ବର୍ଷେ ପୂରିବ, ଚାଉଳ ଫେରାଉନାହାନ୍ତି ମିଲର୍ସ

ରାୟଗଡା,୨୬।୧୧(ଆଶିଷ ରଞ୍ଜନ ପଣ୍ଡା): ବିଭିନ୍ନ ମିଲର୍ସ ମଣ୍ଡିରୁ ଧାନ ନେଇ ତା’ର ପ୍ରତିବଦଳରେ ସରକାରଙ୍କୁ ଚାଉଳ ଫେରାଇଥାନ୍ତି। ରାୟଗଡ଼ା ଜିଲାରେ ଆସନ୍ତା ୧୭ ତାରିଖରେ ଚଳିତ ବର୍ଷ ଖରିଫ ମଣ୍ଡି ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ମିଲର୍ସମାନେ ଚାଉଳ ଫେରାଇବାର ନିୟମ ରହିଥିଲେ ମଧ୍ୟ ରାୟଗଡ଼ା ଜିଲାର ମିଲର୍ସ ଏହାକୁ ଖାତରି ନ କରି ଦିନ ପରେ ଦିନ ଗଡ଼ାଇ ଚାଲିଛନ୍ତି। ମିଲର୍ସଙ୍କ ଉପରେ ଏବେ ୩୮ ହଜାର ୮୮୨.୭୬ କୁଇଣ୍ଟାଲ ଚାଉଳ ବକେୟା ପଡ଼ିଥିବା ଜଣାପଡିଛି। ତେବେ ଜିଲାର ପଦ୍ମପୁର ଓ ବିଷମକଟକ ବ୍ଲକ୍‌ର ସର୍ବାଧିକ ମିଲର୍ସଙ୍କ ଉପରେ ଚାଉଳ ବକେୟା ପଡ଼ିଥିବା ସୂଚନା ମିଳିଛି । ପୂର୍ବ ସରକାରର ଜଣେ ନେତାଙ୍କ ଛତ୍ରଛାୟା ତଳେ ଉପରୋକ୍ତ ୨ ବ୍ଲକ୍‌ର ସମସ୍ତ ମିଲ୍‌ ପରିଚାଳନା ହେଉଥିବାରୁ ସେମାନେ ବର୍ତ୍ତମାନ ଢାଞ୍ଚା ବଦଳାଇ ପାରୁ ନ ଥିବା ଅଭିଯୋଗ ହେଉଛି।

ମିଳିଥିବା ସୂଚନା ପ୍ରକାରେ ପଦ୍ମପୁର ବ୍ଲକ୍‌ର ୧୪, ବିଷମକଟକ ବ୍ଲକ୍‌ର ୧୩, ରାମନାଗୁଡ଼ା ବ୍ଲକ୍‌ର ୬, ଗୁଣପୁର ବ୍ଲକ୍‌ର ୫ ଏବଂ କାଶୀପୁର ଓ କଲ୍ୟାଣସିଂହପୁର ବ୍ଲକର ଦୁଇଟି ଲେଖାଏଁ ମିଲର୍ସଙ୍କ ଉପରେ ଚାଉଳ ବକେୟା ପଡ଼ିଛି। ଯୋଗାଣ ବିଭାଗ ପକ୍ଷରୁ ବାରମ୍ବାର ଉକ୍ତ ମିଲର୍ସମାନଙ୍କୁ ତାଗିଦ କରିବା ପରେ ମଧ୍ୟ ଧାନ ବାବଦର ଚାଉଳ ଫେରାଇବା ପାଇଁ ସେମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି। ଫଳରେ ଆଗାମୀ ଖରିଫ ଋତୁରେ ଧାନ ସଂଗ୍ରହ ନେଇ ସମସ୍ୟାରେ ପଡୁଛି ଯୋଗାଣ ବିଭାଗ। ପୂର୍ବରୁ କେତେଜଣ ମିଲର ସରକାରଙ୍କୁ ଚାଉଳ ଦେବାରେ ଜାଲିଆତି କରିଥିବାରୁ ଉକ୍ତ ମିଲ୍‌ରେ ଷ୍ଟକ୍‌ ଓ କାଗଜପତ୍ରରେ ମେଳ ନ ଥିବା ଜଣାପଡ଼ିଥିଲା। ତଥାପି ଉକ୍ତ ମିଲର୍ସ ଚଳିତବର୍ଷ ଧାନ କ୍ରୟରେ ସାମିଲହେବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ମୁଖ୍ୟତଃ ରାମନାଗୁଡ଼ା, ପଦ୍ମପୁର ଓ ବିଷମକଟକ ବ୍ଲକ୍‌ରେ ଏଭଳି ବେଆଇନ କାର୍ଯ୍ୟ ହୋଇଥିବା ଜଣାପଡ଼ିଥିଲା। ଅପରପକ୍ଷରେ ଜିଲା ଯୋଗାଣ ବିଭାଗ ଉକ୍ତ ମିଲର୍ସଙ୍କ ଉପରେ କଡା ପଦକ୍ଷେପ ଗ୍ରହଣ କରିବା ପରିବର୍ତ୍ତେ ଅନୁକମ୍ପା ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି। ସେପ୍ଟେମ୍ବରଠାରୁ ମାସେ ଲେଖାଏ ବଢ଼ାଇ ବର୍ତ୍ତମାନ ନଭେମ୍ବର ପର୍ଯ୍ୟନ୍ତ ମିଲରଙ୍କୁ ସମୟ ଦିଆଯାଇଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ଦଶରଥୀ ସୋରେନ କହିଛନ୍ତି, ନଭେମ୍ବର ଶେଷ ସୁଦ୍ଧା ଯଦି ଚାଉଳ ନ ଫେରାନ୍ତି ତେବେ ମିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୁଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ଦ୍ୱିତୀୟ ପ୍ରଚେଷ୍ଟାରେ NEETରେ ଚମକିଲେ ଅରୋଶିଷ: ପୂରଣ ହେବ ଡାକ୍ତର ହେବାର ସ୍ବପ୍ନ

ଅମରପାଲି,୨୧।୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକର ଯାଲୋଏ ଗ୍ରାମର ମେଧାବୀ ଛାତ୍ର ଅରୋଶିଷ ପଣ୍ଡା ଚଳିତ ବର୍ଷର ଏନଇଇଟି (NEET UG) ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ…

ପେ-ଲେଭଲ୍ ବୃଦ୍ଧି ଓ କ୍ୟାଡ଼ର ପୁନର୍ଗଠନ ଦାବି: ଏଓବିଏସଏସଓଏ ପକ୍ଷରୁ କଳାହାଣ୍ଡି ଜିଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା,୨୧।୭(ଉତ୍ତମ କୁମାର ଦାଶ): ଅଲ ଓଡ଼ିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପରିଷଦ (ଏଓବିଏସଏସଓଏ) ପକ୍ଷରୁ ମଙ୍ଗଳବାର କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶଙ୍କୁ ଏକ ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri