ବଜ୍ରପାତରେ ଚାଲିଗଲା ଯୁବକଙ୍କ ଜୀବନ

କେନ୍ଦୁଝର,୯ା୭(ସ୍ବ.ପ୍ର.): ସଦର ବ୍ଲକ ଅନ୍ତର୍ଗତ ପର୍ଜନପୁର ପଞ୍ଚାୟତ କଶିରା ଗ୍ରାମର ରଇଦାସ ମାଝିଙ୍କ ପୁଅ କମଳାକାନ୍ତ(୩୨)ଶନିବାର ଅପରାହ୍ନରେ ବିଲରୁ ଘରକୁ ଫେରୁଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ତାଙ୍କର ଜୀବନ ଚାଲିଯାଇଛି।

ସେ ବିଲରୁ କାମ ସାରି ସାଇକେଲରେ ଘରକୁ ଫେରୁଥିଲେ। ଏହି ସମୟରେ ଜଗନ୍ନାଥପୁର ଆଶ୍ରମ ସ୍କୁଲ ନିକଟରେ ପ୍ରଚଣ୍ତ ବେଗରେ ବଜ୍ରପାତ ହୋଇଥିଲା। ଫଳରେ ସେଠାରେ କମଳାକାନ୍ତ ଟଳି ପଡ଼ିଥିଲେ। ପରିବାର ଲୋକେ ତୁରନ୍ତ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ, ଚଳିତବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କମଳାକାନ୍ତ ସରପଞ୍ଚ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ବର୍ତ୍ତମାନ ସ୍ତ୍ରୀ ଏବଂ ଅଢ଼େଇ ବର୍ଷର ପୁଅ ଅସହାୟ ହୋଇଯାଇଛନ୍ତି। ସଦର ପୋଲିସ ଖବର ପାଇ ମୃତଦେହ ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। କମଳାକାନ୍ତ ଜଣେ ଉଦୀୟମାନ ଯୁବକ ଥିଲେ। ତାଙ୍କର ଅକାଳ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ନ ଥିବାରୁ ଉଦ୍‌ବେଗ

ଜଗତ୍‌ସିଂହପୁର ଅଫିସ୍‌, ୨୧ା୧: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ଏପରିପ୍ରେକ୍ଷୀରେ ଜଗତ୍‌ସିଂହପୁର ଜିଲାର ଶତାଧିକ ପରିବାର ସ୍ଥାୟୀ ବାସିନ୍ଦା...

ବିନା ସୂଚନାରେ କଣ୍ଟେନମେଣ୍ଟ ଜୋନ୍‌, ଚାଲିଛି ଥର୍ମାଲ ସ୍କ୍ରିନିଂ

ଜି.ଉଦୟଗିରି,୧୮।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ମହାଗୁଡ଼ାସାହିରୁ ଜଣେ ସ୍ଥାନୀୟ କରୋନା ପଜିଟିଭ୍‌ ଚିହ୍ନଟ ପରେ ଏହି ସାହିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହା ସହ ଉକ୍ତ...

ଜୀବନ ବଞ୍ଚାଇବାକୁ ଗଁା ଛାଡ଼ିଲେ

ବଢ଼ି ଚାଲିଲା ମୃତ୍ୟୁର ଭୟ। କାରଣ ଜାଣିବା ପୂର୍ବରୁ ଗଡ଼ି ଚାଲିଲା ମୁଣ୍ଡ। ୬ ବର୍ଷରେ ଚାଲିଗଲା ୫ ଜୀବନ। ଧୀରେ ଧୀରେ ପୁରୁଷ ଶୂନ୍ୟ...

CORONAVIRUS UPDATE: ୩ ନୂଆ ଜିଲାକୁ ଛୁଇଁଲା କରୋନା: କେନ୍ଦୁଝର, ଝାରସୁଗୁଡ଼ା, ଦେବଗଡ଼ରେ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୯।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବୁଧବାର ଅପରାହ୍ନ ସୁଦ୍ଧା ୪ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ...

୧୮ ଦିନ ହେବ ମଣ୍ଡିରେ ପଡ଼ିଛି ଧାନ: ଚିନ୍ତାରେ ଚାଷୀ

ବାଲିକୁଦା,୧।୨(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ବାଲିକୁଦା ବ୍ଳକ ଅନନ୍ତପୁର ସେବା ସମବାୟ ସମିତି ପକ୍ଷରୁ ଖୋଲାଯାଇଥିବା ମଣ୍ଡିରେ ଜାନୁୟାରୀ ୧୩ ତାରିଖରୁ ଚାଷୀମାନେ ଧାନ ବସ୍ତା ରଖି ଜଗି...

ଉମାମହେଶ୍ୱର ଦେବ ଟ୍ରଷ୍ଟ ବୋର୍ଡକୁ ନେଇ ବିବାଦ

ବାଲୁଗାଁ ,୧୩ା୧୨(ଡି.ଏନ୍‌.ଏ.): ବାଲୁଗାଁ  ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଶ୍ରୀଶ୍ରୀ ଉମାମହେଶ୍ୱର ଦେବଙ୍କ ମନ୍ଦିର ଟ୍ରଷ୍ଟ ବୋର୍ଡ ଦାୟିତ୍ୱ ହସ୍ତାନ୍ତରକୁ ନେଇ ବିବାଦୀୟ ପରିସ୍ଥିତି ଉପୁଜିଛି। ଫଳରେ...

ରଙ୍ଗୋଲିରେ ସବ୍ୟସାଚୀଙ୍କୁ ଧନ୍ୟବାଦ ଜଣାଇଲେ ଚିତ୍ରକାର ନିଶିକାନ୍ତ

କେନ୍ଦୁଝର,୧୫ା୬(ସ୍ବ.ପ୍ର.): ପ୍ରବାସୀମାନଙ୍କୁ ସହାୟତା କରିଥିବାରୁ ରଙ୍ଗୋଲିରେ ଓଡ଼ିଆ ସିନେଷ୍ଟାର ସବ୍ୟସାଚୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଚିତ୍ରକାର ନିଶିକାନ୍ତ ବେହେରା। ନିଶିକାନ୍ତଙ୍କ ଘର କେନ୍ଦୁଝର ସଦର ବ୍ଲକ ଟିକରପଡ଼ା...

ଚାଷୀଙ୍କ ସହ ମିଶି ଧାନତଳି ରୋଇଲେ ବିଧାୟକ

ଖଇରା,୨୪।୮(ଡି.ଏନ.ଏ.): ପୂର୍ବତନ ମନ୍ତ୍ରୀ ତଥା ସିମୁଳିଆ ନିର୍ବାଚନ ମଣ୍ଡଳୀର ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ନିଜର ନିଆରା ଢଙ୍ଗର କାର୍ଯ୍ୟଶୈଳୀକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚାରେ...

Advertisement
Archives

Model This Week