ଖଲିପତ୍ରରେ ଚଳୁଛି ସଂସାର

ଆନନ୍ଦପୁର,୧୧।୬ ରାତି ପାହିଲେ ପେଟ ଚିନ୍ତା। ଘଞ୍ଚ ଜଙ୍ଗଲକୁ ଯାଇ ଶାଳ ପତ୍ର ଆଣି ଖଲି ତିଆରି ନ କଲେ କୁଟୁମ୍ବ ଉପାସ। ରାଶନ ଚାଉଳ ଗଣ୍ଡେ ମିଳୁଛି ସିନା, ହେଲେ ତେଲ ଲୁଣ ପାଇଁ ଖଲି ତିଆରି ନ କଲେ ନ ଚଳେ। ଖଲିକୁ ଭରସା କରି ଜୀବନ ଅତିବାହିତ କରୁଥିବା ମହିଳା ଜଣକ ହେଲେ ଆନନ୍ଦପୁର ବ୍ଲକ ମନୋହରପୁର ପଞ୍ଚାୟତର ବାଇଗୁଣ୍ଡି ଗ୍ରାମର ଗୁରୁବାରୀ ସିର୍କା।
ବିପଜ୍ଜନକ ଅବସ୍ଥାରେ ସେ ଘଞ୍ଚ ଜଙ୍ଗଲକୁ ଯାଇ ଶାଳପତ୍ର ଗୋଟାଇବା ଏବଂ ତାକୁ ନେଇ ଘରେ ଶୁଖାଇ ପରେ ଖଲି ତିଆରି କରିବାରେ ନିଜର ସମୟକୁ ଅତିବାହିତ କରୁଛନ୍ତି। ଦିନକୁ ଶହେ ଟିକିଆ ଦୁଇ ବିଡ଼ା ଖଲି ପ୍ରସ୍ତୁତ କରିବାକୁ ସକ୍ଷମ ହେଉଥିବା ଗୁରୁବାରୀ କହିଛନ୍ତି। ଯେଉଁମାନେ ଟିକେ ଅଧିକ ପରିଶ୍ରମ କରୁଛନ୍ତି ସେମାନେ ଦିନକୁ ୪ ବିଡ଼ା ପର୍ଯ୍ୟନ୍ତ ଖଲି ପ୍ରସ୍ତୁତ କରିଥାନ୍ତି। ଶହେ ଟିକିଆ ବିଡ଼ା ବିକ୍ରି ବାବଦକୁ ୩୦ ଟଙ୍କା ପାଉଣା ମିଳିଥାଏ। ଦିନକୁ ଦୁଇ ବିଡ଼ା ପ୍ରସ୍ତୁତ କଲେ ୬୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର ହୋଇଥାଏ। ତେବେ ବର୍ଷା ସମୟରେ ଖଲି ପ୍ରସ୍ତୁତ କରିବା କଷ୍ଟସାଧ୍ୟ ହୋଇପଡ଼ିଥାଏ ବୋଲି ଗୁରୁବାରୀ କହିଛନ୍ତି। ଏଭଳି କ୍ଷେତ୍ରରେ ଜବକାର୍ଡଧାରୀଙ୍କ ପାଇଁ ଶହେ ଦିନର କାମ ଯୋଗାଇବାର ସରକାରୀ ନାରା ବ୍ୟର୍ଥ ହେବା ପରିି ଅନୁମାନ କରାଯାଉଛି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସରକାରୀ ଉନ୍ନୟନ କାର୍ଯ୍ୟ ବ୍ୟାପକ ଭାବେ କାର୍ଯ୍ୟକାରୀ ହେଉଛି ହେଲେ ଜବକାର୍ଡ଼ଧାରୀଙ୍କୁ ନିୟମିତ କାମ ମିଳୁ ନ ଥିବାରୁ ଗୁରୁବାରୀଙ୍କ ଭଳି ବହୁ ଗରିବ ଓ ଅସହାୟ ମହିଳା ଦୁଃଖ କଷ୍ଟରେ ଚଳୁଛନ୍ତି। ପ୍ରଶାସନ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

ହଷ୍ଟେଲରେ ଭୂତ, ଘରକୁ ଫେରିଗଲେ ଛାତ୍ରୀ

ଯୋଡ଼ା,୨୨ା୮(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଭୂୟଁା ରୋଇଡା ପଞ୍ଚାୟତରେ ଥିବା ଭୂୟଁା ରୋଇଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ନିବାସରେ ଭୂତ ଭୟ…

ମେଗା ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଗ୍ରାମସଭା, ପ୍ରଭାବିତ ଗ୍ରାମ୍ୟ କମିଟି ତରଫରୁ ଗାଁରେ ବିରୋଧ କରାଯିବାରୁ…

ପାଟଣା,୨୧ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ଚେମେଣା ଓ ଯମୁନା ପୋଷି ପଞ୍ଚାୟତ ୧୨ଟି ମୌଜାକୁ ନେଇ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ…

ସାତକୋଶିଆ ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା; ଅଟୋକୁ ଧକ୍କା ଦେଲା ଥାର୍, ୧୦…

ଆନନ୍ଦପୁର,୨୦।୮((ସୁଶାନ୍ତ କୁମାର ସାହୁ ): ଆନନ୍ଦପୁର ସାତକୋଶିଆ ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଥାର୍ ଗାଡିର ଜୋରଦାର ଧକ୍କାରେ ଅଟୋ ଚୁରମାର ହୋଇଯାଇଛି। ଘଟଣାରେ…

‘ଯୁବବର୍ଗ ୧୮ ବର୍ଷରେ ଭୋଟ୍‌ ଦେବା ଅଧିକାର ହେଉଛି ରାଜୀବଙ୍କ ଅବଦାନ’

କେନ୍ଦୁଝର,୨୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଧୁନିକ ଭାରତର ନିର୍ମାତା, ଯୁବ ମାନସର ପ୍ରତୀକ, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କର ୮୦ ତମ ଜନ୍ମଜୟନ୍ତୀ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri