ଜାମୁଗଛ ଡାଳରେ ବ୍ୟାଗରେ ଝୁଲୁଥିଲା ମହିଳାଙ୍କ କଟାମୁଣ୍ଡ

ପାଟଣା,୩ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ବ୍ଲକ କାଠବାରୀ ପଞ୍ଚାୟତ ଜଗନ୍ନାଥପୁର ବୁଢାବଣରେ ବୁଧବାର ଅପରାହ୍ନରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା। ଘଟଗାଁ ଥାନା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ତୋରାଣୀ ପୋଖରୀ ପଞ୍ଚାୟତ ଦାରିକାପଶି ସାପ୍ତାହିକ ହାଟକୁ ଜଣେ ୫୦ ବର୍ଷୀୟା ମହିଳା ଜଗନ୍ନାଥପୁର ଗ୍ରାମର ସୁନାରାମ ମହାନ୍ତଙ୍କ ସ୍ତ୍ରୀ କେଶରୀ ସାପ୍ତାହିକ ହାଟକୁ ଲଙ୍କା ବିକ୍ରି କରିବା ପାଇଁ ଯାଉଥିବା ବେଳେ ରାସ୍ତାକଡ଼ ବୁଦାମୂଳରେ ଛକି ବସିଥିବା ଜଣେ ଦୁର୍ବୃତ୍ତ ହଠାତ୍‌ ବୁଦାରୁ ବାହାରି କେଶରୀଙ୍କ ମୁଣ୍ଡକୁ ଏକ ଟାଙ୍ଗିଆରେ ହାଣି ତାଙ୍କ ଶରୀରରୁ ଅଲଗା କରିଦେବା ପରେ କଟା ମୁଣ୍ଡକୁ ଧରି କୁଆଡ଼େ ଫେରାର ହୋଇ ଯାଇଥିଲେ। ଗୁରବାର କେଶରୀଙ୍କ କଟାମୁଣ୍ଡ ପାଟଣା ଥାନା କୁଆପଶି ଗାଁ ନିକଟ ଏକ ଜାମୁଗଛ ଡାଳରେ ବ୍ୟାଗରେ ଝୁଲୁଥିବା ଅବସ୍ଥାରେ ପୋଲିସ ଜବତ କରିବା ସହିତ ହତ୍ୟା ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କୁ କୁଆପଶି ଗ୍ରାମର ନିଜ ପିଉସୀ ଘରେ ଆତ୍ମଗୋପନ କରିଥିବାବେଳେ ଉଠାଇ ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ୪ ବଳାତ୍କାର ମାମଲା ରୁଜୁ

ବାରିପଦା ଅଫିସ/ରାଇରଙ୍ଗପୁର,୧ା୧୧(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲାର ବିଭିନ୍ନ ଥାନାରେ ଗୋଟିଏ ଦିନରେ ୪ଟି ବଳାତ୍କାର ମାମଲା ରୁଜୁ ହୋଇଛି। ବୁଧବାର ଠାକୁରମୁଣ୍ଡା, କରଞ୍ଜିଆ, ଗୋରୁମହଷାଣି ଓ ଝାରପୋଖରିଆ ଥାନାରେ...

ପୁତ୍ର ହତ୍ୟାକାରୀ ପିତାଙ୍କୁ ଆଜୀବନ କାରାଦଣ୍ଡ

କେନ୍ଦୁଝର,୩୧ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଅତିରିକ୍ତ ଜିଲା ଓ ଦୌରାଜଜ୍‌ ମମିତା ଦାସ ଏକ ହତ୍ୟା ମାମଲାର ଶୁଣାଣି କରି ହତ୍ୟାକାରୀ ବାପାଙ୍କୁ ଆଜୀବନ କାରାଦଣ୍ଡରେ...

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଳିଗଲେ ଯୁକ୍ତ ଦୁଇ ଛାତ୍ର

କେନ୍ଦ୍ରାପଡା ଅଫିସ/ମାର୍ଶାଘାଇ,୨।୧୧: କେନ୍ଦ୍ରାପଡା ଜିଲା ମାର୍ଶାଘାଇ ଥାନା ଜୁଣ ଛକରେ ଥିବା ଏକ କୋଚିଂ ସେଣ୍ଟରରେ ମଙ୍ଗଳବାର ବିଳମ୍ବିତ ରାତିରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ...

ଆର୍ଥିକ ଅନଗ୍ରସରଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ

ରାଇକିଆ,୨୩ା୪(ଡି.ଏନ୍‌.ଏ.)- ଲକ୍‌ଡାଉନ ଯୋଗୁ ସାଧାରଣ ଲୋକ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଆର୍ଥିକ ଅନଗ୍ରସର ଲୋକଙ୍କ ଉପରେ ଏହାର ପ୍ରଭାବ ପଡୁଛି।...

ଗଙ୍ଗାଜଳ ଆଣି ଆରଡ଼ି ପୀଠରେ ପହଞ୍ଚିଲେ ହରିହର

ଆରଡ଼ି,୧୨।୮ (ଡି.ଏନ.ଏ.) – ଶ୍ରାବଣ ମାସର ପ୍ରତି ସୋମବାର ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ କାଉଡ଼ିଆ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ବହୁ ଦୂରଦୂରାନ୍ତରୁ କାଉଡ଼ିଆମାନେ...

ବିଦ୍ୟୁତ୍‌ ସର୍ଟ ସର୍କିଟରୁ ଲାଗିଲା ନିଆଁ: ପରିବାରର ୧ ମୃତ: ୩ ଗୁରୁତର

ଫୁଲବାଣୀ ଅଫିସ/ଫିରିଙ୍ଗିଆ: ୧୯।୬: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ କେଳାପଡ଼ା ପଞ୍ଚାୟତ ଗେରୁପଡ଼ା ଗ୍ରାମରେ ମଙ୍ଗଳବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାର ଲୋକେ...

ଗଞ୍ଜାମ ଜିଲାସ୍ତରୀୟ ପୋଲିସ ଶହୀଦ ଦିବସ

ଛତ୍ରପୁର, ୨୧।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲାସ୍ତରୀୟ ପୋଲିସ ଶହୀଦ ଦିବସ ସୋମବାର ପାଳିତ ହୋଇଯାଇଛି। ଛତ୍ରପୁରସ୍ଥିତ ପୋଲିସ ପଡ଼ିଆରେ ଆୟୋଜିତ ପରେଡ୍‌ରେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର...

ବିଷାକ୍ତ ଖାଦ୍ୟ ନେଲା ମାଖନ ହାତୀ ଜୀବନ

ବନ୍ତଳା, ୫।୧(ଡି.ଏନ.ଏ.)-ଅନୁଗୋଳ ବନଖଣ୍ଡ ପୁପୁଣ୍ଡା ସେକ୍ସନ ବିଟ୍‌ ଅଧୀନ ବୃନ୍ଦାବନପୁର ଗ୍ରାମରୁ ରବିବାର ସକାଳେ ଏକ ମାଖନ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ମୃତହାତୀର ଆନୁମାନିକ...

Advertisement
Archives

Model This Week