବ୍ୟବସ୍ଥା ମଧ୍ୟରେ ଧାନ କିଣା ଚାଲିଛି। ମିଲର୍ସ, ଧାନ ବେପାରୀ ତଥା ପାକ୍ସରେ...

Advertisement
Archives

Model This Week