ସାଇବର ଠକେଇର ଶିକାର ହେଲେ ଯୁବକ

ପାଟଣା,୯।୫(ସ୍ବ. ପ୍ର.): ସୋସିଆଲ ମିଡିଆ ସାଇବର ଠକଙ୍କ ପାଦୁର୍ଭାବ ଦିନ ଦିନ ବୃଦ୍ଧି ପାଇବାରେ ଲାଗିଛି। ସାଇବର ଠକ ମାନେ ଲୋନ ଆପ୍‌ରେ ଲୋକଙ୍କୁ ଟଙ୍କା ଦେଇ ପରବର୍ତ୍ତୀ ମୁହୂର୍ତ୍ତରେ ଦୁଇଗୁଣା ଟଙ୍କା ଫେରାଇବାକୁ ଫୋନ କରୁଛନ୍ତି। ଟଙ୍କା ନଦେଲେ ଫଟୋକୁ ଏଡିଟିଙ୍ଗ କରି ଅଶ୍ଳୀଳ କରି ବିଭିନ୍ନ ସୋସିଆଲ ମିଡିଆରେ ଛାଡିବାକୁ ଧମକ ଦେଉଛନ୍ତି। ଏଭଳି ଠକାମୀ ର ଶିକାର ହୋଇଛନ୍ତି କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ତୁରୁମୁଙ୍ଗା ଗ୍ରାମର ଯୁବକ ବିକାଶ କୁମାର ସାହୁ। ଏନେଇ ସେ ମାନସିକ ଚାପ ରେ ଥିବା ବେଳେ ସାଇବର ଠକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତୁରୁମୁଙ୍ଗା ଥାନାରେ ଏତେଲା ଦେଇଛନ୍ତି।
ଏଥିସହ ସେ କ୍ରାଇମବ୍ରାଞ୍ଚ ଏବଂ ଆରବିଆଇଙ୍କୁ ମଧ୍ୟ ଅନ୍‌ଲାଇନ ଜରିଆରେ ଅଭିଯୋଗ କରିଛନ୍ତି। ପ୍ରଥମେ ଫେସବୁକ୍‌ରେ କୋକାଲୋନ ନାମକ ଏକ ଆପ୍‌ରେ ସେ ଲୋନ ଆବେଦନ କରିଥିଲେ ସେଥିରେ ତାଙ୍କର ପାନକାର୍ଡ ସହ ଆଧାରକୁ ମଧ୍ୟ ଅପଲୋଡ଼ କରିଥିଲେ ଅପଲୋଡ଼ ପରେ ତାଙ୍କୁ ୭ ହଜାର ଟଙ୍କା ଲୋନ ମିଳିବା ପାଇଁ ମଞ୍ଜୁର ହେବା ରୁ ସେ ଉକ୍ତ ଆପ୍ଲିକେସନକୁ ଅନ୍‌ ଇନଷ୍ଟଲ କରିଦେଇଥିଲେ। ପରେ ତାଙ୍କ ଆକାଉଣ୍ଟକୁ ୪ ହଜାର ୬୦ ଟଙ୍କା ଆପେ ଆପେ ଆସିଥିଲା। ପରେ ସାଇବର ଠକ ତାଙ୍କୁ ଲୋନ ନେଇଛ ଟଙ୍କାକୁ ଦୁଇ ଗୁଣା ଶୁଝିବାକୁ ଫୋନ କରିଥିଲେ। କିନ୍ତୁ ଏକ ଲିଙ୍କ ଜରିଆ ରେ ପୂର୍ବରୁ ଆସିଥିବା ଟଙ୍କାକୁ ସେ ପଠାଇ ଥିଲେ। ହେଲେ ଦୁଇଗୁଣା ଟଙ୍କା ଦେବାକୁ ସାଇବର ଠକ ଦାବି କରିଥିଲେ। ବିକାଶ ଦୁଇଗୁଣା ଟଙ୍କା ନଦେବାରୁ ତାଙ୍କ ଫେସବୁକ ଆକାଉଣ୍ଟକୁ ହ୍ୟାକ କରି ତାଙ୍କ ଫଟୋକୁ ଅଶ୍ଳୀଳ କରି ତାଙ୍କ ନିକଟକୁ ପଠାଇବାସହ ସମ୍ପର୍କୀୟଙ୍କ ନିକଟକୁ ମଧ୍ୟ ପଠାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ହୋଇପାରେ, ଫଳାଫଳ ପ୍ରକାଶ ହେବନି: ହାଇକୋର୍ଟ

ହାଟଡିହୀ,୨ା୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ୩୧ଟି ପଞ୍ଚାୟତରେ ନାଏବ ସରପଞ୍ଚ ନିର୍ବାଚନ ହେବାକୁ ଦିନ ଧାର୍ଯ୍ୟ ହୋଇଥିଲା। ସେଥିମଧ୍ୟରୁ ୨୮ଟି ପଞ୍ଚାୟତରେ ପ୍ରାର୍ଥୀମାନେ ନିର୍ଦ୍ୱନ୍ଦ୍ୱରେ...

ଭୋଜି ସାରି ଫେରୁଥିବା ବେଳେ ଦୁର୍ଘଟଣା: ୩୦ ଫୁଟ ପୋଲ ତଳକୁ ଖସିପଡିଲା ବୋଲେରୋ

ବାରିପଦା ଅଫିସ,୭।୧: ମୟୁରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ସାଳନ୍ଦୀ ନଦୀର ବୈରାକୁଣ୍ଡରେ ବଣ ଭୋଜି ସାରି ଫେରୁଥିବା ଏକ ବୋଲେରୋ ସାଳନ୍ଦୀ ନଦୀର ୩୦ଫୁଟ ତଳକୁ...

ହଜିଯାଉଛି କୌଳିକ ବୃତ୍ତି

ପାଟଣା,୨।୯(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟଠାରୁ ମାତ୍ର ୩ କି.ମି. ଦୂରରେ ଥିବା ଦୁର୍ଗାଦେଇପୁରର ବେହେରା ସାହି ଓ ଟାଇଁଶିରା ବେହେରା ସାହିର ଲୋକେ ଆଜି...

ଗ୍ରାମାଞ୍ଚଳରେ ପାନୀୟଜଳ ସମସ୍ୟା

ଝୁମ୍ପୁରା, ୨୪।୯ (ଡି.ଏନ.ଏ.)-କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏହି ଅଞ୍ଚଳରେ ବିଭିନ୍ନ ପ୍ରକାର ସମସ୍ୟା ଲାଗିରହିଥିବାବେଳେ ପାନୀୟଜଳ ସମସ୍ୟା...

ବୈତରଣୀ ଶୈବ୍ୟା କାବେରୀ ଘାଟରେ ବୋଇତ ବନ୍ଦାଣ ଉତ୍ସବ: ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ

ପାଟଣା,୧୨।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଦେଇ ଯାଇଥିବା ବୈତରଣୀ ନଦୀର ରାଜନଗରସ୍ଥିତ ଶୈବ୍ୟା କାବେରୀ ଘାଟ ଓ ପାଟଣାସ୍ଥିତ ବୈତରଣୀ ତୀର୍ଥ ଘାଟରେ ମଙ୍ଗଳବାର...

ଫାଇନାନ୍ସ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଆନନ୍ଦପୁର,୨୭।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗତ ୨୦ ନଂ. ଜାତୀୟ ରାଜପଥ କଡ଼ରେ ଥିବା ନାହାଗୁଣା ଗ୍ରାମ ନିକଟରେ ସୋମବାର ଜଣେ ଘରୋଇ ଫାଇନାନ୍ସ...

ଆଧାର କାର୍ଡରେ ଭୁଲ୍‌ ଜନ୍ମ ତାରିଖ: ଭତ୍ତା ପାଇବାରୁ ବଞ୍ଚିତ ଦୁଇଭାଇ

ଚମ୍ପୁଆ, ୧୮।୩ (ଡି.ଏନ.ଏ)- ପରିଚୟ ପତ୍ର ମାଧ୍ୟମରେ ମଣିଷ ପରିଚୟ ପାଏ ସତ ମାତ୍ର ଉକ୍ତ ପରିଚୟ ପତ୍ରରେ ଯଦି ଜନ୍ମ ତାରିଖ ଭୁଲ ହୋଇଯାଏ...

‘ଧରିତ୍ରୀ’ ପ୍ରଭାବ: ବାୟୋମେଟ୍ରିକ୍‌ ମେଶିନ୍‌ରେ ଠକେଇ କରି ପିଡିଏସ୍‌ ସାମଗ୍ରୀ ହରିଲୁଟ୍‌ ଘଟଣାର ତଦନ୍ତ ଆରମ୍ଭ

ଯୋଡ଼ା,୨୩।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ବାଲାଗୋଡ଼ା ପଞ୍ଚାୟତରେ ବାୟୋମେଟ୍ରିକ ମେଶିନରେ ଟିପ ଚିହ୍ନ ଠକେଇ କରି ‘ପିଡିଏସ ସାମଗ୍ରୀ ହରିଲୁଟ୍‌ ନେଇ ଅଭିଯୋଗ କଲେ...

Advertisement
Archives

Model This Week