ସାଇବର ଠକେଇର ଶିକାର ହେଲେ ଯୁବକ

ପାଟଣା,୯।୫(ସ୍ବ. ପ୍ର.): ସୋସିଆଲ ମିଡିଆ ସାଇବର ଠକଙ୍କ ପାଦୁର୍ଭାବ ଦିନ ଦିନ ବୃଦ୍ଧି ପାଇବାରେ ଲାଗିଛି। ସାଇବର ଠକ ମାନେ ଲୋନ ଆପ୍‌ରେ ଲୋକଙ୍କୁ ଟଙ୍କା ଦେଇ ପରବର୍ତ୍ତୀ ମୁହୂର୍ତ୍ତରେ ଦୁଇଗୁଣା ଟଙ୍କା ଫେରାଇବାକୁ ଫୋନ କରୁଛନ୍ତି। ଟଙ୍କା ନଦେଲେ ଫଟୋକୁ ଏଡିଟିଙ୍ଗ କରି ଅଶ୍ଳୀଳ କରି ବିଭିନ୍ନ ସୋସିଆଲ ମିଡିଆରେ ଛାଡିବାକୁ ଧମକ ଦେଉଛନ୍ତି। ଏଭଳି ଠକାମୀ ର ଶିକାର ହୋଇଛନ୍ତି କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ତୁରୁମୁଙ୍ଗା ଗ୍ରାମର ଯୁବକ ବିକାଶ କୁମାର ସାହୁ। ଏନେଇ ସେ ମାନସିକ ଚାପ ରେ ଥିବା ବେଳେ ସାଇବର ଠକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତୁରୁମୁଙ୍ଗା ଥାନାରେ ଏତେଲା ଦେଇଛନ୍ତି।
ଏଥିସହ ସେ କ୍ରାଇମବ୍ରାଞ୍ଚ ଏବଂ ଆରବିଆଇଙ୍କୁ ମଧ୍ୟ ଅନ୍‌ଲାଇନ ଜରିଆରେ ଅଭିଯୋଗ କରିଛନ୍ତି। ପ୍ରଥମେ ଫେସବୁକ୍‌ରେ କୋକାଲୋନ ନାମକ ଏକ ଆପ୍‌ରେ ସେ ଲୋନ ଆବେଦନ କରିଥିଲେ ସେଥିରେ ତାଙ୍କର ପାନକାର୍ଡ ସହ ଆଧାରକୁ ମଧ୍ୟ ଅପଲୋଡ଼ କରିଥିଲେ ଅପଲୋଡ଼ ପରେ ତାଙ୍କୁ ୭ ହଜାର ଟଙ୍କା ଲୋନ ମିଳିବା ପାଇଁ ମଞ୍ଜୁର ହେବା ରୁ ସେ ଉକ୍ତ ଆପ୍ଲିକେସନକୁ ଅନ୍‌ ଇନଷ୍ଟଲ କରିଦେଇଥିଲେ। ପରେ ତାଙ୍କ ଆକାଉଣ୍ଟକୁ ୪ ହଜାର ୬୦ ଟଙ୍କା ଆପେ ଆପେ ଆସିଥିଲା। ପରେ ସାଇବର ଠକ ତାଙ୍କୁ ଲୋନ ନେଇଛ ଟଙ୍କାକୁ ଦୁଇ ଗୁଣା ଶୁଝିବାକୁ ଫୋନ କରିଥିଲେ। କିନ୍ତୁ ଏକ ଲିଙ୍କ ଜରିଆ ରେ ପୂର୍ବରୁ ଆସିଥିବା ଟଙ୍କାକୁ ସେ ପଠାଇ ଥିଲେ। ହେଲେ ଦୁଇଗୁଣା ଟଙ୍କା ଦେବାକୁ ସାଇବର ଠକ ଦାବି କରିଥିଲେ। ବିକାଶ ଦୁଇଗୁଣା ଟଙ୍କା ନଦେବାରୁ ତାଙ୍କ ଫେସବୁକ ଆକାଉଣ୍ଟକୁ ହ୍ୟାକ କରି ତାଙ୍କ ଫଟୋକୁ ଅଶ୍ଳୀଳ କରି ତାଙ୍କ ନିକଟକୁ ପଠାଇବାସହ ସମ୍ପର୍କୀୟଙ୍କ ନିକଟକୁ ମଧ୍ୟ ପଠାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁରେ ୬ ଦାଦନ ଶ୍ରମିକ ଅଟକ ଅଭିଯୋଗ: ଉଦ୍ଧାର ପାଇଁ ନିବେଦନ

