ଭାସିଗଲା କାଠପୋଲ, ଦ୍ରୁମ ଧରାଶାୟୀ

କଣିହାଁ,୨୬।୬(ସଚ୍ଚିଦାନନ୍ଦ ପ୍ରଧାନ): ଅନୁଗୋଳ ଜିଲା କଣିହାଁ ବ୍ଲକ ଟୋଲକବେଡ଼ା ଗ୍ରାମ ଟିକିରା ନଦୀରେ ଗ୍ରାମବାସୀଙ୍କ ଦ୍ୱାରା ନିର୍ମିତ ଅସ୍ଥାୟୀ କାଠପୋଲର ଅର୍ଦ୍ଧାଧିକ ଅଂଶ ରବିବାର ଭାସିଯାଇଛି। ଲଘୁଚାପଜନିତ ଲଗାଣ ବର୍ଷାରେ ହଠାତ୍‌ ନଦୀ ଫୁଲି ଉଠିବାରୁ ଏଭଳି ଅଘଟଣ ଘଟିଥିବା ଗ୍ରାମବାସୀ କହିଛନ୍ତି।
ଟୋଲକବେଡ଼ା ଗ୍ରାମ ଟିକିରା ନଦୀ କୂଳରେ ଐତିହାସିକ ଗୁମ୍ଫା ସହ ନବନିର୍ମିତ ବିଷ୍ଣୁ ମନ୍ଦିର ରହିଛି। ପ୍ରତିବର୍ଷ ଏଠାରେ ଆଡ଼ମ୍ବର ସହକାରେ ମକର ସଂକ୍ରାନ୍ତି ପାଳିତ ହୋଇଥାଏ। ଏହି ସମୟରେ ସମଲ ବ୍ୟାରେଜ ଆନିକଟରେ ବ୍ରାହ୍ମଣୀ ନଦୀର ପଛୁଆ ପାଣି ରହୁଥିବାରୁ ଡିସେମ୍ବରରେ ଗ୍ରାମବାସୀ ଅସ୍ଥାୟୀ କାଠପୋଲ ନିର୍ମାଣ କରିଥାଆନ୍ତି। ଏହି ପୋଲ ଦେଇ ଶ୍ରଦ୍ଧାଳୁମାନେ ଗୁମ୍ଫା ଓ ମନ୍ଦିରକୁ ସହଜରେ ଯାଇଥାଆନ୍ତି। ଏବେ ପୋଲ କ୍ଷତିଗ୍ରସ୍ତ ହୋଇଥିବାରୁ ଏପାଖରୁ ସେପାଖକୁ ଯିବା ଅସମ୍ଭବ ହୋଇପଡ଼ିଛି। ଅନ୍ୟପଟେ ନଈପାଣିରେ କାଠ ସବୁ ଭାସି ଯାଇଥିବାବେଳେ ଏହାକୁ ମରାମତି କରିବା ଦୁରୂହ ବ୍ୟାପାର ହୋଇଛି। ତେଣୁ ସରକାର ଏଠାରେ ଏକ ଝୁଲାପୋଲ ତିଆରି କଲେ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ବୋଲି ଲକ୍ଷ୍ମୀନାରାୟଣ ୟୁଥ ଟ୍ରଷ୍ଟର କର୍ମକର୍ତ୍ତାଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଦାବି କରିଛନ୍ତି।
ଅପରପକ୍ଷେ ଏନ୍‌ଟିପିସି ପ୍ରକଳ୍ପ ନିକଟ ଗଦାଶିଳା ପଞ୍ଚାୟତ କରଡ଼େଇ ଗ୍ରାମ ଛକରେ ଥିବା ଏକ ପୁରାତନ ଅଶ୍ୱତ୍‌ଥ ବୃକ୍ଷ ଲଗାଣ ବର୍ଷାରେ ପୂର୍ବାହ୍ନ ୯ଟାରେ ଧରାଶାୟୀ ହୋଇପଡ଼ିଛି। ଗଛ ଉପୁଡ଼ି କୈଳାସ ଚନ୍ଦ୍ର ସାହୁଙ୍କ ଘର ପାଚେରି, ଷ୍ଟୋର ରୁମ୍‌ ଉପରେ ପଡ଼ିଥିଲା। ଏଥିସହ ବିଦ୍ୟୁତ୍‌ ତାର ଛିଣ୍ଡି ଯାଇଥିଲା। ମଧ୍ୟାହ୍ନରେ ଅଗ୍ନିଶମ ଅଧିକାରୀ ଭ୍ରମରବର ମହାନ୍ତିଙ୍କ ନେତୃତ୍ୱରେ କର୍ମଚାରୀମାନେ ଡାଳ କାଟିବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

ବ୍ରହ୍ମପୁର ଆସୁଥିବା ବେଳେ ବାଟରେ ମର୍ମନ୍ତୁଦ ଦୁର୍ଘଟଣା, ଡିଭାଇଡର ପିଟି ହୋଇ ୨ ବାଇକ ଆରୋହୀ ମୃତ

ଗଞ୍ଜାମ,୧୪।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ମର୍ମନ୍ତୁଦ ଦୁର୍ଘଟଣା ହୋଇଛି ।  ଅପରାହ୍ନରେ ଏକ ବାଇକ ଡିଭାଇଡର ପିଟି…

ପୂର୍ବ ଶତ୍ରୁତାରୁ ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ! ଗାଁ ମେଡ଼ିକାଲ ଛକରେ ଠିଆ ହୋଇଥିଲେ, କାରରେ ଆସି ହାଣି ଚାଲିଲେ…

ଦିଗପହଣ୍ଡି,୧୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ରବିବାର ସନ୍ଧ୍ୟା ପ୍ରାୟ…

ନଦୀରେ ଗୋଧୋଇବାକୁ ଯିବା ହେଲା କାଳ, ପାଣିରେ ବୁଡ଼ି ଚାଲିଗଲା ୨ଜୀବନ

ଝାରସୁଗୁଡ଼ା,୧୪।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଇବ ନଦୀକୁ ରବିବାର ଅପରାହ୍ନରେ ଗାଧୋଇ ଯାଇଥିବା ସମୟରେ ପାଣିରେ ବୁଡ଼ି ଦୁଇ ଜଣ ଯୁବକଙ୍କର ଅକାଳ…

କୋରାପୁଟରେ ରଜ ମହୋତ୍ସବ

କୋରାପୁଟ,୧୪।୬(ଅମିତାଭ ବେହେରା ): ଓଡ଼ିଶାର ଗଣପର୍ବ ରଜର ଉତ୍ସାହ ଏବେ ଗାଁଠୁ ସହର ସବୁଠି ପରିଲକ୍ଷିତ ହେଉଛି। ଏହି ପରିପ୍ରେକ୍ଷୀରେ କୋରାପୁଟ ସ୍ଥିତ ସ୍ଥାନୀୟ ଦକ୍ଷତା ବୃଦ୍ଧି…

ବଙ୍ଗ ରାଜନୀତିରେ ବଡ଼ ଖେଳ! ଏହି ଦଳରେ ମିଶିବେ ଟିଏମସିର ବିଦ୍ରୋହୀ ଏମପି, ବଡ଼ ସୂଚନା ଦେଲେ….

କୋଲକାତା,୧୪।୬: ବିଦ୍ରୋହୀ ଟିଏମସି ଏମପିମାନେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରିପୋର୍ଟ ଅନୁସାରେ, ମିଶ୍ରଣ ପରେ ସେମାନେ ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟିରେ ଯୋଗଦେବେ ଏବଂ ଏନଡିଏକୁ…

ନାଳରୁ ମିଳିଲା ମୃତଦେହ: କାରଣ ଖୋଜୁଛି ପୋଲିସ

ବଞ୍ଚୋ,୧୪।୬:(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅଧୀନ ନାନିକାବାହାଳି ଗ୍ରାମ ନିକଟସ୍ଥ ଗଣ୍ଡନାଳରୁ ପୋଲିସ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ…

ଭାରସାମ୍ୟ ହରାଇ ଗଛକୁ ପିଟିଲା ବୁଲେଟ୍, ୩….

ଭଞ୍ଜନଗର,୧୪।(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସୋରଡ଼ା ରାସ୍ତାର କଣ୍ଟେଇପଲ୍ଲୀ ଛକ ନିକଟରେ ଥିବା ଜଳଭଣ୍ଡାର ଗୋଲେଇ ଠାରେ ବଡ଼ ସଡ଼କ ଦୁର୍ଘଟଣା ହୋଇଛି । ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri