ପରିତ୍ୟକ୍ତ ଖଣିରୁ ଖଣିଜ ଚୋରି

ଯୋଡ଼ା,୧୭ା୧୦(ଡି.ଏନ.ଏ):କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ଜଜାଙ୍ଗଠାରେ ଥିବା ଏକ ପରିତ୍ୟକ୍ତ ଖଣିରୁ ବିପୁଳ ପରିମାଣର ଲୁହାପଥର ଚୋରି ହୋଇଛି। ମେଶିନ ଯୋଗେ ହଜାର ହଜାର ମେଟ୍ରିକ୍‌ ଟନ୍‌ ଖଣିଜ ଖୋଳି ଚୋରି ହୋଇଥିଲେ ସୁଦ୍ଧା ଖଣି ବିଭାଗ ନିକଟରେ କୌଣସି ଖବର ନ ଥିବା କୁହାଯାଉଛି। ଉକ୍ତ ଅଞ୍ଚଳରେ ଏବେ ଖଣିଜ ଖାତ ସୃଷ୍ଟି ହୋଇଥିବାବେଳେ ବଡ଼ ବଡ଼ ଲୁହାପଥର ବୋଲ୍ଡର ମଧ୍ୟ ପଡ଼ିରହିଛି। ଏହି ଖଣିଜ ଚୋରା ଚାଲାଣ ସମ୍ପର୍କରେ ରାଜସ୍ବ ବିଭାଗ ଅବଗତ ଥିବା ସହ କେବଳ ମାଟି ଉଠାଣ ଚାଲାଣ ଅଭିଯୋଗରେ ଜରିମାନା ଆଦାୟ କରି ଖଣିଜ ଉତ୍ତୋଳନକାରୀଙ୍କୁ ଛାଡ଼ି ଦିଆଯାଇଥିବା ଚର୍ଚ୍ଚା ଜୋର ଧରିଛି। ତେବେ ଏହି ପରିତ୍ୟକ୍ତ ଖଣି ଅଞ୍ଚଳ ନିକଟରେ ଏକ ବୃହତ୍‌ ଖଣି ରହିଥିଲେ ସୁଦ୍ଧା, ଏହି ବ୍ୟାପକ ଚୋରି ସମ୍ପର୍କରେ ଖଣି ବିଭାଗର ନଜର କିପରି ପଡ଼ିଲା ନାହିଁ ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ମିଳିଥିବା ସୂଚନା ମୁତାବକ, ଉକ୍ତ ପରିତ୍ୟକ୍ତ ଖଣିଟି ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ଜଜାଙ୍ଗ ନିକଟସ୍ଥ ରେଳ ଧାରଣା ନିକଟରେ ରହିଛି। ଉକ୍ତ ଖଣିର ଲିଜ୍‌ ଅବଧି ୨୦୨୦ ପୂର୍ବରୁ ଶେଷ ହୋଇଥିବାରୁ ତାହା ଏବେ ସରକାରଙ୍କ ଅକ୍ତିଆରରେ ରହିଛି। ୨୦୨୦ରେ ହୋଇଥିବା ଏକାଧିକ ବୃହତ୍‌ ଖଣିକୁ ଶତକଡ଼ା ଶହେ ପ୍ରତିଶତରୁ ଅଧିକ ପ୍ରିମିୟମ ଦେଇ କିଛି ବଡ଼ ବଡ଼ କମ୍ପାନୀ ହାତେଇଛନ୍ତି। ଅପରପକ୍ଷରେ କେତକ ଖଣି ମାଲିକ ସୁପ୍ରିମକୋର୍ଟଙ୍କ ଦ୍ୱାରା ହୋଇଥିବା ଏମ୍‌ଏମ୍‌ ଡିଆର ଆକ୍ଟ ୨୧(୫) ଅନୁଯାୟୀ ନିର୍ଦ୍ଧାରିତ ଜରିମାନା ପୈଠ ନ କରିବାରୁ ଏକାଧିକ ଖଣି ବନ୍ଦ ମଧ୍ୟ ରହିଛି। ନିୟମଅନୁସାରେ ବନ୍ଦ ଖଣିଗୁଡ଼ିକ ଖଣି ବିଭାଗର ଦାୟିତ୍ୱରେ ରହିବା ଉଚିତ୍‌ ଏବଂ ଯେଉଁ ଖଣିର ଲିଜ୍‌ ସରେଣ୍ଡର ହୋଇ ନାହିଁ, ତାହାର ଉତ୍ତରଦାୟିତ୍ୱ ସମ୍ପୃକ୍ତ ଲିଜ୍‌ଧାରୀଙ୍କ ନିକଟରେ ରହିଥାଏ। ପରିତ୍ୟକ୍ତ ବନ୍ଦ ଖଣିଗୁଡ଼ିକ ଉପରେ ଉଭୟ ଖଣି ବିଭାଗ ଓ ସମ୍ପୃକ୍ତ ଲିଜ୍‌ଧାରୀଙ୍କ ଦାୟିତ୍ୱହୀନତା ଯୋଗୁ ଏହା ଖଣିଜ ଚୋରଙ୍କ ଚୋରାଭୂଇଁ ପାଲଟିଛି। ଜଜାଙ୍ଗ ସ୍ଥିତ ବନ୍ଦ ପଡ଼ିଥିବା ପରିତ୍ୟକ୍ତ ଖଣିରେ ମେଶିିନ ଲଗାଇ ବଡ଼ ବଡ଼ ଟ୍ରେଞ୍ଚ ଖୋଳି ହଜାର ହଜାର ମେଟ୍ରିକ୍‌ ଟନ ଖଣିଜ (ଲୁହାପଥର) ଚାଲାଣ ହୋଇଯାଇଛି। ଖନନ ଏପରି ଭାବେ ହୋଇଛି ଯେ, ସେଠାରେ ଏକ ପ୍ରକାର କୃତ୍ରିମ ପୋଖରୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ବହୁ ବିଳମ୍ବରେ ହେଲେ ବି ରାଜସ୍ବ ବିଭାଗ ଜାଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଜଣେ ରାଜସ୍ବ କର୍ମଚାରୀ ନିଜ ନାମ ଗୋପନ ରଖି କହିଛନ୍ତି ଯେ, ପ୍ରାୟ ୩୭ ଲକ୍ଷ ଟଙ୍କାର ଜରିମାନା ଆଦାୟ ହୋଇଛି। ସରକାରୀ ହିସାବରେ ପ୍ରତି କ୍ୟୁବିକ୍‌ ଫୁଟ୍‌ ମାଟିର ମୂଲ୍ୟ ପ୍ରାୟ ୩୫ ଟଙ୍କା। ଏକ ମେଟ୍ରିକ ଟନ୍‌ ଲୁହାପଥରର ମୂଲ୍ୟ ସର୍ବନିମ୍ନ ୨ ହଜାର ଟଙ୍କା। ଚୋରି ହୋଇଥିବା ଖଣିଜକୁ ଯଦି ସରକାରୀ ଭାବେ ହିସାବ କରାଯାଏ, ତେବେ ତାହା ଆଦାୟ ହୋଇଥିବା ଜରିମାନାଠାରୁ ବହୁ ଗୁଣ ହେବ ବୋଲି ଖଣି ବିଷାରଦ ମତ ଦେଉଛନ୍ତି। ତେବେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ, ଏହି ଖନନ ଅଞ୍ଚଳର ମାଲିକାନା କାହାର, ହାନୀ ହୋଇଥିବା ରାଜସ୍ବ ପରିମାଣ, ଖଣିଜ ପଦାର୍ଥରୁ ରାଜସ୍ବ ବିଭାଗ କିପରି ଜରିମାନା ଆଦାୟ କଲା ସେସବୁର ପର୍ଦ୍ଦାଫାଶ ହୋଇପାରିବ ବୋଲି ସାଧାରଣରେ ଦାବି ହୋଇଛି। ଏ ନେଇ ଯୋଡ଼ା ଖଣି ଉପ ନିର୍ଦ୍ଦେଶକ ଦୀନେଶ ଅଗ୍ରୱାଲ୍‌ କହିଛନ୍ତି ଯେ, ଏ ସମ୍ପର୍କରେ ସେ କିଛି ଜାଣି ନାହାନ୍ତି। ଯଦି ଉକ୍ତ ଖଣିରୁ ଖଣିଜ ଚାଲାଣ ହୋଇଛି, ଏହାର ଆପଣ ପ୍ରମାଣ ଦିଅନ୍ତୁ। ଯଦି ଏ ସମ୍ପର୍କରେ ଆପଣ ଜାଣିଥିଲେ ତା’ ହେଲେ ଆଗରୁ ଖବର ଦେଲେ ନାହିଁ କାହିଁକି ବୋଲି ଓଲଟା ପ୍ରଶ୍ନ କରିଥିଲେ। ତେବେ ପରବର୍ତ୍ତୀ ସମୟରେ ସେ କହିଥିଲେ ଯେ, ରାଜସ୍ବ ବିଭାଗରୁ ସେ ଜାଣିଛନ୍ତି। ଖଣି ନିରୀକ୍ଷକଙ୍କୁ ପଠାଇ ତଦନ୍ତ କରିଛନ୍ତି। ସେଠାରେ କୌଣସି ଖଣିଜ ପଦାର୍ଥ ନାହିଁ। ଏହା ଖଣି ଲିଜ୍‌ ପରିସୀମା ବାହାରେ ହୋଇଛି ବୋଲି ଅଗ୍ରଓ୍ବାଲ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଝିଅ ପାଇଁ ଘରଡିହ ବିକିଲେ ପୂର୍ବତନ ବିଧାୟକ