ପାଟଣା,୧୯ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା କପୁଣ୍ଡି ପଞ୍ଚାୟତ ଖଲିଆରୀପାଟ ନୂଆଗାଁ ଗ୍ରାମର ୬ଜଣ ଶ୍ରମିକ ତାମିଲନାଡୁର ଚେନ୍ନାଇସ୍ଥିତ ଏକ ଟାୟାର କାରଖାନାରେ ଦାଦନ ଖଟିବାକୁ…

ହାଟଡିହୀ: ଶ୍ରେଷ୍ଠ ବୁଥ୍ ସ୍ତରୀୟ ଅଧିକାରୀ ଭାବେ ଜିତେନ୍ଦ୍ର କୁମାର ସମ୍ବର୍ଦ୍ଧିତ, ଛୁଟିଛି ଶୁଭେଚ୍ଛାର…

ହାଟଡିହୀ/ଛେନାପଦୀ,୧୮।୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସଂଯୋଜନାରେ ସାରା ଓଡ଼ିଶାରେ ସ୍ୱତନ୍ତ୍ର ସଂଘନ ସଂଶୋଧନ…

ବଡ଼ରମ୍ପାସ ସେବା ସମବାୟ ସମିତି ପରିଚାଳନା କମିଟିକୁ ନିଲମ୍ବନ କଲେ ଡିଆରସିଏସ

ହାଟଡିହୀ/ଛେନାପଦୀ,୧୮।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅନ୍ତର୍ଗତ ବଡ଼ରମ୍ପାସ ସେବା ସମବାୟ ସମିତିର ପରିଚାଳନା କମିଟିକୁ ନିଲମ୍ବନ କରାଯାଇଛି। କେନ୍ଦୁଝର ଡିଆରସିଏସ (ଡେପୁଟି ରେଜିଷ୍ଟ୍ରାର…

ବନ୍ୟାରେ ଭାଙ୍ଗିଲା ପୋଲ, ୧୫ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

କେନ୍ଦୁଝର,୧୮।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଲଗାଣ ବର୍ଷା ଯୋଗୁ ନଦୀ, ନାଳରେ ବିପଦ ସଙ୍କେତ ଉପରେ ଜଳ ପ୍ରବାହ ହେଉଥିବାରୁ ଯାତାୟାତ ସମସ୍ୟା ସୃଷ୍ଟି ହେଉଛି।…

ବିଲକୁ ଯିବା ବାଟରେ ଗୋଡାଇ ଗୋଡାଇ କାମୁଡିଲା ମାଙ୍କଡ଼, ତଳେ ପଡିଯିବାରୁ…..

ଆନନ୍ଦପୁର,୧୮।୮(ସୁଶାନ୍ତ କୁମାର ସାହୁ): ମାଙ୍କଡ଼ କାମୁଡ଼ାରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ବେଳେ ତାଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ବ୍ୟକ୍ତି ହେଉଛନ୍ତି ଆନନ୍ଦପୁର…

ବର୍ଷାରେ ଧୋଇଯାଇଥିଲା ରାସ୍ତା, ମରାମତି ପରେ ଯୋଗାଯୋଗ ସ୍ବାଭାବିକ

କେନ୍ଦୁଝର,୧୭।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ପ୍ରବଳ ବର୍ଷା ସାଙ୍ଗକୁ ମାଟି ଅତଡ଼ା ଧସିବା ଯୋଗୁ ତେଲକୋଇ ବଳଭଦ୍ରପୁର ପୋଲ ନିକଟରେ ରାସ୍ତା କ୍ଷତିଗ୍ରସ୍ତ ହୋଇ ଗାଡି ଚଳାଚଳ ବନ୍ଦ…

ବୈତରଣୀରେ ଆସୁଛି ବନ୍ୟା, ଭୟଭୀତ ଅଞ୍ଚଳବାସୀ

ବଞ୍ଚୋ,୧୭।୮(ପ୍ରଦୋଷ ବିଶ୍ୱାଳ): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ଆନନ୍ଦପୁରଠାରେ ବୈତରଣୀ ନଦୀର ଜଳସ୍ତର ପୁଣି ବିପଦ ସଙ୍କେତ ଉପରକୁ ଉଠିଛି। ଆନନ୍ଦପୁର ଗେଜ୍‌ ସାଇଟର ତଥ୍ୟ…

ବିପଦ ସଂକେତ ଟପିଲା ବୈତରଣୀ, ଲୋକେ ଭୟଭୀତ

ପାଟଣା,୧୭।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ରବିବାର ସାରୁ ଅବିଶ୍ରାନ୍ତ ବର୍ଷା ଲାଗିରହିଛି। ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପାଟଣା ମୁଖ୍ୟାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri