ଶାହରୁଖଙ୍କ ଘର ଆଗରେ ଧାରଣାରେ ବସିଲେ ଏହି ଯୁବକ

୨୦୦୭ରେ ମୁକ୍ତିଲାଭ କରିଥିବା ଶାହରୁଖ ଖାନଙ୍କ ଫିଲ୍ମ ‘ଓମ ଶାନ୍ତି ଓମ’ ନିଜେ କହିଥିଲେ, ‘ଯଦି ତୁମେ ହୃଦୟରୁ କିଛି ଚାହୁଁଛ, ତେବେ ତୁମକୁ ଏକାଠି କରିବା ପାଇଁ କେହି ରୋଗିପାରିବେ ନାହିଁ’। ଶାହରୁଖ ଫିଲ୍ମରେ ଏକଥା କହିଥିଲେ। କିନ୍ତୁ ତାଙ୍କ ପ୍ରଶଂସକମାନେ ଶାହାରୁଖଙ୍କ ସଂଳାପକୁ ଗମ୍ଭୀରତାର ସହ ନେଇ ଶାହରୁଖଙ୍କ ସହ ଫିଲ୍ମରେ କାମ କରିବାର ଆଶା ନେଇ ମୁମ୍ବାଇରେ ପହଞ୍ଚିନ୍ତି। ବଲିଉଡ୍‌ ବାଦ୍‌ଶାହ ଶାହାରୁଖ ଖାନଙ୍କ ମୁମ୍ବାଇସ୍ଥିତ ବାସଭବନ ମନ୍ନତ ଆଗରେ ଜଣେ ବ୍ୟକ୍ତି ଧାରଣାରେ ବସିଛନ୍ତି। ବେଙ୍ଗାଲୁରୁରୁ ଆସିଥିବା ଏହି ବ୍ୟକ୍ତି ଜଣଙ୍କ ଶାହରୁଖ ଖାନଙ୍କ ଘର ବାହାରେ ବସି ତାଙ୍କ ପ୍ରିୟ ଷ୍ଟାରଙ୍କ ସହ ଏକ ଫିଲ୍ମ କରିବାକୁ ପଡିବ ବୋଲି ଦାବି କରିଛନ୍ତି। ସେ ଜଣେ ଚଳଚ୍ଚିତ୍ର ନିର୍ମାତା ଏବଂ ଶାହରୁଖ ଖାନ କାମ କରୁଥିବା ଏକ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଚାହୁଁଛନ୍ତି। ଜୟନ୍ତ ନାମକ ଏହି ବ୍ୟକ୍ତି ତାଙ୍କ ଚଳଚ୍ଚିତ୍ରର ଏକ ପୋଷ୍ଟର ତିଆରି କରି ମନ୍ନତ ଆଗରେ ଧାରଣାରେ ବସିଥିଲେ। ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ପୋଷ୍ଟର ବିଷୟରେ ସୂଚନା ଦେଇଛନ୍ତି ଯେ, ସେ ଶାହାରୁଖଙ୍କ ଏକ ସାକ୍ଷାତକାର ଦେଖିବା ପରେ ରାତିସାରା ଏହି ପୋଷ୍ଟର ପ୍ରସ୍ତୁତ କରିଛନ୍ତି। ସେହି ପୋଷ୍ଟର ତିଆରି କରିବାବେଳେ ଜୟନ୍ତ ନିଜକୁ ପ୍ରତିଶ୍ରୁତି ଦେଇଥିଲେ ଯେ, ସେ ନିଶ୍ଚିତ ଭାବରେ ଶାହରୁଖଙ୍କ ସହ ଏକ ଫିଲ୍ମରେ କାମ କରିବେ। ଜୟନ୍ତ ଏହି ଫିଲ୍ମର ନାମ ‘ପ୍ରୋଜେକ୍ଟ ଏକ୍ସ’ ରଖିଛନ୍ତି। ୩୧ ଡିସେମ୍ବର ୨୦୨୦ ଅପରାହ୍ନରୁ ଜୟନ୍ତ ଶାହାରୁଖଙ୍କ ଘର ସାମ୍ନାରେ ଉପସ୍ଥିତ ଥିଲେ। ସେ ଲଗାତାର ସୋସିଆଲ ମିଡିଆ ମାଧ୍ୟମରେ ଶାହାରୁଖଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି। ଏଥିସହ ସେ ଶାହାରୁଖଙ୍କ ପ୍ରଶଂସକଙ୍କୁ ତାଙ୍କ ନିକଟରେ ପହଞ୍ଚିବାରେ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି।
ତେବେ ୨୦୧୮ରେ ଫିଲ୍ମ ’ଜିରୋ’ କରିବା ପରେ ଶାହରୁଖ କୌଣସି ଫିଲ୍ମ କରି ନ ଥିଲେ। ଏବେ ସେ ୟଶ ରାଜ ଫିଲ୍ମସ ବ୍ୟାନରରେ ଫିଲ୍ମ ‘ପଠାନ’ର ଶୁଟିଂ କରୁଛନ୍ତି। କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରି ଶାହାରୁଖ ନିଜେ ଘୋଷଣା କରିଛନ୍ତି ଯେ ସେ ଚଳିତ ବର୍ଷ ବଡ ପରଦାରେ ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ କଥା ରଖିପାରିଲେନି ଶୋଏବ ଅଖତର! ପାକିସ୍ତାନ କ୍ରିକେଟରେ ନୂଆ ଭୂମିକାରେ ଆସିପାରନ୍ତି ନଜର