ଆଳି,୧୯ା୪(ବନମାଳୀ ସେନାପତି):କେନ୍ଦ୍ରାପଡ଼ା ଲୋକ ସଭା ଆସନ ମଧ୍ୟରେ ଆଳି ବିଧାନସଭା ଆସନଟି ପ୍ରତ୍ୟେକ ନିର୍ବାଚନ ସମୟରେ ଚର୍ଚ୍ଚା ମଧ୍ୟରେ ରହିଥାଏ। ଚଳିତ ନିର୍ବାଚନରେ ମଧ୍ୟ ଏକ...

ବିଜେଡି, କଂଗ୍ରେସର ଛିଣ୍ଡୁନି ଟିକେଟ ଅଙ୍କ

ଯାଜପୁର,୧୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାର ଅନ୍ୟତମ ବିଧାନସଭା ନିର୍ବାଚନମଣ୍ଡଳୀ ବଡ଼ଚଣା। ବୁଧବାର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ସୀତାକାନ୍ତ ମହାପାତ୍ରଙ୍କ ପୁଅ ରାଜନାରାୟଣ ବିଜେଡିରେ ଯୋଗଦେଇ...

ଆତ୍ମସମର୍ପଣ ପରେ ତାରାପ୍ରସାଦ ବାହିନୀପତିଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ):କୋରାପୁଟ ଜିଲା ବୋରିଗୁମ୍ମାା ଥାନା ଅଞ୍ଚଳରେ ୨୦୧୬ରେ ଦେଶୀ ମଦଭାଟି ପୋଡ଼ି ଓ ଟଙ୍କା ଲୁଟ୍‌ ଘଟଣାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ...

ସାମାନ୍ୟ ବଚସାରୁ ୧୬ଥର ଛୁରି ଭୁସି ହତ୍ୟା

କେନ୍ଦ୍ରାପଡ଼ା,୧୯ା୪(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ଟାଉନ ବଳରାମପୁର ହନୁମାନ ମନ୍ଦିର ନିକଟରେ ଗୁରୁବାର ଅପରାହ୍ନରେ ସାମାନ୍ୟ ବଚସାରୁ ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri