ସାଇକେଲରେ ସେମାନଙ୍କ ସଂସାର

ସମ୍ବଲପୁର,୨୮ା୫(ବ୍ୟୁରୋ): ଏହି ୩ ଚକିଆ ସାଇକେଲରେ ଆମ ସଂସାର ା ସକାଳ ସୂର୍ଯ୍ୟ ଉଦୟ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ପୁରା ପିଲା ଛୁଆ ଧରି ପରିବାର ଅଧିକ ସମୟ ସାଇକେଲରେ ବିତି ଯାଇଥାଏ। ସାଇକେଲରେ ପୁରା ପରିବାର ରୋଜଗାର ଅନ୍ବେଷଣରେ ବାହାରି ଯାଇଥାଉ। ବିଭିନ୍ନ ଜନଗହଳି ସ୍ଥାନକୁ ଯାଇ ଲୋକଙ୍କଠୁ ଖାଇବା ଓ ଆର୍ଥତ୍କ ସହଯୋଗ ଦେବାକୁ ହାତ ପାତିଥାଉ। ଅନେକ ବଦାନ୍ୟ ବ୍ୟକ୍ତି ମଧ୍ୟ ସହଯୋଗ କରନ୍ତି। ପରିବାରକୁ ଦୁଇମୁଠା ଖାଇବାକୁ ମିଳି ଯାଇଥାଏ। ହେଲେ ଖରା ବର୍ଷା ଶୀତ ଦାଉରୁ ରକ୍ଷା ପାଇବା ପାଇଁ ମୁଣ୍ଡରେ ଛାତ ଖଣ୍ଡିଏ ନାହିଁ। ଏଭଳି ପରିସ୍ଥିତିରେ ଘର କରିବା ଅସମ୍ଭବ। ତେଣୁ ସରକାରୀ ଯୋଜନାରେ ଘର ଖଣ୍ଡିଆ ଯୋଗାଇ ଦିଆଯାଉ ବୋଲି କହିଛନ୍ତି ଯୁଯୁମୁରା ବ୍ଳକ କୟାକୁଦ ଗ୍ରାମର ବୁଧୁରାମ ଶବର ା ବୁଧୁଙ୍କ କହିବା ଅନୁସାରେ ସେ ପିଲାଦିନରୁ ଦିବ୍ୟାଙ୍ଗ। ବହୁକଷ୍ଟରେ ଜୀବନ କଟି ଯୁବାବସ୍ଥା ଅତିବାହିତ ହୋଇଥିଲା। ପରେ ସ୍ତ୍ରୀ ସମାରୀ ଜୀବନରେ ଆସିଥିଲେ ା ଯେତେ ଦୁଃଖକଷ୍ଟ ଥିଲା, ଅର୍ଦ୍ଧାଙ୍ଗୀନୀ ସବୁ ଭାଗ କରି ନେଲେ। ଏବେ ମଧ୍ୟ ପରିବାର ପ୍ରତିପୋଷଣ ଓ ଅନ୍ୟ ସବୁ ଦୁଃଖସୁଖରେ ସାଥି ହୋଇ ଛିଡା ହୋଇଛନ୍ତି। ୫ବର୍ଷର ଗୋଟିଏ ଝିଅ ଓ ଦୁଇ ବର୍ଷର ଗୋଟିଏ ପୁଅ। ବେଶ ଖୁସିରେ ପରିବାର। ହେଲେ ଆର୍ଥିକ ଅନଟନ ଏବେ ବଡ ସମସ୍ୟା ହୋଇ ଦେଖା ଦେଇଛି। ଦୁଇ ପିଲାଙ୍କୁ ନେଇ ଏହି ତିନି ଚକିଆ ସାଇକେଲରେ ମାଗିବାକୁ ନିକଟସ୍ଥ ଗ୍ରାମ ଓ ବଜାରକୁ ଯାଇଥାଉ। ପରିବାର ଦୁଃଖ ଦେଖିଲେ ଲୋକମାନେ ଟଙ୍କା ଓ ଖାଇବା ସାମଗ୍ରୀ ଦିଅନ୍ତି। ହାତରେ ପାଇଡେଲ ମାରିଥାଉ। ଥକା ନ ହେଲେ ସ୍ତ୍ରୀ ସମାରୀ ପଛପଟୁ ଠେଲି ସହଯୋଗ କରନ୍ତି। ସମାରୀ ସହ ଦୁଇପିଲା ସାଇକେଲରେ ବସି ରାସ୍ତାରେ ଯିବା ଆସିବା କରିଥାଉ। ସେସମୟରେ ବହୁତ ଖୁସି ଅନୁଭବ ହୋଇଥାଏ ା ବଡ ଗାଡି ଭାଗ୍ୟରେ ନାହିଁ ହେଲେ ଏହି ସାଇକେଲ ଆମ ପାଇଁ ଖୁସି। କିଛି ବର୍ଷ ପୂର୍ବରୁ ସରକାରୀ ସହାୟତା ମିଳିଥିଲା। ସାଇକେଲ ମରାମତି କରିବାକୁ କିଛି ସାମଗ୍ରୀ ଜିଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିଲା। କୟାକୁଦ ଗ୍ରାମ ଛକ ରାସ୍ତା କଡରେ ବସଷ୍ଟପ ପାଖରେ ସାଇକେଲ ମରାମତି କରି ରୋଜଗାର କରୁଥିଲେ ା ହେଲେ ଜାତୀୟ ରାଜପଥ ପ୍ରଶସ୍ଥିକରଣ ସମୟରେ ଉକ୍ତ କୁଡିଆ ଦୋକାନ ଭାଙ୍ଗି ଦିଆଯାଇଥିଲା। ଏବେ ରୋଜଗାର କରିବାର ଏକମାତ୍ର ପନ୍ଥା ବନ୍ଦ ହୋଇଗଲା। ଦୁଇ ପିଲାଙ୍କୁ ସ୍ଥାନୀୟ ଅଙ୍ଗନୱାଡି କେନ୍ଦ୍ରରେ ନାମ ଲେଖାଇଛି। ସରକାରୀ ଯୋଜନାରେ ଭତ୍ତା ଓ ପିଡିଏସ ସାମଗ୍ରୀ ମିଳୁଛି। ହେଲେ ୪ ଜଣ ଏକ ମାସ ପାଇଁ ପେଟ ପୁରୁ ନାହିଁ। ତେଣୁ ଲୋକଙ୍କ ପାଖରୁ ସହାୟତା ମାଗିବାକୁ ପଡୁଛି। ଦିବ୍ୟାଙ୍ଗମାନଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି। କୌଣସି ଯୋଜନାରେ ସ୍ଥାୟୀ ରୋଜଗାର ବ୍ୟବସ୍ଥା ସୁବିଧା କରାଇଦେଲେ ଏଭଳି ଖରା ବର୍ଷା ଶୀତରେ ପିଲା ଛୁଆକୁ ନେଇ ମାଗି ଯିବାକୁ ପଡିବ ନାହିଁ । ସ୍ତ୍ରୀ ସମାରୀ ମଧ୍ୟ ବ୍ୟବସାୟରେ ସହଯୋଗ କରିପାରିବେ। ଦୁଇ ପିଲାଙ୍କୁ ପାଇଁ ଆମେ ବେଶ ଖୁସି ରହିଛୁ ା ହେଲେ ଆର୍ଥିକ ଅନଟନ ହେବା ଫଳରେ ପୁଇ ପିଲାଙ୍କୁ ଭଜ୍ଜଳ ଭବିଷ୍ୟତ ଦେଇ ପାରିବେ ନାହିଁ ା ତେଣୁ ପିଲାମାନଙ୍କ ପାଠପଢାରେ ମଧ୍ୟ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IMD ଡିଜିଙ୍କ ବଡ଼ ସୂଚନା, ୨୩ ରାତିରେ ଉପକୂଳ ଅତିକ୍ରମ କରିବ ବାତ୍ୟା

ଭୁବନେଶ୍ୱର,୨୨।୯: ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ। ମଙ୍ଗଳବାର ସାରୁ ରାତି ଭିତରେ ଅବପାତ ଗଭୀର ଅବପାତର ରୂପ ନେବ। ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ…

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟରେ ପ୍ରବଳ ବର୍ଷା: ଜିଲାରେ ସବୁ ସ୍କୁଲ୍ ୨ ଦିନ ବନ୍ଦ, ସେମିଳିଗୁଡ଼ାରେ…

କୋରାପୁଟ,୨୨।୯(ଅମିତାଭ ବେହେରା): ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ମଙ୍ଗଳବାର ଦିନତମାମ ପ୍ରବଳ ବର୍ଷା ଜାରି ରହିଛି। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜିଲାର ୧୪ଟି…

ଆକାଉଣ୍ଟଧାରୀ ସାବଧାନ! ୨୫ ସେପ୍ଟେମ୍ୱର ସୁଦ୍ଧା ସାରନ୍ତୁ ବ୍ୟାଙ୍କ୍‌ କାମ, ନହେଲେ ଉଠାଇପାରିବେନି ଟଙ୍କା?

ନୂଆଦିଲ୍ଲୀ,୨୨।୮: ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡ଼ିତ କୌଣସି ଜରୁରୀ କାର୍ଯ୍ୟ ବାକି ଅଛି, ତେବେ ତାହାକୁ ଯଥାଶୀଘ୍ର ସାରିଦେବା ହିଁ ଆପଣଙ୍କ ପାଇଁ ଲାଭଦାୟକ ହେବ।…

ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୨।୯: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ସାଂସଦ ନବ ଚରଣ ମାଝୀ ମଙ୍ଗଳବାର…

ନୂଆ ଛାତ୍ରୀଛାତ୍ରଙ୍କୁ ସ୍ବାଗତ: ପ୍ରତିଭା ବିକାଶ ଉପରେ ଗୁରୁତ୍ୱ

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ବିଶ୍ୱାସରାୟ ବିଜ୍ଞାନ କଲେଜ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ମଙ୍ଗଳବାର ନବାଗତ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ…

୮ମ ବେତନ ଆୟୋଗକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏହି ସରକାରୀ କର୍ମଚାରୀଙ୍କୁ ମିଳିବ ୧୮ ଲକ୍ଷ ଟଙ୍କାର…

ନୂଆଦିଲ୍ଲୀ,୨୨।୯: ୮ମ ବେତନ ଆୟୋଗକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ଅପେକ୍ଷା ଜାରି ରହିଛି। ବର୍ତ୍ତମାନ ଆୟୋଗ ବିଭିନ୍ନ କର୍ମଚାରୀ ସଂଗଠନ ସହ ଆଲୋଚନା କରୁଛି। ରିପୋର୍ଟ ଲାଗୁ…

ଅକ୍ଟୋବର ୧ରୁ ଏସବୁ ବ୍ୟାଙ୍କିଙ୍ଗ୍‌ କାମରେ ଲାଗିବ ଚାର୍ଜ, ଆକାଉଣ୍ଟରେ ଟଙ୍କା ରଖୁଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍‌ଲୀ,୨୨।୯:ସେପ୍ଟେମ୍ୱର ମାସ ଶେଷ ହେବାକୁ ଯାଉଛି ଏବଂ ଏବେ ଅକ୍ଟୋବର ମାସ ଆରମ୍ଭ ହେବାକୁ ଯାଉଛି। ଅକ୍ଟୋବର ମାସ ଆରମ୍ଭ ହେବା ସହିତ ବ୍ୟାଙ୍କ ସହିତ ଜଡ଼ିତ…

ଗଜପତିରେ ପର୍ଯ୍ୟଟନସ୍ଥଳୀ ବନ୍ଦ

ନବରଙ୍ଗପୁର,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେବାରେ ଲାଗିଛି। ଏନେଇ ଆସନ୍ତା ୨୩ ଏବଂ ୨୪ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?