ଇସଲାମାବାଦ,୨୯।୯: ଶୋଏବ ଅଖତର ଅନେକ ବର୍ଷ ପରେ ପାକିସ୍ତାନ କ୍ରିକେଟକୁ ଫେରିପାରନ୍ତି। ଗତ ସପ୍ତାହରେ, ଏହି ପୂର୍ବତନ ଦ୍ରୁତ ବୋଲର ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ଅଧ୍ୟକ୍ଷ…

ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ଗଣ୍ଡ ସମାଜ ପ୍ରତିନିଧି ଦଳ, ବଢ଼ାଇଲେ ସହାୟତାରେ ହାତ

ତୁମୁଡିବନ୍ଧ,୨୯।୯:(ଦୀପକ କୁମାର ପରାସେଠ): ରାଜ୍ୟସ୍ତରୀୟ ଗଣ୍ଡ ସମାଜର ଏକ ପ୍ରତିନିଧି ଦଳ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଲଙ୍କାଗଡ଼ ପଞ୍ଚୟତ ଗସ୍ତକରି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ…

ଐଶ୍ୱର୍ଯ୍ୟାଙ୍କ ରୟାଲ ଲୁକ୍‌ ଦେଖି ଅଟକିଗଲା ସମସ୍ତଙ୍କ ନଜର

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପୁଣିଥରେ ନିଜ ଗ୍ଲାମରସ ଲୁକ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଇଫେଲ ଟାୱାର୍‌ର ଚମତ୍କାର ପୃଷ୍ଠଭୂମିରେ ଆୟୋଜିତ ‘ଲୋରିଆଲ ପ୍ୟାରିସ ଲେ…

ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ, ଖେଳ ଶିକ୍ଷକ ନିଲମ୍ବିତ

ଖୋର୍ଦ୍ଧା,୨୯।୯(ପ୍ରଭାତ ପାଣିଗ୍ରାହୀ): ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ । ଖୋର୍ଦ୍ଧା ଜିଲା ନରଣଗଡ଼ସ୍ଥିତ ଚିନ୍ତାମଣି ବିଦ୍ୟା ନିକେତନ ନିକଟରେ ଘଟିଛି…

ନବ ନିର୍ମାଣ କୃଷକ ସଂଗଠନ ପରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ, ଏହି ଦିନ…

ଭୁବନେଶ୍ବର,୨୯।୯: ଆସନ୍ତା ଅକ୍ଟୋବର ୮ ତାରିଖରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏନେଇ ଘୋଷଣା କଲେ ପିସିସି ସଭାପତି ଭକ୍ତ ଚରଣ ଦାସ…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

ସଭା କଲେ ନାଁ ନେଲେନି

ଭୁବନେଶ୍ୱର, ୨୯।୯(ସୁନିତ୍‌ ମିଶ୍ର): ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌ ଏକ ସାଧାରଣ କଥା ନୁହେଁ। ରାଜ୍ୟର ଅଧିକାର ସହିତ ଏହି ବିଲ୍‌ ଜଡ଼ିତ। ଓଡ଼ିଶାର ଖଣି, ଜମି ଉପରେ…

ଗୋବିନ୍ଦା-କୋମଲ ରାଣୀଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା; ପୁଣି ମୁହଁ ଖୋଲିଲେ ସୁନିତା, କହିଲେ ସେ ଖୁସିରେ…

ମୁମ୍ବାଇ,୨୯।୯: ବଲିଉଡ୍‌ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବିବାହିତ ଜୀବନକୁ ନେଇ କିଛି ସମୟ ଧରି ବିଭିନ୍ନ ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?