ବାଡେଇ ବାଡେଇ ଥାନାରେ ଛାଡିଲେ

ଭଦ୍ରକ ଅଫିସ, ୨୦।୬: ଏଟିଏମ୍‌ କାର୍ଡରେ ଟଙ୍କା ଉଠାଣକୁ ନେଇ କଙ୍ଗାରୁ କୋର୍ଟ। ଜଣେ ଯୁବକଙ୍କୁ ଦଉଡ଼ିରେ ବାନ୍ଧି ମାଡ଼ ମାରି ଥାନା ପର୍ଯ୍ୟନ୍ତ ନିଆଗଲା। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲା ଧାମନଗର ଥାନା ଅଞ୍ଚଳରେ। ନାୟକସାହି ଅଞ୍ଚଳର ଜଣେ ଯୁବକଙ୍କୁ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମହିଳା ଠିକା କର୍ମଚାରୀ ଏବଂ ତାଙ୍କ ସହଯୋଗୀ ଏକ ରଶିରେ ବାନ୍ଧି ଘୋଷାରି ଘୋଷାରି ପିଟିଛନ୍ତି। ପ୍ରଥମେ ବଡ଼ବଜାର ପାଖରେ ଏକ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ତାଙ୍କୁ ପିଟିଥିଲେ। ପରେ ଖୁଣ୍ଟରୁ ଖୋଲି ରାସ୍ତାରେ ପିଟି ପିଟି ତାଙ୍କୁ ଥାନା ଯାଏ ନେଇଥିଲେ। ଶତାଧିକ ଲୋକଙ୍କ ଆଖି ଆଗରେ ଏହି ଘଟଣା ଘଟିଥିଲେ ମଧ୍ୟ ସମ୍ପୃକ୍ତ ମହିଳାଙ୍କ ଉଗ୍ର ରୂପ ଦେଖି ଅଟକାଇବାକୁ କେହି ସାହସ କରି ନ ଥିଲେ।
ପ୍ରକାଶ ଯେ, ମାଡ଼ ଖାଇଥିବା ଯୁବକ ଜଣଙ୍କ ସମ୍ପୃକ୍ତ ମହିଳା କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ କୌଶଳ କ୍ରମେ ଏଟିଏମ୍‌ କାର୍ଡରେ ଟଙ୍କା ଉଠାଇ ନେଇଛନ୍ତି। ଏ ସମ୍ପର୍କରେ ମହିଳା କର୍ମଚାରୀ ଥାନାରେ ଏତଲା ଦେବା ପରେ ପୋଲିସ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କୁ କୋର୍ଟ ଚାଲାଣ ପରେ ଏହି ଭିଡିଓ ଭାଇରାଲ ହେଉଛି। ଏ ନେଇ ଧାମନଗର ଥାନା ଅଧିକାରୀ ପ୍ରଦୀପ ମହନ୍ତଙ୍କୁ ପଚାରିବାରୁ କହିଛନ୍ତି, ଉକ୍ତ ଯୁବକଙ୍କୁ ଟଙ୍କା ଚୋରି ଅଭିଯୋଗରେ ଗିରଫ କରାଯାଇଛି। ଥାନାରେ ମାମଲା (ନଂ. ୧୭୦/୨୧) ରୁଜୁ ହୋଇଛି। ହେଲେ ମାଡ଼ ମରାଯାଇଥିବା ନେଇ କୌଣସି ଅଭିଯୋଗ ଆସିନାହିଁ। ଭିଡିଓ ଭାଇରାଲ ଘଟଣାରେ ଆବଶ୍ୟକ ପଡ଼ିଲେ ମାମଲା ରୁଜୁ ହୋଇ ତଦନ୍ତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୧୧ରୁ ରଙ୍ଗଶାଳାର ଜାତୀୟ ନାଟକ ମହୋତ୍ସବ: ନଳିନୀ ନିହାରୀ ନାୟକ ପାଇବେ ବ୍ୟୋମକେଶ ସମ୍ମାନ

ପୁରୀ ଅଫିସ, ୧୦ା୮: ଶ୍ରୀକ୍ଷେତ୍ରର ଅଗ୍ରଣୀ ନାଟ୍ୟଅନୁଷ୍ଠାନ ରଙ୍ଗଶାଳା ଆନୁକୂଲ୍ୟରେ ୧୨ତମ ଜାତୀୟ ନାଟକ ମହୋତ୍ସବ ଆସନ୍ତା ୧୧ତାରିଖରୁ ଅନୁଷ୍ଠିତ ହେବ। ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ୫ଦିନ...

ଚୋରା କାଠ ବୋଝେଇ ଗାଡ଼ି ଜବତ

ନୀଳଗିରି,୩।୨(ସ୍ବ.ପ୍ର): ବାଲେଶ୍ୱର ଜିଲା ନୀଳଗିରି ବନ ବିଭାଗ ଶୁକ୍ରବାର ଚଢ଼ାଉ କରି ଚୋରାକାଠ ବୋଝେଇ ଏକ ପିକଅପ୍‌ ଭ୍ୟାନ ଜବତ କରିଛି। ଅଯୋଧ୍ୟାରୁ ସଜନାଗଡ଼କୁ ସଂଯୋଗ...

କ୍ଷତିଗ୍ରସ୍ତ ଆଦିବାସୀ ମହିଳାଙ୍କୁ ନ୍ୟାୟ ପାଇଁ ଅଣ୍ଟା ଭିଡ଼ିଲେ ପଦ୍ମଶ୍ରୀ ଦୈତାରୀ ନାଏକ

କେନ୍ଦୁଝର,୧୩।୯(ସ୍ବ.ପ୍ର.) : ରାଜ୍ୟରେ ବିଭିନ୍ନ ଚିଟ୍‌ଫଣ୍ଡ କମ୍ପାନୀ ଲୋକଙ୍କୁ ଠକିବା ପରେ ଏମାନଙ୍କ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ ରାଜ୍ୟ ସରକାର। ହେଲେ ଏମାନେ...

ଗଣିତରେ କପି କରି ଧରାପଡ଼ିଲେ ୬ ପରୀକ୍ଷାର୍ଥୀ

ହାଟଡିହୀ,୨୬।୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ଚଳିତବର୍ଷ ୧୩ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଚାଲୁରହିଛି। ବୁଧବାର ଗଣିତ ପରୀକ୍ଷାରେ କପି କରି କେନ୍ଦୁଝର ଓ ବାଲେଶ୍ୱର...

କାମ ମିଳୁନାହିଁ, ଯୋଜନା ଅପହଞ୍ଚ

ସୋନପୁର,୨୩।୧୦:  ରାଜ୍ୟର ୧୧ଟି ଦାଦନପ୍ରବଣ ଜିଲା ମଧ୍ୟରୁ ସୁବର୍ଣ୍ଣପୁର ଅନ୍ୟତମ। ଏହି ଜିଲାରେ ଦାଦନ ଚାଲାଣ ହୁଏନାହିଁ ବୋଲି ଜିଲା ପ୍ରଶାସନ ପୂର୍ବରୁ ବାହୁସ୍ଫୋଟ ମାରୁଥିଲା।...

ପ୍ରଦୂଷିତ ହୋଇପଡୁଛି ଉଦୟପୁର ବେଳାଭୂମି

ଭୋଗରାଇ, ୧୫।୭(ଡି.ଏନ.ଏ.)-ଓଡ଼ିଶା ସୀମାନ୍ତ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ପ୍ରାକୃତିକ ଶୋଭା ଉଦୟପୁର ବେଳାଭୂମି ଦିନକୁ ଦିନ ପ୍ରଦୂଷିତ ହୋଇପଡୁଛି। ଏଠିକାର ପରିବେଶକୁ ସ୍ବଚ୍ଛ ରଖିବା...

ଜରି ପଞ୍ଚାୟତର ୩ ସରକାରୀ ଅଧିକାରୀ ନିଲମ୍ବିତ

ଯାଜପୁର ଅଫିସ,୮।୮: ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଜରି ପଞ୍ଚାୟତରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର (ଏମ୍‌ଜିଏନ୍‌ଆର୍‌ଜିଏ) ବିଭିନ୍ନ ପ୍ରକଳ୍ପରେ ବ୍ୟାପକ ଅନିୟମିତତା...

ଉପଜିଲାପାଳଙ୍କ ଅଫିସ୍‌ ଆଗରେ ବିକ୍ଷୋଭ ପ୍ରଦର୍ଶନ

ରାଉରକେଲା ଅଫିସ,୨୪।୧୨: ସୁନ୍ଦରଗଡ଼ ଜିଲାକୁ ଭାଗ କରି ରାଉରକେଲା ଓ ବଣେଇ ଜିଲା ଗଠନ ପାଇଁ ଉଠିଥିବା ଦାବିକୁ ବିରୋଧ ତେଜିବାରେ ଲାଗିଛି। ଏହି କ୍ରମରେ...

Advertisement
Archives

Model This Week